The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

puspanjali das

Romance

3  

puspanjali das

Romance

ଅପ୍ରତ୍ୟାଶିତ

ଅପ୍ରତ୍ୟାଶିତ

5 mins
236



    ସେଦିନ ବି ତିତିକ୍ଷା ସବୁଥରକ ପରି ଅନିଚ୍ଛା ସତ୍ତ୍ୱେ ବାହାରି ପଡିଥିଲା,ପିଲାଙ୍କ ଖୁସି କୁ ଆଖି ଆଗରେରଖି!ସବୁରୁମ ଭଲକରି ବନ୍ଦ କରି ତାଲା ପକାଇ ବାହାରି ଆସିଥିଲା ଗାଡିରେ ବସିବାକୁ । ବିବେକଙ୍କ ପାଖରେ ବସୁ ବସୁ କହିପକାଇଥିଲା–ଆଜି ଆଉ ଡେରି ହେଇନି ତ?ପୁରା ଠିକ ଟାଇମରେ ବାହାରି ପଡିଛି । ସବୁଥରକପରି ସାମାନ୍ୟ ଡେ଼ରିରେ ତାକୁ ଆଉ ଗାଳି ଶୁଣିବାକୁ ପଡିବନି ଭାବି ଆତ୍ମସନ୍ତୋଷର ହସଟିଏ ହସି ଦେଇ ମନେ ପକାଉଥିଲା, ସବୁରୁମରେ ଲାଇଟ ଟା ବନ୍ଦ ହୋଇଛି କି ନାହିଁ!ବିବେକ ଡ୍ରାଇଭର ସାଙ୍ଗରେ କ'ଣ କଥାବାର୍ତ୍ତା କରୁଥିଲେ, ସେକଥା ପ୍ରତି ତା'ର ଯେମିତି ଟିକିଏ ବି ଆଗ୍ରହ ନ ଥିଲା!


        ଦୀର୍ଘ ପଚିଶ ବର୍ଷ କାଳ ସେ ନିଜକୁ ଭୁଲି ବିବେକ ଓ ତା' ଝିଅ ଦୁଇଟିଙ୍କୁ ନେଇ ଛୋଟିଆ ସଂସାର ଟିରେ ବୁଡି ଯାଇଥିଲା ଯେମିତି!ପିଲାମାନଙ୍କର ପାଠ ପଢ଼ା ଶେଷ ହୋଇ ଚାକିରି ଜୀବନ ଆରମ୍ଭ ହୋଇଯାଇଥିଲେ ସୁଦ୍ଧା ତା'ର ଯେମିତି କର୍ତ୍ତବ୍ୟର କଣ୍ଟା ଟା ଅଟକି ଯାଇଥିଲା ସେଇ ତିନି ଜଣକଙ୍କ ଉପରେ!ବିବେକଙ୍କର ସ୍ବାସ୍ଥ୍ୟର ଯତ୍ନ ନେଉ ନେଉ ନିଜକୁ ହେଳା କରିଦେଉଥିଲା ବୋଲି ଯଦିଓ ପିଲାଙ୍କ ଠାରୁ ଅନେକ ଥର ଅନେକ କଥା ଶୁଣୁଥିଲା, ହେଲେ ତା' ମନଟି ଆତ୍ମ ସନ୍ତୋଷରେ ଭରିଯାଉଥିଲା ଯେ ସିଏ ତା'ଛୋଟିଆ ସଂସାର ଟିର ଠିକ ଭାବରେ ଯତ୍ନ ନେଇ ପାରୁଛି ବୋଲି । ଶାଶୁଘର ଓ ବାପଘର,ଉଭୟର ସମନ୍ୱୟତାରକ୍ଷା କରି ଦୁଇଟି ଯାକ ପରିବାରର ସମ୍ପର୍କ କୁ ସୁନ୍ଦର ଭାବରେ ତୁଲାଇପାରୁଥିଲା ବୋଲି ଯଦିଓ ସେ ଅନେକ ଥର ବନ୍ଧୁ ବାନ୍ଧବ ମାନଙ୍କ ଠାରୁ ଶୁଣୁଥିଲା, ହେଲେ ସେ ମର୍ମେ ମର୍ମେ ଅନୁଭବ କରୁଥିଲା ,ସେତକ କରିବା କେତେ କଷ୍ଟସାଧ୍ୟ!ଅନେକ କଟୁକ୍ତି ସହ୍ୟ କରି ମଧ୍ୟ ଅନେକ ତ୍ୟାଗ କରିବାକୁ ପଡିଥାଏ!ବୋଉର କଥା ପଦକ–'ଦୁହିତା ଦୁଇ କୁଳ କୁ ହିତା, ନ ହେଲେ,ଦୁଇ କୁଳ କୁ ପିତା!',ତା'ମନ ଭିତରେ ଘର କରିଦେଇଥିବାରୁ ସେସବୁ କୁ ସେ ସହଜରେ କରିପାରେ ବୋଲି ଭାବୁଥାଏ ।


            ଚାହୁଁ ଚାହୁଁ ପଚିଶ ଟା ବର୍ଷ ବିବେକଙ୍କ ସାଙ୍ଗରେ କେମିତି କଟିଗଲା ,ଜାଣିପାରି ନ ଥିଲା । ରାସ୍ତା କଡ଼ର ଫୁଲରେ ନଦିହୋଇଥିବା ଗୋଡ଼ିବାଣ ଗଛ ଗୁଡିକ ଓ ଦୂର ସବୁଜିମା ପୁର୍ଣୃ ପାହାଡ଼ ଗୁଡ଼ିକ ଦେଖି କେମିତି ଆତ୍ମହରା ହୋଇପଡୁଥିଲା ଯେ ଜାଣି ପାରିନଥିଲା ସେ କେଉଁ ଆଡକୁ ଯାଉଛି ବୋଲି । ବିବେକ ମଧ୍ୟ ତା'ଖୁସିରେ ବାଧା ନ ଦେଇ ପେପର ଟା ଖୋଲି ପଢି ବସିଥିଲେ । ହଠାତ୍ ବିବେକଙ୍କର ଫୋନ ଟି ବାଜି ଉଠିବାରୁ ତିତିକ୍ଷା ପ୍ରକୃତିସ୍ଥ ହୋଇ ପଚାରିଦେଇଥିଲା–ଆରେ କାହାର ଫୋନ ଥିଲା?ଶ୍ରୀୟା ନା ଶ୍ରଦ୍ଧା??ଆଉ କେତେ ବାଟରହିଲା ଏୟାରପୋର୍ଟ ପହଞ୍ଚିବାକୁ?ବିବେକଙ୍କ ଉତ୍ତର ପାଇବା ପୂର୍ବରୁ ଆଖ ପାଖ ଅଞ୍ଚଳକୁ ଦେଖିଦେଇ ଚମକି ପଡିଥିଲା!କହିଉଠିଥିଲା–ଏଇଟା ତ ଏୟାରପୋର୍ଟର ବାଟ ନୁହେଁ?କୁଆଡେ ନଉଛ?ଫ୍ଲାଇଟ ଡେରି ହୋଇଯିବନି? ଫ୍ଲାଇଟ୍ ପରା ଏଗାର ଟାରେ ଅଛି?ବାଙ୍ଗାଲୋରରେ ପହଞ୍ଚିଲା ବେଳକୁ ଲଞ୍ଚ ଟାଇମ ହେଇଯାଇଥିବ!ସନ୍ଧ୍ୟା ବେଳେ ପାର୍ଟି ପୂର୍ବରୁ ମତେ ଟିକିଏରେଷ୍ଟ ନେବାକୁ ହେବ । ତମେ ତ ଜାଣିଛ,ମତେ ଜର୍ଣ୍ଣୀ ଜମା ଭଲ ଲାଗେନି । ଭାରି ହାଲିଆ ଲାଗେ । ଫ୍ରେସ ନ ଦେଖାଗଲେ ତମ ସମସ୍ତଙ୍କର ମୁଡ଼୍ ଖରାପ ହବ । ଏତେ କଥା ଏତେ ସାଙ୍ଗରେ କହିଦେଇ ବିବେକଙ୍କ ମୁହଁକୁ ଚାହିଁ ଦେଇଥିଲା । ସ୍ମିତହାସ୍ୟରେ ବିବେକ କେବଳ କହିଦେଇଥିଲେ–ବ୍ୟସ୍ତ ହୁଅନି । ଆଜି ତୁମକୁ କେହି କିଛି କହିବେନି,ତମର ଯାହା ଇଚ୍ଛା କରିବ । ଆଉ ଠିକ ଜାଗାରେ ଠିକ ଟାଇମରେ ପହଁଞ୍ଚି ଯିବ । ଦୀର୍ଘ ପଚିଶ ବର୍ଷରେ ଏମିତି କଥା କେଇପଦ ଶୁଣି ତାକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଥିଲା!ସବୁବେଳେ ତ ତାକୁ ମାପିଚୁପି ଚାଲିବା ସାଙ୍ଗରେ କଥା ମଧ୍ୟ କହିବାକୁ ପଡେ!


        ବିବେକ ଫୋନରେ କିଛି ସମୟ କଥା ହୋଇ ପୁଣି ପେପର ଟିରେ ମନ ନିବେଶ କରିଥିଲେ, ଆଉ ତିତିକ୍ଷା ଅତିକ୍ରମ କରୁଥିବା ପଥ ଟିର ଦୁଇ ପାର୍ଶ୍ଵରେ ଥିବା ପ୍ରାକୃତିକ ଦୃଶ୍ୟରେ ନିଜର ବିବାହର ପଚିଶ ବର୍ଷ ପୂର୍ତ୍ତି କୁ ଉପଭୋଗ କରିବାକୁ ଲାଗିଥିଲା । ଜାଣିଥିଲା ବିବେକ ବହୁତ କମ କଥା କୁହନ୍ତି ,ଆଉ ଦେଇଥିବା କଥା ରକ୍ଷା କରନ୍ତି,ସେତକ ବିଶ୍ୱାସ ଥିଲେ ମଧ୍ୟ ସେ ତା'ର ମନକଥା ସବୁବେଳେ ତାଙ୍କୁ କହିପାରେନି,ପରିବେଶ ଓ ପରିସ୍ଥିତିର ଦାସ ହୋଇରହିଯାଏ ଅନେକଥର!


       ହଠାତ୍ ତିତିକ୍ଷା କୁରାସ୍ତା କଡର ଦୃଶ୍ୟ ସବୁ କେମିତି ଚିହ୍ନା ଚିହ୍ନା ଲାଗିଥିଲା । ବିବେକଙ୍କୁ ପଛପଟୁ ଟିକେ କେଞ୍ଚି ଦେଇ ପଚାରିଦେଇଥିଲା–ଆରେ, ଆମେ ଏୟାରପୋର୍ଟ ଯାଉଛୁ ତ?ଏଇରାସ୍ତା ଟା ତ ଢେଙ୍କାନାଳ କୁ ବାଟପରି ଲାଗୁଛି!ଏଥର ବିବେକ ପଛକୁ ବୁଲି ଚାହିଁ ଦେଇ ସାମାନ୍ୟ ହସିଦେଇ କହିଥିଲେ–ତମେ ଚାଲ,ଯୋଉଠି କୁ ଯାଉଛ ତମକୁ ଭଲ ଲାଗିବ ନିଶ୍ଚୟ । ଏଥର ତିତିକ୍ଷାର ଆଉ ଯେମିତି ଧୈର୍ଯ୍ୟ ନଥିଲା ଅପେକ୍ଷା କରିବାକୁ । ବ୍ୟସ୍ତ ଓ ବିବ୍ରତ ହୋଇ କହିପକାଇଥିଲା–ସେପଟେ ପିଲାମାନେ ସବୁ ଆରେଞ୍ଜ କରି ଅପେକ୍ଷା କରିଥିବେ ଆମକୁ । ଦିନକ ଆଗରୁ ଯିବାକୁ କହୁଥିଲି,ମନା କରିଲ!ଶ୍ରଦ୍ଧାର ଛୁଟି ନାହିଁ କହି,ଆଉ ଶ୍ରୀୟା ଆଜି ଆସିକି ବାଙ୍ଗାଲୋରରେ ଶ୍ରଦ୍ଧା ପାଖରେ ପହଞ୍ଚିବ ବୋଲି କହିଲ, ଏବେ ପୁଣି ଢେଙ୍କାନାଳ ଆଡକୁ ମତେ ନଉଛ!କେତେବେଳେ ପିଲାଙ୍କ ପାଖରେ ପହଞ୍ଚିବା?


         ଏମିତି କଥାବାର୍ତ୍ତା ଭିତରେ ଗାଡି ଯାଇ ବିବେକଙ୍କ ନିର୍ଦ୍ଧାରିତ ଜାଗାରେ ପହଞ୍ଚି ଯାଇଥିଲା । ଗାଡ଼ିରୁ ଓହ୍ଳାଉ ଓହ୍ଳାଉ ବିବେକ କହିପକାଇଲେ–ଏଥର ଓହ୍ଲାଇ ଆସ । ତୁମ ଚିର ପ୍ରତୀକ୍ଷିତ ଜାଗା ଟି ତୁମକୁ ଅପେକ୍ଷା କରିଛି । ଗାଡ଼ିରୁ ଓହ୍ଲାଇପଡୁ ପଡୁ ବିବେକଙ୍କର ' ତାର ଚିର ପ୍ରତୀକ୍ଷିତ 'ଜାଗା ଟି କଣ ଭାବୁ ଭାବୁ ଅଳ୍ପ ଦୂରରେ ଥିବା ସାଇନବୋର୍ଡ ଟିରେ ଆଖି ପଡିଯାଇଥିଲା ଯୋଉଠି ଲେଖା ଥିଲା–'Saptasajya ,in a glance'! ଖୁସି ଓ ଆଶ୍ଚର୍ଯ୍ୟରେ ଆଖି ତାର କିଛି କ୍ଷଣ ଚିକ୍ ଚିକ୍ କରିଉଠିଥିଲା । ସତରେ ତ!–ତା'ର ଚିର ପ୍ରତୀକ୍ଷିତ ଜାଗାଟି ଥିଲା!ବିବାହର ପଚିଶ ବର୍ଷ ଭିତରେ ବିବେକଙ୍କ ସାଙ୍ଗରେ ଅନେକ ବଡ଼ ବଡ଼ ସହର ବୁଲିଛି, ବିବେକଙ୍କ ପସନ୍ଦ ଅନୁସାରେ, ହେଲେ କଥା ପ୍ରସଙ୍ଗରେ ଅନେକ ଥର 'ସପ୍ତଶଯ୍ୟା' ଯିବାକୁ କହିଥିଲେ ମଧ୍ୟ କେବେ ଜୋରକରି ଅଡ଼ି ବସିନଥିଲା । ତା'ବଡ଼ ଭାଇ ଢେଙ୍କାନାଳ କଲେଜର ପ୍ରିନ୍ସପାଲ ଥିଲାବେଳେ ସାତ ବର୍ଷ ସେଠିରହିଥିଲେ,ଆଉ ଅନେକ ଥର ସପ୍ତଶଯ୍ୟା ଯିବାକୁ ତାକୁ ଡାକିଥିଲେ, ହେଲେ,ଥରୁଟିଏ ବି ସେ ସମୟ ବାହାର କରିପାରିନଥିଲା,ଆଉ ସାନ ଝିଅ ମଧ୍ୟ ଇଞ୍ଜିନିୟରିଂ ସେଇ ଢେଙ୍କାନାଳ ସିନର୍ଜି କଲେଜରେ ପଢ଼ିଲାବେଳେ,ଚାରି ବର୍ଷ କାଳ ସେଇ ସପ୍ତଶଯ୍ୟା ବାଟରେ ଅନେକଥର ଯିବାଆସିବା କରିଛି ବିବେକଙ୍କ ସାଙ୍ଗରେ,ହେଲେ ,ଥରୁଟିଏ ବି ଯିବାକୁ ସୁବିଧା କରିପାରିନଥିଲା । ଯଦିଓ ଶ୍ରଦ୍ଧା ଜାଣିଥିଲା,ହେଲେ,ତା'ର ପାଠପଢା ଓ ବିବେକଙ୍କ ଚାକିରିର ବ୍ୟସ୍ତତା ଭିତରେ ,କେମିତି ସମସ୍ତେ ସେକଥା ଭୁଲି ଯାଇଥିଲେ । ତିତିକ୍ଷା ବି ମନମାରିରହିଯାଇଥିଲା । ନିଜର ଇଛାକୁ କେବେ କାହା ଉପରେ ଥାପି ପାରେନି,ଯଦିଓ ସମସ୍ତଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ ସକାଳୁ ସଞ୍ଜ ଯାକେ ଲାଗିପଡ଼େ ଟିକିନିଖି କରି ମନେପକାଇ । ତା'ସାଙ୍ଗ ମାନେ ସବୁବେଳେ ତାକୁ କୁହନ୍ତି–ସତେ ତିତି, ତୁ କେମିତିକା ଲେଡି ଟା,ନା ଗହଣା ଗାଣ୍ଠି ନା ଲୁଗାପଟା, କୋଉଥିରେ ତୋର ସଉକ ନାହିଁ,କୁଆଡେ ବୁଲିଯିବାକୁ ବି ସେମିତି ଆଗ୍ରହ ନାହିଁ,ସବୁବେଳେ ସେଇ ପିଲା,ଆଉ ଘର!ତୋର କ'ଣ କିଛି ପାଇଁ ମନ ହୁଏନି??ସେତକ ଶୁଣି ତିତିକ୍ଷାର ବେଳେବେଳେ କେମିତି ନିଜ ଉପରେ ଭାରି ଅଭିମାନ ହୁଏ,ଆଉ ଭାବେ–ବାପା ତାର ନାଁ ଟି ଦେଲାବେଳେ,ହୁଏତ ଏତେ ସହିଷ୍ଣୁ ହେବାକୁ ପଡିବ ଭାବି ଦେଇଥିଲେ!


      ଏମିତି ଭାବୁ ଭାବୁ ଗାଡ଼ିରୁ ଓହ୍ଲାଇ ବିବେକଙ୍କ ସାଙ୍ଗରେ ଚାଲୁ ଚାଲୁ ତା'ଖୁସିରେ ଯେମିତି କଳା ଛାଇ ଟିକେ ଘେରି ଯାଇଥିଲା । ବିବେକଙ୍କ ପାଖକୁ ଟିକେ ଲାଗିଆସି କହିପକାଇଥିଲା-ଆମେ ଏଠି ,ଏମିତି!ପିଲାମାନଙ୍କୁ କ'ଣ ଜବାବ ଦବା?କେତେ ଖୁସିିରେ ସେମାନେ ସେଠି ସବୁ ଆରେଞ୍ଜ କରିଛନ୍ତି ବୋଲି ଶ୍ରଦ୍ଧା କହୁଥିଲା!ବିବେକଙ୍କ ଉପରେ କିନ୍ତୁ ତା'କଥାର କିଛି ପ୍ରଭାବ ନ ଥିଲା, ତିତିକ୍ଷାର ହାତ ଧରି ଆଗକୁ ଅଳ୍ପ ଚାଲିଯାଇ ଗୋଟାଏ ସିମେଣ୍ଟ ବେଞ୍ଚ ଉପରେ ବସିପଡିଥିଲେ ଓ ତିତୀକ୍ଷା କୁ ବସିବାକୁ କହି,ଦୂରରେ ଯାଉଥିବା ଚା'ବିକାଳି ପିଲାଟିକୁ ହାତ ଠାରି ଡାକି ଦୁଇଟି ଚା ଦେବାକୁ କହିଥିଲେ । ଏସବୁ ଯେମିତି ତା'କୁ ସିନେମା ଦେ ଖିଲା ଭଳି ଲାଗୁଥିଲା । ବିବେକ,ପୁଣି ,ରାସ୍ତା କଡର ଚା ବିକାଳି ପାଖରୁ କାଗଜ ଗ୍ଲାସରେ ଚା!!ଭାବି ପାରୁନଥିଲା ସେ!ହାତରେ ଚା ଗ୍ଲାସ ଟି ଧରି ବିବେକଙ୍କ ମୁହଁକୁ ଏକଲୟରେ ଅନାଇ କେତେକଣ ଭାବିଚାଲିଥିଲା ।


      ଏତିକିବେଳେ ତା'ଭାବନା କୁ ଭାଙ୍ଗି ଶ୍ରୀୟା ଓ ଶ୍ରଦ୍ଧାଙ୍କ ଜୋରରେ ହସ ତା'କାନରେ ବାଜିଯାଇଥିଲା । ହାତରେ ଗୋଟାଏ ବଡ଼ ପିକନିକ ବ୍ୟାଗ ଧରି ଦୁହେଁ ତାକୁ ଅନାଇ ଜୋରରେ ହସୁଥିଲେ । ଅଚାନକ ଏତେଗୁଡାଏ ଖୁସି ତିତିକ୍ଷା ଯେମିତି ସମ୍ଭାଳି ପାରୁନଥିଲା!ଶ୍ରୀୟା ଓ ଶ୍ରଦ୍ଧା ଦଉଡି ଆସି ତାକୁ କୁଣ୍ଢେଇ ଗେଲ କରି ପକାଇଥିଲେ ଓ ତା'ର ମନପସନ୍ଦିଆ ଫୁଲଗୁଚ୍ଛା ଟିକୁ ତା'ହାତରେ ଧାରାଇ ଦେଇଥିଲେ । ତିତିକ୍ଷା କ'ଣ କହିବ କିଛି ଭାବି ପାରୁନଥିଲା । ଖୁସିରେ କଣ୍ଠ ତାର ବାଷ୍ପରୁଦ୍ଧ ହୋଇଯାଇଥିଲା । ଅନେକ ଦିନ ହେବ ଭିତରେରହିଥିବା ଅଭିମାନର ଜମାଟ ଟା ଯେମିତି ତରଳି ଯାଇ ବହିଯାଇଥିଲା, ସେଇ ସପ୍ତଶଯ୍ୟାର ପାଣିଧାରରେ...



Rate this content
Log in

More oriya story from puspanjali das

Similar oriya story from Romance