Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Pratima Das

Tragedy

2  

Pratima Das

Tragedy

####ଏକୋଇଶ##

####ଏକୋଇଶ##

2 mins
563


ନେତାଜୀ ସୁବାଷଚନ୍ଦ୍ର ଇଣ୍ଟରନାସନାଲ ଏୟାରପୋର୍ଟ।

ରାତି ୨ ଟାରୁ ଚାରିଟା। ପୁଲିସ ଏସପି ରଜନୀ ଖୁବ ସତର୍କ ହୋଇ ଚାରି ଚାରୋଟି ପୁଲିସ ଭର୍ତ୍ତି ଭ୍ୟାନ ଏୟାରପୋର୍ଟର ପାଖାପାଖି ସଜାଗ କରି ରଖିଛନ୍ତି। ଖୁବ୍ ଚାପ ସରକାରଙ୍କ ତରଫରୁ। ଅପରାଧିକୁ ତୁରନ୍ତ କାଳକୋଠରୀରେ ଦେଖିବା ଦରକାର। ଜନ ସାଧାରଣ, ବିଶେଷ କରି ପୁରୁଷଙ୍କ ପିଳେହି ପାଣି ହେଲାଣି। ଅପରାଧି କେବଳ ପୁରୁଷର ଗୁପ୍ତାଂଗ କାଟି ମାରୁଛି। କୋଡିଏଟି ପୁରୁଷଙ୍କ ମୃତ୍ୟୁର ସୂଚନାତ ଅଛି, ହେଲେ ଅପରାଧୀର ଟେର ମିଳୁନି। ଏକ ବଡ ଚ୍ୟାଲେଞ୍ଜ ବେଂଗଲ ପୁଲିସକୁ। ବିଧାନସଭା ହୁଲସ୍ତୁଲ। ବିରୋଧି ତାଙ୍କ ନିକୁଛିଆ ଗୋଟି ଚଳାଉଛନ୍ତି। ସରକାରୀ କଳକୁ ଅଚଳ କରି, ରାଷ୍ଟ୍ରପତି ଶାସନ ବା ନୁଆ ମତଦାନ ପାଇଁ ଅଣ୍ଟା ଭିଡିଲେଣି ବିରୋଧୀ ।

ଏୟାରପୋର୍ଟରୁ ଶହେଫୁଟ ଚଉଡା ରାସ୍ତାରେ କଡରେ ଏକ ଗାଡି ରହିଲା। ଶହ ଶହ ଗାଡି ଯିବା ଭିତରେ ଏ ଗାଡିଟି ଖାସ କଣ ପାଇଁ? କାରଣ ଏମିତି ନିଛାଟିଆ ଏନ ଏଚ ରେ କେହି ଓହ୍ଲାନ୍ତିନି, କାରଣ ଏଠି ଗୋଟିଏ ବି ବସା ଠିକଣା ଦେଖାଯାଉନି। ପୁରୁଷ ଜଣେ ଗାଡିରୁ ଓହ୍ଲାଇ ଗଲାପରେ ଗାଡି ଦୃତ ଗତିରେ ମିଳେଇଗଲା ପବନରେ। ନିଜର କିଛି ର୍ଫୋସ ସହସେ ଗାଡିକୁ ପିଛା କରିବାକୁ କହି, ଏସପି ରଜନୀ ପାଦଚଲା ରାସ୍ତାରେ ଅନୁସରଣ କଲେ, ପଦଚାରିକୁ। ପଦଚାରୀର ଦୃତଚାଲି ସହ ଖୁବ ସତର୍କତାର ସହ ଆଗେଇଲେ ଏସପି ରଜନୀ ।

ଠିକଣା ଯାଗାରେ ପହଂଚି ଗଲେ ପଦଚାରି । ଚାରିପଟକୁ ସର୍ତକଦୃଷ୍ଟି ପହଁରାଇ ପଦଚାରି କୋଠରୀ ଭିତରକୁ ଚାଲିଗଲା। ଭାଂଗିଯାଇଥିବା ଝରକା ଦେଇ ଏସପି ରଜନୀ ଦେଖୁଥିଲେ

ସ୍ବଳ୍ପ ଆଲୋକରେ, କାନ୍ଥରେ ମରା ଯାଇଛି ଧର୍ଷଣକାରୀଙ୍କ

ଫଟୋ। ଯେଉଁ ଫଟୋ ତାଙ୍କ ଥାନାରେ ବି ଲାଗିଛି। ସେମାନଙ୍କ

ଭିତରୁ ଅର୍ଧାଧିକ ଧରା ପଡି ନାହାନ୍ତି, କିଛି ଧରାପଡି ରାଜନେତାଙ୍କ ଚାପରେ ଖୋଲା ଷଣ୍ଢ ପରି ବୁଲି ପୁଣି ଦୁଷ୍କର୍ମ

କରୁଛନ୍ତି, କିଛି ଆଇନର ଶୁଣାଣି ଅପେକ୍ଷାରେ ଜେଲରେ ।

ସର୍ବସାଧାରଣଙ୍କ ଝାଳବୁହା ଟିକସରେ ପେଟେ ଖାଇ କମ୍ବଳ ଧରି ଶୋଇବସି ଦିନ କାଟୁଛନ୍ତି। ପଦଚାରି ମୁଣ୍ଡରୁ ଟୋପି ଖୋଲିଲା। ଏକଣ? ଏକ ଝିଅଟିଏ। ଏସପି ରଜନୀ ଦେଖୁଥିଲେ, ଏକୋଇଶ ଲେଖି ଛକ ମାରିଲା ଝିଅଟି ଏକ ଫଟୋରେ। ପାଖରେ ରଖିଥିବା ଆଉ ଏକ ଝିଅର ଫଟୋକୁ ଧରି ଭୋ ଭୋ କାନ୍ଦି କହୁଥିଲା ତୋ ଧର୍ଷଣ, ବାପା ବୋଉଙ୍କ ଆତ୍ମହତ୍ୟାର ବଦଲା ଏହିପରି ନେଉଥିବି, ଯେ ପର୍ଯ୍ୟନ୍ତ ମୋ ମୃତ୍ୟୁ ଆସିନି ବା ମୁଁ ଧରା ପଡିନି। ଏକ ବଟିକା ଖାଇ ଶୋଇବାକୁ ଗଲା ଝିଅଟି। ଏସପି ରଜନୀ ପାଦ ପଛକୁ ଫେରାଇ ଅର୍ଡର ଦେଲେ ଫୋର୍ସକୁ ବ୍ୟାକ ଟୁ ଭ୍ୟାନ। ନୋ କ୍ଲୁ। ଯାହାପାଇଁ,ଯେଉଁ ସାନଉଣୀର ଧର୍ଷଣକାରୀର ସଜା ପାଇଁ ଏସପି ରଜନୀ ପୁଲିସରେ ଜଏନ କରି ପୁଲିସ ହୋଇବି କିଛି କରି ପାରିନାହାନ୍ତି, ସେ କାମ ଏ ଝିଅ ରୂପରେ ରହି ମା କାଳୀ କରୁଛନ୍ତି। ଏମିତି ଆହୁରି ଅନେକ ଝିଅର ଆବଶ୍ୟକତା ଏ ଦେଶକୁ। ସେ ଝିଅର ପ୍ରୋଟେକ୍ସନ ପାଇଁ କିଛି ଚିନ୍ତା କରୁଥିଲେ ଏସପି ରଜନୀ। ଜୟ ହିନ୍ଦ୍।


Rate this content
Log in

More oriya story from Pratima Das

Similar oriya story from Tragedy