ଅନ୍ଧତ୍ୱ ର ବରଦାନ
ଅନ୍ଧତ୍ୱ ର ବରଦାନ
ନେହା ପିଲାଟି ଦିନରୁ ଅନ୍ଧୁଣି ନୁହ l ଅତି ଅଲିଅଳି ଥିଲା ବାପା ମା ଙ୍କର l ବଡ଼ ଖୁସିରେ ବିତି ଯାଉଥିଲା ଦିନ ସବୁ ବାପା ମା ଙ୍କର ସ୍ନେହ ଶ୍ରଦ୍ଧାରେ l ପାଠରେ ଯେପରି ରୂପରେ ବି ସେପରି ଅପରୂପା l ବାଟରେ ଚାଲିଯାଉଥିଲେ କ୍ଷଣେ ନିରେଖି ନ ଚାହିଁ ରହିପାରିବନି l ଯୌବନର ପରସ ତା ରୂପକୁ କରିଥିଲା ଦୁଇ ଗୁଣିତ l
ସମୟ ସବୁବେଳେ ସମାନ ନ ଥାଏ l ତାକୁ ତା ମାମୁଁ ଘରେ ଛାଡି ବାପା ମା ଦୁହେଁ ବିଦେଶ ଭ୍ରମଣ ରେ ଯାଇଥିଲେ l ବୀମାନ ଦୁର୍ଘଟଣାରେ ହରେଇଲେ ପ୍ରାଣ l ପଛରେ ଛାଡିଗଲେ ଅଲିଅଳି ଝିଅ ନେହାକୁ l ତା ମାମୁଁ ଗ୍ରହଣ କରିଥିଲେ ତା ଦାୟିତ୍ୱ l ବାପାମାଙ୍କୁ ଝୁରି ଝୁରି ସେ ସାଜିଥିଲା ଜୀବନ୍ତ କଣ୍ଢେଇ lମାମୁଁ ଝିଅ ତିତିଲି ସାଜିଥିଲା ତା ହସ ଲୁହର ବନ୍ଧୁ l ଦୁଇ ଭଉଣୀ ଘର ପାଖ କଲେଜରେ ନାମ ଲେଖେଇ ଦେଲେ ମାମୁଁ l
ପଛ କଥାକୁ ଭୁଲିବା ପ୍ରଚେଷ୍ଟାରେ ନୂଆ ଜୀବନରେ ପାଦ ରଖେ ନେହା l ଦୁଇ ଭଉଣୀ ମିଶି ପ୍ରତିଦିନ କଲେଜ ଯାନ୍ତି l କଲେଜର ପ୍ରଥମ ଦିନ ରୁହି ନେହା ପଡିଥିଲା
ସାହିଲର ପ୍ରେମରେ l ସେ ତାର ସହପାଠୀ, ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ l ବହୁ ଝିଅ ପାଗଳ ତା ପ୍ରେମ ପାଇବା ଆଶାରେ l କିନ୍ତୁ ସେ ବି ଆକୃଷ୍ଟ ଥିଲା ନେହା ପ୍ରତି l କାହିଁକି ବା ନ ହେବ ନେହା ଥିଲା ସୌନ୍ଦର୍ଯ୍ୟର ଦେବୀ l ଭାବ ପ୍ରକାଶ ସୁଯୋଗର ଅପେକ୍ଷାରେ ଥିବା ପ୍ରେମୀ ଯୁଗଳ ଦିନେ ସୌଭାଗ୍ୟ ବଶତଃ ଲଭିଲେ ଏକାନ୍ତ ତିତିଲିର ଦେହ ଠିକ ନଥିବାରୁ ସେ ଆସିନଥାଏ କଲେଜ l ପରସ୍ପରକୁ ଚାହିଁ ରହିଥାନ୍ତି ଉଭୟେ ଯେପରି ବାରି ଧାରକୁ ଚାହିଁ ଥାଏ ମୟୂର l ନୀରବତାକୁ ଭଗ୍ନ କରି ସାହିଲ କହିଲା -ନେହା ତୁମକୁ ମୋ ହୃଦୟର ସମ୍ରାଙ୍ଗୀ ରୂପେ ବାଛିନେଇଛି ତୁମେ ସେଥିରେ ରେ ରାଜି l ଟିକେ ଲାଜେଇ ହଁ ଭରିଲା ନେହା l ଯେଉଁ ଚାନ୍ଦକୁ ସେ ଆକାଶରେ ଦେଖି ଖୁସି ହେଉଥିଲା ଆଜି ସେ ହାତ ମୁଠାରେ l ପ୍ରେମ ଆକାଶରେ ଡେଣା ଝାଡ଼ି ଉଡିବାକୁ ଲାଗିଲେ ପ୍ରେମୀ ଯୁଗଳ l କେତେ କଥା, ମିଳାମିଶା ସବୁକିଛି ପାଇଗଲା ପରି ଅନୁଭବ କରୁଥିଲା ଜୀବନ ରେ l ଭଗବାନକୁ ଧନ୍ୟବାଦ ଦେଉଥିଲା ସାହିଲ ର ପ୍ରେମ ପାଇଁ l ମାଇଁଙ୍କ ରୁକ୍ଷ ବ୍ୟବହାରରେ ଲୁଚି ଲୁଚି କାନ୍ଦୁ ଥିବା ନେହା ଭୁଲି ଥିଲା ଲୁହ l ତିତିଲି ବି ଜାଣିଥିଲା ତା ପ୍ରେମ ବିଷୟରେ l
ପୁଣି ଏକ ଦୁର୍ଘଟଣା ଆଣିଥିଲା ତା ଜୀବନରେ ଦୁଃଖର ଜୁଆର l କଲେଜ ଲ୍ୟାବରେ କୌଣସି ଏକ କେମିକାଲ ପଡିଯାଇଥିଲା ତା ଆଖିରେ l ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଗଲା ତାକୁ l ପ୍ରଥମେ ପ୍ରଥମେ ସାହିଲ ଆଶେ ତାକୁ ଭେଟିବାକୁ କିନ୍ତୁ କାହିଁ ସେ ଆଉ ଆସୁନି...... ଅତି ବ୍ୟଗ୍ର ହେଇ ଖୋଜୁ ଥାଏ ସେ ତାକୁ
ଆଜି ସେ ମେଡିକାଲରୁ ଫେରୁଛି ମାମୁଁ ମାଇଁ ଗାଡ଼ିରୁ ଜିନିଷ ବାହାର କରୁଛନ୍ତି ସେ ବାଡ଼ିଟିଏ ଧରି ଅଣ୍ଡାଳି ଅଣ୍ଡାଳି ଚାଲିଛି ଘରକୁ l ତିତିଲି ଠୁଁ ବୁଝିବ ତା ସାହିଲ ଖବର ସେ ଠିକ ଅଛି ତ..
କବାଟ ଖୋଲା ଘରଭିତରୁ କାହାର ହସରେ ପ୍ରାକମ୍ପିତ l
କାନରେ ପଡିଲା ତିତିଲିର ସ୍ୱର -ସାହିଲ ତୁମେ ଭଲ କରିଛ ସେ ଅନ୍ଧୁଣୀ ନେହାକୁ ଭୁଲି ମୋତେ ଗ୍ରହଣ କରିଛ l
ଧଡ଼ କରି ତଳେ ବସିପଡ଼ିଲା ନେହା l ହୃଦୟର କୋହକୁ ଲୁହରେ ସ୍ପଷ୍ଟ ପଢି ହେଉଥିଲା l ଭଗବାନକୁ ସେ ପୁଣି ଧନ୍ୟବାଦ ଦେଲା ନିଜର ଦୃଷ୍ଟିକୁ ଛାଡେଇ ନେଇଥିବାରୁ l କାରଣ ସେ ଦୁଃଖ କେବେ ସମ୍ଭାଳି ପାରିନଥାନ୍ତା ନିଜର ବନ୍ଧୁ ଓ ପ୍ରେମୀର ଏତାଦୃଶ ଛବି ନିଜର ଆଖିରେ l
ପୁଣି ସେ ହେଇଗଲା ନିସ୍ବ ଏତେ ବଡ ଦୁନିଆରେ l

