STORYMIRROR

Kabiratna Nutan Kumar Behera

Romance Action Classics

4  

Kabiratna Nutan Kumar Behera

Romance Action Classics

ଆସ ଟିକେ ବାଲୋକୋନୀରେ ବସିବା

ଆସ ଟିକେ ବାଲୋକୋନୀରେ ବସିବା

3 mins
405


ନିତି ସୂର୍ଯ୍ୟ ଉଏଁ ସକାଳରୁ କ୍ରମଶଃ ସଞ୍ଜ ନଇଁ ଆସେ।

ଗତାନୁଗତିକ ନୀତି ନିୟମରେ ପ୍ରକୃତି ତାର ଧର୍ମ ପାଳି

ଜୀବ ଜଗତର କଲ୍ୟାଣ ସାଧନାରେ ରହିଥାଏ। ସମର୍ପିତ

କରିଦିଏ ସୁନ୍ଦର ପ୍ରକୃତିର ସବୁ କିଛି ଯା' ଈଶ୍ଵର ଦତ୍ତ। ଅଦୃଷ୍ଟ ସେ ସୃଷ୍ଟିକର୍ତ୍ତାଙ୍କର ପ୍ରତିଟି ଇଙ୍ଗିତରେ ସୁନ୍ଦର ରୂପ ନେଇ ଏ

ପ୍ରକୃତିରେ ହିଁ ପରିପ୍ରକାଶିତ ହୁଏ। ଜୀବନ ବୁଝେ ଜୀବନର

ମର୍ମ। ଋତୁ ପରେ ଋତୁ ବଦଳି ଚାଲେ।

     ଖରା ଗଡିଲେ ତାର ଲମ୍ବା ଛାଇ ବିସ୍ତାର କରି ଅପରାହ୍ନ ମୁହୂର୍ତ୍ତଟାକୁ ସରସ ସୁନ୍ଦର କରିଦିଏ। ବେଶି ବେଶି ଭଲ ପାଇବା ଅଜାଡ଼ି ଦିଏ। ତାର ଅସ୍ତରଙ୍ଗରେ ପ୍ରତିଫଳିତ

ହୁଏ ସାରା ଦିନର ଅନୁଭବ। ଗୋଟି ଗୋଟି ସବୁ ମନର

ଆଲମାରୀ ସ୍ମୃତିର ଆଲବମ୍ ହୋଇ ସଜା ହୋଇ ରହେ।

କିଛି ସ୍ମୃତି ଥାଇ ବି ମନେ ପଡେ ନାହିଁଁ। କିଛି ସ୍ମୃତି ଭୁଲି ବି

ଭୁଲି ହୁଏନା। ଜୀବନ ଥିବା ଯାଏଁ ଜୀବନ୍ତ ଥାଏ। ପ୍ରତିଦିନ ଅଫିସ୍ ରୁ ଫେରି ଫ୍ରେସ୍ ହେବା ପୂର୍ବରୁ  ମାନବବାବୁ ନିଜ ଧର୍ମପତ୍ନୀ ମୈତ୍ରୀ ଆସି ପାଖରେ ଉପସ୍ଥିତ ହୁଅନ୍ତି। କେଜାଣି ଦିନ ତମାମ୍ ଅପେକ୍ଷାରେ ଥାନ୍ତି ବୋଧେ। ସେଇ ମଧୁର ହସଟିଏ ହସି ଦେଇ ତାଙ୍କ ହାତରୁ ବ୍ୟାଗ୍ଟି ଫିନ୍ ବକ୍ସ୍ ନେଇଯାନ୍ତି। ଆଉ ଯିବା ବେଳେ କୁହନ୍ତି ଶିଘ୍ର ଫ୍ରେସ୍ ହୋଇ ଯାଅ। ମୁଁ ଚା' ନେଇ ଆସୁଛି ଆସ ଟିକେ ବାଲକୋନୀରେ ବସିବା ।

     ମାନବବାବୁ ଆଉ ମୈତ୍ରୀ ଦେବୀ ଏବେ ଦୁହେଁ 

ପ୍ରୌଢ଼ ବାର୍ଦ୍ଧକ୍ୟ ଛୁଇଁ ଆସିଲାଣି। ବୟସ ତାର ଚାପ

ପକାଇ ସାରିଲାଣି। ଦାମ୍ପତ୍ୟ ଜୀବନର ତିନି ଦଶନ୍ଧି ବିତି

ଯାଇଥିଲେ ବି ତାଙ୍କ ଭିତରେ ସେଇ ଭଲ ପାଇବା

ମୈତ୍ରୀଦେବୀ ସେମିତି ଲାଜୁଆ ହସନ୍ତି ଆବେଗଭରା ମନର

ଭାବନାକୁ ନେଇ ମାନବବାବୁ ପ୍ରତିଦାନରେ ହସି ଦେଇ

ଅର୍ଥପୂର୍ଣ୍ଣ ଇସାରା ଦିଅନ୍ତି। ଏବେ ବି ତାଙ୍କର ପ୍ରେମ

ସରସ ସୁନ୍ଦର ମଧୁମୟ ଲାଗେ। ଦୁହେଁ ଦୁହିଁଙ୍କର ହୃଦୟ

ଭିତରେ ବସା ବାନ୍ଧିଛନ୍ତି। ନିଆରା ନିଆରା ଲାଗେ ତାଙ୍କର

ସ୍ଵାମୀ ସ୍ତ୍ରୀର ପବିତ୍ର ସଂପର୍କ। କେତେ ଗଭୀର ତାଙ୍କର

ଭଲ ପାଇବା ଉନ୍ନତ ବୁଝାମଣା ଆଦର୍ଶ ଜୀବନ।

      ମାନସବାବୁ ବାଲକୋନୀକୁ ଆସନ୍ତି। ପଛେ ପଛେ

ସହଧର୍ମିଣୀ ମୈତ୍ରୀ ମଧ୍ୟ ହାତ ତା' କପ୍ ଧରି। ଉଭୟେ

ତାଙ୍କ ଘରର ବାଲକୋନୀରେ ବସନ୍ତି ଘଡ଼ିଏ ରାତି ହେବା

ଯାଏଁ। ଏଇଠି ବସି ଦୁହେଁ ଫେରି ଯାଆନ୍ତି ତାଙ୍କର ପିଲା

ଦିନକୁ ଆଦ୍ୟ ଯୌବନର ମାତକତାଠାରୁ ଅଦ୍ୟାବଧି

ଯେତେ ସାଉଁଟି ଥିବା ସ୍ମୃତିକୁ ମନ୍ଥନ କରନ୍ତି। ଆବେଗରେ

କେବେ ହସନ୍ତି କେବେ ପୁଣି ବିଷାଦରେ ଛଳଛଳ ହୋଇ

ଉଠେ ତାଙ୍କର କ୍ଳାନ୍ତ ଆଖି। ଜୀବନ ଏକ ଅସରନ୍ତି ଲମ୍ବା ରାସ୍ତା ତାର ନିର୍ଦ୍ଦିଷ୍ଟ ଠିକଣା ବା ଲକ୍ଷ୍ୟସ୍ଥଳ କେଉଁଠି ହିସାବ ଭିତରେ ଠିକ୍ କରି ପାରେନା ମଣିଷ। ସମସ୍ତେ ଚାହାଁନ୍ତି ନିଜ ନିଜ ଜୀବନର ପରିପୂର୍ଣ୍ଣତା ସୌଭାଗ୍ୟ ଥିଲେ ବାର୍ଦ୍ଧକ୍ୟ ଯା

ଏଁ ଏକାଠି ଦୁଃଖ ସୁଖ ବିତାନ୍ତି ସ୍ଵାମୀ ସ୍ତ୍ରୀ ପାଇଥାନ୍ତି ଜୀବନର ସାର୍ଥକତା।

    ମାନବବାବୁଙ୍କର ଗୋଟିଏ ପୁଅ ଗୋଟିଏ ଝିଅ। ଉଭୟଙ୍କୁ

ଶିକ୍ଷା ସଂସ୍କାର ଦେଇଛନ୍ତି ପାରୁ ପର୍ଯ୍ୟନ୍ତ। ଉଚ୍ଚଶିକ୍ଷା ସମାପ୍ତି

ପରେ ଝିଅ ହୋଇଛି ଅଧ୍ୟାପିକା ଆଉ ପୁଅ ପ୍ରଶାସନିକ ଅଧିକାରୀ। ଆଦର୍ଶ ପରିବାର ସେ ଏକ ଉଦାହରଣ ସୃଷ୍ଟି

କରିଛନ୍ତି। ଝିଅର ବାହାଘର ପାଞ୍ଚବର୍ଷ ହେଲା ସରିଛି। ତା' କୋଳରେ ତିନି ବର୍ଷର ଅଲିଅଳି ନାତୁଣୀ। ବାଲକୋନୀରେ

ବସିଥିଲା ବେଳେ ଫୋନ୍ ରେ ଡାକେ ଅଜା ଆଈ ଖଣ୍ଡି ଖଣ୍ଡି ଇଂରାଜୀରେ ଶୁଭେଚ୍ଛା ଜଣାଏଁ। ସତରେ  ଅଜା ଆଈ ଭାବରେ ତାଙ୍କୁ ବେଶ୍ ଖୁସି ଲାଗେ। ମନକୁ ଆସେ ଜୀବନରେ ଏ ସଫଳତା ଏକ ପ୍ରମାଣ ପୁଅ ଏବେ ନିକଟରେ ବାହାଘର ସରିଛି। ବୋହୂ ସାଥୀରେ ଚାକରି କରିବା ସ୍ଥାନରେ ଘରେ ଦୁହେଁ ବାପା ମାଆ ମାନବାବୁ ଓ ମୈତ୍ରୀ ଦେବୀ। ପ୍ରତିଦିନ ବାଲକୋନୀରେ ଆସି ବସନ୍ତି ଗପନ୍ତି ଦୁହେଁ। ଆଲୋଚନାର ପ୍ରସଙ୍ଗ ଲମ୍ବିଥାଏ ହାଣ୍ଡିଶାଳରୁ ସାରା ଭୂମଣ୍ଡଳ ପାଖ ମନ୍ଦିରରୁ ଆରତୀ ହେବାର ମନ୍ତ୍ର ଧ୍ବନି ତାକୁ କରିଦିଏ ଭକ୍ତିମୟ। ଜୀବନର ବିଗତ ଦିନଗୁଡ଼ିକର ସ୍ମୃତି ଚାରଣ କରନ୍ତି

ପିଲାମାନଙ୍କର କଥା ଉଠେ। ତାଙ୍କୁ ମଣିଷ କରିବା ପାଇଁ

ଯେଉଁ ଶ୍ରମ ସାଧନା ସେବା ଯତ୍ନ ତ୍ୟାଗ ମୈତ୍ରୀ ଦେବୀ

କରିଛନ୍ତି ତାର ସାବାସୀ ଦିଅନ୍ତି ମାନବବାବୁ। ପ୍ରତି ଉତ୍ତର

ମୈତ୍ରୀ ଦେବୀ ମଧ୍ୟ ମାନବବାବୁଙ୍କୁ ପ୍ରଶଂସାରେ ପୋତି

ଦିଅନ୍ତି।

    କିଛି ବର୍ଷ ହେଲା ମାନବବାବୁ ଚାକିରିରୁ ଅବସର

ନେଲେଣି। ତାଙ୍କର ଶାରୀରିକ ଗଠନକୁ ଦେଖି ଜଣା

ପଡନ୍ତିନି ସେ ଜଣେ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ବୋଲି।

ମଝିରେ ମଝିରେ ଉଭୟେ ଯା'ନ୍ତି ପୁଅ ବୋହୂ, ଝିଅ ଜ୍ବାଇଁଙ୍କ

ପାଖକୁ। କିଛିଦିନ ରହି ପୁଣି ଫେରି ଆସନ୍ତି ନିଜ ଘରକୁ।

ଜୀବନରେ ସଫଳତା ଅର୍ଜି ଶାନ୍ତିରେ ସମୟ କାଟୁଥିବା

ପତିପତ୍ନୀ ମଧ୍ୟରେ ଏତେ ନିବିଡ ସଂପର୍କ ଆଜିକାଲି

ପ୍ରାୟତଃ ଦେଖିବାକୁ ମିଳେ କ୍ଵଚିତ। ସେ ସମୟ ଆଜି ଅତିକ୍ରମ ହୋଇ ଯାଇଛି। ବିଧିର ବିଧାନ ପ୍ରକୃତିର ନିୟମ ବଦଳେ। ମଣିଷ ସମୟର ଦାସ ପାଲଟେ। ଇତି ମଧ୍ୟରେ ମୈତ୍ରୀ ଦେବୀ ହୃଦଘାତରେ ପ୍ରାଣ ହରାନ୍ତି। ମାନବବାକୁ ଏକା ଏକା ନିଃସଙ୍ଗତାରେ ପ୍ରାଣପ୍ରିୟା ପତ୍ନୀଙ୍କୁ ମନେ ପକାନ୍ତି। ସବୁ ସ୍ମୃତି ସତେଜ ହୋଇ ଆସେ। ତଥାପି ପୁଅ ବୋହୂ, ଝିଅଜ୍ଵାଇଁ ନାତି ନାତୁଣୀ ଗହଣରେ ଥାଇ ମଧ୍ୟ କେମିତି ଏକ ଅସହୟତାପଣ, କ୍ଳାନ୍ତି ଆଉ ବିବଶତା ତାଙ୍କୁ ରାହୁ ପରି ଗ୍ରାସ କରୁଥାଏ। ମନରେ ପ୍ରଫୁଲ୍ଲତା ଆସେନି। ପରିପୂର୍ଣ୍ଣ ଜୀବନରେ ସବୁ ଥାଇ ବି ତାଙ୍କର ଶୂନ୍ୟତା ଅନୁଭବ କରନ୍ତି ଏବେ ପ୍ରତି ମୁହୂର୍ତ୍ତରେ। ବାର୍ଦ୍ଧକ୍ୟତା ସ୍ପର୍ଶରେ ସେ ଭାଙ୍ଗି ଭାଙ୍ଗି ପଡ଼ୁଛନ୍ତି ଜରା ବ୍ୟାଧିରେ ଶିଥିଳ ଶରୀର ଧୀରେ ଧୀରେ ବରଫ ପାଲଟି ଆସୁଛି । ଏ ସ୍ମୃତିକୁ ମାନବବାବୁ ଭୁଲି ପାରନ୍ତି ନାହିଁ।ସଞ୍ଜ ନଇଁ ଆସିଲେ ତାଙ୍କୁ ସ୍ପଷ୍ଟ ଶୁଭେ ସତେ ଯେମିତି ମୈତ୍ରୀଦେବୀ ତାଙ୍କ ପାଖକୁ ଆସି କହୁଛନ୍ତି ଆସ ଟିକେ ବାଲକୋନୀରେ ବସିବା ।


Rate this content
Log in

Similar oriya story from Romance