ଅନ୍ଧ ସମାଜ
ଅନ୍ଧ ସମାଜ
ବୟସରେ ହୁଏତ ଟିକେ ମୋଠୁ ବଡ ହବ ଅଜୟ କିନ୍ତୁ ତଥାପି ଆମେ ଦୁହେଁ ଗୋଟିଏ ଶ୍ରେଣୀରେ ପଢୁ । ଅଜୟ ମୋ ଠୁ ଟିକେ ଭଲ ପଢ଼େ ଆଉ ପାଠ ସହ ସେ ଖେଳେ କୁଦରେ ବି ଆଗୁଆ । ଅଲ ରାଉଣ୍ଡର କହିଲେ ବି କିଛି ଅତ୍ୟୁକ୍ତି ହବନି । ବୋଉ ମତେ ସବୁବେଳେ ଗାଳି ଦିଏ । କହେ,ଦେଖେ ଆମ ଘରେ କାମ କରୁଥିବା ହରି ମଉସାଙ୍କ ପୁଅ କେମିତି ଭଲ ପଢୁଛି । ତା ଠାରୁ ଟିକେ ପଢା ଶିଖେ । ଗରିବ ଘରରେ ଜନ୍ମ ତଥାପି କେମିତି ପାଠ ଆଉ ସାଠ ସବୁଥିରେ ଆଗୁଆ । ମା ଚାଲି ଗଲା ଦିନରୁ ହରି ମାଉସ ହିଁ ତାକୁ ବଡ କରିଛନ୍ତି । ଆଉ ସମସ୍ତେ କହନ୍ତି ହରି ତୋ ପୁଅ ବଡ ହେଲା ତୋର ଦୁଃଖ ଚାଲିଯିବରେ । ବୋଉ କଥା ଶୁଣି ରାଗ ତ ଲାଗେ କିନ୍ତୁ ବେଳେବେଳେ ଇଚ୍ଛା ହୁଏ ସତରେ ଅଜୟ କେତେ ଭଲ ପିଲା । ଏତେ କଷ୍ଟରେ ରହି ବି କେବେ ସେ ପଛ ଘୁଞ୍ଚା ଦେଇନି । ଆଉ ମୁଁ ସବୁ ସୁବିଧା ଥାଇ ମଧ୍ୟ ପାଠ ପଢ଼ୁନି ।
ଦିନେ ଅଜୟକୁ କହିଲି ତୁ ନା ମତେ ବି ପାଠ ପଢେଇ ଦେ । ଆଉ ମୋଠୁ ଯାହା ଫିସ ନବୁ ସେହି ଟଙ୍କାରେ ତୁ ତୋର ସବୁ ଖର୍ଚ୍ଚ କରିବୁ । ସେ ରାଜି ହେଲା ଆଉ ଆମେ ଦୁହେଁ ମିଶିକି ପଢୁ । କଲେଜରେ ବୁଝୁନଥିବା ପାଠ ଅଜୟ ଅତି ସହଜରେ ବୁଝିଇ ଦିଏ । ତା କଥାରେ ବୋଧେ କିଛି ଯାଦୁ ଥିଲା ଆଉ ବୋଧେ ଏତିକିରେ ହିଁ ମୁଁ ତାର ପ୍ରେମରେ ପଡ଼ିଗଲି । କିନ୍ତୁ ସେ କେବେ ମତେ କିଛି ଖରାପ କଥା କି ଖରାପ ନଜରରେ ଦେଖେନି । ତାର କେବଳ ପାଠରେ ଧ୍ୟାନ । ଧୀରେ ଧୀରେ ମୋର ବୟସ ବଢିଲା ଆଉ ବୟସ ବଢିବା ସହ ମୋର ଅଜୟ ପ୍ରତି ଥିବା ପ୍ରେମ ମଧ୍ୟ ବଢିବାକୁ ଲାଗିଲା । କିଛି ନା କିଛି ବାହାନାରେ ମତେ ଇଚ୍ଛା ହୁଏ ଅଜୟଙ୍କୁ ଟିକେ ଛୁଇଁ ଦେବାକୁ । ବୋଉ,ବାବା ମୋର ବାହାଘର କଥା ଆରମ୍ଭ କଲେ । ମୁଁ ଅଜୟଙ୍କୁ ସବୁ ମୁଁହ ଖୋଲି କହିଦେଲି । ଅଜୟ କହିଲେ ଅନୁ ତମେ ଏତେ ବଡ ଘରର ଝିଅ ଆଉ ମୋ ବାବା ତମ ଘରେ ଚାକର ପରି କାମ କରନ୍ତି । ଆଉ ସମାଜରେ ତମର ମାନ,ମର୍ଯ୍ୟାଦା କେତେ ଅଧିକ । ତମର ରାଜା ମହଲ ପରି ଘର ଆମର ଚାଳ, ଛପର କୁଡ଼ିଆ ଘର । ସମାଜ କଣ କହିବ???ମୁଁ ଅଜୟ କଥା ଶୁଣି କହିଲି ଭଲ ପାଇବାରେ ଧନୀ ,ଗରିବ, ମାନ, ମର୍ଯ୍ୟାଦା, କଳା, ଗୋରା ଏ ସବୁ ଦେଖା ଯାଇନି । ଆଉ କୋଉ ସମାଜ କଥା କହୁଛ???ଯେବେ ତମେ ଭୋକରେ ଆଉ ଦୁଃଖ କଷ୍ଟରେ ଦିନ କାଟୁଥିଲ ଏହି ସମାଜ କଣ କରିଥିଲା ତମ ପାଇଁ??କିଛି ଉତ୍ତର ଅଛି କି? ଅଜୟ ତମ ପାଖରେ?ମୁଁ ଯେବେ ତମକୁ ଭଲ ପାଇଥିଲି ନା ମୁଁ ମୋର ମନ କଥା ଶୁଣିଥିଲି । ନା କି ଏହି ସମାଜର କଥା । ଏତିକି କହି ମୁଁ ଚାଲି ଆସିଲି ।
ପୁଅ ଘର ଲୋକେ ମତେ ଦେଖିବାକୁ ଆସିବା କଥାଟା ଶୁଣି । କାହିଁକି କେଜାଣି ଆଜି ମୋର ମନ ଟା ବହୁତ ଗୋଳେଇ ଘାଣ୍ଟି ହଉଚି । ବୋଉ, ବାପା ସମସ୍ତେ ବହୁତ ଖୁସି ଥିଲେ । ଆଉ ହରି ମଉସା ବି କହିଲେ ସାନ ମା ଆଜି ତମକୁ ଯିଏ ଦେଖିବାକୁ ଆସିବେ ସେମାନେ ବି ବହୁତ ଭଲ ଲୋକ । ମୁଁ ସକାଳୁ ଅଜୟଙ୍କୁ
ନ ଦେଖି ମଉସାଙ୍କୁ କହିଲି ମଉସା ଅଜୟ କାହିଁ??ମାଉସା କହିଲେ ସେ ଆଜି କଣ ଚାକିରି ପାଇଁ ସହରକୁ ଯାଇଛି । ଦିନ ଯାଇ ସନ୍ଧ୍ୟା ହେଲା ସବୁ ଅତିଥି ଆସି ଚାଲି ବି ଯାଇଥିଲେ । କିନ୍ତୁ ମୋ ମନ କେବଳ ଅଜୟଙ୍କୁ ଖୋଜୁଥିଲା । ଅନୁ
ପୁଅ ଘର ଲୋକେ ମତେ ଦେଖିବାକୁ ଆସିବା କଥାଟା ଶୁଣି । କାହିଁକି କେଜାଣି ଆଜି ମୋର ମନ ଟା ବହୁତ ଗୋଳେଇ ଘାଣ୍ଟି ହଉଚି । ବୋଉ, ବାପା ସମସ୍ତେ ବହୁତ ଖୁସି ଥିଲେ । ଆଉ ହରି ମଉସା ବି କହିଲେ ସାନ ମା ଆଜି ତମକୁ ଯିଏ ଦେଖିବାକୁ ଆସିବେ ସେମାନେ ବି ବହୁତ ଭଲ ଲୋକ । ମୁଁ ସକାଳୁ ଅଜୟଙ୍କୁ ନ ଦେଖି ମଉସାଙ୍କୁ କହିଲି ମଉସା ଅଜୟ କାହିଁ??ମଉସା କହିଲେ ସେ ଆଜି କଣ ଚାକିରି ପାଇଁ ସହରକୁ ଯାଇଛି । ଦିନ ଯାଇ ସନ୍ଧ୍ୟା ହେଲା ସବୁ ଅତିଥି ଆସି ଚାଲି ବି ଯାଇଥିଲେ । କିନ୍ତୁ ମୋ ମନ କେବଳ ଅଜୟଙ୍କୁ ଖୋଜୁଥିଲା । ଅଜୟ ହାତରେ ମିଠା ପ୍ୟାକେଟ ଧରି ଖୁସିରେ ମୋ ଆଡ଼କୁ ଚାଲି ଆସିଲେ । ଆଉ ମିଠା ଗୋଟେ ବାହାର କରି ମତେ ଖୁଆଇ କହିଲେ ଅନୁ ମୋର ଚାକିରୀ ହେଇଯାଇଛି । ମୁଁ ଖୁସିରେ ଅଜୟଙ୍କୁ କଂଗ୍ରାଜୁଲେସନ କହିଲି ତଥାପି ଇଚ୍ଛା ହଉଥିଲା ଯାଇକି ତାଙ୍କୁ ଭିଡି ଧରି ଗୋଟେ ହଗ କରିପକେଇ କହି ଦିଅନ୍ତି ଚାଲ ଆମେ ଘର ଛାଡ଼ି ଚାଲିଯିବା । ମନ ଆଉ ସମାଜର ଦ୍ଵନ୍ଦ ଭିତରେ ସତେ ଯେମିତି ମୁଁ ଫସି ଗଲି । କାହା କଥା ଶୁଣିବି??ମନର ନା ସମାଜର?ସମାଜକୁ ଡରି ମନକୁ ମାରି କେତେ ଦିନ ଏମତି ବଞ୍ଚିବି?ତା ଠୁ ଭଲ ମୁଁ ମରିଯିବି?କଣ ମରିଯିବା ମୋର ଶେଷ ନିଷ୍ପତି?ବୋଉକୁ ଯାଇ ସବୁ କହିଲି ଆଉ ବୋଉ କହିଲା । ପୁଣି ସେହି ସମାଜ କଥା କହିଲା । ନିଜେ ବି ଜାଣି ପାରିଲିନି କଣ କରିବି??ଆମକୁ ନେଇ ସମାଜ??ନା ସମାଜକୁ ନେଇ ଆମେ??ସତ୍ତରେ ବହୁତ କଷ୍ଟ ??
ବାଧ୍ୟ ହୋଇ ଅଜୟ ଙ୍କୁ କହି ଘର ଛାଡ଼ି ଚାଲି ଆସିଲି । ଆଉ ଏଠି ଆସି ଅଜୟଙ୍କୁ ମୁଁ ବାହା ମଧ୍ୟ ହେଲି । କିନ୍ତୁ ଆଜି ଯାଏ ବୋଉ, ବାବା ମତେ ଗ୍ରହଣ କଲେନି । ମୁଁ ସେମାନଙ୍କ ଇଜ୍ଜତ ମାଟିରେ ମିଶେଇ ଦେଲି । ସମାଜରେ ଥିବା ମାନ ମୋ ପାଇଁ ଚାଲିଗଲା । ସତରେ ମନ ଠାରୁ ବି ବଡ଼ ଏହି ସମାଜ ନା??ସମାଜର ଡର ପାଇଁ ପୁଅ, ଝିଅକୁ ବି ବାପା, ମାଆ ଦୁରେଇ ରହୁଛନ୍ତି । ମୁଁ ସିନା ମୋ ମନ କଥା ଶୁଣିଲି କିନ୍ତୁ ବାପା, ବୋଉ ସମାଜ କଥା । ବୋଧେ ମୁଁ ବି ହାରିଗଲି ଏହି ମନ ଆଉ ସମାଜର ଖେଳ ଭିତରେ । ଅଜୟ ମତେ କେବେ କିଛି କହନ୍ତିନି । ତଥାପି ବାପା ଆଉ ବୋଉଙ୍କ ଠୁ ଦୁରେଇ ରହିବା ବହୁତ କଷ୍ଟ । ଅଜୟଙ୍କ ବାପା କିନ୍ତୁ ସମାଜକୁ ନ ଡରି ଆମ ପାଖରେ ରହନ୍ତି । ମୋ ବାପା ବୋଉ ସମାଜକୁ ଡରି ମତେ ଦୁରେଇ ଦେଲେ । ସତରେ ବହୁତ ବଳବାନ ବୋଧେ ଏହି ସମାଜ । ଆଉ ଆଜି ଏହି ସମାଜର ହାତ ଏତେ ବଡ ଯେ ସେ ହାତ ଠାରି ସବୁକିଛି କରିଦିଏ । ସତ ଚେଷ୍ଟା କଲେ ବି ବୋଧେ ସମାଜର ଏହି ହାତକୁ ମୁଁ ରୋକି ପାରୁନି ।