Antaryami Sahu

Romance Crime

3  

Antaryami Sahu

Romance Crime

ଅନ୍ଧ ପ୍ରେମ

ଅନ୍ଧ ପ୍ରେମ

6 mins
218


ଅନ୍ଧ ପ୍ରେମ

-------------

ଏକ ସତ୍ୟ ଘଟଣା ଉପରେ ଆଧାରିତ।

କଥାରେ ଅଛି ପ୍ରେମ ଅନ୍ଧ, ପାଣି ଅନ୍ଧ, ନିଆଁ ଅନ୍ଧ । ଏମାନଙ୍କର ବାଡ ବତା ନାହିଁ। ପାଣି ଯେମିତି ବନ୍ଧବାଡ ମାନେ ନାହିଁ। ତାର ଇଚ୍ଛା ଅନୁସାରେ ନୂଆ ନୂଆ ଦିଗ ବଦଳାଇ ଯାଇଥାଏ।ନିଆଁଯଦି ବେଶୀ ଜଳିଯାଏ ତା ହେଲେ ଯେମିତି ଆୟତ କରାଯାଇ ପାରେନା। ଠିକ୍ ସେହିପରି ଯାହାକୁ ଥରେ ଏହି ପ୍ରେମ ରୋଗ ହୋଇଯାଏ ସେ ରୋଗ ରୁ ସହଜରେ ଉପଶମ ହୋଇପାରେନା, Iଏହି ପ୍ରେମ ରୋଗ ସହଜରେ ହୁଏ ନାହିଁ। ଆଉ ଯଦି ଥରେ ଯାହାକୁ ଗ୍ରାସ କରିଲା ତାହେଲେ ସରିଗଲା କଥା ।

ଏହି ପ୍ରେମକୁ " ଅନ୍ଧ "ବୋଲି ସମସ୍ତ "ପ୍ରେମକବି" ମାନେ ମତ ଦେଇଛନ୍ତି। ପ୍ରେମ କାହିଁକି ଅନ୍ଧ ହୋଇଥାଏ। ମୋ ମତରେ,ପ୍ରେମରେ ଜାତି-ଗୋତ୍ର , ଧନୀ_ ଗରୀବ, ସୁନ୍ଦର - ଅସୁନ୍ଦର ,ଛୋଟ-ବଡ କିଛି ର ବାଛ ବିଚାର ନାହିଁ।ଯିଏ ଯାହାକୁ ଚାହିଁଲା ସେ ତାକୁ ସେତେ ସୁନ୍ଦର ଲାଗିଲା। ମନରେ ଥରେ ଯଦି ପ୍ରେମ ହୋଇଗଲା ତାହେଲେ ସେହି ପ୍ରେମରୁ ମୁକୁଳିବା ବହୁତ କଷ୍ଟସାଧ୍ୟ । ଥରେ ଯଦି ଯିଏ ଏହି ପ୍ରେମ ରୁପକ ନଈରେ ସ୍ନାନ କଲା ତା ହେଲେ ବାରମ୍ଵାର ତାକୁ ସ୍ନାନକରିବାପାଇଁ ମନବଳିବ ।

ଆଗକାଳରେ ପ୍ରେମକୁ ପବିତ୍ର ବୋଲି ମାନି ନେଉ ଥିଲେ ଲୋକେ । ଯେତେବେଲେ ଚିଠି ମାଧ୍ୟମରେ ପ୍ରେମ ର ଭାବ ଦିଆନିଆ ହେଉଥିଲା ସେତେ ବେଳେ ପ୍ରେମ ପବିତ୍ର ଥିଲା। ପ୍ରେମର ପ୍ରକୃତ ମୂଲ୍ୟ କଣ ଲୋକେ ବୁଝିପାରୁଥିଲେ,I ଯେଉଁଦିନ ଠାରୁ ମୋବାଇଲରେ ପ୍ରେମ ଆରମ୍ଭ ହୋଇଗଲା ସେହିଦିନ ଠାରୁ ଆଉ ପ୍ରେମ ପବିତ୍ର ହୋଇ ରହି ନାହିଁ। ଜଣେ ପୁଅ ଦୁଇ-ଚାରି ଝିଅଙ୍କୁ ପ୍ରେମଜାଳରେ ପକାଇଲାଣିତ । କେଉଁ ଝିଅ ଦୁଇ ଚାରି ପୁଅଙ୍କ ଜୀବନ କୁ ନେଇ ଖେଳ ଖେଳିଲାଣି। ଏହିପରି ଚାଲିଛି ଆଜି କାଲିକା ପ୍ରେମ |

ଆଗେ ପ୍ରେମରେ ବିରହ ଥିଲା,ଅପେକ୍ଷା ଥିଲା। କେତେବେଳେ ପ୍ରେମିକର ଚିଠି ଆସିବ ସେ ଚିଠିର ଅପେକ୍ଷାରେ ପ୍ରେମୀକା । ଆଉ ପ୍ରେମିକାର ଚିଠି ଅପେକ୍ଷାରେ ପ୍ରେମିକ Iଆଉ ନିଜନିଜର ଭାବନାକୁ ପ୍ରକାଶ କରୁଥିଲେ ଚିଠି ମାଧ୍ଯମରେ । ନିଜ ନିଜ ମନ ଭିତର କଥାକୁ ଚିଠିରେ ସେସବୁ ପ୍ରକାଶ କରୁଥିଲେ ପ୍ରେମିକ- ପ୍ରେମିକା।

ଏହି କଥା ପ୍ରକାଶ କରିବାର ମାନେ ଆଜି ମୁଁ ମୋର ଏହି ଲେଖାରେ ଏମିତି ଜଣେ ପ୍ରେମରେ ଖେଳ ଖେଳୁଥିବା ଖେଳୁଆଡ଼ ପ୍ରେମିକ ବିଷୟରେ ପ୍ରକାଶ କରିବାକୁ ଯାଉଛି। ପରିଶେଷରେ ସେ ଖେଳୁଆଡ ପ୍ରେମିକ କେମିତି ନିଜ ଜୀବନ ଯୁଦ୍ଧରେ ହାରିଯାଇ ଶେଷରେ ଆତ୍ମହତ୍ୟା କରିଛି ତାହା ଏହି କାହାଣୀର ବିଷୟବସ୍ତୁ ।

ଆମ ଗାଁରୁ ପ୍ରାୟ ସାତ ଆଠ କିଲୋମିଟର ହେବ ସେହି ଗାଁ । ଗାଁର ନାମ ମଧୁପୁର । ରାକେଶ ନାମକ ଏକ ବ୍ୟକ୍ତି ରହୁଥିଲେ।ପେଶାରେ ସେ ଜଣେ କାଠ ମିସ୍ତ୍ରୀ। ସେ ବ୍ୟକ୍ତି ଜଣକ ତାର କାମଧାମ କରି କରି ବହୁତ ଭଲରେ ଥିଲା। ତାର ବିବାହ ବୟସ ଦେଖି ଘରେ ବିବାହ କରିଦେଲେ। ରାକେଶ ତାର ବିବାହିତ ପତ୍ନୀ ସହିତ ଖୁସିରେ ରହିଲା ନାହିଁ।କେଜାଣି କାହିଁକି? ହଠାତ ସେ ତା ବାପା ବୋଉଙ୍କୁ କହିଲା ଯେ ମୁଁ ଏହି ଝିଅ ସହିତ ଖୁସିରେ ରହି ପାରିବି ନାହିଁ, ତେଣୁ ମୁଁ ଏହି ଝିଅକୁ ଛାଡ଼ପତ୍ର ଦେବି । ପଞ୍ଚାୟତ ବସିଲା ଏବଂ ଶେଷରେ ସମାଧାନ ହେଲା ଓ ରାକେଶ ସେହି ଝିଅକୁ ଛାଡ଼ପତ୍ର ଦେଲା ।

ଏପରି ଆଉ କିଛି ମାସ ଗଲା ପରେ ଆଉ ଗୋଟିଏ ବିବାହ କରିଛି, ଏବଂ ସେ ଝିଅ ସହିତ ଦୁଇ ଚାରି ମାସ ରହିଛି ଆଉ ତାକୁ ମଧ୍ୟ ଛାଡ଼ିଦେଇଛି। ଏହାର ମୂଖ୍ୟ କାରଣ ହେଉଛି ସେ ଆଉ ଜଣେ ସ୍ତ୍ରୀଲୋକକୁ ଭଲ ପାଉଛି। ରାକେଶ ସେହି ସ୍ତ୍ରୀର ପ୍ରେମରେ ଏମିତି ଅନ୍ଧ ହୋଇଯାଇଛି ଯେ ନିଜର ସବୁ ହିତାହିତ ଜ୍ଞାନ ଭୁଲି ଯାଉଛି। ଘରେ ରାକେଶର ମାଆ ବାପା ବହୁତ ବୁଝାସୁଝା କରିବାପରେ ପୁଣିଥରେ ସେ ବିବାହ କରିବାପାଇଁ ରାଜି ହୋଇଗଲା।

ଦେଖନ୍ତୁ ରାକେଶ କେମିତି ପିଲା ଯେ,ତା ଭାଗ୍ୟରେ ତିନି ତିନିଥର ବିବାହ ଯୋଗ, ଆଉ କେମିତି ଏଇ ଦୁନିଆ । ଜାଣି ଜାଣି ଗୋଟିଏ କାମୁକ ପୁରୁଷକୁ କେମିତି ଝିଅ ଦେଉଛନ୍ତି। ସେ ଯାହାବି ହେଉ, ରାକେଶ ବିବାହ କରିଛି ଫୁଲବାଣୀରୁ । ରାକେଶର ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦରୀ। ଗୋଟିଏ ଚାଉଳରେ ଗଢ଼ା । ପାଖପଡୋଶୀ କଥା ହେଉଛନ୍ତି ଦେଖରେ କାଇଁ କାଚ ଆଉ କାଇଁ କାଞ୍ଚନ ।ଶଳା ଟୋକାର କରମ କେଡେ ସଳଖ ଯେ ଦୁଇ ଦୁଇଟି ମାଇପ ଛାଡ଼ି ପୁଣି କେମିତି ସୁନ୍ଦରୀ ସ୍ତ୍ରୀଟିଏ ପାଇଛି। ଏହାକୁ କହିବଭାଗ୍ୟ ।

ସେ ଯାହାବି ହେଉ ରାକେଶ ଏଥର ସଂପୁର୍ଣ୍ଣ ବଦଳି ଯାଇଛି। ସେ ତାର କାଠ ମିସ୍ତ୍ରୀକାର୍ଯ୍ୟ ଠିକ୍ ଭାବରେ କରିଚାଲିଲା। ଏପରି କାମ କରିଚାଲିଲା ଯେ, ଲୋକେ ତାର ପ୍ରଶଂସା କରି ଚାଲିଲେ। ୟାରି ଭିତରେ ରାକେଶ ଚାରିଜଣ ପିଲା ରଖିଛି। କାମ ମଧ୍ୟ ବେଶୀ ,ଦିନ ରାତ୍ର ଅବିରତ କାର୍ଯ୍ୟ କରି ଚାଲିଛି ରାକେଶ । ବିଶ୍ରାମ ନାହିଁ। କିନ୍ତୁ ମନରେ ତାର ରହିଯାଇଛି ଗୋଟିଏ ଅବଶୋଷ। ଆଉ ସେହି ଅବଶୋଷଟି ହେଲା ବିବାହର ପାଞ୍ଚବର୍ଷ ବିତି ଯାଇଥିଲେ ମଧ୍ୟ କୋଳରେ ସନ୍ତାନ ସନ୍ତତିଟିଏ ହେଲେ ନାହିଁ। ରାକେଶର ମୁଣ୍ଡ ଅଲଗା ହେବାରେ ଲାଗିଲା। ରାକେଶ ଠିକସେ ପୁର୍ବ ଭଳି ଆଉ କାମ କଳା ନାହିଁ। ବେକାର ହୋଇ ବୁଲିବାକୁ ଲାଗିଲା।ରାକେଶ ତା ସ୍ତ୍ରୀ ପ୍ରତି ଅବହେଳା କଲା।

ରାକେଶ ପୁନର୍ବାର ତାର ଅତୀତକୁ ଫେରିବାକୁ ଲାଗିଲା। ତାଙ୍କ ଗ୍ରାମରେ ରହୁଥିବା ଏକ ବ୍ରାହ୍ମଣୀ ସ୍ତ୍ରୀ ସହିତ ରାକେଶର ପ୍ରେମ ସଂପର୍କ ଗଢିଉଠିଲା।ରାକେଶ ଦିବାରାତ୍ର ସେହି ସ୍ତ୍ରୀର ପ୍ରେମରେ ପଡି ନିଜ ସ୍ତ୍ରୀ ପ୍ରତି ଅବହେଳା କଲା।ଏହି କଥା ଜାଣିପାରି ରାକେଶର ଭାଇ, ବାପା ମାଆ ସମସ୍ତେ ମନା କଲେ ମଧ୍ୟ ସେ କାହାରି କଥାକୁ ମାନିଲା ନାହିଁ। ଏମିତି ଭାବରେ ରାକେଶର ଦିନ ବିତି ଚାଲିଲା।

ସେଇ ବ୍ରାହ୍ମଣୀ ସ୍ତ୍ରୀର ନାମ ଥିଲା ରଞ୍ଜିତା । ସେ ରଞ୍ଜିତା ଏମିତି ଭାବରେ ରାକେଶର ମନ ମନ୍ଦିରରେ ବସି ଯାଇଛି ଯେ, ରାକେଶ ରଞ୍ଜିତା ବିନା ଅଧା ପାଗଳ ହୋଇ ଯାଉଥିଲା। କ୍ଷଣେ ମାତ୍ର ନ ଦେଖିଲେ ବାଉଳା ହୋଇଯାଉଥିଲା ରାକେଶ । ଏମିତି ଦୁଇ ଜଣଙ୍କର ପ୍ରେମର ବର୍ଷାର ଧାର ଟା ଅବାରିତ ଭାବରେ ବହି ଚାଳିଲା । ଦୁହେଁ ଦୁହିଁଙ୍କ ପାଇ ବ୍ୟାକୁଳ । ରଞ୍ଜିତା ସଦାସର୍ବଦା ସ୍ଵାର୍ଥ ପୁରଣ ପାଇଁ ଭଲ ପାଉଥିଲା। କିନ୍ତୁ ଏକଥା ରାକେଶ ଜାଣିପାରୁ ନଥିଲା। ସଦାସର୍ବଦା ରାକେଶକୁ ଫରମାଇସ୍ କରୁଥିଲା। ଆଜି ମୋର ଶାଢୀ ଦରକାର, କାଲିକି ଗହଣା,ଏମିତି ଖାଲି ଶୋଷଣ କରି ଚାଲିଲା ରାକେଶଙ୍କୁ । ତଥାପି ରାକେଶ ସବୁକିଛି ଭୂଲି ରଞ୍ଜିତା ପ୍ରେମରେ ପାଗଳ ହୋଇ ଯାଇଥିଲା। ତାକୁ ସବୁ ସୁନ୍ଦର ହିଁ ସୁନ୍ଦର ଦିଶୁଥିଲା।

ଦିନେ ରାକେଶ ରଞ୍ଜିତାକୁ କହିଲା, ପ୍ରିୟେ ଆମେ ଦୁଇଜଣ ଆଉ କେତେଦିନ ଏମିତି ଲୁକା ଚୁପି ପ୍ରେମ କରିବା। ମୁଁ କଣ କହୁଥିଲିକି ଆମେ ଦୁଇ ଜଣ ଘରଛାଡି ଅନ୍ୟ ଯାଗାକୁ ପଳାଇଯିବା। ଆଉ ସେଠାରେ ଆମର ନିଜର କେହି ନଥିବେ କି ଆମର ପ୍ରତିବନ୍ଧକ କେହି ନଥିବେ।ରାକେଶର କଥା ଶୁଣି ରଞ୍ଜିତା ର ମୁଣ୍ଡ ଗୋଳମାଳ ହୋଇ ଗଲା। ସେ କେବଳ ରାକେଶକୁ ଭଲ ପାଉନଥିଲା।ରାକେଶ ଠାରୁ କିଛି ଅର୍ଥ ଆଉ ତାର ମନ ମୁତାବକ ଜିନିଷ ପତ୍ର ଓ ଗହଣାଗାଣ୍ଠି ପାଇବା ଆଶାରେ ରଞ୍ଜିତା ଭଲ ପାଉଥିଲା।

ରଞ୍ଜିତା କହିଲା ଠିକ୍ ଅଛି ତୁମେ ଜାଣିଛ ଯେ ମୋର ତିନୋଟି ଛୁଆ ଅଛନ୍ତି ଏମାନଙ୍କୁ ଛାଡ଼ି ମୁଁ କେମିତି ତୁମ ସାଥିରେ ଯାଇ ପାରିବି।ମାନୁଛି ତମକୁ ମୁଁ ଭଲ ପାଉଛି ତାର ମାନେ ନୁହେଁ ଯେ ମୁଁ ତମ ସାଥିରେ ମୋର ସ୍ଵାମୀଙ୍କୁ ଛାଡି ମୋର ପୁଅ ଝିଅ ମାନଙ୍କୁ ଛାଡ଼ି ତମ ସାଥିରେ ଚାଲିଯିବି। ଆଉ ଗୋଟାଏ କଥା ତମେତ ତମ ସ୍ତ୍ରୀଙ୍କୁ ସନ୍ତାନଟିଏ ଦେଇପାରିଲ ନାହିଁ। ଆଉ ମୁଁ ତମ ସାଥିରେ ଗଲେ ତୁମେ ମୋତେ କଣ ଦେଇପାରିବ ଯେ, ମୁଁ ତମ ସାଥିରେ ଯିବି । ତମେ ଗୋଟିଏ ମାଇଚିଆଭଳି । ତମ ସହିତ ମୋର କଣ ମ୍ୟାଚ଼ ହେଉଛି ଯେ ମୁଁ ତମ ସହିତ ଯିବି। ନାଇଁ ନାଇଁ ଏ କଥା ଯେମିତି ମୋତେ ଆଉ କୌଣସି ଦିନ କହିବ ନାହିଁ।

ଯେମିତି ରଞ୍ଜିତାଠାରୁ ଏମିତି କଥା ଶୁଣିଛି ରାକେଶ ସଙ୍ଗେସଙ୍ଗେ ତାର ମୁଣ୍ଡରେ ବଜ୍ର ପଡିଲା ଭଳି ଲାଗିଲା। ଯାହାକୁ ସେ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲା। ଶେଷରେ ସେ ତାକୁ ଧୋକ୍କା ଦେଲା। ପୁଣି ଥରେ ରାକେଶ କହିଲା ରଞ୍ଜିତା ତମେ ଏ କଣ କହୁଛ । ମୁଁ ତମକୁ କେତେ ଭଲପାଏ। ତମ ବିନା ମୁଁ ବଞ୍ଚିପାରିବି ନାହିଁ। ଆଉ ମନେରଖ ତମେ ଯଦି ମୋତେ ଧୋକା ଦିଅ ତାହେଲେ ମୁଁ ସତରେ ତମ ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା କରିଦେବି।

ଯେତେ ଅନୁନୟ ବିନୟ ହେଲେ ମଧ୍ୟ ରାକେଶଙ୍କର କୌଣସି କଥା ଶୁଣିଲା ନାହିଁ ସ୍ଵାର୍ଥପର ପ୍ରେମିକା। ଶେଷରେ ରାକେଶ କହିଲା ହେସ୍ଵାର୍ଥପର ପ୍ରିୟା ତୋ ପାଇଁ ମୁଁ ଆଜି କେମିତି ମୋର ଜୀବନ ହାରି ଦେବି ତୁ ଦେଖିବୁ ।

ରଞ୍ଜିତା କହିଲା ତୁ ବୋଧେ ଗୋଟାଏ ବଦ୍ଧପାଗଳ। ଆରେ ତୁ ମରିଗଲେ କି ବଞ୍ଚିଲେ ମୋର ଲାଭ କ୍ଷତି ବା କଣ । ମୋର ଯାଏ କେତେ ଆସେ କେତେ । ମୁଁ ତୋ ବିନା ମଧ୍ୟ ଶାନ୍ତିରେ ରହିପାରିବି।

ପ୍ରେମିକାର ମୁହଁରୁ ଏପରି କଟୁ ବାକ୍ୟ ଶୁଣି ନିଜକୁ ସମ୍ଭାଳି ପାରିଲେ ନାହିଁ ରାକେଶ ଏବଂ ସଙ୍ଗେ ସଙ୍ଗେ ଘରକୁ ଯାଇ ଘରୁ ବିଷ ବୋତଲ ଆଣିଛି ଏବଂ ପ୍ରେମିକାକୁ କହିଛି। ହେ ବିଶ୍ୱାସ ଘାତିନି ପ୍ରେମିକା ତୋ ପାଇଁ ଆଜି ମୋର ଜୀବନକୁ ହାରି ଦେଉଛି । ଏବେ ତୁ ଶାନ୍ତିରେ ରହ। ମୁଁ ଆଉ ତୋରି ଜୀବନରେ କେବେ ଆସିବି ନାହିଁ। ଆଜି ଦିନଠାରୁ ମୋର ମୁହଁ ମଧ୍ୟ ଦେଖିବାକୁ ପାଇବୁ ନାହିଁ। ମୁଁ ଚାଲିଯାଉଛି ତୋ ଜୀବନରୁ ସବୁଦିନ ପାଇଁ । ଯଦି କେବେ ମୋ କଥା ମନେପଡ଼େ ତାହେଲେ ଭାବିନେବୁ ଯେ ସବୁଦିନ ପାଇଁ ତୋ ରାସ୍ତାରୁ କଣ୍ଟା ଚାଲିଗଲା। ବିଦାୟ ନେଉଛି ରଞ୍ଜିତା, ବିଦାୟ . . .

ଏତେ କହି ବୋତଲରୁ ଠିପି ଖୋଲି ଢ଼କ ଢ଼କ କରି ସବୁତକ ବିଷ ପିଇ ଦେଲା ରାକେଶ । ସଙ୍ଗେ ସଙ୍ଗେ ବିଷର ଜ୍ୱାଳାରେ ଛଟପଟ ହୋଇ ତାର ଶରୀର ଠାରୁ ପ୍ରାଣବାୟୁ ଛାଡି ଗଲା। ଏହା ଦେଖି ରଞ୍ଜିତା କଣ କରିବ ସେଠାରୁ ସେ ପଲାଇଗଲା ତାର ଘରକୁ । ଗାଁର ଲୋକମାନେ ଦେଖିଲେ ଆଉ କହିଲେ ବହୁତ ଭଲ ହେଲା । ତାପରେ ପୋଲିସ ଆସିଛି ଶବ ବ୍ୟବଚ୍ଛେଦ କରାଯାଇଛି।

ଏବେ ମଧ୍ୟ ସେହି ରଞ୍ଜିତା ଅଛି ଠିକ ପୁର୍ବ ଭଳି ।

ନାଁ ଅଛି ରାକେଶ

ନାଁ ଅଛି ରାକେଶର ଭଲପାଇବା।

ହେମୋର ବିଦ୍ଵାନ ମଣ୍ଡଳୀ ସଦାସର୍ବଦା ଆମ୍ଭେ ମାନେ ଧ୍ୟାନ ଦେବା ଯେ, ଆମେ ଯାହାକୁ ଭଲ ପାଉଛେ ପ୍ରକୃତରେ ସେ ଆମକୁ ଭଲପାଉଛି କି ନାହିଁ। ଆଉ ଆମେ ଯଦି ବିବାହିତ ତାହେଲେ ପର ସ୍ତ୍ରୀ ପ୍ରତି ଅସଦାଚରଣ କରିବାଟା ଠିକ୍ ନୁହେଁ।

ଆମେ ଯାହା କରିବା ଆମକୁ ତାହାହିଁ ଭୋଗ କରିବାକୁ ପଡିବ।



Rate this content
Log in

Similar oriya story from Romance