Pratima Das

Romance

3  

Pratima Das

Romance

ଅ, ପାଖେ ବାଡି ଆ

ଅ, ପାଖେ ବାଡି ଆ

3 mins
146



ଦେଖ ସାରିକା!! ପିଠାପଣା କରି ଦେହକୁ କଷ୍ଟ ଦେଇ, ଦେହ ଖରାପ କରନି । ବି ପ୍ରାକ୍ଟିକାଲ । ପିଲାମାନେତ ପାଖରେ ନାହାନ୍ତି । ପୋଢୁଆଁ ଆଉ କିଏ ହେବ ଯେ ,ଏତେ କଷ୍ଟ କରିବ । ଯଦିଓ ଆମେ ଦୁହେଁ ପୋଢୁଆଁ,,ଆମେ ଦୁହେଁ ତ ଜୀବନର ଚତୁର୍ଥ ପ୍ରହରରେ । ତୁମ ଦେହ ଫେହ ଖରାପ ହେଲେ ମୋ ମୁଣ୍ଡ କାମ କରୁନି ,ତୁମେ ଠିକ୍ ନ ହେବା ଯାଏଁ । କଣ ସେ ପିଠା ଖାଇନେ । ପିଲାମାନଙ୍କୁ ଟଙ୍କା ପଠାହୋଇଯାଇଛି, ତାଙ୍କ ଇଛା ହେଲେ କଣ ସେଠି କରି ନୁଆ ପିନ୍ଧି ଦେବେ । ହେଲା ମୋ କଥା

ମାନିବ । ରେଷ୍ଟ ନିଅ, ମନପସନ୍ଦର ଗଜଲ୍ ଶୁଣ ।

ସତରେ କହୁଛ । ସାରିକା ଏକ ହାଲକା ଜିଜ୍ଞାସା ରଖିଲେ ।


ହଁ ହଁ । ମୁଁ ଆସିଲାବେଳେ ତୁମ କହିବା ମୁତାବକ ବିଭିନ୍ନ ଫଳ,ମିଠା ନେଇ ଆସିବି । ଏତିକି କହି ଶିବବାବୁ ସନ୍ଧ୍ୟା ଖଟିକୁ ତାଙ୍କର ଚାଲିଗଲେ । ମାର୍ଗଶୀରର ସକାଳ । ସୁନେଲି କିରଣ ବିଞ୍ଚି ହୋଇ ପଡ଼ିଛି ଧରା ସାରା । ହଳଦୀ ପତ୍ର ଏଣ୍ଡୁରିପିଠାର ବାସ୍ନା ପବନରେ ଖେଳିବୁଲୁଛି । କାହିଁକି କେଜାଣି , ଶିବ ବାବୁଙ୍କୁ ଏତେ ମନମତଣିଆ ଏ ମାସଟି ଲାଗେ । ଏହି ମାସରେ ଶିବ ବାବୁ ନିଜେ ଜନ୍ମ,ଏହି ମାସରେ ସାରିକା ପରି ଅର୍ଦ୍ଧାଙ୍ଗିନିକୁ ପାଇଥିଲେ ଜୀବନସାଥି ରୂପେ । ଏହି ମାସରେ ତାଙ୍କ ପ୍ରଥମ ପୁଅ ସାଗରର ଜନ୍ମ,ଯେ ଏବେ ସୁଦୂର ଆମେରିକାରେ ।

ଶିବବାବୁ ,ପେପରରେ ଏଣ୍ଡୁରି ପିଠାର ଚିତ୍ର,ବାୟୁମଣ୍ଡଳରେ ତାହାର ବାସ୍ନା ପାଇ ଲନର କଅଁଳିଆ ଖରାରେ ବସି ଭାବୁଥିଲେ । ହେ! ଭୁବନେଶ୍ଵର ସହର । ଏଠି ନୁହେଁ କେହି କାହାର । ହଏ ମୁଁ ବା କେଉଁ କାହାର ଯେ??ସେଇ ହାଏ..ହାଲୋ ଭିତରେ ତ ରହୁଛି । ,ଦି'ଚାରୋଟି ଅଫିସ ବନ୍ଧୁ ଛାଡିଦେଲେ, ଗାଁରୁ

କିଏ କେଉଁଦିନ ଯଦି ଆସିଲେ ,ଯାହା ଖୁସିବାସି ଟିକେ ହେବା କଥା । ଗାଁ ହୋଇଥିଲେ ଅଇଖା ଆମର ପିଠା ହୋଇନି ମାନେ ଘରେ ପିଠା ଗଦା ହୁଅନ୍ତାଣି, ସାଇପଡିଶାଘରୁ ଆସି ।


ଛାଡ ସେ କଥା । ସାରିକା"ତ ଆଉପାରୁ ନାହାଁନ୍ତି । ଦିଲ୍ଲୀ ପରି ବୟସ୍କଙ୍କ.....ସ୍ବତନ୍ତ୍ର ଆପ ହେଲେ ଥାନ୍ତା,ବୟସ ହେଲା ବେଳକୁ ପାଟି ସୁଆଦିଆ ଖାଇବା, ଚାହିଁଲେ ଅର୍ଡର କରି ହୁଅନ୍ତା । ଆମର ଅଇଖା ଭୁବନେଶ୍ୱର ପରିସ୍ଥିତିଟି ମଝିମଝିଆ ଅବସ୍ଥାରେ ଅଛି । ଚାଲ ସେ ରୁଟି ସନ୍ତୁଳା ଖାଇବା,ଯାହା ନିତି ଦିନିଆ ଖାନା କହି ଘର ଭିତରକୁ ଉଠିଲେ । ଘରକୁ ପଶି ଆସି କହିଲେ । କଣ ସାରିକା!!ଆମ ଘରକୁ ବି ସେ ପଡିଶା ଘର ହଳଦୀପତ୍ର ପିଠା ବାସ୍ନା ପଶି ଆସିଛିକି? କାହିଁକି?ତୁମକୁ କ'ଣ ବାସିଲା??

ଖଣ୍ଡେ ତ ପଠାଇବେନି ,ଏ ବାସ୍ନା କାହିଁକି ଛାଡୁଛନ୍ତି କେଜାଣି । ମୁହଁ ଆମ୍ବିଳା କରି ଶିବବାବୁ କହିଲେ ।

କଣ ଖାଇବାକୁ ମନ ହେଉଛିକି?? ମନ ହେଲେ କଣ ହେବ କହିଲ । କହି ,ଗାଧୁଆଘରେ ପଶିଗଲେ

ସତୁରୀ ବର୍ଷୀୟ ଶିବବାବୁ । ଠାକରଘରୁ ମୁଣ୍ଡିଆ ଟିଏ ମାରିବାକୁ ଗଲାବେଳକୁ ଦେଖିଲେ କାଲି ବଜାରରୁ ଆଣିଥିବା ସବୁ ଫଳମୂଳ ମିଠା ସହ ମହମହ ବାସୁଥିବା ହଳଦୀ ପତ୍ର ପିଠା ଆଠୋଟି ଗେଣ୍ଡୁ ଫୁଲପଡି ପୂଜା ହୋଇ, ଚଣ୍ଡ ବଢାହୋଇ ଯାଇଛି ।   ଭୋଗଥାଳିରେ ଶୋଭା ପାଉଛି ।


ଆରେ ସାରିକା! ଏ ପିଠା କେଉଁଠୁ କିଣିଲ?ଆଜିକାଲି ଏଣ୍ଡୁରି ବି ମିଳିଲାଣି ବୋଧେ ବଜାରରେ ଅନ୍ୟ ଜଳଖିଆ ଭଳି? ନା...ମ । ମୁଁ ଜାଣିଛି,ବୟସ ସିନା ତୁମର ହେଲାଣି । ହେଲେ ଟକରା ଗୁଣ ଯାଇନି । ପର୍ବପର୍ବାଣୀରେ ବିଭିନ୍ନ ଖାଦ୍ୟର ବାସ୍ନାକୁ ,ସ୍ୱାଦକୁ ମନେ ମନେ ଝୁରୁଥାଅ । ସେଥିପାଇଁ ଭାରତ ଛାଡ଼ି ଆମେରିକା ଯାଇ ପୁଅପାଖରେ ରହିବାକୁ ଅରାଜି । ମୁଁ ବିରି ବାଟି ଫେଣେଇ ରଖିଥିଲି ,ତୁମକୁ ନ ଜଣାଇ । ଅରୁଆ ଚୂନାତ ପୂଜା ଫ୍ରିଜରେ ସାଇତା ମୋର । ଛାତକୁଣ୍ଡରେ ଧାନ ଗଣ୍ଡିଏ, ସୋରିଷଫୁଲ, ଗେଣ୍ଡୁ ଆଉ ହଳଦୀକୁଆନ ଲଗାଇଥାଏ । ପତ୍ର ପଳାଏ କାଟିଆଣିଥିଲି । ତୁମେ ପେପର ପଢିଲା ବେଳେ ଗୁଡ, ଅଦା,ମରିଚ,କର୍ପୁର, ଛେନା ଦେଇ ନଡ଼ିଆ ଦିଓଟି ପୂର କରି ବସାଇ ଦେଲି ଭାରିଏ ପିଠା । ତୁମେ

ଗାଧୋଇ ଆସିଲା ବେଳକୁ ମୋ ପିଠା ଭୋଗଲାଗି ସାରିଲାଣି ଠାକୁରଙ୍କ ପାଖରେ,ମା ମହାଲକ୍ଷ୍ମୀ ପୋଢୁଆଁ ହେଲେ । ଅ .....ପାଖେ ବାଡିଟାଏ ଥୋଇ .....ଆ କରିବାକୁ କେତେ ସମୟ.... ମ... ଆମ ମାନଙ୍କ ପରି ସ୍ତ୍ରୀଲୋକଙ୍କୁ, । .

ଆସ ଖାଇବ ।

                            


Rate this content
Log in

Similar oriya story from Romance