puspanjali das

Abstract

4.3  

puspanjali das

Abstract

ଡେଟ୍ ରେ ଯିବା

ଡେଟ୍ ରେ ଯିବା

4 mins
17


ବନାନୀ ତର ତର ହୋଇ ବିବେକ ଙ୍କ ପାଖକୁ ମେସେଜ କରିଦେଲା -" ମୁଁ ଡେଟ୍ ରେ ଯାଉଛି। ଡିନର କରିକି ଆସିବି,ଝିଅ ତୁମ ପାଇଁ ଖାଇବା ମଗେଇ ଦେଇଛି, ଡେଲିଭରି ବୟ ଠାରୁ ଆଣିକି ଖାଇଦେବ। ଅପେକ୍ଷା କରିବନି।"

    ରାତି ସାଢ଼େ ନ ଟା ରେ ବନାନୀ ଘରକୁ ଫେରି ଗମ୍ଭୀର ବିବେକ ଙ୍କୁ ସାମ୍ନା କରିଥିଲା।ଏମିତି ରେ ସବୁବେଳେ ଗମ୍ଭୀର ଥିବା ବିବେକ ସ୍ଵାଭାବିକ ଠାରୁ ଅଧିକ ଗମ୍ଭୀର ଓ ବିରକ୍ତ ଲାଗୁଥିଲେ।କିଛି ନ କହିକି ଡାଇନିଂ ଟେବୁଲ୍ ଉପରେ ଥୁଆ ହୋଇଥିବା ରୋଟି ତଡ଼କା ବାଢିକି ଚୁପ୍ ଚାପ୍ ଖାଇବାକୁ ଲାଗିଲେ।ବନାନୀ ଓ ଝିଅ ଲିପ୍ସା ଏକା ସାଙ୍ଗରେ ଘରକୁ ଫେରିଥିଲେ ଓ ପରସ୍ପର ର ମୁହଁକୁ ଚାହାଁ ଚାହିଁ ହୋଇ ସାମାନ୍ୟ ହସି ନିଜ କାମ ରେ ଲାଗି ପଡ଼ିଥିଲେ।ଦୁହେଁ ଖୁବ୍ ଖୁସି ଜଣା ପଡୁଥିଲେ;ସେତକ ହୁଏତ ବିବେକ ଲକ୍ଷ କରି ପାରୁ ନଥିଲେ!ନିଜ ଚିନ୍ତାରେ ଯେମିତି ବୁଡି ଯାଇଥିଲେ,ହେଲେ ବିରକ୍ତି ର ସ୍ପର୍ଶ କିନ୍ତୁ ସ୍ପଷ୍ଟ ମୁହଁ ରେ ବାରି ହୋଇ ପଡ଼ୁଥିଲା!ଗୋଟିଏ ହେଲେ ପ୍ରଶ୍ନ କିନ୍ତୁ ମୁହଁ ରେ ତାଙ୍କର ନ ଥିଲା।

       ସେଦିନ ରାତିରେ ବନାନୀ ର ହ୍ୱାଟସଆପ ର ଷ୍ଟାଟସ୍ ଦେଖି କିଛିଟା ଅନୁମାନ ଲଗାଇ ପାରିଥିବେ ଭାବି ବନାନୀ ଓ ଲିପ୍ସା କିଛି କହୁ ନ ଥିଲେ,ହେଲେ ବିବେକ ଙ୍କ ର ସେମିତି କିଛିମୁହଁ ର ଭାବଭଙ୍ଗି ପରିବର୍ତ୍ତନ ନ ହୋଇଥିବାର ଦେଖି ଲିପ୍ସା ଆଉ ଅପେକ୍ଷା କରି ପାରି ନ ଥିଲା,ଧୀରେ କରି ପଚାରି ଦେଲା - ପାପା,ଆମକୁ କିଛି ପଚରୁନ ଯେ?ଝିଅ ର ହଠାତ୍ ଏମିତି ପ୍ରଶ୍ନ ରେ ବିବେକ ଯଦିଓ ସାମାନ୍ୟ ହଡ଼ବଡ଼େଇ ଯାଇଥିଲେ,ତଥାପି ସେମିତି ଗମ୍ଭୀର ସ୍ୱର ରେ ପଚାରି ଦେଇଥିଲେ - କଣ ପଚାରିବି?ମା ଝିଅ ଙ୍କ ର କଣ ଚାଲିଛି?ଏତେ ଉତ୍ସୁକତା କଣ ପାଇଁ?ମୁହଁ ରେ ତାଙ୍କ ର ସାମାନ୍ୟ ଆଶ୍ଚର୍ଯ୍ୟ ପରିଲକ୍ଷିତ ହେଉଥିଲା!ଏଥର ଲିପ୍ସା ଜୋର୍ ରେ ହସି ପକାଇ କହିଦେଲା - ଆରେ,ଆମର ହ୍ୱାଟସ ଆପ ଷ୍ଟାଟସ୍ ଦେଖ,ଦେଖିଲେ ଜାଣିପାରିବ!ଶେଷ ରେ କୌତୁହଳ କୁ ରୋକି ନ ପାରି,ବିବେକ ଉଠି ଯାଇଥିଲେ ଅନ୍ୟ ରୁମ୍ କୁ ଯୋଉଠି ସିଏ ଚୁପ୍ କିନା ନିଜ ଫୋନ୍ ଟିକୁ ଉଠାଇ ଆଣି ,ଲିପ୍ସା ଓ ବନାନୀ ର ଷ୍ଟାଟସ୍ ଦେଖି ଦେଇଥିଲେ!ମୁହଁ ରେ ତାଙ୍କର ସବୁ ଆଶଙ୍କା ଓ ବିରକ୍ତି ଯେମିତି ପୋଛି ହୋଇ ଯାଇଥିଲା,କିନ୍ତୁ କିଛି ନ ଜାଣିଲା ପରି ଚାଲିଆସି ଡାଇନିଂ ଚେୟାର ରେ ବସି ଲିପ୍ସା ଓ ବନାନୀ ଙ୍କ ସାଙ୍ଗରେ ବ୍ରେକ ଫାଷ୍ଟ କରିବାକୁ ଲାଗିଲେ।

    ଡାଇନିଂ ଟେବୁଲ୍ ପାଖରେ ବସି ବ୍ରେକ୍ ଫାଷ୍ଟ କରୁ କରୁ,ବନାନୀ ର ଭାବନା ର ଖିଆ ଲମ୍ବି ଯାଇଥିଲା ତା ପୂର୍ବଦିନ ଟିକୁ ଗଛରେ ପାଣି ଦେଇସାରି ଛାତ ଉପରୁ ଆସୁ ଆସୁ ଲିପ୍ସା ଦୌଡ଼ି ଆସି ତାକୁ କୁଣ୍ଢେଇ ପକାଇ କହିଦେଇଥିଲା - ମମି,"ଡେଟ୍ ରେ ଯିବା?"ବନାନୀ କିଛି କ୍ଷଣ ରହିଯାଈ,ଲିପ୍ସା ର ହାତ କୁ ଧୀରେ ଛଡାଇ ଦେଇ କହିପକାଇଲା - କଣ କହିଲୁ?ଡେଟ୍ ରେ?କୋଉ ଡେଟ୍ ଲୋ?ଲିପ୍ସା ପ୍ରଗଳ୍ଭ ଙ୍କ ପରି କହି ଚାଲିଥିଲା - ଚାଲେ,ଆଜି ତୋର ମୋର ଡେଟ୍ ରେ ଯିବା! ନୋ ପାପା,ନୋ ୱାନ ଏଲ୍ସେ!ମନ ଇଚ୍ଛା ବୁଲିବା,ବାହାରେ ଡିନର କରିବା ଓ ତାପରେ ଘରକୁ ଫେରିବା!ବନାନୀ ଏତକ ଶୁଣି ବହେ ହସିଥିଲା,ଶେଷ କୁ ଲିପ୍ସା ର ଜିଦ୍ଦି ପାଖରେ ହାର୍ ମାନି ଥିଲା।ପାପା କଣ ଖାଇବେ ପଚାରିଲାରୁ ତାର ଜବାବ ଥିଲା - ଆରେ, ମୁଁ ମଗାଇ ଦେବି ନା!ତୁ ତାଙ୍କୁ ମେସେଜ କରିଦେ,ଦେଖିବୁ,କେମିତି ମଜା ହେବ,ପାପା ଙ୍କୁ ସର୍ପ୍ରାଇଜ ଦେଇ ଦେ।କିଛି ଲେଖନି,କେବଳ ଡେଟ୍ ରେ ଯାଉଛି ବୋଲି ଲେଖିଦେ।ଝିଅ ର ପ୍ଲାନ୍ ରେ ତ ସିଏ ଲେଖି ଦେଲା,ହେଲେ ମନ ଭିତରେ ଅଜଣା ଡର ଟିଏ ତାକୁ ଘେରି ରହିଥିଲା।ବିବେକ ଙ୍କ ରାଗ କୁ ସାମ୍ନା କରିବାକୁ ଯେମିତି ତାର ସାହସ ନ ଥିଲା!ତଥାପି ଝିଅ ର ପ୍ଲାନ୍ ତା ମନ କୁ ଯେମିତି ଖୁସି ର ଚାବି କାଠି ଟିଏ ବଢାଇ ଦେଇଥିଲା!

     ଅନେକ ଦିନ ପରେ ଏମିତି ବିନା କାଇଦା କଟକଣା ରେ ବୁଲିବା ଓ ପୁରା ଗୋଟିଏ ସନ୍ଧ୍ୟା ତା ଝିଅ ସାଙ୍ଗରେ ଏକା କଟାଇବା ତାର ଚିନ୍ତାର ବାହାରେ ଥିଲା!ଭାବୁ ଭାବୁ ଖୁସି ର ଜୁଆର ଟିଏ ଯେମିତି ମାଡ଼ି ଆସିଥିଲା!ଦୁହେଁ ଦେହରେ ପକ୍ଷୀ ଲାଗିଲା ଭଳି ସେଦିନ ଉଡ଼ି ବୁଲିଥିଲେ,ସ୍କୁଟି ରେ ଝିଅ ପଛ ରେ ବସି ବସି ସନ୍ଧ୍ୟା ର ଶୀତଳ ପବନ ର ଆନନ୍ଦ ନେଊ ନେଉ ଦୁହେଁ ଯାଇକି ପହଞ୍ଚିଥିଲେ ବୈଶାଖୀ ମେଳା ରେ,ଆଉ ସେଠି ଲୋକ ଗହଳି ରେ କିଛି ସମୟ କଟାଇ ଫେରି ଆସିଥିଲେ ଗୋଟିଏ ରେଷ୍ଟୁରାଣ୍ଟ କୁ,ଯୋଉଠି ଲିପ୍ସା ର ନନ୍ ଷ୍ଟପ୍ ଗପ ରେ ମୁଗ୍ଧ ହୋଇ ଅନାଇ ରହିଥିଲା ବନାନୀ ସବୁ ସେଦିନ ଲିପ୍ସା ଅର୍ଡର ଦେଇଥିଲା ବନାନୀ ର ରୁଚି ଅନୁସାରେ ବିବେକ ଙ୍କ ରୁଚି ଠାରୁ ସମ୍ପୂର୍ଣ ଭିନ୍ନ।ଏତେ ବର୍ଷ ହେଲା ବିବେକ୍ ଙ୍କ ରୁଚି ଅନୁଯାୟୀ ରାନ୍ଧୁ ରାନ୍ଧୂ ବନାନୀ ନିଜ ରୁଚି କୁ ଯେମିତି ଭୁଲି ଯାଇଥିଲା,ହେଲେ ଲିପ୍ସା ର ଯେମିତି ଟିକିନିଖି ମନେ ଥିଲା

ବନାନୀ ର ରୁଚି ଖାଇବା ,ୱେଲକମ୍ ଡ୍ରିଙ୍କ ଠାରୁ ଶେଷ କୁ ସ୍ଵିଟ ଡିସ୍ ପର୍ଯ୍ୟନ୍ତ ସବୁ ତାରି ପସନ୍ଦ ର ମଗାଇ ତାକୁ ଆଶ୍ଚର୍ଯ୍ୟ କରିଦେଇଥିଲା!ସବୁକିଛି ଯେମିତି ସପନ ପରି ଲାଗୁଥିଲା।ନିଜ କୁ ରାଣୀ ପରି ଭାବି ସେଦିନ ର ସେଇ କେତୋଟି ମୂହୁର୍ତ୍ତ କୁ ସବୁଦିନ ପାଇଁ ଯେମିତି ମନ ର ଫରୁଆ ରେ ସାଇତି ରଖିବାକୁ ଇଚ୍ଛା କରୁଥିଲା ବନାନୀ! ସେତକ ଯେମିତି ଜାଣିପାରି ଲିପ୍ସା ବନାନୀ ର ଅଜଣା ତ ରେ ଅନେକ ଗୁଡ଼ିଏ ଫୋଟୋ ଉଠାଇ ପକାଇଥିଲା।

     ଫୋଟୋ ଗୁଡ଼ିକ ବନାନୀ ର ଫୋନ କୁ ପଠାଇ ଦେଇ ଲିପ୍ସା ଅ ନେଇ ରହିଥିଲା ବନାନୀ ର ମୁହଁ ର ଭାବ ଭଙ୍ଗୀ ଦେଖିବାକୁ ,ଆଉ ଖୁସି ଓ ଆଶ୍ଚର୍ଯ୍ୟ ର ଫେଣ୍ଟା ଫେଣ୍ଟି ରଙ୍ଗ ଟା ବୋଳି ହୋଇ ଯାଇଥିଲା ବନାନୀ ର ମୁହଁ ରେ ଯେତେବେଳେ ଏତେ ଗୁଡ଼ିଏ ଫୋଟୋ ନିଜ ଫୋନ ରେ ଦେଖି ପାରିଥିଲା!ଯଦିଓ ସବୁତକ ନିଜ ଷ୍ଟାଟସ୍ ରେ ଦେବାକୁ ସାମାନ୍ୟ ଦ୍ୱିଧା ଥିଲା,ତଥାପି ଲିପ୍ସା ର ଷ୍ଟାଟସ୍ ଦେଖି ହସି ହସି ସବୁତକ ସିଏ ବି ତା ଷ୍ଟାଟସ୍ ରେ ରଖି ଦେଇଥିଲା,ଯାହାର କ୍ୟପ୍ସନ ରଖିଥିଲା"ଡେଟ୍ ",

     ବ୍ରେକ ଫାଷ୍ଟ ସାରି,ରୋଷେଇ ଘରକୁ ଉଠି ଯାଉ ଯାଉ ହଠାତ୍ ବିବେକ ଙ୍କ ଚାପା ସ୍ଵରରେ ବନାନୀ ଟିକିଏ ଅଟକି ଯାଇଥିଲା,ବିବେକ ଙ୍କ ସ୍ମିତ ହାସ୍ୟ ସାଙ୍ଗକୁ ବାକ୍ୟ ଟି ଥିଲା - 'ଡେଟ୍ ରେ ଯିବା?' ଦୀର୍ଘ ୩୮ ବର୍ଷ ବୈବାହିକ ଜୀବନ ଭିତରେ କେବେ ଥରୁଟିଏ ବି ଡେଟ୍ ରେ ନେଇ ନ ଥିବା ବିବେକ ଙ୍କ ର ଏଇଟା ସ୍ୱାଗତୋକ୍ତି ଥିଲା କି ଆମନ୍ତ୍ରଣ,ମନ ଭିତରେ ବନାନୀର ଯେମିତି ପ୍ରଶ୍ନବାଚୀ ଟିଏ ଥିଲା ।


Rate this content
Log in

Similar oriya story from Abstract