ଅଢେଇ ଅକ୍ଷର ପ୍ରେମ
ଅଢେଇ ଅକ୍ଷର ପ୍ରେମ


ଦିନେ ଅପରାହ୍ନରେ ମୁଁ, ଆମ ବାଡିରେ କେଉଁଦିନୁ ପଡିରହିଥିବା ଚାକୁଣ୍ଡା ଗଛର ଗଣ୍ଡିଟା ଉପରେ ମନଦୁଃଖରେ ବସିଥିବାବେଳେ ମୋର ବାଲ୍ୟସାଥୀ ରେବ ପଛପଟୁ ଆସି ମୋ’ ପିଠିକୁ ଟିକେ ଛୁଇଁଦେଇ କହିଲା-
-କ’ଣ ଭାବୁଛ ? ଅନ୍ୟମନସ୍କ ଥିଲାପରି ଲାଗୁଛ ?
-ତୁ ତ ଦେଖୁଛୁ, ବୋଉବାପାଙ୍କ ଦେହପା ଆଜିକାଲି ଆଉ ଭଲ ରହୁନି । ସବୁଦିନେ ଚାଉଳ ପରିବା କିଣା ସାଙ୍ଗକୁ ଔଷଧପତ୍ରରେ ସବୁ ପଇସା ଯାଉଛି । ଆଉ କିଛି ବଳୁନି । ଏ ନିଅଂଟିଆ ଦୁନିଆରେ କେମିତି ଚଳିବି କିଛି ଭାବି ପାରୁନି ।
-କାହିଁକି ଅଧର୍ଯ୍ୟ ହେଉଛ ? ଧିରେ ଧିରେ ସବୁ ଠିକ୍ ହେଇଯିବ ।
ସକାଳୁ ସକାଳୁ ରେବ ତାଳବଣ ପୋଖରୀକୁ ସ୍ନାନ କରିବାକୁ ଯାଉଥିବା ସମୟରେ ପଛପଟୁ ମୁଁ ଆସି ଖୁସିରେ ତା’ ହାତକୁ ଟିକେ ଧରିନେଇ ହସି ହସି କହିଲି–
-ଜାଣିଛୁ ଗୋଟେ କଥା ?
-କ’ଣ ?
-ମଲା, ଗାଁଟା ସାରାଲୋକେ ଜାଣିସାରିଲେଣି , ଅଥଚ ତୁ ଏଯାଏ ଜାଣିନୁ ?
-କେଉଁ କଥା ବା ?
-ଆମ ବାହାଘର କଥା । ଆସନ୍ତା ମାସରେ ହେବ ବୋଲି ତୁମ ବାପା ପରା କାଲି ସଂଧ୍ୟାରେ ଆମ ଘରକୁ ଆସି ମୋ ବାପାଙ୍କ ସହ କଥା ହୋଇ ଯାଇଛନ୍ତି । ତୁ ଏଥର ଖୁସି ତ ? ଯାହାହେଉ, ଆମ ଭଲପାଇବା ଏତେ ଦିନେ ସଫଳ ହେଲା ।
ମୋ ମୁହଁରୁ ଏକଥା ଶୁଣି ରେବ ଲାଜରେ ମୁହଁ ତଳକୁ କରି ଗୋଡର ବୁଢାଆଙ୍ଗୁଠିରେ ମାଟିରେ ଗାର ଟାଣୁ ଟାଣୁ ହସି ହସି କହିଲା – ତମେ ନିହାତି ବୁଦ୍ଦୁ । ଏତିକି ବୁଝିପାରିଲନି ? ମୁଁ କାଲି ବାପାଙ୍କୁ ତୁମ ଘରକୁ ପଠେଇଥିଲି ବୋଲି ?