STORYMIRROR

Sucharita Sena

Romance Tragedy

3  

Sucharita Sena

Romance Tragedy

ଆକର୍ଷଣ |

ଆକର୍ଷଣ |

8 mins
218

ବିକ୍ରମର ଆଜି ଘରକୁ ଫେରିବା ବିଳମ୍ବ l ବେସରକାରୀ ଚାକିରୀରେ ସମୟର ସୀମା ନଥାଏ, ଟଙ୍କା ଯେମିତି କାମ ବି ସେମିତି l ଘରକୁ ଯିବା ରାସ୍ତାଟି ଅତି ନିଛାଟିଆ l ଜହ୍ନର ସଫା କିରଣରେ ବି ଭୟର ମାତ୍ରଟା କମିବାର ନା ନିଏନି l ଟିକେ ରାତି ହେଲେ ହାତ ଗଣନ୍ତି ଲୋକ ମିଳିବେ ସେ ପୁଣି ଯାନ୍ତ୍ରିକ ସଵାରୀ ଧାରି l

କିଛି ବାଟ ଆସିବା ପରେ, ମନରେ ଘର ବାହୁଡ଼ିବାର ଚଞ୍ଚଳତା ଭିତରେ ବିକ୍ରମକୁ ଶୁଣାଗଲା କିଛି ଗୋଟେ ଶବ୍ଦ l ଆଉ ସେ ଶବ୍ଦ କୋଉ ପଶୁ କି ପକ୍ଷୀର ନଥିଲା ଥିଲା ଏକ ଶିଶୁର l ପ୍ରଥମେ ବିକ୍ରମ ମନରେ ଖୟାଲ ଆସିଲା ବୋଧେ ହୁଏ ଶିଶୁଟିକୁ ଧରି କିଏ ରାସ୍ତା ଅତିକ୍ରମ କରୁଥାଇପାରେ l ଚାରିଅଡକୁ ଚାହିଁ ବାରେ ଲାଗିଲା, କେହି ତ ଦେଖା ଯାଉନାହାନ୍ତି ? ତା ମଣିଷପଣିଆ ତାକୁ ଆଗକୁ ଯିବାକୁ ବାଧା ଦେଲା l କିଏ ଅସୁବିଧାରେ ପଡ଼ି଼ନି ତ ? ଗାଡି ଅଟକାଇ ଥରେ ଦେଖିବାକୁ ଇଚ୍ଛା କଲା l ଯାହା ଦେଖିଲା ଆଶ୍ଚଯ୍ୟର ସୀମା ରହିଲାନି l ପତ୍ରଗଦା ଉପରେ ଛୋଟ ଛୁଆଟି ଏମିତି ଭାବରେ ତଳେ ପଡି କାନ୍ଦୁଚି ଦେଖିଲେ ସହି ହେଉନି, ବିକ୍ରମ ଆଗପଛ ଚିନ୍ତା ନକରି ପିଲାଟିକୁ ଉଠେଇ ଆଣିଲା କୋଳକୁ, ଛୁଆଟି କେତେବେଳୁ ପଡିଛି କେଜାଣି କାନ୍ଦିବାର ଶକ୍ତି ବି ଆଉ ନାହିଁ l "କିଏ ଅଛ?.... ଏ ପିଲାଟି କାହାର........? " ଏ ବାକ୍ୟକୁ ବଡ ପାଟିରେ ବିକ୍ରମ ଦୋହରାଇବାରା ଲାଗିଥାଇ l କିଛି ସମୟ ପରେ ବିକ୍ରମକୁ ଅନୁଭବ ହେଲା ଯେ ତାର କାହାକୁ ଡ଼ାକିବାଟା ବୋକାମୀ, କୋମଳ ଶିଶୁଟି ଯେ କେବଳ ଏକ ଦୂର୍ବଳ ମୁହୂର୍ତ୍ତର ଶରୀର ବାସନାର ପ୍ରମାଣ, ଆଉ ସେଇ ପ୍ରମାଣକୁ ଆତି ସହଜ ଭାବରେ ନଷ୍ଟ କରିବାର ଏ ଗୋଟେ ପ୍ରୟାସ ମାତ୍ର l ଗୋଟେ ମାଆର ମମତା ଛୁଆଟି ପାଇଁ ଅହେତୁକ, ହେଲେ ସେଇ ମାଆ, ଏତେ କୋଠର ହୋଇ ପାରୁଛି କିମିତି ? କିପରି ସେ ତା ନିଜ ଶରୀରରୁ ଜାତ ଜୀବନଟିକୁ ଜୀବଜନ୍ତୁକୁ ଉତ୍ସର୍ଗ କରିପାରୁଛି? l ଏଭଳି କାମ କରିପାରିଥିବା ନାରୀଟି କେବେ ମାଆର ଆଖ୍ୟା ପାଇପାରେନି l ହେ ନାରୀ ସତରେ ତତେ ନା କିଏ ବୁଝିଛି ନା ବୁଝିବ l ଏମିତି ଅନେକ ଭାବନାରେ ଘାଣ୍ଟି ହେଉଥିବା ବିକ୍ରମ କେତେବେଳେ ପୋଲିସ ଷ୍ଟେସନ ପଛଞ୍ଚି ସାରିଛି ତାର ଖୟାଲ ନାହିଁ l

 ଆଇନକାନୁନ ଅନୁସାରେ ସ୍ଥିର ହେଲା ପିଲାଟି ଅନାଥଆଶ୍ରମରେ ରହିବ l ଏ ଦୁଇ/ତିନି ଦିନରେ ବିକ୍ରମ ଯେମିତି ନିଜକୁ ଭୁଲିଯାଇଛି, ଦିନ ରାତି କେବଳ ସେଇ ଛୁଆଟିର ମୁହଁ ଭାସି ଯାଉଛି ତା ଆଖି ଆଗରେ lଟିକିନିଖି ଖବର ରଖୁଛି ସେ l ପିଲାଟିକୁ ଦେଖିବା ପରେ କେଜାଣି କାଇଁକି ଭୁଲି ପାରୁନି ତା ନିରୀହ ମୁହଁଟିକୁ ....ନାଇଁ ସେ ପିଲାଟିକୁ ଅନାଥ ହେବାକୁ ଦେବନି l ଏ ନିଷ୍ପତ୍ତିଟି ତାର ଦୃଢ ହେଲା l ଅଇନି ର ସହାୟତାରେ ଆପଣେଇ ନେଲା ଶିଶୁପୁତ୍ରଟିକୁ l

ବିକ୍ରମ ଯେତବେଳେ ଛୋଟ ଥିଲା ତାର ବାପା ମାଆ ଡକାଡକି ହେଇ ଆର ପାରିକୁ ଚାଲିଗଲେ l ସେ ଆଜି ଯାହା ବି ହେଇଚି କେବଳ ତା ମାମୁଙ୍କ ପାଇଁ l ମାମୁ ବି ଆଉ ନାହାନ୍ତି ହେଲେ ସବୁ ସମ୍ପତ୍ତିବାଡ଼ି ଛାଡି ଯାଇଛନ୍ତି ବିକ୍ରମ ନାଆଁରେ l ମାମୁ ଯିବାପରେ ପୁଣି ଏକା ପଡିଯାଇଥିଲା ସେ ହେଲେ ଆଜି ଏ ପିଲାଟିକୁ ପାଇବା ପରେ ସମୟଟା ତା ପାଇଁ ଆଣିଦେଇଥିଲା ଭିନ୍ନ ଅନୁଭୂତି l ପିଲାଟିର ନାଁ "ଆନନ୍ଦ" ରଖିଲା, ଜୀବନର ଏ ଭିନ୍ନ ସ୍ୱାଦକୁ ଅନୁଭବ କଲା l ଆନନ୍ଦ ଭିତରେ ସେ ତା ମା, ବାପା ଓ ମାମୁଙ୍କୁ ପାଇ ପାରିଲା l ତା ଜୀବନଟା ଖୁସିରେ ଭରିଗଲା l ଆନନ୍ଦକୁ ପାଇଥିବା ବାଟରେ ଯିବାକୁ ଭୟ କରେ ସେ ଏବେ, କାଳେ କିଏ ଯଦି ପଚାରି ବସେ "ମୁଁ ଛାଡି ଥିବା ପିଲାଟିକୁ ଦେଖିଛକି କି "?ସେ କି ଉତ୍ତରଦେବ ! ଅଜଣା ଭୟରେ ଛାତିଟା ଧଡ କି ହୋଇଯାଏ ତାର .... ନା......ନା ସେ ଆନନ୍ଦ ବିନା ବଞ୍ଚିବା କଷ୍ଟ l ଅଜଣା ମୋହରେ ଆନନ୍ଦ ତାକୁ ବାନ୍ଧି ସାରିଲାଣି l

ବିକ୍ରମ ଅଫିସ କାମରେ ବ୍ୟସ୍ତ, ବହୁତ ଗୁଡିଏ କାମ ବାକିଅଛି l ନୂଆ ଷ୍ଟାଫ୍ କିଏ ଆଜି ଯୋଗ ଦେବାର ଅଛି, ତାଙ୍କୁ ସ୍ୱାଗତ କରିବା ପାଇଁ ଅନ୍ୟମାନେ ଲାଗି ପଡିଛନ୍ତି l ଅଭୟ ବାବୁ ଜୋରରେ ଡାକଦେଲେ "ଏ ବିକ୍ରମ ଆସ, ମାଡାମଙ୍କ ଆସିବା ସମୟ ହେଇଗଲାଣି, ଏ ଫୁଲ ଗୋଚ୍ଛା ତମେ ତାଙ୍କୁ ଅର୍ପଣ କରିବ, ଆମର ସବୁ ବୟସ ହେଇଗଲାଣି.. କେବଳ ତୁମେ ଜଣେ ଅବିବାହିତ ଅଛ ଏବଂ ମାଡାମ ମଧ୍ୟ " l ଅଭୟ ବାବୁଙ୍କ କଥାରେ ଅଫିସର ବାତାବରଣରେ ଗୋଟେ ଚାପା ହସର ଲହଡି ଖେଳିଗଲା l

ଅଭୟ ବାବୁ ଭରି ମଜାଳିଆ ସ୍ୱଭାବର l ବିକ୍ରମକୁ ସେ ସାନ ଭାଇ ପରି ଭଲପାନ୍ତି l ବିକ୍ରମକୁ ଏବେ ଜଣାପଡିଲା ଯେ ନୂଆ ଆସୁଥିବା ଷ୍ଟାଫ୍ ଜଣେ ଝିଅ ବୋଲି l ଅଭୟ ବାବୁଙ୍କ କଥା ଗୁଡିକ ମନରେ ଆଣିଦେଲା ଅଜଣା ଶୀହରଣ l ଫୁଲ ତୋଡ଼ାକୁ ଧରି ଅପେକ୍ଷାରେ ଚାହିଁ ରହିଲା ସେ l ଅଫିସ ଆଗରେ ଗାଡିଟି ରହିଲା, ତା ଭିତରୁ ବାହାରୁ ଥିବା ଝିଅଟି ଏତେ ସୁନ୍ଦର ହେଇଥିବ ଏ କଥା ବିଶ୍ୱାସ କରିପାରୁ ନଥାଏ ବିକ୍ରମ l ସୁନ୍ଦର ଚେହେରା, ଲମ୍ବା କେଶରାଶି, ଓଠରେ ହସ, ଶ୍ୟାମଳ ରଙ୍ଗର ଶରୀର, ଚେହେରାରେ ଅଛି ଆକର୍ସଣ ଥରେ ଦେଖିଲେ ଆଉ ଥରେ ଦେଖିବାକୁ ଇଛା ହେବ l ବିକ୍ରମର ଭାବନାଠୁ ଢେରେ ଗୁଣରେ ଅଧିକା ଥିଲା l ଫୁଲଗୋଚ୍ଛା ସହ ହାତକୁ ବଢ଼ାଇ ନିଜର ପରିଚୟ ପ୍ରଦାନ କଲା, ପ୍ରତି ବଦଳରେ ଜାଣିବାକୁ ପାଇଲା ଝିଅଟିର ନା "ନିତୁପ୍ରିୟା ଦାସ " ଓରଫ ନିତୁ l

ବିକ୍ରମକୁ ଏବେ ଦୁନିଆଟା ଅତି ସୁନ୍ଦର ଲାଗିବାରେ ଲାଗିଛି l ଅଫିସରେ କିପରି ସମୟ ବିତି ଯାଉଛି ଜାଣି ପାରୁନି l ନିତୁକୁ ଦେଖିଦେଲେ ସେ ଯିମିତି ସବୁ ପାଇଯାଉଛି l ଏ କି ପ୍ରକାର ଆକର୍ଷଣ ? ସତରେ କଣ ତାକୁ ପ୍ରେମ ହେଇଗଲା l ଏବେ ରାତିର ନିଦରେ ବି ନିତୁ ଆସିବାରେ ଲାଗିଲାନି l ନିତୁ ବିନା ତାର ବଂଚିବା କଷ୍ଟ l ନିତୁ ଅଫିସକୁ ଆସିଵା ଦୁଇ ମାସ ହେଇ ଗଲାଣି, ହେଲେ ଦୁଇ ଜଣ ଅଫିସ କାର୍ଯ୍ୟ ବ୍ୟତୀତ ଅନ୍ୟ କିଛି କଥା କେବେ ହୋଇ ନାହାନ୍ତି l ବିକ୍ରମ ନିଜ ଭିତରେ ସାହସ ସଞ୍ଚୟ କଲା ନାଇଁ ସେ ଆଉ ନିଜ ଭିତରେ ଜଳିବନି, ମନର ଭବନକୁ ସେ ନିତୁକୁ ଜଣାଇବ l

ଆଜି ବିକ୍ରମ ମନରେ ହଲଚଲ ହେବାରେ ଲାଗିଛି l ଅଫିସରେ ପହଞ୍ଚି ଦେଖେତ ନିତୁର ଚୌକି ଖାଲି ପଡିଛି l ଛାତିଟା ଯେପରି ଧଡ଼ କରି ହୋଇଗଲା, ଆଜି କଣ ନିତୁ ଅଫିସ ଆସିବନିକି? ବିକ୍ରମ ସମୟ ଦେଖିଲା ନାଇଁ ସେ ଜଲ୍ଦି ପଳେଇ ଆସିଛି l ଜଣକ ପରେ ଜଣେ ହୋଇ ଆସୁଥାନ୍ତି ହେଲେ ନିତୁର ଦେଖା ନାହିଁ l ମନରେ ଅନେକ ଭାବନା, କଣ କରିବ? ବିକ୍ରମକୁ ଆଉ ଗୋଟେ ପଥ ଦେଖାଗଲା, ସେ କାଳ ବିଳମ୍ବ ନକରି ଅଭୟ ବାବୁଙ୍କୁ ପଚାରିବାକୁ ଚାଲିଗଲା l କାରଣ ଅଭୟ ବାବୁ ଜଣେ ଲୋକ ଯିଏ ତା ସମସ୍ୟାର ସମାଧାନ କରି ପାରିବେ l "ନିତୁର ଦେହ ଟିକେ ଖରାପ ଥିବାରୁ ସେ ଛୁଟି ନେଇଛି" ଅଭୟ ବାବୁ ହସିକି କହିଲେ l ଏକଥା ଶୁଣିବା ପରେ ସତେ ଯେବାରି ଗଛରୁ ଛିଣ୍ଡା ଫୁଲ ପରି ବିକ୍ରମର ମୁହଁଟି ଅଭୟ ବାବୁଙ୍କୁ ଦୃଶ୍ୟମାନ ହେଲା l ବିକ୍ରମ ଧନ୍ୟବାଦ କହି ଉଠିଲା ବେଳକୁ ଅଭୟ ବାବୁ ତା ହାତକୁ ଧରିନେଲେ l "କଣ ବିକ୍ରମ, ସବୁ ଭଲ ତ.... ଏତେ ଚିନ୍ତା କାହିଁକି, ତମ ଚିନ୍ତାର ମୁକ୍ତି ପାଇଁ ଆମ ପାଖରେ ଔଷଧ ଅଛି l ନିତୁର ଫୋନ ନମ୍ବରଟି ରଖ l ନିଜେ ପଚାରି ସବୁ କଥା ବୁଝିନିଅ... "ହସି ହସି ଅଭୟ ବାବୁ କହିଗଲେ l ବିକ୍ରମ ଫୋନ ନମ୍ବରଟି ଅତି ଖୁସିରେ ନିଜ ଫୋନରେ ସାଇତିଦେଲା l

ସନ୍ଧ୍ୟା ହୋଇଆସୁଛ, ବିକ୍ରମ ଫୋନ ଲଗେଇଲା ନିତୁ ପାଖକୁ.... "hello....." ଆତି ସୁନ୍ଦର କଣ୍ଠ ସ୍ୱର ଶୁଭିଲା l ବିକ୍ରମ ଆସ୍ତେ ପଚାରିଲା" ନିତୁ ମ୍ୟାଡ଼ାମ " ? l " ହଁ ନିତୁ କହୁଛି.... ହେଲେ ଆପଣ? "l "ମୁ ବିକ୍ରମ କହୁଛି, ଆପଣ ଆଜି ଅଫିସ ଆସିନଥିଲେ ତ ସେଥିପାଇଁ କଲ କରିଥିଲି l ସବୁ ଠିକି ଅଛି ତ "ବିକ୍ରମ ଏକ ନିଃଶ୍ୱାସରେ କହିଗଲା l ସେପଟୁ ହଁ ବୋଲି ଉତ୍ତର ଆସିଲା l ବିକ୍ରମ ବହୁତ କିଛି କହିବ ବୋଲି ଭାବିଥିଲା ହେଲେ ସବୁକିଛି ଭୁଲିଗଲା l ଠିକି ଅଛି କହି ରହିଗଲା l ଏ ସୀମିତ କଥାରେ ବିକ୍ରମକୁ ଅସୀମ ଖୁସି ଅନୁଭବ ହେଉଥିଲା l ସେତେ ନିତୁର ପ୍ରେମରେ ପଡିସାରିଛି ଏକଥା ଅଛପା ନଥିଲା ତାକୁ l  

ଏବେ ନିତୁ ଓ ବିକ୍ରମ ଫୋନରେ କଥା ହୁଅନ୍ତି l ବିକ୍ରମ ଆଜି ନିତୁକୁ ଡାକିଛି ପାର୍କକୁ l ଯାହା ହୋଇଯାଉ ସେ ଆଜି ନିଜର ମନ କଥା କହିବା ସହିତ ଆନନ୍ଦ କଥା ବି କହିଦେବ l ନିତୁକୁ ସେ ଆଜି ପର୍ଯନ୍ତ ଯେତିକି ଜାଣିଲାଣି ସେ ଆନନ୍ଦକୁ ଆପଣେଇ ନେବ l

ବିକ୍ରମ ନିଜର ମନକଥା କହିବା ପରେ, ନିତୁ ବି ଖୁସିରେ ସମତି ପ୍ରଦାନ କଲା l ଦୁଇ ଜଣଙ୍କ ଖୁସିର ସୀମା ନଥାଏ l ଏତିକି ବେଳେ ନିତୁର ଫୋନ ବାଜି ଉଠିଲା, ନିତୁ କଥା ହେବା ପରେ ବହୁତ ଟେନସନ ହେଇଗଲା l ବିକ୍ରମ କିଛି ପଚାରିବା ପୂର୍ବରୁ ନିତୁ କହି ଚାଲିଲା "ମୋ ମାମୁ ମାଇଁଙ୍କୁ ତାଙ୍କ ପୁଅ ଘରୁ ବାହାର କରିଦେଇଛି l ସେ ଏବେ ବିବାହିତ, ସେ ବାପା ମାଆଙ୍କ ସହ ଚାଲିପାରୁନି କାହିଁକିନା ସେମାନେ ବୁଢା ବୁଢୀ ହେଇଗଲେଣି l ସବୁଠୁ ବଡ କଥା କଣ ଜାଣ ବିକ୍ରମ..... ମାମୁଁ ମାଇଁ ଏ ପିଲାକୁ ଅନାଥ ଆଶ୍ରମରୁ ଆଣି ଅତି ସ୍ନହଶ୍ରଦ୍ଧାରେ ପଲିଥିଲେ l ଦେଖ ଆଜି କଣ ତାଙ୍କ ଅବସ୍ଥା " l ନିତୁର ଶେଷ କଥା ଗୁଡାକ ବିକ୍ରମକୁ ଦୋହେଲେଇ ଦେଲା, ଆନନ୍ଦ ବିଷୟରେ କହିବା ଏ ମୁହୂର୍ତ୍ତ ଠିକ୍ ନୁହଁ ବୋଲି ଭାବି ସେ ଚୁପ ରହିଲା l ଘରକୁ ଆସି ଆନନ୍ଦକୁ କୋଳେଇ ଆଣି ବହୁତ ଗେହ୍ଲା କଲା l ଆନନ୍ଦକୁ ପାଇଲା ଦିନୁ ସବୁ ଖୁସି ଯେପରି ପାଇ ଚାଲିଛି l ଏ ଦୁଇ ବର୍ଷ ଭିତରେ ବହୁତ କଷ୍ଟ କରି ଅତି ଯତ୍ନରେ ତାକୁ ରଖିଛି. ସେ ନିତୁକୁ ଯେତିକି ବୁଝିଛି ଆନନ୍ଦ ବିଷୟରେ ଜାଣିବା ପରେ ସେ ନିଶ୍ଚୟ ତାକୁ ଆପଣେଇ ନେବ l 

କୁହାଯାଏ ଯଦି ଜୀବନରେ ଦୁଃଖ ନ ଆସେ ତାହେଲେ ଖୁସିକୁ ଅନୁଭବ କରିହୁଏନି l ନିତୁ ସେଦିନ ନକ ହି ବିକ୍ରମର ଘରକୁ ଚାଲିଆସିଲା, ଆନନ୍ଦ ବସି ଖେଳୁଥାଏ ନିତୁ ବଡ ଆଦରରେ କୋଳ କରି ନେଲା l ଆନନ୍ଦକୁ ପଡୋଶୀ ପିଲା ଭାବି, ... ବିକ୍ରମର ପୁରା ଘରକୁ ଦେଖିବାରେ ଲାଗିଲା ନିତୁ ସବୁ ଜାଗାରେ କେବଳ ଏ ପିଲା ଓ ବିକ୍ରମର ଫୋଟୋ....ଛୋଟ ବେଳୁ ନେଇ ଆଜି ପର୍ଯନ୍ତ l ଏ ପିଲାକୁ ବିକ୍ରମ କାହିଁକି ଏତେ ଭଲ ପାଉଛି ? ବାହାରୁ କାହାର ପାଟି ଶବ୍ଦରେ ନିତୁ ଚାଲିଆସିଲା l ଜାଣେ ପ୍ରାପ୍ତ ବୟସ୍କ ମହିଳା "ମାଆ ବିକ୍ରମ ଟିକେ ବାହାରକୁ ଯାଇଛି, ମତେ ଘରକୁ ଜଗେଇ ଦେଇ l ତମେ ଟିକେ ଅପେକ୍ଷା କର ସେ ଆସିଯିବ" l ମହିଳା ଚାଲିଯିବାକୁ ଉଦ୍ୟମ ହୁଅନ୍ତେ ନିତୁ ପଚାରି ବସିଲା "ମାଉସି ଏ ପିଲାଟି କିଏ? " l

ମହିଳା ସ୍ମିତ ହସି କହିଲେ "ତମକୁ କଣ ବିକ୍ରମ କହିନି, ଏ ତା ପୁଅ ଆନନ୍ଦ ବୋଲି, ହେଉ ସେ ଆସୁ ପଚାରି ସବୁ ବୁଝିନେବ " l ନିତୁକୁ ଏ କଥା ଗୁଡାକ ଖଣ୍ଡରେ ଆଘାତ ସଦୃଶ୍ୟ ଅନୁଭବ ହେଲା l ତାହେଲେ ବିକ୍ରମ ଏ ଯାବତ ମୋ ସହ ଅଭିନୟ କରିଚାଲିଛନ୍ତ l କଣ ତାଙ୍କ ଉଦେଶ୍ୟ, ପ୍ରତାରଣା ଦେଇ କଣ ପାଇବେ ସେ l ଏତେ ବଡ କଥାକୁ ଯଦି ଲୁଚାଇ ରଖିଲେ ତାହେଲେ ଆହୁରି କେତେ କଣ ଲୁଚାଇଥିବେ ମୋ ପାଖରେ l ଆଉ ଗୋଟେ ବି ମୁହୂର୍ତ୍ତ ରହିଲେ ଶ୍ୱାସରୁଦ୍ଧ ହୋଇଯିବ l ସମୟର ଏକ କରାଳ ରୂପ ନିତୁର ମନକୁ ଢାଙ୍କି ସାରିଥିଲା l ନିତୁ ଚାଲିଗଲା.... ଆଉ ସବୁଦିନ ପାଇଁ ଚାଲିଗଲାl ବିକ୍ରମକୁ ଜଣା ନଥିଲା ତା ଅନୁପସ୍ଥିତିରେ ଗୋଟେ କାଳବୈଶାଖୀ ତାଣ୍ଡବ ରଚି ସବୁ ସ୍ୱପ୍ନକୁ ଧୂଳିସତ କରିସାରିଛ l ବିକ୍ରମ ଅନେକ ଦିନ ପର୍ଯନ୍ତ ନିତୁକୁ ଫୋନ କଲା ହେଲେ ବନ୍ଦ l ଅଫିସକୁ ନିତୁ ଆସୁନି, ଘରକୁ ଗଲେ ସେ ନହିଁ ବୋଲି ଉତ୍ତର ମିଳୁଛି l ବିକ୍ରମ ବହୁତ ଖୋଜିଲା, କଣ ପାଇଁ ନିତୁ ତାକୁ ଏମିତି ଅଧା ବାଟରେ ଛାଡି ଚାଲିଗଲା l ଅନେକ କଷ୍ଟ ସାହିବା ପରେ ବିକ୍ରମ ନିଜକୁ ସମ୍ଭାଳି ନେଲା କେବଳ ସେ ଆନନ୍ଦ ପାଇଁ l ସେ ବଞ୍ଚିବ କେବଳ ତା ପୁଅ ପାଇଁ l 

ୟା ଭିତରେ ଦଶ ବର୍ଷ ବିତିଗଲାଣି l ଆନନ୍ଦ ଏବେ ଷ୍ଟାଣ୍ଡାର୍ଡ଼ 5ରେ ପଢ଼ିଲାଣି l ବହୁତ ଶାନ୍ତ ସ୍ୱଭାବର l ବିକ୍ରମର ସବୁ ସମୟ ତା ପଛରେ l ସେଦିନ ସ୍କୁଲରେ ମାତୃ ଦିବସ ଥାଏ, ଆନନ୍ଦ ମନଦୁଃଖରେ ବସି ଥାଏ l ଏକା ଯିଦି ତାର... " ମୋ ମାଆକୁ ଆଣ, "ବିକ୍ରମ ଟିକେ ହସିଦେଲା ପ୍ରତି ବର୍ଷ ଏ ଦିନରେ ତାର ଏଇ ଦାବି l ହଁ ଆଣିବା କହି ଆନନ୍ଦକୁ ଭୁଲାଇ ଦିଏ lନିତୁ ଯିବା ପରେ ବିକ୍ରମ ଜୀବନରେ ଆଉ କାହାକୁ ଆସିବାକୁ ପ୍ରଶ୍ରୟ ଦେଇନି l ନିତୁ ଭଳି ଝିଅ ଯଦି ଏପରି କରିପାରେ ତାହେଲେ ଦୁନିଆରେ ଆଉ କେହି ନାହିଁ ଯିଏ ତାକୁ ବୁଝିପାରିବ l

ଆନନ୍ଦକୁ ସ୍କୁଲରେ ଛାଡି ବିକ୍ରମ ଅଫିସ ଚାଲିଗଲା, ଆଜି ବହୁତ କାମ l ଆନନ୍ଦ କହିଥିଲା ଜଲ୍ଦି ଯିବାକୁ l କାମ ସରୁ ସରୁ ବିଳମ୍ବ ହୋଇଗଲା l ତରତର ହୋଇ ଘର ଅଭିମୁଖେ ବାହାରି ଗଲା l ଘର ଆଗରେ ଗାଡି ରଖି ଆନନ୍ଦକୁ ଡାକିବାରେ ଲାଗିଲା, ହେଲେ ଉତ୍ତର ନହିଁ l 

ବିବ୍ରତ ହୋଇ ଧାଇଁ ଗଲା ଘରକୁ l ଆନନ୍ଦ ବସି ଖିରି ଖାଉଛି, ମୁହଁରେ ଖୁସି ଫୁଟି ଉଠୁଛି l ବିଳମ୍ବ କରିଥିବାରୁ ବିକ୍ରମ ଉପରେ ରାଗ ବି ନହିଁ l ବିକ୍ରମ ବସିଗଲା ଆନନ୍ଦ ପାଖରେ ତା ମୁଣ୍ଡକୁ ଆଉଁସି ଦେଇ ପଚାରିଲା "ଖିରି କୁଆଡୁ ଆସିଲା କିରେ "? l "ଆଣ୍ଟି ବନେଇଛନ୍ତି, ଆଉ ତମକୁ ଅପେକ୍ଷା କରିଛନ୍ତି ଯାଅ," l ଆନନ୍ଦ କହିଦେଇ ଟିଭି ଭିତରେ ଆଖି ପୁରାଇ ଦେଲା l 

ବିକ୍ରମ ଯାଇ ଦେଖେତ ତା ଆଗରେ ନିତୁ, ଆଶ୍ଚର୍ଯ୍ୟ ଭରା ନଜରରେ ଚାହିଁରହିଲା l ବାକ୍ୟଶୂନ l ନିତୁ ପାଖକୁ ଆସି ବିକ୍ରମକୁ କୁଣ୍ଡେଇ ଧରିଲା, ତା ଆଖିର ଲୁହ ନିଜର ଅକ୍ତିଆରରେ ନଥିଲା l ବିକ୍ରମକୁ ଏ ସବୁ ସ୍ୱପ୍ନ ପରି ଲାଗୁଥାଏ l ସତରେ କଣ ତା ନିତୁ ଫେରି ଆସିଛି l

ଅନେକ ସମୟ ପରେ ନିତୁ କହିବା ଆରମ୍ଭ କଲା...... ସେଦିନ ତୁମକୁ ଭୁଲ ବୁଝି, ତୁମ ଉପରେ ରାଗ ଅଭିମାନ କରି ମୁ ଏ ଯାଗା, ଚାକିରୀ ଛାଡି ଚାଲିଗଲି, ବିଗତ ଦଶ ବର୍ଷ ଭିତରେ ତୁମେ ରହିଥିବା ଯାଗାକୁ ଆଉ କାହାକୁ ଦେଇ ପାରିନି l ଅଳ୍ପ ଦିନ ତଳେ ଗୋଟେ ବାହାଘର ଭୋଜିରେ ମୋର ଅଭୟ ବାବୁଙ୍କ ସହ ଦେଖା ହେଲା l ତାଙ୍କ ଠାରୁ ତମ ବିଷୟରେ ସବୁ ଶୁଣିବା ପରେ ମୋର ଭୁଲ ବୁଝିପାରିଥିଲି, ମୁଁ ବହୁତ ଅନୁତପ୍ତ l ମୁ ନିଜକୁ ବହୁତ ଛୋଟ ମନେ କରୁଛି l ଯଦି ପାରିବ ମତେ କ୍ଷମାକର l

ବିକ୍ରମ, ନିତୁର ହାତ ଧରି ଆନନ୍ଦ ପାଖକୁ ନେଇଗଲା l

"ଆନନ୍ଦ ତୁ ସବୁବେଳେ ମାଆକୁ ଖୋଜୁ ଥିଲୁନା, ଦେଖେ ଏ ତୋର ମାଆ" l ଆନନ୍ଦ ଦୌଡ଼ି ଆସି ନିତୁକୁ ମା କହି କୁଣ୍ଢେଇ ପକେଇଲା, ନିତୁ ନିଜର ବାତ୍ସଲ୍ୟ ମମତାରେ ଜଡେଇ ଧରିଲା ଆନନ୍ଦକୁ l ଏବେ ସବୁ କଳା ବାଦଲ ହଟି ଯାଇଥିଲେ ବିକ୍ରମ ଜୀବନରୁ l 

[ ସମାପ୍ତ ]

 

 



Rate this content
Log in

Similar oriya story from Romance