STORYMIRROR

Parameswar Ojha

Romance

1.7  

Parameswar Ojha

Romance

ଅନୁପମା

ଅନୁପମା

13 mins
362


ଶେଷରେ ସମସ୍ତେ ଯାହା ଚାହୁଁଥିଲେ ସେୟା ହେଲା । ସମସ୍ତ ଙ୍କ ପ୍ରାର୍ଥନା ଆଶୀର୍ବାଦ ଶୁଭକାମନା ଲୁହ ଦୀର୍ଘ ଶ୍ବାସ ନିଷ୍ଫଳ ଗଲାନି । ଦୁଇ ମାସ ୧୮ ଦିନ ଚିକିତ୍ସିତ ହେବାପରେ ଶେଷରେ ଅନୁପମା ସୁସ୍ଥ ହେଲେ ।

ସୁସ୍ଥ ହେବାପରେ ଆଜି ଅନୁପମା ମହାପାତ୍ର ଙ୍କୁ ସ୍ବର୍ଣ୍ଣ ପଦକ ଦିଆଯାଇ ସମ୍ବୋର୍ଦ୍ଧନା କରାଗଲା , ପରମ ବୀର ଚକ୍ର ଉପାଧି ରେ ଭୂଷିତ କରାଗଲା । ତାଙ୍କ ବିରତ୍ବ ପାଇଁ ଦେଶ ବାସିଏ ଆଜି ଗର୍ବିତ । ହାତରେ ଦୁଇଟି ଗୁଳି ଆଉ ବାମ ଗୋଡରେ ଚାରୋଟି ଗୁଳି ବାଜି ସେ ଆହତ ହୋଇଥିଲେ ମଧ୍ୟ ୨୨ ଜଣ ଆତଙ୍କବାଦୀଙ୍କୁ ସିମା ଭିତରକୁ ପଶିବାକୁ ଦେଇନଥିଲା । ଅନୁପମା ର ଗୁଳି ରେ ସମସ୍ତ ଆତଙ୍କବାଦୀ ଟଳି ପଡ଼ିଥିଲେ । ଆତଙ୍କବାଦୀ ଙ୍କ ରାତି ଅଧିଆ ଅଚାନକ ହାମଲା କୁ ଏକେଲା ସେ ହିଁ ସାମ୍ନା କରି ତାର କଡ଼ା ଜବାବ୍ ଦେଇଥିଲା ଖାଲି ସେତିକି ନୁହେଁ ତାଙ୍କ ଶିବିର ରେ ଥିବା ୧୨୦ ଜଣ ଜବାନ ଙ୍କ ନିଶ୍ଚିତ ମୃତ୍ୟୁ କୁ ଏଡାଇ ଦେଇଥିଲା । ଆଜି ସବୁଆଡେ ଅନୁପମା ଙ୍କ ଚର୍ଚ୍ଚା ଅନୁପମା ଙ୍କ ପାଇଁ ବାଃ ବାଃ ଧନ୍ୟବାଦ ଶୁଭକାମନା ଶୁଭେଚ୍ଛା ର ସୁଅ ଛୁଟୁଛି ଚାରି ଆଡୁ । ସରକାର ଏଥିପାଇଁ ଖୁସି ହୋଇ ଅନୁପମା କୁ ଗୋଟେ ବର୍ଷର ବିଶ୍ରାମ ପାଇଁ ଛୁଟି ମଞ୍ଜୁର କରିଥିଲେ କିନ୍ତୁ ଅନୁପମା ସୁସ୍ଥ ହେବାର ଦୁଇଦିନ ପରେ ଥରେ ଗାଁ କୁ ଯାଇ ପୁଅ ବିପ୍ଳବ କୁ ଦେଖି‌ ଆସିଥିଲେ ବାସ୍ ତାପରେ ସେଠୁ ସିଧା କମାଣ୍ଡର ଙ୍କ ପାଖକୁ ଆସି ଚାକିରି ରେ ଯୋଗ ଦେଇଥିଲେ ପୁଣି ।


ଶାଶୁ ଶ୍ୱଶୁର ବାପା ବୋଉ ବନ୍ଧୁ ପ୍ରିୟଜନ ଯେତେ ବୁଝାଇଲେ - ":ମା' ରେ ବହୁତ କଲୁ , ଦେଶ ପାଇଁ ତୋ ସ୍ବାମି ପାଇଁ ଏବେ ତ ମରଣ ମୁହଁ ରୁ ଫେରିଛୁ , ଆଉ ଯାଆନା ରହିଯା ଆମ ପାଖରେ ତୋ ଛୁଆ ଟା ତ ଛୋଟ ବେଳୁ ତୋ ସ୍ନେହ ରୁ ବଞ୍ଚିଛି ବାକି ଜୀବନ ତାସହ ଆମ ସହ କାଟି ଦେ "

  କିଛି ଲାଭ ହେଲାନି ନିଜ ଜିଦ୍ ରେ ଅନୁପମା ଅଟଳ କହିଥିଲା - " ଏଠି ରହିବା ଠାରୁ ମୋତେ ସିମା ରେ ଠିଆ ହେବାକୁ ଅଧିକ ସନ୍ତୋଷ ଲାଗିବ , ସେତେବେଳେ ସିନା ପ୍ରତିଶୋଧ ନେବା ପାଇଁ ଯୋଗଦେଇଥିଲି କିନ୍ତୁ ଏବେ ମୁଁ ନିଜକୁ ସମର୍ପି ଦେଇଛି ଭାରତ ମା'କୁ , ଆପଣମାନେ ଆଉ ମୋ ଠି ଲୋଭ ରଖନ୍ତୁନି " ଅନୁପମା ଯାହା କହିଲା ତାହା ସତ , ହେଲେ ତା ପରେ ବି  ଅନୁପମା ଚାହୁଁଥିଲେ ଜମା ସେ ପୃଥିବୀ କୁ ଯିବାକୁ ଯୋଉ ପୃଥିବୀ ରେ ଚେତନ ନଥିବେ କେବଳ ତାଙ୍କ ସ୍ମୃତି ହିଁ ଥିବ । ଅନୁପମା ଜୀବନରେ ଚେତନ ଆସିବା ଦିନଠୁ । ଅନୁପମା ଙ୍କ ଜୀବନ ଚେତନ ମୟ ହୋଇ ଯାଇଥିଲା ।

ଛୋଟ ବେଳୁ ଚେତନ ଙ୍କ ଇଛା ଥିଲା ସେନା ରେ ଯିବା କୁ , ସେ ଆଶା ରଖି ଫର୍ମ ପକେଇ ଚାଲିଥିଲେ ସେନା ରେ ଭର୍ତ୍ତି ପାଇଁ , ଯେହେତୁ ସେପଟୁ ଉତ୍ତର ଆସିବା ଡେରି ହେଉଥିଲା , ସେ ପାଖ ଏକ ଚାରିଚକିଆ ଯାନ ସୋ ରୁମ୍ ରେ ଜବ୍ କରୁଥିବେ । ବିବାହ ର ସପକ୍ଷରେ ଚେତନ କେବେବି ନଥିଲା କିନ୍ତୁ ପରିବାର ଲୋକ ସବୁବେଳେ ବାଧ୍ୟ କରିବାରୁ ସେ ମନା କରି ପାରିନଥିଲା । ଶେଷରେ ସବୁଦିନକୁ ହାତ ଧରିଥିଲା ଅନୁପମା ର । ଅନୁପମା ଚେତନ ର ଜୀବନ ରେ ଆସିବା ପରେ ଚେତନ କୁ ଅନୁଭବ ହେଲା ସେ ବାହା ହୋଇ କିଛି ଭୁଲ୍ କରିନି , ଅନୁପମା ପରି ସ୍ତ୍ରୀ ଟେ ପାଇ ସେ ନିଜ କୁ ସୌଭାଗ୍ୟବାନ ଭାବିଥିଲା , ଅନୁପମା ବି ପ୍ରିୟତମା ସ୍ତ୍ରୀ ହିସାବରେ ଚଞ୍ଚଳା ବୋହୂ ହିସାବରେ ନିଜକୁ ସମର୍ପି ଦେଇଥିଲା ପରିବାର ରେ ।

ପ୍ରତ୍ୟେକ ମୁହୂର୍ତ୍ତ ଉଭୟ ଙ୍କ ର କଟୁଥିଲା ଆକଣ୍ଠ ସ୍ନେହ ଶ୍ରଦ୍ଧା ଭଲପାଇବା ଆଦର ଆଉ ସମର୍ପିତ ପ୍ରେମ ରେ । ଦ୍ବିପ୍ରହର କ୍ଲାନ୍ତି ମେଣ୍ଟାଉ ମେଣ୍ଟାଉ ଦିନେ ବିଛଣାରେ ପଡି ଯେତେବେଳେ ଅନୁପମା ର ଆଖି ଲାଗି ଯାଇଥିଲା ସେତେବେଳେ ଚେତନ ଙ୍କର ଗୋଟେ ସଜ ଚୁମାରେ ହଠାତ୍ ତାର ନିଦ ଭାଙ୍ଗିଯାଇଥିଲା । ଅନୁପମା ଉପରେ ନିଜକୁ ଓଜାଡି ଦେଇ  ମୁହଁ ସାମ୍ନାରେ ମୁହଁ ରଖି ଢଳ ଢଳ ଆଖି କୁ ଆଖି ସାମ୍ନାରେ ରଖି ପ୍ରେମ ପ୍ରେମ ଭଙ୍ଗିରେ ଚେତନ ପଚାରିଥିଲା -" କ'ଣ ଆଜି ରୋଷେଇ ଆଉ ଘର କାମ କରି ମହାରାଣୀ ଥକି ପଡିଛନ୍ତି ନା କ'ଣ ? "

ଅନୁ ପଚାରିଲା -" ଆଉ ମହାରାଜା ଆଜି କାଲି କ'ଣ ବହୁତ ଶିଘ୍ର ଅଫିସ ରୁ ଚାଲି ଆସୁଛନ୍ତି ଯେ ? "

ଚେତନ ଅନୁକୁ କୁଣ୍ଢେଇ ଧରି ଖଟର ଗୋଟେ କଡକୁ ଭିଡି ନେଇ କହିଲେ - " ତମ ବିନା ଅଫିସ ରେ ଜମା ମନ ଲାଗୁନି ମ , ଆସିବାର ମାସ କେଇଟା ହୋଇନି କି ଯାଦୁ କରିଛ କେଜାଣି ? ମୁଁ କଣ କରିବି ଯେ ମନିଟର ରେ କେବଳ ପା ତମ ମୁହଁ ଦେଖା ଯାଉଛି । "

ମୁହଁ ଗୋଟେ କଡକୁ ମୋଡ଼ି ଦେଇ ଅନୁ କହିଲା

-" ଥାଉ ଥାଉ "

ଚେତନ ଚଗଲାମି କଲେ

-" ତମ ବାପା ଙ୍କର ନାଁ ପ୍ରବଳ ଦୋଷ "

-" କ'ଣ ?"

ଅନୁ ର ନାକ କୁ ହାତରେ ଧରି ଟିକେ ଡାହାଣ ବାଁ କରି ହଲଉ ହଲଉ କହିଲେ ଚେତନ 

-" ଏତେ ସୁନ୍ଦରୀ ଝିଅ କାଇଁ ଜନ୍ମ କରୁଥିଲେ କେଜାଣି ? ସେ କଣ ଜାଣି ନଥିଲେ ଏଇ ସୁନ୍ଦରୀ ଝିଅ ପାଇଁ କେତେ ରୋମିଓ ହୋଇଯିବେ କେତେ ଦିଓ୍ବାନା କେତେ ପାଗଳ ପ୍ରେମୀ ଆଉ ଶେଷକୁ ସ୍ବାମୀ ମାନେ ବାଇଆ ହୋଇଯିବେ ବୋଲି । ନିଜ ଅଫିସ କାମ ଭୁଲି ତାଙ୍କ ଝିଅ କଥା ଭାବି ବସିବେ । ଆଉ ମୁଣ୍ଡ ବିନ୍ଧା ର ବାହାନା କରି ବାରମ୍ବାର ଅଧା କାମରୁ ଘରକୁ ଚାଲି ଆସିବେ ବୋଲି ?"

ଚେତନ ର ହାତ ଛାଟି ଦେଇ କହିଲା ଅନୁପମା

-" ଏତେ ହୁଅନି ହେଲା "

ଅଣ୍ଟାରେ ପେଟରେ ହାତ ମାରି ଟିକେ ଦୁଷ୍ଟାମୀ କରୁ କରୁ କହିଲେ ଚେତନ

-" କ'ଣ ମୁଁ ମିଛ କହୁଛି ? " ମୋର କଣ ଏମିତି ଭାତ ହାଣ୍ଡି ଉଛୁଳି ପଡୁଛି ଯେ ପ୍ରାୟ ସବୁଦିନ ମୁଁ ଅଧା ଡ୍ୟୁଟି ରୁ ଦେହ ଅସୁସ୍ଥ ର ବାହାନା କରି ଚାଲି ଆସୁଛି । ଏ ସବୁ ତମ ଲାଗି ହେଉଛି । ଏକ୍ ତମ ବାପା ଙ୍କୁ କହିଦବ ମାସକୁ ମାସ ପଇସା ପଠେଇ ଦେବେ ଯେତେ ଦିନ ମୁଁ ଛୁଟି କରୁଛି ଆଉ ମୋର ଯୋଉ ହାପ୍ ଡ୍ୟୁଟି ହେଉଛି । କାଇଁ ତମେ ନ ଆସିବା ଆଗରୁ ଏମିତି ହେଉ ନଥିଲା ତ ?"

ମିଛ ଅଭିମାନ ରେ ମୁହଁ ଫୁଲେଇ ଅନୁ କହିଲା

-" ତୁମ , ଜୀବନେ ମୁଁ ଆସିଲେ ଏତେ ଅସୁବିଧା ହେବ ଜାଣି ଥିଲ ଯଦି ତେବେ ବାହା ହେଉଥିଲ କାହିଁକି ? ମନା କଲନି "

ଚେତନ ଅନୁ ବେକ ରେ ଗୋଟେ ଚୁମା ଦେଇ କହିଲେ

-" ଆରେ ମୁଁ ମନା କରିବା ପୂର୍ବରୁ ପରା ତମ ଫଟୋ ଦେଖି ବାଇଆ ହୋଇ ସାରିଥିଲି । "

ସେପଟ ଘରୁ ଆବାଜ୍ ଆସିଲା - " ଏ ଅନୁ...., ମାଆ ଟିକେ ଦେଇ ଗଲୁ "

- " ଏଇ୍ ଛାଡ ବୋଉ ଡାକିଲେଣି "

ଅନୁପମା ଉଠି ଶାଢ଼ୀ ବ୍ଲାଉଜ ସଜାଡି ଖଟ ଉପରୁ ଓହ୍ଲେଇ ବାକୁ ଉଦ୍ୟତ ହେଉଛି ତ , ଚେତନ ପୁଣି ପଛରୁ ଭିଡ଼ି ଧରି କହିଲେ

- " ନାଇଁ ଆଉ ଟିକେ ଟିକେ "

ଅନୁ ଆଖି ବଡ ବଡ କରି କହିଲା -" ଆରେ କି ଅବାଧ୍ୟ ପିଲା , ବୋଉ ଡାକିଲେଣି ପରା ?"

-" ନାଇଁ ଏବେ ନୁହଁ ଆଉ ଟିକେ ପରେ ଯିବ "

- " କାଇଁ ?"

-" ଭାରି ବଢିଆ ଲାଗୁଛି ତୁମ ସହ ..."

-" ଚୋପ୍ ଦୁଷ୍ଟ , ସରି ଯାଉଛି ନା କ'ଣ ? ବୋଉ ଡାକୁଛନ୍ତି ସୁଣିଆସେ ଆଗ ?"

-" ଜଳଦି ଆସିବ "

- " ହଁ ବାବା , ଜଳଦି ଆସିବି "

ଏହି ପ୍ରେମ ଭଲପାଇବା ଆକର୍ଷଣ ମଝିରେ ଭଟ୍ଟା ପଡ଼ିଗଲା , ହଠାତ୍ ସେନା ରେ ଟ୍ରେନିଂ ପାଇଁ ଚିଠି ଆସି ପହଞ୍ଚିଲା । ଚେତନ ଖୁସି ଯେତିକି ଥିଲା ଦୁଃଖି ବି ସେତିକି ଅନୁପମା ର ବି ସମ ଦଶା , ଅନୁପମା କହିଲା - " ତମେ ସେନା କୁ ନଗଲେ ହୁଅନ୍ତାନି , ଏଇଠି ପାଖରେ ରୁହନ୍ତ ସବୁବେଳେ , ସତରେ ତମକୁ ପାଖରୁ ଦୂରେଇ ବାକୁ ଯମା ଇଛା ହେଉନି ।"

ଚେତନ ଅନୁକୁ କୁଣ୍ଢେଇ ଧରି କହିଥିଲେ - " ତମେ କଣ ଭାବୁଛ , ମତେ କ'ଣ ତମକୁ ଛାଡି ଯିବାକୁ ଭଲ ଲାଗୁଛି ? ହେଲେ ଅନୁ ମୋର ପିଲାଟି ବେଳୁ ଇଛା ଥିଲା ଦେଶ ପାଇଁ କିଛି କରିବି ଶେଷ କୁ ସିଦ୍ଧାନ୍ତ ନେଇଥିଲି ସେନା ରେ ଯୋଗ ଦେବି , ଆଉ ତମକୁ ପାଇବା ପରେ ସତରେ ମୋତେ କାଇଁ କେମିତି କେମିତି ଲାଗୁଛି , ତମେ ମୋର ବଡ ଦୂର୍ବଳତା ହୋଇ ଯାଇଛ ଅନୁ , ଅନୁ ତମକୁ ଛାଡି ମୁଁ ସେଠି ଠିକସେ ଟ୍ରେନିଂ ନେଇ ପାରିବି ତ ? ତମ ମୁହଁ ମୋର ସବୁ ବେଳେ ମନେ ପଡିବ ଅନୁ । ତମେ ମୋତେ କ୍ଷମା କରିଦେବ , ତମକୁ ଛାଡି ଯିବାକୁ ଇଛା ନଥିଲେ ମଧ୍ୟ ମୋତେ ଯିବାକୁ ହେବ । "

ଅନୁପମା ନିଜ କୋହ କୁ ଲୁହ କୁ ଯଥା ସମ୍ଭବ ଚାପି ଉତ୍ତର ଦେଇଥିଲା -" ମନ କଷ୍ଟ କରନି , ଯାଅ ଯେତେ ଶିଘ୍ର ତୁମେ ଚାକିରି ରେ ଯୋଗ ଦେବ ସବୁଠୁ ଅଧିକ ଖୁସି ମୁଁ ହେବି । ପହଞ୍ଚିଲେ ଫୋନ୍ କରିବ , ସବୁଦିନ କଥା ହେବ   "


ନିଜ ପ୍ରିୟତମା ପତ୍ନୀ କୁ ଛାଡି ଯାଇଥିଲା ଚେତନ ନିଜ ସ୍ବପ୍ନ ସାକାର କରିବାକୁ , ଲୁହରେ ଲୁହରେ ଅନୁପମା ଚେତନ କୁ ବିଦାୟ ଦେଇଥିଲାଦୁଇ ମାସ ପ୍ରଶିକ୍ଷଣ ପରେ ସେନା ପାଇଁ ସବୁଥିରେ ଉତ୍ତୀର୍ଣ୍ଣ ହୋଇ ଗାକୁ ଫେରିଥିଲା । ଏଥର ଖାଲି ଡାକରା କୁ ଅପେକ୍ଷା ।

ଅନୁପମା ଭାବୁଥାଏ ଚେତନ ସେନାରେ ଯୋଗ ଦେବେ , ତା ଠାରୁ ବର୍ଷ ବର୍ଷ ଦୂରେଇ ରହିବେ । କେବେ କେମିତି ଆସିବେ ଠିକ୍ ଠିକଣା ନାହିଁ । ସତରେ ତାଙ୍କୁ ଛାଡି ସେ ରହି ପାରିବ ତ ? ଅଧିର ଆତୁର ଅଥୟ ହେବନି ତ ତାଙ୍କ ଅନୁପସ୍ଥିତିରେ ? ଦିନ କେଇଟା ପରେ ସେ ବାରମ୍ବାର ଦୁଆର ବନ୍ଧ କବାଟ ପାଖରେ ଠିଆ ହୋଇ ଥରକୁ ଥର ଦାଣ୍ଡ କୁ ଚାହିଁ ବନି ତ ଚେତନ ଫେରି ଆସିଛନ୍ତି ସେଇ ଲୋଭରେ । ଘର ଅଗଣା ଝାଡୁ କଲାବେଳେ , ରୋଷେଇ , ଠାକୁର ପୂଜା ଏସବୁ କଲାବେଳେ କିଛି ଭୁଲ୍ ଭଟକା କରି ବସିବନି ତ ?

ଠାକୁର ଘରେ ପଖାଳ କଂସା ସାଗ ଭଜା ଥୋଉଥିବ ଆଉ ବୋଉ ବାପାଙ୍କ ସାମ୍ନାରେ ଧୂପ ଦୀପ ବୁଲେଇ ଫୁଲ ଚନ୍ଦନ ମାଖି ଦେବ । ସତରେ ଏମିତି ହେବା କିଛି ଅସମ୍ଭବ ନୁହେଁ । ସତରେ ଚେତନ ତାଠୁ ଏତେ ଦିନ ଦୂରେଇ ରହିଲେ ତା ନିଜ ଉପରେ ତା'ର ବୋଧେ ନିୟନ୍ତ୍ରଣ ରହିବନି ତାକୁ ୧୦୦ ପ୍ରତିଶତ ଲାଗୁଛି । ଚେତନ କେବଳ ତା ସ୍ବାମି ନୁହନ୍ତି ତା ପ୍ରିୟତମ ପ୍ରେମିକ ସ୍ପନ୍ଦନ ଜୀବନ ସବୁକିଛି । ତାଙ୍କ ବିନା କେମିତି ଯେ ଏତେଦିନ ଏକଲା ରହିବ ? ଚେତନ ଙ୍କ ଅନୁପସ୍ଥିତି ଅନୁପମା ସହ୍ୟ କରି ପାରିବ ତ ? ଏକଥା ଭାବିଲା ବେଳକୁ ଅନୁ ର ହୃଦସ୍ପନ୍ଦନ ପ୍ରଖର ହୋଇଯାଏ ।

ଅନୁପମା ଘରେ ଯେକୋୖଣସି କାମ କରୁଥିଲେ ବି କାମ ଅଧାରୁ ବାରମ୍ବାର ଦୌଡ଼ି ଆସି ଚେତନ ଙ୍କୁ ଜାବୁଡ଼ି ଧରି କାନ୍ଦି ପକାଏ ।

ଚେତନ ବୁଝାନ୍ତି - " ଆରେ, ଏମିତି ପିଲାଙ୍କ ଭଳି କ'ଣ ହେଉଛ ଯେ ? ସତ କହୁଛି ତମେ ଯଦି ଏମିତି ହେବ ମୁଁ ଜମା ଯିବିନି । ନହେଲେ ନ ହେଉ ପଛେ ମୋ ଆଶା ପୂରଣ , ଜୀବନ ର ସବୁଠୁ ବଡ଼ ସ୍ବପ୍ନ ସାକାର ନହେଲେ ସହିଯିବି ହେଲେ ଅନୁ ତମ ଆଖିରେ ଲୁହ ମୁଁ ଜମା ସହି ପାରିବିନି । ପ୍ଲିଜ୍ ଅନୁ କାନ୍ଦ ବନ୍ଦ କର । "


ଅନୁ ଏଥର ଅଧିକ ଯୋରରେ କାନ୍ଦେ ପିଲାଙ୍କ ଭଳି । ଚେତନ ପକେଟରୁ ମୋବାଇଲ କାଢି ଅଭିନୟ କରେ -" ସାର୍ , ଚେତନ ମହାପାତ୍ର କରୁଥିଲି । ବନମାଳିପୁର ଝାଡୁସୁଗୁଡା ରୁ , ମୋ ନାଁ ଟା କାଟି ଦିଅନ୍ତୁ ସାର୍, ମୁଁ ଯାଉନି କିଛି ଅତି ଜରୁରୀ କାମ ପାଇଁ ।"

 ଅନୁପମା ମୋବାଇଲ ଛଡେଇ ନେଇ କୁହେ -" ନାଇଁ ସାର୍ ସେ ମିଛ କହୁଛନ୍ତି , ସେ ଯାଇ ପହଞ୍ଚିବେ ଠିକ୍ ସମୟରେ ତାଙ୍କ ଯାଗା ଖାଲି ରଖିଥାନ୍ତୁ ।"

 ତାପରେ ଚେତନ ଙ୍କ ଛାତିରେ ମଥା ରଖି ତାଙ୍କ ସାର୍ଟ ବୋତାମ କୁ ଆଙ୍ଗୁଠି ରେ ଏପଟ ସେପଟ କରୁ କରୁ ଅନୁପମା କହେ -" ସରି ମୁଁ ଆଉ କାନ୍ଦିବିନି । ହେଲେ କଣ କରିବି ଯେ କାନ୍ଦି

ବିନି ବୋଲି ନିଜକୁ ମୁଁ ଯେତେ ଟାଣ କରୁଛି , ତମକୁ ଦେଖିବା ମାତ୍ରେ କାହିଁକି ମୁଁ ଯେ ଏମିତି ତରଳି ଯାଉଛି ମୁଁ ଜାଣି ପାରୁନି । ଜମା ନିଜକୁ ସମ୍ଭାଳି ପାରୁନି । "

ଦୁହିଁଙ୍କ ଭାବନା ପ୍ରାୟ ସମାନ ଥାଏ , ମାସକର‌ ଡାକରା ଟା ଛଅ ମାସ ହୋଇ ଯାଆନ୍ତା ନି କିଛି ଗୋଟେ କାରଣ ପାଇଁ । ଚେତନ ଙ୍କ ଫୋନ୍ ରେ ପ୍ରତ୍ୟେକ ରିଂ ଶବ୍ଦ ରେ ଅନୁ ଚେତନ ଉଭୟ ଚମକି ପଡନ୍ତି । ଡାକରା ଆସିଗଲା କି ?

ହଁ ଶେଷ କୁ ଡାକରା ଆସିଗଲା । ଛାତି ରେ ପଥର ରଖି ପରିବାର ଲୋକେ ଚେତନ କୁ ବିଦାୟ ଦେଲେ । ଆଉ ଅନୁ, ଅନୁ ଆସିନଥିଲା ସାମ୍ନାକୁ ଚେତନ ଗଲାବେଳେ ଭୟ ଥିଲା କାଳେ ସେ ସାମ୍ନାରେ ରହିଲେ ଚେତନାକୁ ଅଟକାଇବା ପାଇଁ ବାଧ୍ୟ କରିବ କାନ୍ଦିକି ଅଳିକରି ବସିବ ନଯିବା ପାଇଁ । ତା କାନ୍ଦ ଅଝଟ ପଣ ଦେଖି ଚେତନ‌ ସହି ପାରିବେନି ଯିବା ବାତିଲ୍ କରି ଅଟକି ଯିବେ । ସେହି ଭୟରେ ଚେତନ ଠିକ୍ ବାହାରିବା ବେଳକୁ ସେ ଶୋଇବା ଘରେ ଭିତରପଟୁ କବାଟ ବନ୍ଦ କରି ତକିଆରେ ମୁହଁ ମାଡି ପଡ଼ିଯାଇଥିଲା ।

ଚେତନ ଗଲାପରେ ଶାଶୁ ଅନୁକୁ ଡାକିଲାରୁ ଦେଖିଲେ , ଅନୁର ଆଖି ଦୁଇ କାନ୍ଦି କାନ୍ଦି ଲାଲ୍ ପଡ଼ିଯାଇଛି , ମୁହଁ ଫୁଲି ଯାଇଛି ଆଉ ନାକରୁ ପାଣି ଗଡୁଛି । ଏ ଅବସ୍ଥା ରେ ବୋହୂ କୁ ଆଉ କିଛି ବରାଦ କଲେନି ସେଦିନ । କହିଲେ -" ଯା, ତୁ ଶୋଇପଡ଼ ଆଉ ଟିକେ ମୁଁ ରୋଷେଇ ସାରିଲେ ଡାକିବି , ଆଉ ହଁ କାନ୍ଦେନି ଚୁପ୍ ଚାପ୍ ଶୋଇପଡ "

ଶାଶୁ ସିନା ବୋହୂ କୁ ଏତକ କହି ଚାଲିଗଲେ ହେଲେ ଶାଶୁ ଭଲକି ଜାଣନ୍ତି ବୋହୂ ପୁଅ କୁ କେତେ ଭଲପାଏ କେତେ ଆଦର ଯତ୍ନ କରେ ଆଖି ପଲକେ ରଖିଥାଏ ପୁଅକୁ ତା'ର ।

ହେଲେ ଦିନେ ସେଇ ଆଖି ପଲକର ମଣିଷଟି ନଜର ସାମ୍ନାରୁ ଏତେ ଦୂରକୁ ପଳେଇବ ଯେ ଆଉ ଦୃଶ୍ୟ ହେବନି କିଏ ଜାଣିଥିଲା।

ସ୍ୟାଡକୁ ଗଲା ଦିନୁ ଆଉ ଅନୁ ସହ ଅଧିକ କଥା ହୋଇ ପାରନ୍ତିନି ଚେତନ । ସତ କଥା ହେଉଛି ଅଧିକ ସମୟ କଥା ହେବାପାଇଁ ନିୟମ ନାହିଁ ସିମିତ ସମୟ ପାଇଁ ଯେତିକି କଥା ବାସ୍ । ସେମିତି ରେ ବି ଘଣ୍ଟା ଟେ ଯଦି କଥା ହୁଅନ୍ତି ଉଭୟଙ୍କୁ ପାଞ୍ଚ ମିନିଟ୍ କଥା ହେବା ପରି ଲାଗେ ।

ଚେତନ‌ ଯିବାର ଆଠ ମାସ ପରେ ଅନୁପମା ପ୍ରଥମ ଉପହାର ଦେଇଥିଲା ଚେତନ କୁ ପୁଅ ଟିଏ । ଚେତନ ଆଗରୁ କହିଥିଲେ ଯଦି ପୁଅ ହୁଏ ନାଁ ବିପ୍ଳବ ରଖିବା ଆଉ ଯଦି ଝିଅ ହୁଏ ହେଲେ ନାଁ ଭାରତୀ ରଖିବା । ଚେତନ ଙ୍କ କଥା ରଖି ପୁଅ ନାଁ ବିପ୍ଳବ ରଖା ଯାଇଥିଲା । ପୁଅ ଠିକ୍ ଚେତନ ପରି ଦେଖା ଯାଉଥିଲା , ପୁଅ ଆସିବା ଖୁସି ରେ ଘରଟି ଖୁସି ରେ ଉଛୁଳି ପଡ଼ିଥିଲା ଯେମିତି , କିନ୍ତୁ ସେ ଖୁସି ବେଶି ଦିନ ରହିଲାନି ।

ଚେତନ ଭାରତୀୟ ସେନା ରେ ଯୋଗ ଦେବାର ୩ ବର୍ଷ ବି ପୁରିନି । ଖବର ଆସି ପହଞ୍ଚିଲା ୫ ଜଣ ଯବାନ ଙ୍କ ସମେତ ଆପଣଙ୍କ ପୁଅ ଚେତନ ମହାପାତ୍ର ସହିଦ୍ । ସଂପୂର୍ଣ୍ଣ ସ୍ତବ୍ଧ କରି ଦେଇଥିଲା ପରିବାର ଟାକୁ ଏ ଖବର । ଦୁଃଖ ରେ ଭାଙ୍ଗି ପଡିଥିଲେ ସମସ୍ତେ କାଚର ଟୁକୁଡ଼ା ପରି ।

ତ୍ରିରଙ୍ଗା ରେ ଗୁଡା ହୋଇ ଆସିଥିଲେ ଚେତନ । ଗାଡିରୁ ଓହ୍ଲାଇଲା ଶବ । ଆଖ ପାଖ ଦଶ ଖଣ୍ଡ ଗାଁ ର ଲୋକମାନେ ଗୋଟେ ଯାଗାରେ ଚେତନ ଙ୍କ ଶେଷ ଦର୍ଶନ କରିବା ପାଇଁ । ସାଙ୍ଗ ସାଥି ବନ୍ଧୁ ବାନ୍ଧବ ସମସ୍ତେ ଉଛୁଳି ପଡ଼ିଥିଲେ ସେ ଦୁଃଖରେ । କାନ୍ଦ ବୋବାଳି ରେ ଗାଁ ଟା ଫାଟି ପଡୁଥିଲା ଯେତେ ଦମ୍ଭ କାଟ ର ଲୋକ ହେଲେ ବି ଧୈର୍ଯ୍ୟ ରହିବନି ସେଠିକାର ବୁକୁ ଫଟା ଚିତ୍କାର ରେ ।

ସେଇ ଶୋକାକୁଳ ପରିବେଶ ରେ ଯାହା ଆଖିରେ ବିନ୍ଦୁଏ ବି ଲୁହ ନଥିଲା କାନ୍ଦ ବୋବାଳି ଅଧୈର୍ଯ୍ୟ ପଣ କିଛି ବି ନଥିଲା ସେ ଥିଲା ଅନୁପମା । ଚେତନ ଙ୍କ ଧର୍ମପତ୍ନୀ ଅନୁପମା । ବସିଥିଲା ଗୋଟେ ଯାଗାରେ କିଛି ନ ହୋଇଥିଲା ଭଳି ଶାଶୁ ଯେତେବେଳେ ପ୍ରଥମେ ଆସି ଜଣାଇଲେ କାନ୍ଦି କାନ୍ଦି " ସେ ଆସିଲାଣି "

ଅନୁପମା ଧିରେ ସ୍ବରରେ କହିଥିଲେ - " ହଉ ଶବଦାହ ବନ୍ଦୋବସ୍ତ କର କାନ୍ଦୁଛ କଣ ପାଇଁ ? ଯିଏ ଯାଇଛି ସେ କ'ଣ ଆଉ ଫେରି ଆସିବ ? "

ଅନୁପମା ର ଏଭଳି ଉତ୍ତର ରେ ଶାଶୁ ଙ୍କର ଭୋ ଭୋ କାନ୍ଦ ବି କିଛି ସମୟ ପାଇଁ ଥମି ଯାଇଥିଲା ।

ଶାଶୁ ହଠାତ୍ ବୁଝି ପାରିଲେନି ବୋହୂ ତାଙ୍କୁ ଆଶ୍ୱାସନା ଦେଉଛି ନା ବୋହୂ ର ହୃଦୟ ଟା ପଥର ହୋଇ ଯାଇଛି । କେମିତି ବେଳେ କେମିତି କଥା କହୁଛି ଆଲୋ ଏ ବେଳରେ କୋଉ ସ୍ତ୍ରୀ ଭଲା ଧୈର୍ଯ୍ୟ ଧରି ରହି ପାରିବ ? କିନ୍ତୁ ଅନୁପମା ଥିଲେ ନୀରବ ନିର୍ବିକାର ।

ତୋପ ସଲାମି ସ୍ୟାଲୁଟ୍ ,ପ୍ରେସ୍ ମିଡ଼ିଆ , ଏମ୍ଏଲଏ , ମନ୍ତ୍ରୀ , ପୋଲିସ ସମସ୍ତ ଙ୍କ ଉପସ୍ଥିତି ରେ ଯଥା ରିତି ଅନୁଯାୟୀ ଶବ ଦାହ ସରିଲା । ଦୁଇ ବର୍ଷ ର ପୁଅ ବାପ ମୁହଁ ରେ ନିଆଁ ଦେଲା । ତଥାପି ଅନୁପମା ର ଆଖିରେ ଲୁହ ନାହିଁ କି କାନ୍ଦ କଟା କିଛି ନାଇଁ । ବନ୍ଧୁ ବାନ୍ଧବ ଗାଁ ମାଇପେ ସାହି ଭାଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ । ସ୍ବାଭାବିକ ଥିଲା ଅନୁପମା ର ବ୍ୟବହାର । ଯେମିତି ମଣିଷ ଟେ ମରିନି କୁକୁର ଛୁଆଟେ ମରି ଯାଇଛି । ଉପରେ ନହେଲେ ବି ମନେ ମନେ କହୁଥିଲେ ଗାଁ ମାଇପେ ଲୋକେ " ଆଲୋ ଏ ସ୍ତ୍ରୀ ନା ଆଉ କ'ଣ ବା , ମଣିଷ ଟି ?"

ଗାଁ ଲୋକ ଚେତନ ର ବୋଉ ବାପା ଭଉଣୀ ସମସ୍ତ ଙ୍କ ଠାରୁ ନିୟୁଜ ପାଇଁ ତଥ୍ୟ ସଂଗ୍ରହ କରି ସାରିଲା ପରେ ମାଇକ୍ରୋଫୋନ ଯେତେବେଳେ ଅନୁପମା ପାଖକୁ ମିଡ଼ିଆ ବାଲାଏ ଆଣିଲେ  ଅନୁପମା ଧିରେ ସ୍ବରରେ କହିଲା ଏତକ

-" ମୋର କିଛି କହିବାର ନାହିଁ "

ଦିନ କେଇଟା ପରେ ଚେତନ ଙ୍କ ପରିବାର କୁ ମିଳିଲା ୧୦ ଲକ୍ଷ ଟଙ୍କା ଆଉ ପତ୍ନୀ ଅନୁପମା ଯେହେତୁ ଶିକ୍ଷିତା ଯୋଗ୍ୟା ମେଧାବୀ ଥିଲେ , ତାଙ୍କୁ ତୁଳସୀ ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା କରିଦେବା ପାଇଁ ଖୁବ୍ ଶିଘ୍ର ଘୋଷଣା କରାଗଲା ।

ସ୍ବାମି ସହିଦ ହେବା ଠାରୁ ଏ ପର୍ଯ୍ୟନ୍ତ ଚୁପ୍ ଥିବା ଅନୁପମା ପ୍ରଥମଥର ପାଇଁ ଏ ପ୍ରସ୍ତାବ ରେ ପ୍ରତିବାଦ କଲା । କହିଲା -" ମୋର ଅଧ୍ୟାପିକା ହେବାର ନାହିଁ ମୁଁ ସେନା ରେ ଯୋଗ ଦେବି ।"

ଅନୁପମା ର ଏ ନିଷ୍ପତି ଶୁଣି ସମସ୍ତେ ତଟସ୍ଥ ହୋଇ ଯାଇଥିଲେ , ପରିବାର ବାପା ବୋଉ ଶାଶୁ ଶ୍ୱଶୁର ବନ୍ଧୁ ବାନ୍ଧବ ପ୍ରିୟାପ୍ରିତି ଯେତେ ଯାହା ବୁଝାଇଲେ ବି ତା ନିଷ୍ପତ୍ତି ଅଟଳ ଥିଲା ।

-" ମା' ରେ ଖଡ଼ିକା ଝାଡୁ ଧରୁଥିବା ହାତରେ ତୁ ବନ୍ଧୁକ ଧରିବୁ ଛାତ ତଳେ ରହୁଥିବା ଦେହ ଟାକୁ ଶିତ କାକର ଖରା ବର୍ଷା ବରଫ ରେ ରଖିପାରିବୁ ପାରିବୁନି ମା ତୋ ନିଷ୍ପତ୍ତି ବଦଳେଇ ଦେ । କ୍ରୋଧରେ ଏମିତି ଏକ ନିଷ୍ପତ୍ତି ନେ ନାଁ ଯୋଉଥି ପାଇଁ ସାରା ଜୀବନ ତୋତେ ପସ୍ତେଇବାକୁ ପଡ଼ିବ । ପାରିବୁନି ମା‌ ତୋ ନିଷ୍ପତ୍ତି ବଦଳେଇ ଦେ ଓହରି ଆ ସେଥିରୁ ।"

ସମସ୍ତ ଙ୍କ ଠାରୁ ଏମିତି କଥା ସବୁ ଶୁଣି ଛୋଟିଆ ଉତ୍ତର ଟେ ଦେଇଥିଲା ଅନୁ - " ସେ ବି ତ ପୁଣି ଏତେ ଦିନ ପାରିଥିଲେ "

-" ଦେଖ୍ ମା ତୁ ଯଦି ଆମ ଇଛା ବିରୁଦ୍ଧରେ ଯିବାକୁ ଚାହୁଁଛୁ ତେବେ ଆମେ କଦାପି ତୋତେ ଯିବାକୁ ଦେବୁନି , ପୁଅ ହରେଇଛୁ ଆମେ କେବେ ଚାହିବୁନି ଆମର ବୋହୁ କି ଝିଅ କୁ ହରେଇ ଦେଉ । ତେଣୁ କଥା ମାନି ରହ ନହେଲେ ଆମେ ସରକାରଙ୍କୁ ଜଣେଇଦେବୁ ଯେ ତୁ ଆମ ଇଛା ବିରୁଦ୍ଧରେ ଯାଉଛୁ ବୋଲି । "

ଅନୁ ର ଆଖି ଛଳ ଛଳ ହେବା ସହିତ ରାଗରେ ଲାଲ୍ ପଡି ଯାଇଥିଲା ଏଇ ଶେଷ କଥା ପଦକ ଶୁଣି , ସେ କହିଲା -" ତୁମେ ମାନେ ଯଦି ଏମିତି କର ତେବେ ମୋର ମଲା ମୁହଁ ଦେଖିବ , ଖୁସିତ ? "

ଆଉ ପଦେ ହେଲେ କିଛି ବି କେହି କହିନଥିଲେ । ସରକାର ଙ୍କ ସମସ୍ତ ନୀୟମ ସର୍ତ୍ତ କୁ ମାନି ଛ ମାସ କଠିନ ପ୍ରଶିକ୍ଷଣ ପରେ ନିଜକୁ ସେଥି ନିମିତ୍ତ ଯୋଗ୍ୟା ବନେଇ ସାରିବା ପରେ ଯାଇ ଅନୁପମ ଭାରତୀୟ ସେନା ରେ ଯୋଗ ଦେଇଥିଲା । ଅନୁପମା ର କିନ୍ତୁ ଗୋଟେ ଦାବି ଥିଲା " ମୁଁ ସିମା ରେ ରହିବି "

ଖାସ୍ କରି ସ୍ବାମି ଯୋଉଠି ସହିଦ୍ ହୋଇଥିଲେ ସେଇ ଯାଗାରେ । ସେମିତି ନିର୍ଦ୍ଧିଷ୍ଟ ଯାଗାରେ ରଖା ଗଲାନି ତାକୁ ଅନ୍ୟ ସହଜ କାମ ଅନୁ କୁ ପ୍ରଥମ ପ୍ରଥମ ଦିଆଯାଇଥିଲା ରୋଷେଇ ଦାୟିତ୍ବ ଶିବିର ନିରିକ୍ଷଣ କିନ୍ତୁ ସେ ସବୁରେ ସେ ସନ୍ତୁଷ୍ଟ ନଥିଲା ଶେଷରେ ବର୍ଷେ ପରେ ତା ମନୋସ୍କାମନା ପୂରଣ ହୋଇଥିଲା । ସିମା ସୁରକ୍ଷା ଦାୟିତ୍ବ ରେ ନିଯୁକ୍ତ କରାଗଲା ।

ସେହି ଦିନ ହିଁ ସେନା ର ମୁଖ୍ୟ ଅନୁପମା କୁ ସିମା ସୁରକ୍ଷା ଦାୟିତ୍ବ ରେ ନିଯୁକ୍ତି କରିବେ ବୋଲି ନିଷ୍ପତ୍ତି ନେଇଥିଲେ ଯୋଉଦିନ ଅନୁପମା କିଛି ସାହସିକତା ଦେଖାଇଥିଲା ।

ସବୁ ପବିତ୍ର ସ୍ଥାନ ରେ ସମସ୍ତ ଙ୍କ ମନ ସଫା ନଥାଏ । ସେମିତି ସେନା ଶିବିର ରେ କିଛି ମନ୍ଦ ଉଦ୍ଦେଶ୍ୟ ର ଯବାନ୍ ବି ଥିଲେ ।

ରାତି ରେ ଏକା ଶୋଇଥିବା ଅନୁପମା ର ଶିବିର ରେ ପଶି ତା ସହିତ ଜବରଦସ୍ତି କରିଥିଲେ କିନ୍ତୁ ଅନୁପମା ଏକା ସେ ଛଅ ଜଣ ଙ୍କ ଉପରେ ଭାରି ପଡ଼ି ଯାଇଥିଲା । ଏତେ ନୃସଂଶ ଭାବରେ ସେ ଛଅ ଜଣଙ୍କୁ ପିଟିଥିଲା ଯେ ସେମାନେ ସ୍ବାଭାବିକ ହେବା ପାଇଁ ମାସେ ଚିକିତ୍ସିତ ହୋଇଥିଲେ । ପରେ ଅବଶ୍ୟ ସେ ଛଅ ଜଣଙ୍କୁ କଠିନ ରୁ କଠିନ ଦଣ୍ଡ ଦିଆ ଯାଇ ଚାକିରି ରୁ ବହିଷ୍କାର କରା ଯାଇଥିଲା ।

ପାଦରେ ଚାରି କିଲୋ ର ଯୋତା ଦେହରେ ସେନା ପୋଷାକ ସହିତ ପନ୍ଦର କିଲୋ ଓଜନର ମୋଟା ବୁଲେଟ ପ୍ରୁଫ୍ ଜ୍ୟାକେଟ , ହାତରେ ୨୫ କିଲୋ ଓଜନର ଷ୍ଟେନ୍ ଗନ୍ , ଅଣ୍ଟା ରେ ଶହେ ରୁ ଦେଢ଼ ସହ ଗୁଳି ଭର୍ତ୍ତି ଥିବା ବୁଲେଟ୍ ବେଲ୍ଟ ଏ ସବୁ ବୋହି କି ଅନୁପମା କୁ କେବେ କେହି ଥକି ପଡ଼ିବାର ଦେଖିନଥିଲେ  ବରଂ ସବୁବେଳେ ସଜାଗ ରଖୁଥିଲା ନିଜକୁ , ନିଜ ବନ୍ଧୁକ କୁ ପ୍ରତିପକ୍ଷ ର ମୁକାବିଲା ପାଇଁ ସବୁବେଳେ ତୟାର୍ କରି ରଖୁଥିଲା ସେ ,

ଶେଷରେ ତା ପ୍ରତିକ୍ଷିତ ମୁହୂର୍ତ୍ତ ଆସିଗଲା ଜାନୁଆରୀ ଦଶ ତାରିଖ ଘଟଣା ସମୟ ରାତି ଗୋଟାଏ । ସେନା ମୁଖ୍ୟ ଙ୍କୁ ଓ୍ବାକିଟକି କାଢି ଅନୁମତି ନେବାର ବି ସୁଯୋଗ ପାଇନଥିଲା ସେ ହଠାତ୍ ଏକାଧିକ ବନ୍ଧୁକ ର ଆବାଜ୍ ଗୁଳି ର ବର୍ଷାରେ‌ ପରିସ୍ଥିତି ଚଳଚଞ୍ଚଳ ହୋଇ ଉଠିଥିଲା । ତଥାପି ସେନା ମୁଖ୍ୟ ଙ୍କୁ ଜଣାଇ ଦେଇଥିଲା ପରିସ୍ଥିତି ବିଷୟରେ ତାସହ କହିଥିଲା ଆମେ ହାମଲା ପାଇଁ ପ୍ରସ୍ତୁତ ସାର୍ । ଏତିକି ଭିତରେ ହିଁ ଅନୁପମା ଗୋଡ଼ରେ ଦୁଇଟି ଗୁଳି ଆସି ବାଜି ସାରିଥିଲା । ଅନୁପମା ନିଜ ଷ୍ଟେନଗନ୍ କାଢି ହାମଲା କରିଥିଲା ଶତ୍ରୁ ପକ୍ଷ ଉପରେ , ଶିବିର ର ଅନ୍ୟ ସଦସ୍ୟ ମାନେ ଉଠି ପ୍ରସ୍ତୁତ ହୋଇ ଅନୁପମା ପାଖରେ ପହଞ୍ଚିଲା ବେଳକୁ ଅତି କମ୍ ସମୟ ଭିତରେ ସରି ଯାଇଥିଲା ସବୁ ସେତେବେଳକୁ ଛଅ ଟି ଗୁଳି ବାଜି ସାରିଥିଲା ଅନୁପମା ଦେହରେ ତଥାପି ସାମ୍ନା ପ୍ରତିପକ୍ଷ ର ଟଳି ପଡ଼ିଥିଲେ ୨୨ ଜଣ ଅନୁପମା ର ଅତର୍କିତ ଗୁଳି ବର୍ଷଣ ଆକ୍ରମଣ ରେ । ହେଲେ ଅନୁପମା କୁ ଏମିତି ବିକଳ ହୋଇ କାନ୍ଦିବା ର କେହି ବି ଦେଖି ନଥିଲେ ଆଗରୁ । ଛଅ ଟି ଗୁଳି ଦେହରେ ବାଜିଥିଲା ବୋଲି ଅନୁପମା କାନ୍ଦୁ ନଥିଲା ବରଂ ଚେତନ ଙ୍କ ମୃତ୍ୟୁ ର ପ୍ରତିଶୋଧ ନେଇ ପାରିଛି ସେଥିପାଇଁ ।

ସେଦିନ ଅନୁପମା ସରହଦ୍ ବାଲିରେ ଲୋଟି ଯାଇ ଭୋ ଭୋ ହୋଇ କାନ୍ଦି ଉଠିଥିଲା ମନ ଭରି ଅଧିର ହୋଇ ଢେର୍ ସମୟ ଯାଏଁ ବର୍ଷ ବର୍ଷ ର ଲୁହ କୋହ ଅସମ୍ଭାଳ ପଣ ସବୁ ରେ ଭାଙ୍ଗି ପଡିଥିଲା ସେ । ତାପରେ ଚେତା ହରେଇ ପଡି ଯାଇଥିଲା ସେଇଠି । ସଙ୍ଗେ ସଙ୍ଗେ ପ୍ରାରମ୍ଭିକ ଚିକିତ୍ସା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଅନୁପମା କୁ ଆଉ ତାପରେ..... ।

-----------------୦୦୦-------------------

✍️..ପରମେଶ୍ବର ଓଝା

ମହାକାଳପଡ଼ା

କେନ୍ଦ୍ରାପଡ଼ା

ମେଲ୍ -- ojhaparameswar@gmail.com

ମୋ --୬୩୫୫୧୩୩୩୦୧







Rate this content
Log in

Similar oriya story from Romance