Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Pratima Das

Thriller


3  

Pratima Das

Thriller


ଟୁ ଆଣ୍ଡ ହାଫ୍ ଅନ ଆଓ୍ବାର

ଟୁ ଆଣ୍ଡ ହାଫ୍ ଅନ ଆଓ୍ବାର

6 mins 182 6 mins 182


:::::::ସବୁଦିନ ସୁଯୋଗ ଯୁଟେ ମା'ଙ୍କୁ ଟାଟା କରିବାକୁ। ମା'ଙ୍କ ଗାଡ଼ିର ପଛପାଖ ଲାଇଟ୍ ମୋ ଆଖିରେ ପଡୁଥିବା ଯାଏଁ, ମୁଁ ମା'ଙ୍କୁ ହାତ ହଲାଏ।ମା'ମୋର ଗାଇନକଲୋଜିଷ୍ଟ।ମା"ଙ୍କର ସମୟ ଅସମୟ କିଛି ନଥାଏ।ଡେଲିଭରି ପେନ୍ ଜଣେ ଗର୍ଭବତୀଙ୍କର କେତେବେଳେ ବି ଆସିପାରେ।ମା ଡିଉଟି ଯିବା ପରେ,ଡାଡି କୁହନ୍ତି ଚାଲ ଶୋଇଯିବା ଏବେ। ମୁଁ ଜୀବନ ଥିଲି ,ଡାଡିଙ୍କର।ଡାଡି ମୋ ଭିତରେ ଏକାଧାରରେ ଏକ ରାଇଟରକୁ--ଯେହେତୁ ମୁଁ ଖୁବ୍ ଆନାଲିଟିକାଲ,ଏକ ରନରକୁ ଯେହେତୁ--ମୋତେ ମସାଜ ଦେଇ ଶୁଆଇବା ବେଳେ ମୋ କାଫ ମସଲ୍ସ ଖୁବ ମସକୁଲାର ଦେଖିନ୍ତି, ଏବଂ ଏକ ଜଜକୁ ଦେଖନ୍ତି --ମୁଁ ଖୁବ୍ ଅନେଷ୍ଟ ଯେହେତୁ।

::::::ମା ଥଟ୍ଟା କରି କୁହେ ଗୋଟେ ଝିଅକୁ ତିନିତିନଟା କାମରେ ଏଷ୍ଟାବ୍ଲିଶ୍ କିପରି କରିବ? ସେଥିପାଇଁ ତୁମକୁ ଆଉ ଦୁଇଟା ଝିଅର ପିତା ହେବାକୁ ପଡିବ।ଡାଡି କୁହନ୍ତି ନା!!ଆନ୍ନା ଜଣେ ମୋର ସବୁ ସ୍ବପ୍ନ ସାକାର କରିବ। ଦେଖିବ।।

:::::::::ଡାଡି ମୁଁ ପ୍ରାୟ ସାଥିହୋଇ ଶୋଇଥାଉ,ମା ନାଇଟ ଡିଉଟିରୁ ନ ଫେରିବା ଯାଏ।ଆଜି ଘରେ ଡାଡି ନାହାଁନ୍ତି। ମୋତେ ଏକା ଘରେ ରହିବାକୁ ପଡିଲା। ସୁଯୋଗ ଜୁଟିଲାନି,ମାକୁ ବାଏ ବାଏ ବହୁ ସମୟ ଧରି କହିବାକୁ। ମା ଯେହେତୁ ମୋତେ ବାହାରୁ ଲକ କରି, ହସ୍ପିଟାଲ ଗାଡ଼ିରେ ଗଲେ।ମାଙ୍କର ଇମର୍ଜନସି।ଡେଲିଭରି କଲ୍ ଆସିଥିଲା।

::::::::ଡାଡି କଥା ଦେଇଛନ୍ତି,ବ୍ୟାଙ୍କ ରୋଷ୍ଟର ଡିଉଟି ସାରି ଦୁଇ ଦିନ ଭିତରେ ପାଶ ଯୋଗାଡ଼ କରି ନିଶ୍ଚୟ ଘରକୁ ଫେରିବେ।କରୋନା

ପାଇଁ ସର୍ଟଡାଉନ ଚାରିଆଡ଼େ। ରାସ୍ତାରେ ଯାତାୟାତ ପାଇଁ ,ଏକ

ଅନୁମତି ପତ୍ର ଦରକାର।ମୁଁ ଚଉଦ ବର୍ଷ ବୟସର ଆନ୍ନା । ମୁଁ ଏକା ଘରେ ରହିବା ସୁରକ୍ଷିତ ନୁହେଁ।

::::::::::ଡାଡି ରୋକଠୋକ ମନା କରିଥିଲେ,,ଫ୍ଲାଟ୍ ପରି ପାରାଭାଡି ଘରେ ରହିବେନି । ଯେଉଁଠି ମୋର ସାମଗ୍ରିକ ମାନସିକ, ଶାରୀରିକ ବିକାଶ ଠିକ ରୂପେ ହୋଇ ପାରିବନି।ଏହି କାରଣ ଦେଖାଇ ଡାଡି ଯିଦିରେ ଏହି ଏକ ମହଲା ବିଶିଷ୍ଟ ଘରଟି କରିଛନ୍ତି ।ସହରଠୁ ଟିକେ ଦୂର,କମ ରେଟରେ ବଡ଼ ଯାଗାଟିଏ ନେଇ। ସହରର ଏକ ଗୁଣ୍ଠ ଜମି ଦାମରେ ,ସାତ ଆଠଗୁଣ୍ଠ ଜମି ଏଠି ମିଳିଛି।ମୁଁ ଖେଳ ଦୌଡ଼ ମନ ଇଛା କରିପାରିବି ବୋଲି,ଏହା ଭିତରେ ବ୍ୟାଡମିଣ୍ଟନ କୋର୍ଟ,ଛୋଟ ପୋଖରୀ ଆଉ କିଛି ଚାଷଜମି,ଚାଷଜମି ଚାରିପଟେ ରନିଙ୍ଗ ଟ୍ରାକ,ସବୁ କରାଯାଇଛି ।ଡାଡି ସବୁ ନିଜ ତତ୍ବାବଧାନରେ ବନାଇଛନ୍ତି। ମୁଁ ମଧ୍ୟ ଏକ ପ୍ରାକୃତିକ ପରିବେଶରେ ବଢୁଥିବାରୁ ଖୁସିଥିଲି।ପ୍ରଜାପତି ପଛରେ ଗୋଡାଉଥିଲି,ଗାଡିଆର ଥିରିପାଣିରେ ମୁହଁ ଦେଖୁଥିଲି,ମୋ କଳ୍ପନା ଶକ୍ତିକୁ ଭରପୁର ଆହାର ଦେଉଥିଲି। ଏପରି ନିକାଞ୍ଚନ ଯାଗାରେ ଖେଳକୁଦ କରି।

:::::::ଘର ଚାରିପଟେ ଯଦିଓ ପ୍ଲଟିଙ୍ଗ ସରିଛି,କେହିଘର ପ୍ରାୟ କରି ନାହାନ୍ତି ଏଠି ,ଆମ ଛଡା।ଆଉ ଗୋଟିଏ ମାତ୍ର ଘର ଅଛି ତାହା ତିନିଶହ ଫୁଟ ଦୂରରେ।ଏକଜାକ୍ଟଲି ତିନିଶହ ଫୁଟ ଏଥି ପାଇଁ କହୁଛି କି ଆମ ପ୍ଲଟଟି ଷାଠିଏ ବାଏ ପଚାଶ।ଡାଡି

ଲାଗି ଲାଗି ତିନୋଟି ପ୍ଲଟ ନେଇଛନ୍ତି।୧୮୦/୫୦ ଆମ ପ୍ଲଟ

ଯାଇଛି। ଏହାପରେ ଦୁଇଟି ପ୍ଲଟ ମାନେ ୧୨୦/୫୦ ଅଛି ।ଏହି ପାଞ୍ଚୋଟି ପ୍ଲଟପରେ ଷଷ୍ଠତମ ପ୍ଲଟରେ ଜଣେ ଘର କରିଛି।ଆମର ଭୂମିପୂଜା ଦିନ ,ଡାଡି ଏସବୁ ମୋତେ ପଚାରିଥିଲେ। ମୁଁ ଠିକ ଠିକ ଉତ୍ତର ଦେଇଥିଲି।ଡାଡି ସାବାସ୍ ଆନ୍ନା କହି କହିଲେ ଜାଣୁ ଆନ୍ନା!! ଜଣେ ଆନାଲିଟିକାଲ ହେବା ଅର୍ଥ,ସେ ଅନେକ ଅଚାନକ ସମସ୍ୟାର ସମାଧାନ ବାହାର କରିପାରେ। ବିଶ୍ଲେଷ୍ମାତ୍ମକ ମଣିଷଟିଏ ଲେଖକ ବା ରାଇଟର ହେଉ କି ନହେଉ ନିଜର ଆଇ.କ୍ୟୁ ବଳରେ ସେ ଜୀବନକୁ ବିପଦ ମୁକ୍ତ ରଖିପାରେ,ଅନେକ ଅସୁବିଧା ସମୟରେ।

:::::::ମା ଫୋନରେ ଡାଡିଙ୍କୁ କହୁଥିଲେ ନିଖିଲେଶ!ଟେକ ଇଟ ସିରିୟସଲି। ମୁଁ ଆନ୍ନାକୁ ଘରେ ଏକା ଛାଡ଼ି, ଇମର୍ଜନସି କରି ପାରୁନି। ଆଜି କିନ୍ତୁ ତାକୁ ,ଏକା ଘରେ ଛାଡ଼ି ଯିବାକୁ ବାଧ୍ୟ।ଚେଷ୍ଟା କରୁଛି ,ଯେତେ ସମ୍ଭବ ନାଇଟ ଡିଉଟି ସାରି,ଫେରିବି। ବାଧ୍ୟ ହୋଇ ଯାଉଛି, କରୋନା ଡିଉଟି ପାଇଁ ଆମର ବି ଷ୍ଟାଫ୍ ସର୍ଟେଜ।ଆଇ କ୍ୟାନ ନଟ ମ୍ୟାନେଜ।ୟୁ କମବ୍ୟାକ ହୋମ ଆଜ ଆର୍ଲି ଆଜ ପସିବ୍ଲ। କାଲି ସକାଳ ସୁଦ୍ଧା ବାହାର ସେହିଠାରୁ।ମା ପରେ ଜାଣିଲେ,ଫୋନ କଟି ଗଲାଣି,ସେ ଏକପାଖିଆ କେବଳ କହି ଚାଲିଥିଲେ।କାହିଁକି ଏପରି ନିକାଞ୍ଚନ ଯାଗାରେ ଗୋଟିକିଆ ଘରଟେ କଲେ,କେଜାଣି?ମା ବ୍ୟସ୍ତ ହୋଇ ,ଗାରୁ ଗାରୁ ହେଉଥିଲେ। ଘର ପଛ ଫାର୍ମ ହାଉସର କେୟାର ଟେକର ମଧ୍ୟ ଗାଁ କୁ ଯାଇ ଫେରି ପାରୁନି,କରୋନା ପାଇଁ।

::::::: ଏବେ ମୁଁ ଘରେ ସମ୍ପୂର୍ଣ ଏକା।କିଛି ପଢିଲି। ବହୁତ କଥା ଭାବିଲି। ମୋତେ ଭାବିବାକୁ ଭଲଲାଗେ।ମୁଁ ଠିକ୍ କଲି ବାଥରୁମ ଯାଇ ,ଆସି ଶୋଇଯିବି। ବାଥରୁମ କମବୋର୍ଡରେ ବସିଥିଲି ।ବାଥରୁମ ଲାଇଟ୍ ନଦେଇ।ଶୋଇବା ଘରର ହାଲକା ଲାଇଟ୍ ବାଥରୁମରେ ପଡୁଥିଲା ,ତାହା ପ୍ରର୍ଯ୍ୟାପ୍ତ ଥିଲା ମୁଁ ପିସ୍ ଯିବାକୁ। ଏକ ଛାୟା ସ୍ଲାଇଡିଙ୍ଗ କାଚ ସେପଟେ ଦେଖାଗଲା। 

:::::::::::ମୁଁ ଶିହରୀ ଉଠିଲି।କମବୋର୍ଡ ପଛକୁ ଢଳିଗଲି, ଯେପରି ସେ ମୋତେ ସାମାନ୍ୟ ନଦେଖିପାରୁ। ମୁଁ ମଧ୍ୟ ସେ ଛାୟାକୁ ଯେପରି ନଦେଖେ।ଦେଖିବି ମାନେ ଅଧିକ ଭୟ କରିପାରେ।କିନ୍ତୁ ସେ ଛାୟା ଯେତେ ସମ୍ଭବ ମୁହଁକୁ କାଚରେ ଲଗାଇ ମୋତେ ଦେଖିବାକୁ ବା ତା ଚେହେରା ଦେଖାଇବାକୁ ଚେଷ୍ଟା କରୁଥାଏ।ସେତିକି ସମୟ ଭିତରେ,,ମୋ ଗୋଡତଳ ପାଣି ହୋଇ ଗଲାଣି। ମୁଁ ଚାରିଥର ଆଗପଛ ହୋଇ,ତାକୁ ନଦେଖିବାକୁ ଚେଷ୍ଟା ଜାରି ରଖିଥାଏ। ମୁଁ ସମସ୍ତ ଶକ୍ତି ଲଗାଇ କମବୋର୍ଡରୁ ଉଠିବାକୁ ଚେଷ୍ଟା କରୁଥାଏ,ହେଲେ ସ୍ଥାଣୁ ହୋଇ ଯାଇଥାଏ।

           ସି୍...,ସି୍...,ସି...।

:::::::::ଏହି ,ସି ,ସି, ଶବ୍ଦ ଶୁଣି ସେଇଟା ଗୋଟେ ପୁରୁଷଲୋକ ଆଉ ଖୁବ ଖତରନାକ ଉଦ୍ଦେଶ୍ୟ ସହ ଆସିଛି, ମୁଁ ଜାଣିପାରିଲି। ଆଉ ଅଧିକ ସମୟ କମବୋର୍ଡରୈ ବସିବା ଠିକ ହେବନି। ଯଦି,ସେ ଗ୍ଲାସଖୋଲି ହାତ ବଢାଇଲା ,ମୋତେ ଅକ୍ଲେଶରେ ଛୁଇଁ ପାରିବ ଆଉ ହୁଏତ ଧରିଦେବ। ମୁଁ ପୁଣି ଭୟରେ କମ୍ପି ଉଠିଲି। ମୁଁ ଯଥେଷ୍ଟ ବଳ ଲଗାଇ କମବୋର୍ଡରୁ ଉଠି ବାଥରୁମ ବାହାରକୁ ଦୌଡିଲି।ଆଉ ଧଡକରି ବାଥରୁମର ଫାଇବର ଡୋର ବନ୍ଦକଲି।ବେଡ଼ରୁମ ଝରକାସବୁ,,ଯାହାହେଉ ମା ବନ୍ଦକରିଦେଇ ଯାଇଥିଲେ ।ମୋବାଇଲ ଉଠାଇ ଦେଖିଲି,,ମା ଯିବା ଜଷ୍ଟ ଘଣ୍ଟାଏ ହୋଇଛି।ରାତି ଏଗାରଟା ପନ୍ଦର। 

::::::::ମୁଁ ମା'ଙ୍କୁଫୋନ କଲି।ମା କିଏ ଜଣେ ବାଥରୁମ ସେପଟେ ମୋତେ ଡରାଇବାକୁ ଚେଷ୍ଟା କରୁଛି।ସେ ସମୟରେ ଝଣଝଣ ହୋଇ ଏକ କାଚ ଖସିବା ଶବ୍ଦ ହେଲା।ମୋ ହାତରୁ ଫୋନ୍ ଖସିଗଲା,କାଚ ଭାଙ୍ଗିବା ଶବ୍ଦ ସହ। ମୁଁ ଯାହା ଅନୁମାନ ଲଗାଉଥିଲି,ସେୟା ହେଲା।ସେ କାଚ ଭାଙ୍ଗି,ସେପଟୁ ପଶିବାକୁ ଚେଷ୍ଟା କଲାଣି।ଆନ୍ନା ଫୋନଧର। ମୁଁ ପୁଣି ଫୋନ୍ ଉଠାଇଲି।କଲ୍ କଟିନଥିଲା।ଦେଖ ଆନ୍ନା,ଡରିନା।ସେ ଗ୍ଲାସ୍ ଯଦି ଭାଙ୍ଗିଲାଣି,ଏକଜଷ୍ଟ ଫ୍ୟାନସହ ହାଲକା ଗ୍ରିଲ ଭାଙ୍ଗିବାକୁ ଅଧିକ ସମୟ ନେବନି। ଥରେ ବାଥରୁମକୁ ପଶିଗଲେ,ବାଥରୁମ ଡୋର ଭାଙ୍ଗିବାକୁ ତାକୁ ବିଶେଷ ସମୟ ଲାଗିବନି।କାରଣ ବାଥରୁମ ଡୋର, ଫାଇବରଡୋର,ତୁ ଜାଣୁ।ତୁ ଧ୍ୟାନ ଦେଇ ଶୁଣ ଆନ୍ନା।ପ୍ରଥମେ ଫ୍ୟାନବନ୍ଦକରି 👂କାନପାର।ସେ ବାଥରୁମ୍ କାଚ ଉଠାଇବା ପରେ ଯଦି ଗ୍ରିଲ ତାଡିଲା,ତୁ ସେ ଶବ୍ଦ ଶୁଣିପାରିଲୁ,ବେଡରୁମ ବନ୍ଦକରି ହଲକୁ ଚାଲିଆସ।ସେ ବେଡରୁମରୁ ଯାହା ନେବାକଥା ନେଇ ପଳାଉ।ଏହି ଭିତରେ ମୁଁ ପହଞ୍ଚୁଛି।ଆଉ ପୁଲିସକୁ ବି ସେତିକି ସମୟ ଲାଗିବ ପହଞ୍ଚି ବାକୁ।ସମାନ ଦୂରତାରେ ଆମେ ଅଛୁ।ଜମା ଡରନା।ୟୁ ଆର୍ ଏ ବ୍ରେଭ ଗାର୍ଲ୍।ମା ମୋତେ ସାହାସ ଦେବା ଭିତରେ,କାନ୍ଦିଲେଣି।

:::::::::::ମା ଫୋନ କାଟି ନାହାଁନ୍ତି,ଗ୍ରିଲ ତାଡିବା ଶବ୍ଦ ହେଲା, ମୁଁ ଖୁବଶୀଘ୍ର ସେ ରୁମକବାଟ ବନ୍ଦକରି ହଲକୁ ଚାଲିଆସିଲି।ଡରରେ ଫୋନ ମୋ ହାତରୁ ଖସି ଯାଇଛି, ମୁଁ ଜାଣି ପାରିନି। ମୁଁ ହଲରେ ଥରି ଥରି କହୁଥାଏ ମା ଜଲଦି ଆସ। 

:::::::ବାଥରୁମ ଡୋର ସେ କିପରି ମୋଡିଦେଲା ,ସେ କବାଟ ଟଳିପଡିବା ଶବ୍ଦ ବି ମୋ କାନରେ ପଡ଼ିଲା।ମା'ଙ୍କୁ ଘରେ ପହଞ୍ଚି ବାକୁ ନିହାତି ଏକ ଘଣ୍ଟା ଲାଗିବ।ମାମା ଘର ଛାଡ଼ିଯିବା ଦେଢ଼ ଘଣ୍ଟା ପାଖାପାଖି ହେଲାଣି।ମା ପହଞ୍ଚିବାଯାଏଁ,ନିଜକୁ ରକ୍ଷା କରିବାକୁ ପଡ଼ିବ।ବେଡରୁମ କବାଟର ଅଲଡ୍ରପର ସ୍କ୍ରିୟୁ ଆଉ ପେଚର ଓପନିଙ୍ଗ ସାଇଡ୍ ରୁମର ଭିତର ପଟକୁ।ହଲରେ ଥାଇ ଦେଖିଲି।ଏକ ପେଚ ବୋଧେ ସେ ମୋଡି ମୋଡି ଖୋଲୁଛି। ଅଲଡ୍ରପ ପାଖରୁ କ୍ରି,କ୍ରି ଶବ୍ଦ ଆସୁଥାଏ। ପାଖାପାଖି ଛ"ଟି ପେଚ ଲାଗିଛି।ଯଦି ସେ ଚାରୋଟି ପେଚ ପାଞ୍ଚ ମିନିଟ ଭିତରେ ଖୋଲିଦେଲା,ଆଉ ଦୁଇଟି ପେଚ ଖୋଲିବା ଦରକାର ନାହିଁ। ସେ କବାଟକୁ ଟାଣି, କବାଟ ଖୋଲିଦେଇ ପାରିବ ଆରାମସେ । ହଠାତ୍ ମୋ ଫୋନ ପୁଣି ବାଜି ଉଠିଲା,ରୁମ ଭିତରୁ ଶବ୍ଦ ଆସୁଥିଲା।ସେ ନିଜଜୋତା ରେ ଫୋନଟି ଢୋ ଢୋ କୁଟି ଭାଙ୍ଗୁଥାଏ ବୋଧେ,ମୋତେ ଶୁଭିଲା।ଫୋନ ରିଙ୍ଗ ହେବା ବନ୍ଦ ହୋଇଗଲା।ଫୋନ ନାହିଁ,ମାଙ୍କୁ ବି ଆଉ କନ୍ଟାକ୍ଟ କରି ପାରିବିନି। ମୁଁ ନିଜେ ଠିକ କଲି ହଲରେ ରହିବା ,ମୋ ପାଇଁ ଆଉ ଜମାରୁ ସେଫ୍ ନୁହେଁ। ମୁଁ ପାଖରୁମକୁ ଦୌଡ଼ିଗଲି।ସେ ରୁମର ଗୋଟେ ଫାଳ ଝରକା ଖୋଲାଥିଲା।ସେ ଝରକା ତୁରନ୍ତ ବନ୍ଦକରି,ବାଥରୁମ ଡୋର ବନ୍ଦକଲି।ମୋ ଦେହରେ ନାମକୁ ମାତ୍ର ଜୀବନ ଥାଏ। ମୁଁ ଏକ ଭୁଲ ନିଷ୍ପତ୍ତି ନେଇଗଲି ଭାବିଲି, ଯେତେବେଳେ ମୁଁ ଆଶ୍ରୟ ନେଇଥିବା ଦିତୀୟ ରୁମରେ ଏକ ପ୍ରଚଣ୍ତ ଗୋଇଠା ସେ ଦେଲା। କାରଣ ଏହିରୁମ ସଂଲଗ୍ନ ଏକ ଗାଧୁଆଘର ଛଡ଼ା,ଏହି ରୁମରୁ ଆଉକିଛି କନେକସନ ନାହିଁ ,ଅନ୍ୟ କେଉଁଠିକୁ ଯିବାକୁ।ଯଦିବି ବାଥରୁମକୁ ଯିବି, ବାଥରୁମରେ ଲୁଚିରହିବାଟା ଅଧିକ ବୋକାମୀ ହୋଇଯିବ।ଆଜିକାଲିକା ବାଥରୁମ ଡୋର ବିଲକୁଲ ମଜଭୁତ ନୁହେଁ। ବରଂ ମୁଁ ସିଡିଘରେ ଆଶ୍ରୟ ନେଇଥିଲେ ଭଲ ହୋଇଥାନ୍ତା।ଆଟଲିଷ୍ଟ ମୁଁ ଛାତକୁ ଯାଇ ପାରି ପାଟି କରି କାହାକୁ ଡାକିପାରିଥାନ୍ତି।ପରେ ମନେ ପଡ଼ିଲା,ଯେ ଛାତ କବାଟ ଲକହୁଏ, ସନ୍ଧ୍ୟା ବେଳୁ,ଆଉ ଚାବି ଶୋଇବା ଘରେ ରହିଗଲା। ମୁଁ ଏକ ସୋଫା ସଙ୍ଗେ ସଙ୍ଗେ ଟାଣି ସେ କବାଟ ସହ ସେଟକଲି।ମୋ ପାଖେ କିଛିବି ଅସ୍ତ୍ର ନଥିଲା,ଥିଲେବି ସାମାନ୍ୟ ବଳ ନଥିଲା। ତଥାପି ଏକ ମୋଟା ଲୁହା ପାଇପ ମୁଁ ଧରିଥିଲି ଏକ ପିପର ସ୍ପ୍ରେ ସହ।

::::::ମସ୍ତିଷ୍କ କାମ କରୁଥିଲା କେବଳ। ମୁଁ କାନପାରି ଶୁଣିଲି ସେ କବାଟରେ ଏକ ଗୋଇଠା ଦେବାପରେ ଚୁପ୍ ହେଇଗଲା।ଟିକେ ସମୟ।ପୁଣି ସେ ଶବ୍ଦ କଲା ହିସ୍.... ,ହିସ୍....,ହିସ୍।ଗୋଟେ କଥାମଧ୍ୟ ଏ ପର୍ଯ୍ୟନ୍ତ ସେ କହିନି।କିନ୍ତୁ ସେ ହିସ୍,ହିସ୍ ଶବ୍ଦ ଅତି ଭୟଙ୍କର ଭୟ ଜାତ କରି ମୋ ସର୍ବାଙ୍ଗ କମ୍ପାଇ ଦେଉଥାଏ। କିଛି ସମୟ ପରେ ମଚ, ମଚ,ମଚ ଶବ୍ଦ ଶୁଭିଲା।ସେ ଜୋତା ପିନ୍ଧିଛି ନିଶ୍ଚୟ।ମୋର ଏବେ ଚିନ୍ତା ସେ ଗଲା କୁଆଡେ।ତା'ର ପରବର୍ତ୍ତୀ ଚକ୍ରାନ୍ତ କଣ?

:::::: ପାଞ୍ଚ ମିନିଟ ପରେ, ମୁଁ ଆଶ୍ରା ନେଇଥିବା ଦ୍ୱିତୀୟ ବାଥରୁମ୍ କାଚ ଠଣଠଣ ହୋଇ ଝଡ଼ିବା ଶବ୍ଦ ହେଲା।ମୋ ଅନୁମାନ ଠିକ୍ ଥିଲା।ସେ ଫେରିଯାଇ ବାଥରୁମ ପଟେ,ଏହି ରୁମକୁ ଆସିବ ଭାବୁଛି।ବାଥରୁମ ପଟେ,ପଶିବା ତାକୁ ସହଜ ହେଉଛି। ମୁଁ ବଡ କଷ୍ଟରେ ସୋଫାକୁ ଘୁଞ୍ଚାଇ ବହୁତ ଜୋରରେ କାନ୍ଦିଲି। ମା,ଡାଡି!!!!!!ସେ ମୋତେ ନିଶ୍ଚୟ ମାରିଦେବ,ଏବେ। ମୁଁ ବାହାରକୁ ବାହାରିବି ଭାବିନେଲି।କାରଣ ମୁଁ ପାଖାପାଖି ସିଓର ଥିଲି ସେ ଜଣେ ଆସିଛି।ତଥାପି,ଯଦି ଜଣେ ନହୋଇ ଆଉକିଏ ହଲରେ ଥିବ?ଏ ପ୍ରଶ୍ନ ବି ମୋ ମନରେ ଆସୁଥିଲା।କିନ୍ତୁ ଏହି ରୁମରେ ବନ୍ଦ ହୋଇ ମରିବା ଅପେକ୍ଷା,ହଲକୁ ଯାଏ।ଯିଏ ଥିବ ତା 'ଉପରେ ପିପର ସ୍ପ୍ରେ କରି ,ନିଜକୁ ରକ୍ଷା କରିବାକୁ ଚେଷ୍ଟାକରିବି।ଏହା ଭାବି ହଲକୁ ବାହାରିଲି।

::::::: ମୁଁ ଖୁବ୍ ସତର୍କତାର ସହ ରୁମ କବାଟ ଖୋଲିଲି।ଏହି

ରୁମ ମୁଁ ଛାଡି ବାହାରକୁ ବାହାରି ଆସିଲି ବୋଲି ଯେପରି ସେ, ନଜାଣୁ।କାରଣ ହଲଦେଇ , ମୁଁ ସିଡିଘରେ ପହଞ୍ଚିବାକୁ ଯେତିକି ସମୟ ନେବି,ସେ ଏହି ବାଥରୁମପାଖରୁ ବାହାରି ପ୍ରଥମ ବାଥରୁମ ଡେଇଁ ଶୋଇବା ଘର ଦେଇ ଜଷ୍ଟ ହଲପାଖେ, ପହଞ୍ଚିବାକୁ ସେତିକି ସମୟ ନେବ ଆଉ ମୋତେ ଧରି ଦେଇପାରେ।ତେଣୁ ମୁଁ,ଯଦି ସିଡିଘରକୁ ଯିବି ଖୁବ ଶୀଘ୍ର ଯିବାକୁ ପଡିବ।ସିଡିଘରର ଗ୍ରିଲ ବନ୍ଦ କରିବା ସହ କାଠ କବାଟଟି ଲଗାଇ ମୁଁ ଡବଲ ପ୍ରୋଟେକ୍ସନ ପାଇ ପାରିବି,ଭାବିଲି।

::::::ସେ ସେପଟ ଘର ବାଥରୁମ ଡୋର ନଭାଙ୍ଗି,ମୋ ଭାବିବା ମୁତାବକ ପ୍ରଥମ ବାଥରୁମ ପଟେ କ୍ଷୀପ୍ର ବେଗରେ ମାଡ଼ି ଆସିଲା।ତାକୁ ଯିବାଆସିବା ପାଇଁ ଏକ ବ୍ୟବସ୍ଥିତ ବାଟ ମିଳି ଯାଇଥିଲା। ମୁଁ ହଲଛାଡି କାଠଡୋର ବନ୍ଦକରି ଗ୍ରୀଲ ଲଗାଉଛି,ସେ ଏକ ଶକ୍ତ ଗୋଇଠା ପ୍ରହାର କଲା ସିଡିଘର କବାଟରେ।ମୁଁ ଥରୁଥିଲି ହେଲେ ଆଶ୍ୱସ୍ତ ଥିଲି,ଏଠି ଦୁଇ ଦୁଇଟି ପ୍ରୋଟେକ୍ସନ ମୋ ପାଖେ ଅଛି।ତଥାପି ସେ ପାଟି ଖୋଲି କିଛି କହୁନଥିଲା।

କେବଳ ସି୍......

ସି୍.......

ସି୍........ ଶବ୍ଦ ଛାଡୁଥିଲା।

ସେ ଭୟଙ୍କର ଶିହରୀତ ଶବ୍ଦ ଶୁଣି ମୁଁ ମୋ ସରି ଆସୁଥିବା ବଳସହ ସିଡ଼ିରେ ଦୁମକରି ବସିଗଲି।ଅଢେଇଘଣ୍ଟାର ତୀବ୍ର,ମାନସିକ ଭୟଙ୍କର,ଶିହରୀତ ଲଢାଇପରେ ଆଉ ଆଗକୁ କଣ ଭାବିପାରିବି ?ମୋ ହୋସ୍ ଚାଲି ଯାଇଥିଲା।

::::::ନିଶ୍ଚୟ ଏକ ଭୟଙ୍କର ମାନସିକ ବିକୃତ ପାଗଳ ସେ ଥିଲା।ଘରୁ ଆମର କିଛି ବି ଜିନିଷ ଚୋରି ଯାଇନଥିଲା।ମା,ଆଉ ପୁଲିସ ଗାଡ଼ି ଆସିଯାଇଥିଲା।ସେ ଘରର ଅନେକ ଜିନିଷ ମୋତେ ନପାଇ..... ଭାଙ୍ଗଭୁଙ୍ଗି କରୁଥିଲା।ପୁଲିସକୁ ଦେଖି ଦୌଡ଼ି ପଳାଇଗଲା।।ସେ ବିଲରେ ବିଲରେ ଦୌଡ଼ିବା ଭିତରେ ପୁଲିସ ତାକୁ ଧରି ପାରିନଥିଲା।ଆଠଦଶଦିନ ଲାଗିଥିଲା ପୁଲିସକୁ ସେ ଲୋକକୁ ଧରିବାକୁ।ପୁଲିସ ଜଣାଇଲା ସେ ଏକ ସାଇକୋ କିଲର ଅଟେ। ଏମିତି ଡରାଇ ,ଥରାଇ ହତ୍ୟା କରିବାରେ ମଜା ପାଏ ,,ହତ୍ୟା ବି କରିଛି ବହୁତ ଜଣଙ୍କୁ।



Rate this content
Log in

More oriya story from Pratima Das

Similar oriya story from Thriller