ଅନ୍ତିମ ବାର୍ତ୍ତା
ଅନ୍ତିମ ବାର୍ତ୍ତା
ଶୁଭ୍ରରଙ୍ଗରେ ଛିଟା ଲାଗିଲା ସେ ଝଲସି ଦେଖା ଯାଏ | ଉକ୍ତ ଯାଗାରେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରିତ ହୁଏ | କିନ୍ତୁ ଭୁଲୁ କାହାର..... ଶ୍ୱେତବର୍ଣ୍ଣର ? , ସେ କଣ କେବେ ଚାହିଁ ଥିଲା ତା ଅନିଚ୍ଛା ସ୍ୱତେ କେହି ତାକୁ ମଇଳା କରୁ |
ଶୁଭ୍ରରଙ୍ଗ ପରି ଶୁଭ୍ରାର ଅବସ୍ଥା | ଦୋଷ କଣ ତାର? | ତାହେଲେ କଣ ପାଇଁ ତାକୁ ବାରକଥା ଶୁଣିବାକୁ ପଡୁଛି ? କଣ ପାଇଁ ଏ ଲୋକମାନେ ତାକୁ ଦେଖି ଛି...ଛି କହୁଛନ୍ତି ? ସାହିର ମରଦ ମାନେ ବିଭିନ୍ନ ଇସାରାରେ ଇଂଗିତ କରିବାକୁ ପଛାଉ ନାହାନ୍ତି | ଶୁଭ୍ରା ସେ ନିବୁଜ କୋଠରୀ ଭିତରେ ନିଜକୁ ବନ୍ଦୀ କରିନେଲା, ବୁକୁ ଫଟାଇ କାନ୍ଦିବାରେ ଲାଗିଲା...... ସେ କ୍ରନ୍ଦନସ୍ୱର ଅତ୍ୟନ୍ତ ମର୍ମଭେଦୀ ଥିଲା ଓ ଖେଳିଯାଉଥିଲା କୋଣଅନୁକୋଣ |
ଶୁଭ୍ରା ବୟସ ସତର | ଯୁକ୍ତ ଦୁଇ ବିଜ୍ଞାନର ମେଧାବୀ ଛାତ୍ରୀ, ପଢ଼ା ଠାରୁ ଖେଳ ପର୍ଯନ୍ତ ସବୁଥିରେ ଆଗୁଆ | ସବୁ ଠିକି ଚାଲିଥିଲା ତା ଜୀବନରେ କିନ୍ତୁ ବିଗତ ଦୁଇ ମାସ ତଳେ !, ସବୁ ଯେପରି ଓଲଟ ପାଲଟ ହୋଇଗଲା, ହୃତସର୍ବସ୍ବ ଲୁଟି ଯାଇଛି | ଭାବିଲେ ହୃଦୟ ସଂଘଟ ହେଲା ଭଳି ବୋଦ୍ଧ ହେଉଛି | ବକ୍ଷସ୍ଥଳରେ ଭୟ , ଘୃଣା, ଓ ପ୍ରତିଶୋଧରେ ଭରି ରହିଛି , ସେ ଯେପରି ଜଳୁଛି |
ଟିଉସନ ସାରି ଘରକୁ ଫେରିବାକୁ ସେଦିନ ବିଳମ୍ବ ହୋଇଗଲା ଶୁଭ୍ରାର | ନିର୍ଜନ ପଥରେ ଅସଭ୍ୟ, ବିପଥଗାମୀ, ଭ୍ରଷ୍ଟାଚାର, ପଥହୁଡା ଓ ଅଵିଵେକୀ ଚାରି ଯୁବକ ଟେକି ନେଇଯାଇଥିଲେ ଶୁଭ୍ରାକୁ ସେ ଅର୍ଦ୍ଧଭଗ୍ନ ଘରକୁ | ଶୁଭ୍ରାର ବିକଳ ଅନୁରୋଧ ତାଙ୍କୁ ହାସ୍ୟସ୍ପଦ ଲାଗୁଥିଲା, ତା ନିରୀହ ଚାହାଣି ସେମାନଂକୁ ଲୋଭିଲା ଲାଗୁଥିଲା, ତା ବୁକୁଫଟା କାନ୍ଦ ସେମାନଂକୁ ଆଣି ଦେଉଥିଲା ଦେହରେ ଶିହରଣ , ତା ପ୍ରତିରୋଧ ଯେପରି ଅଧିକ ଆକର୍ଷଣ କରୁଥିଲା, ତା କଷ୍ଟ ଓ ଚିତ୍କାର ଯେପରି ସେ ରାକ୍ଷସ ମାନଙ୍କୁ ଶାନ୍ତି ଓ ଆନନ୍ଦ ଦେଉଥିଲା | ଗୋଟି ଗୋଟି କରି ଶୁଭ୍ରାକୁ ମାରିଚାଲିଥିଲେ ହିଂସ୍ର ଭଳି | ମଣିଷପଣିଆ ଲୋପ ପାଇଁ ଯାଇଛି ଯେପରି | ମଣିଷ ହୋଇ ଏତେ କ୍ରୁର ଓ ହିଂସ୍ର କିପରି ହୋଇ ପାରନ୍ତି | ପଶୁଙ୍କ ସହ ସମାନତା କରି ହେବନି କାରଣ ପଶୁ କେବେ ଏଭଳି ଆଚରଣ କରି ପାରେନି | ଖିନ୍ନ ଭିନ୍ନ ହୋଇ ପଡି ରହିଥିଲା ଶୁଭ୍ରା, ମୃତୁ ଭାବି ଛାଡି ଚାଲି ଯାଇଥିଲେ ସେ ମଣିଷ ରୂପୀ ଦାନଵ ଗୁଡା |
ଘର ଲୋକ ଅନେକ ଖୋଜା ଖୋଜି ପରେ ଅତ୍ୟନ୍ତ ଭୀତିପ୍ରଦ ଅବସ୍ଥାରେ ପାଇଥିଲେ ଶୁଭ୍ରାକୁ |
କିଛିଦିନ ପରେ ପୋଲିସ ଉକ୍ତ ଅପରାଧୀଙ୍କୁ ଧରି ନେଇଥିଲେ | କିନ୍ତୁ ଚାରି ମାସ ପରେ ଜାମିନୀର ଆସି ନିଜକୁ ବାହାଦୂର, ଓ ଜଗତଜିତା ଭଳି ନିଜକୁ ମଣୁଥିଲେ | ସେଗୁଡା ଘୁରି ବୁଲୁଛନ୍ତି ଚାରିଆଡେ, ଓ ନିଜକୁ ଆହୁରି ହୁସିଆର କରି ଗଢିତୋଳୁଥିଲେ ଅନ୍ୟ ଜଣେ ଶୁଭ୍ରାର ଶିକାରରେ |
ନିଜ ଫୋନର ଭିଡ଼ିଓ କୁ ଅନ୍ କରି ରଖିଲା ଶୁଭ୍ରା, ଦୀର୍ଘ ନିଶ୍ୱାସ ନେଲା ଓ ଆରମ୍ଭ କଲା କହିବା................
" ମୁଁ ଶୁଭ୍ରା, ଭଲ ପାଠ ପଢି ଜଣେ ସମାଜସେବି ହେବାକୁ ଲକ୍ଷ୍ୟ ରଖିଥିଲି | କିନ୍ତୁ ଏ ସମାଜ ମତେ ବଂଚିବାକୁ ଦେବନି | ମତେ ଚାରିଜଣ ଯୁବକ ଅତି ନିର୍ମମ ଭାବରେ ବଳାତ୍କାର କଲେ | ବଳାତ୍କାର ମୋର ହେଲା ବୋଲି ମୁଁ ହୋଇଗଲି ସମାଜ ଆଖିରେ ଦୋଷୀ | ବଳାତ୍କାର ପରେ ମୁଁ କିଏ, ମୋ ଘର କେଉଁଠି, ମୋ ବାପା କିଏ, ମୋ ବୟସ କେତେ, ମୋର କେତୋଟି ପୁଅ ସାଙ୍ଗ ଅଛନ୍ତି, ମୋ କିଭଳି ଡ୍ରେସ ପିନ୍ଧୁଛି....... ଏପରି ଅନେକ କଥା ଘୁରିବୁଲିଛି ଟିଭି ଓ ସୋସିଆଲ ମେଡିଆରେ, କାହିଁକିନା ମୁଁ ଧର୍ଷିତା |
କିନ୍ତୁ ଯେଉଁମାନେ ଧର୍ଷଣ କଲେ ସେମାନେ କିଏ, ତାଙ୍କ ବାପା ମା କିପରି, ସେମାନେ କାମ କଣ କରନ୍ତି, ଆଗରୁ କେଉଁ ଝିଅକୁ ଏପରି କରି ଥିଲେକି ନାହିଁ, ବର୍ତ୍ତମାନ ସେମାନେ କଣ କରୁଛନ୍ତି, ସେମାନେ ନିଶା ଖାନ୍ତିକି ନାହିଁ, କାହାକୁ ହତ୍ୟା କରିଛନ୍ତିକି ନାହିଁ, ସେମାନଙ୍କ ସାଙ୍ଗ କେଉଁମାନେ...... ଯଦି ଧର୍ଷଣକରିର ଏସବୁ ଗୁଣ ଅଥବା ତା ବିଷୟରେ ସମସ୍ତଙ୍କୁ ଜଣାଯାନ୍ତା ତାହେଲେ ସେମାନଂକୁ ଲୋକ ଚିନ୍ନତେ | ହୋଇପାରେ ଅନ୍ୟ କୌଣସି ମହିଳା ବଞ୍ଚିଯାଇ ପାରନ୍ତା | ସେମାନେ ଲୋକଲଜ୍ୟାର ଟିକେତ ଭୟ ରଖନ୍ତେ |
ସବୁବେଳେ ଗୋଟେ ଝିଅକୁ ତା ବାପା - ମା କୁହନ୍ତି .... " ତୁ ଏଭଳି ଡ୍ରେସ ପିନ୍ଧେନି, ବେଶୀ ରାତି ପର୍ଯନ୍ତ ବାହାରେ ରୁହନୀ, ସବୁ କଥାରେ ନିଜକୁ ଖାପ ଖୁଆଇ ନିଅ.... ଏପରି ଅନେକ କଥା |
କିନ୍ତୁ କେତେଜଣ ବାପା - ମା ଅଛନ୍ତି ନିଜ ପୁଅକୁ କହୁଛନ୍ତି " ଝିଅ - ପୁଅ ସାମାନ, ତୁ ଯାହା କରି ପାରିବୁ ସେବି ତାହା କରିପାରିବେ |
ଝିଅ ପୋଷାକରେ କିଛି ନଥାଏ ଗୋଟେ ପୁଅର ଚିନ୍ତାଧାରାରେ ଥାଏ, ଝିଅକୁ ବଦଳେଇଵା ଅପେକ୍ଷା ଛୋଟ ସମୟରୁ ପୁଅମାନକ ଚିନ୍ତାଧାରାକୁ ବଦଳାଇବା ନିହାତି ଜରୁରୀ |
ଶେଷରେ ମୋ ସରକାରଙ୍କୁ ଅନୁରୋଧ ଧର୍ଷଣକେସ୍ ରେ ଅଭିଯୁକ୍ତଙ୍କୁ ତତ୍କାଳ ମୃତ୍ୟୁଦଣ୍ଡ ଦେବାକୁ ଆଇନ ପ୍ରଣୟନ କରନ୍ତୁ, ଦୋଷୀ ଦୋଷ କରିବାକୁ ନିଶ୍ଚୟ ପଛଘୁଞ୍ଚା ଦେବ | ଦେଖିବେ ସମୟ ଆସିବ ମୋ ଭଳି ଶୁଭ୍ରା ମାନେ ଅନେକ ଆଗକୁ ଯିବେ, ସମାଜକୁ କିଛି କରି ନିଶ୍ଚୟ ଦେଖାଇବେ | କିନ୍ତୁ ବର୍ତ୍ତମାନ ଏସମାଜର ଚିନ୍ତାଧାରା ପାଇଁ ମୁଁ ବଂଚିଵା ଅନେକ କଷ୍ଟ ଦାୟକ | କ୍ଷମା କରିବ ବୋଉ - ବାପା | "
ଶୁଭ୍ରାର ନିର୍ଜୀଵ ଶରୀର ଓହଳି ଥିଲା ପଙ୍ଖାରେ , ଓ ଶେଷ ଭିଡ଼ିଓଟି ଘୁରି ବୁଲୁଛି ଏ ଫୋନ ରୁ ସେ ଫୋନକୁ |
ଜଣା ନାହିଁ ଗୋଟେ ଝିଅକୁ ନେଇ ମଣିଷର ମାନସିକତା କେବେ ଵଦଳିବ, ଓ ସରକାର କେବେ କୋଠାର ଆଇନ ପ୍ରଣୟନ କରିବେ | କିନ୍ତୁ ଏହା ସତ୍ୟ ଶୁଭ୍ରା ଭଳି ଅନେକ ଶୁଭ୍ରା ମରି ଚାଲିଛନ୍ତି ପ୍ରତି ମୁହୂର୍ତ୍ତରେ |
ସମାପ୍ତ |