STORYMIRROR

Basanti Pattnaik

Romance Tragedy

3  

Basanti Pattnaik

Romance Tragedy

"ଅଭିମାନିନୀ"

"ଅଭିମାନିନୀ"

2 mins
235

ଶୀତୁଆ ସକାଳର ଚା ପିଉଥିବା ବେଳେ ମୁଁ ତୁମକୁ ଡାକିଲି, ଆମେ ମାନେ ସବୁ ଦିନ ଏକାଠି ହୋଇ ଏହି ଚା ର ମଜା ନେଉ କିନ୍ତୁ ଯେତେ ଡାକିଲେ ବି ତୁମେ ଆସୁନ । ନଭେମ୍ବର ଆଠ ତାରିଖରେ ତୁମେ ସବୁ ଦିନ ପାଇଁ ସମସ୍ତଙ୍କୁ ଛାଡି ଚାଲିଗଲ ଆରପାରିକୁ ଏହି ସତ୍ୟତାକୁ ଜାଣି ମଧ୍ୟ ମୁଁ ଗ୍ରହଣ କରିପାରୁନାହିଁ। ମୁଁ କେବେ ଚା କରେନାହିଁ ସେ ଦାୟିତ୍ବଟା ତୁମେ ଖୁସିରେ ନେଇ ଥିଲ କାରଣ ତୁମ ହାତରୁ ‌‌‌‌ଚା ବହୁତ ମଜାଦାର ବୋଲି ପରିବାରରେ ତୁମ ହାତର ଚା ପିଇବା ପାଇଁ ଲାଳାୟିତ ହୋଇଥାନ୍ତି । ସକାଳର ତୁମ ହାତର ଚା ର ମଜା ଆଜି କାହିଁକି ବେଶୀ ମନେ ପଡୁଛି, ତୁମେ ଥଟ୍ଟାରେ ମୋର ଚା କୁ ଚିଡାଅ ତେଣୁ ମୁଁ କେବେ କରେନାହିଁ ।

          ୨୦୨୦ ରେ ସାରା ବିଶ୍ଵ କୁ କରୋନା ରୂପି କଳା ଚାଦର ଘୋଡାଇ ଦେଇଛି । ଏହି ଆତଙ୍କରୁ ତୁମକୁ ବଞ୍ଚେଇ ବା ପାଇଁ ସବୁବେଳେ ସଜାଗ ରହିବା ପାଇଁ ତୁମ ସନ୍ତାନ ମାନେ ତାଗିଦ୍ କରୁଥାନ୍ତି ଓ ମୋତେ ତୁମ ସହିତ ଜଗି ରହିବା ପାଇଁ ସବୁବେଳେ ଫୋନ୍ କରି ବୁଝୁଥାଆନ୍ତି । ତୁମେ କିନ୍ତୁ ହସିଦେଇ କୁହ ମୋତେ କୋରୋନା ର ବାପା ହୋଇଛି ! ମୁଁ ତୁମକୁ ବୁଝାଏ ତୁମେ ଆହୁରି ପନ୍ଦର ବର୍ଷ ବଞ୍ଚିବ । ଆମେ ଦୁହେଁ ନାତୁଣୀ ସହିତ କାର୍ ରେ ବୁଲିବା, ସେ ଚଲେଇବ ! ବଡ଼ ଝିଅ ଇଟାଲୀ ରେ ରହେ । କୋରୋନା ପାଇଁ ଆସାପାରିନି ତୁମକୁ କାନ୍ସର ହୋଇ ଗଲା । ସକଳ ପ୍ରଚେଷ୍ଟା ସତ୍ତ୍ୱେ ତୁମକୁ ହରାଇ ବସିଲୁ । ପ୍ରତି ମୁହୂର୍ତ୍ତରେ ତୁମର ସର୍ବ କାର୍ଯ୍ୟକୁ ମନେପକାଉଛୁ । ୨୦୨୦ରେ ତୁମକୁ ହରାଇ ବସିବାର କାରଣ ମୁଁ କୋରୋନା ପରିସ୍ଥିତିକୁ ଦିଏ କାରଣ ବାହାରକୁ ନେଇ ପାରିଲୁ ନାହିଁ ।

     ଚା କପ୍ ଦୁଇ ଥର ସାରି ତୁମକୁ ପାଖରେ ସ୍ପର୍ଶ ଅନୁଭବ କରୁଥିଲି । ବିଛଣାରୁ ଉଠିଲା ବେଳେ ଏବେ ଭି ଗୁଣୁ ଗୁଣୁ ହୋଇ କହେ ଚା କରି ସାରିଲଣି.....ସତେ ଯେପରି ଚା କପ୍ ରେ ତୁମ ପ୍ରେମର ସ୍ପର୍ଶ ଲାଖି ରହିଛି, ତୁମକୁ ମୁଁ ନ ପାଇ ଅଭିମାନ କରି ବସିଛି, ଜଲଦି ଆସ ମନେଇବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance