ଆମ ଲୁଲୁଙ୍ଗପିକନିକ୍ ୨ୟ ଭାଗ
ଆମ ଲୁଲୁଙ୍ଗପିକନିକ୍ ୨ୟ ଭାଗ
ବାଟରେ ପଡ଼ିଲା ସାମାଖୁଣ୍ଟା ଫାର୍ମ ।
ସେଠାରେ ଅଟକିଲୁ କିଛି ସମୟ ପାଇଁ।
ସାଇକେଲ ବାସ୍କେଟରେ ଥିବା ଟେପ ରେକର୍ଡରୁ ଗୀତ ବାଜୁଥାଏ ।ମଝିରେ ମଝିରେ ତାର ହଲି ଯିବାରୁ ବନ୍ଦ ହୋଇଯାଏ । କିନ୍ତୁ ଏସବୁ ଯାହା ସାଇକେଲ ରେ ଥାଏ ତାକୁସବୁ ଜଣା । କେମିତି ଠିକ ହେବ ।
କହିବାକୁ ଗଲେ ସବୁ ଗୀତ ବହୁତ ପୂର୍ବ ରୁ ପ୍ରସ୍ତୁତ ହୋଇଥାଏ ।ଗୀତର ଚିଠା ସହ କେସେଟ ରେକଡିଂ କରାଯାଏ। ସେତେବେଳେ ବାରିପଦାରେ କେସେଟ ରେକଡିଂ ଦୋକାନ ର ବହୁତ ଗୁରୁତ୍ଵ ଥିଲା ।ଏହି ଦୋକାନ ମାନଙ୍କରେ ନିଜ ମନମୁତାବକ ଗୀତ ର ରେକଡ୍ କରିହେବ ।
ରେକଡିଂ ଦୋକାନ ଗୁଡିକ ମନେ ପକେଇ ଦେଉଛି ପ୍ରଥମରେ ‘ଶୀତୁ ରେକରେକଡିଂ ସେଣ୍ଟର’ । ବଡବଜାର ରେ ରହିଥିଲା ଏହିଦୋକାନ ।ଘରର ବାହାର ପଟକୁ ଏକ କୋଠରି ରେ ଏହି ଦୋକାନ । ଜଗନ୍ନାଥ ମନ୍ଦିର ଗଲାବେଳକୁ ଶୀତଳା ମନ୍ଦିର ପାରହେଲାପରେ ବାମପଟେ ପୁଷ୍ପଭଣ୍ଡାର। ତା’ପରେ ସାହୁ ଘର । ସେଇଠି ସେହି ଦୋକାନ ।ସନ୍ତୋଷ ସାର ଙ୍କ ସାନଭାଇ ଏହି ଦୋକାନ କରିଥିଲେ ।ସନ୍ତୋଷ ସାର୍ ଆମ ସାର୍ ଥିଲେ ।
ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜ ଉଚ୍ଚବିଦ୍ୟାଳୟରେ ପଢିବା ବେଳେ ।
ଅନେକ ପୁରାତନ କମ୍ପାନୀ ର ରେକର୍ଡ ଯେମିତି ଗାଥାନି ,ଏଚ୍. ଏମ୍ . ଭି କମ୍ପାନୀ ର ବହୁ ପୁରାତନ ରେକର୍ଡ ରଖିଥାନ୍ତି ।ସତ୍ୟସାଇ ବାବଙ୍କ ନିଜେ ଗାଇଥିବା ଏକ ରେକର୍ଡ ଥରେ ଆମକୁ ଦେଖାଉଥିଲେ । ଏହା ସହ ଆଉ ଗୋଟିଏ ରେକର୍ଡିଂ ଦୋକାନ ହେଲା ବାରିପଦା ପୋଖରିଆଡି ।
ବିଷ୍ଣ ଚରଣ ମହାନ୍ତି ଦୋକାନ ପାଖାପାଖି।
ବନ୍ଧ ହୋଇଯାଇଥିବା ହୋଟେଲ ଜନତା ପାଖରେ ।
ସେଠାରେ ରେକର୍ଡିଂ ପାଇଁ ସ୍ଵତନ୍ତ୍ର ଫର୍ମାଟ ଥାଏ ।
ନିଜ ଚୟନ ଗୀତ ଗୁଡିକ ଫିଲ୍ମ ସହ ଲେଖିକି ଦେବାକୁ ହୁଏ ।ଦିନେ ଦୁଇ ଦିନ ପରେ ମିଳିଯିବ। ସେମିତି ବାରିପଦା ର କୁକୁଡା ମାର୍କେଟ ଗଳି ରେ ମୁନାଭାଇଙ୍କ କେସେଟ ଦୋକାନ ।
ଫିଲ୍ମର ନାମ ମନେ ନପଡିଲେ ମୁନାଭାଇ ଦୋକାନରେ ଜଣେ ସହାୟକ ଥାନ୍ତି । ଆମେ ନନା ବୋଲି ଡାକୁ ।
ତା’ଙ୍କୁ ସବୁ ଜଣା। ସେ ବେଶ ସହଯୋଗ କରନ୍ତି ।
କେଉଁ ଗୀତ କେଉଁ ସିନେମା ର । ତାପରେ ପରେ ପ୍ରିୟା ଡ୍ରେସ ର ମୁନା ଭାଇ ,ସରକାରୀ ବସଷ୍ଟାଣ୍ଡର ସାମ୍ନା ରେ ଜଣେ ନନା ରେକର୍ଡିଂ କରୁଥିଲେ । ଚଷମା ପିନ୍ଧନ୍ତି ।
ପରେ ପରେ କ୍ରମେ ସିଡି ଆସିଲା । ଏସବୁର ଚଳଣି ଗୋଟେ ପ୍ରକାର ଉଠିଗଲା ପରେ ସେ ବସ କଣ୍ଡକ୍ଟର କରୁଅଛନ୍ତି ।
ପରେ ବହୁତ ଥଣ୍ଡା ଲାଗୁଥାଏ ଅଟକିଲା ବେଳକୁ ।
ଆଉ କିଛି ଦୋକାନ ମନେ ପଡୁଛି କାଳୀପୂଜା ମଣ୍ଡପ ।
ଶ୍ରୀକୃଷ୍ଣ ଟ୍ରେଡ଼ର୍ସ ସାମ୍ନା । ସେଠାରେ ଏକ ଗୁମୁଟି ରେ ଜଣେ ନୂଆ କେସେଟ ବିକ୍ରି ସହ ରେକର୍ଡିଂ ମଧ୍ୟ କରନ୍ତି ।
ସେତେବେଲେ ବାରିପଦା ରେ ଅନେକ ଗୁମୁଟି ।ଗୁମୁଟି ରେ ଛୋଟ ଛୋଟ ଦୋକାନ କରିଥାନ୍ତି ।
ଏବେ ଅଳ୍ପ କିଛି- କିଛି ଅଛି। କହୁ କହୁ ରେକର୍ଡିଂ ବିଷୟରେ ବେଶୀ ହୋଇଗଲା । ଏବେ ମୂଳ ବିଷୟକୁ ଫେରିବା ।
ହଁ, କେତେବେଳେ ଶ୍ୟାମାଖୁଣ୍ଟା, ଧନପୁର ଛକ ପାର ହୋଇ ସାରି ରଙ୍ଗାମାଟିଆ ଛକ ପହଞ୍ଚିଗଲୁ ଜଣାପଡିଲାନି ।
ଆଉ ଅଳ୍ପ ବାଟ ପରେ ଆମ ବହୁ ଇପସିତ- ଅନ୍ଵେଷାର ଜୀବନ୍ତ ରୂପ -ପିଠାବାଟା"ଲୁଲୁଙ୍ଗ ।ରାସ୍ତାକଡରେ ମନମୁଗ୍ଧକର ସବୁଜ ବନାନୀ ଦେଖି ଅବିଭୂତ ହେଲୁ । କାଠ ନେଇ ପାଦରେ ଚାଲି ଚାଲି ଅନେକ ମହିଳା ଆସୁଥାନ୍ତି । ମୁଣ୍ଡ ଉପରେ କାଠ ।
ଏକ ପୁଡା କରି ବାନ୍ଧି ଥାନ୍ତି ।ସବୁ କାଠକୁ ବାନ୍ଧି ସାରିବା ପରେ କାଠ କାଟିଥିବା କୁରାଢି ଅବା ବୁଡିଆ କୁ ମଧ୍ୟ କାଠ ସହ ବନ୍ଧା ହୋଇଥାଏ । ଆମ ମୟୂରଭଞ୍ଜ ରେ ବୋଧହୁଏ କୁରାଢି କୁ ବୁଡିଆ କହନ୍ତି । ଆମେ କହୁ ବୁଡିଆ । ଜାଣିଗଲୁ ଏଇଠୁ ଆରମ୍ଭ ହେଲା ଶିମିଳିପାଳ ର ଇଲାକା ଯେଉଁଠି ଶାଳଗଛ ସବୁ ଦୋଳି ଖେଳେ ପବନର ସ୍ପର୍ଶରେ। ମନୋରମ ନୀରବ ପାହାଡ ମନ ମୋହି ନେଉଥାଏ ।ପରେ ଜାଣିଲି ଏହି ରାସ୍ତାରେ କୁଆଡେ ଓଡ଼ିଆ ସିନେମାର ଯଶସ୍ଵୀ ସଙ୍ଗୀତ ସଙ୍ଗୀତ ନିର୍ଦ୍ଦେଶକ ରାଧାକୃଷ୍ଣ ଭଞ୍ଜ ।ମୟୂରଭଞ୍ଜ ମାଟିର କୃତି ସନ୍ତାନ । । ୧୯୭୭ ମସିହା। ବାରିପଦାରେ ନିର୍ମିତ ଶ୍ରୀ ଗଣେଶ ଜୀଉଙ୍କ ଓଡ଼ିଆ ସିନେମା ଅଭିମାନ ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସେହି ଅଭୁଲା ଗୀତ - "ଭସା ମେଘ ମୁଁ ଯେ ଭାସି ଯାଏ ଦୂରେ ...। ଗୀତର ସୂର ଏହି ରାସ୍ତା ରେ ଅଚାନକ ଭାବେ ଆସିଥିଲା ବୋଲି କେଉଁ ବହିରେ କିମ୍ବା ସାକ୍ଷାତକାରରେ ପଢିଥୁଲି । ମନେପଡୁଛି ପଢିଥିବା ଘଟଣାଟି ଏହିପରି ସଙ୍ଗୀତ ନିର୍ଦ୍ଦେଶକ ରାଧାକୃଷ୍ଣ ଭଞ୍ଜ ଏକଦା ସାଇକେଲ ରେ ଶିମଳିପାଳ ରୁ ଫେରୁଥିଲେ କି ଯାଉଥିଲେ ସଠିକ କହିପାରିବି ନାହିଁ ।
କିନ୍ତୁ ଯେଉଁ ସ୍ଥାନ ରେ ଗଡାଣି ଥାଏ ସେଇ ଜାଗା ରେ ସାଇକେଲ ର ପେଡାଲ ବନ୍ଧ କରିଦିଅନ୍ତି ।ରାସ୍ତାଟି ବେଶ ଗଡାଣି ଥିବାରୁ ସାଇକେଲ ଟି କେତେ ସୁନ୍ଦର ଗଡିଯାଏ ଯେ ବର୍ଣ୍ଣନା କରିବା ଅସମ୍ଭବ ।କେବଳ ଅନୁଭବି ହିଁ କହିପାରିବ ।
ଗଡାଣି ରେ ସାଇକେଲ ଗଡିଛି । ଅଦୂରରେ ଦେଖାଯାଉଛି ଥାକ ଥାକ ପର୍ବତ ଶ୍ରେଣୀ । ସେହି ସମୟରେ ମନକୁ ମନ ସ୍ଵର ଟି ଆସିଛି । ସେଇ ଅଭୂଲା ଗୀତ ଭସା ମେଘ ସେ ଯେ ଭାସି ଯାଏ ଦୂରେ ....। ଗୀତା ସାରା ଏ ମାଟିର ବାସ୍ନା । ଆଉ ସ୍ଵର ...ଏ ମାଟିର ଜଲସା ।ଗାଇଥିଲେ ଓଡିଆ ସଙ୍ଗୀତ ଜଗତର କାଳଜୟୀ ସଙ୍ଗୀତଜ୍ଞ , ଅନନ୍ୟ ଅକ୍ଷୟ ମହାନ୍ତି । ଏ କଥା କୁ ଏଇଠି ସାରିବା ।
ଏହିପରି ଅନେକ ଓଡ଼ିଆ ସିନେମାର ମନୋମୁଗ୍ଧକର ଗୀତ ର ଗନ୍ତଘର ଏହି ଶିମଳିପାଳ । ଚାରିଆଡେ ଘେରି ରହିଛନ୍ତି ଗିରି –ଶିଖର ସମୁହ । ସେମାନେ ସ୍ଥିର ଓ ସ୍ପଷ୍ଟ ପ୍ରତିବିମ୍ବ ।
ଶିମିଳିପାହାଡ ଛାତିର କେନଭାସରେ ଗଢିତୋଳିଛି , କେଉଁ ଏକ ଚିତ୍ରକରର ଭିନ୍ନ ଏକ ଚିତ୍ର।
ଶିମଳିପାଳର ପ୍ରବେଶ ପଥ ।ଆରଥରକୁ ...
