Pratima Das

Others

3  

Pratima Das

Others

ଯଦି ମୋର କିଛି ହୋଇଯାଏ

ଯଦି ମୋର କିଛି ହୋଇଯାଏ

3 mins
204



ସହର ଚଳଚଞ୍ଚଳ ହୋଇଉଠିଛି । କିଛି ଦିନର ଲଗାଣ ବର୍ଷା ପରେ ସେ ସନ୍ତସନ୍ତିଆ ବର୍ଷା ପାଗଟା

ବିରକ୍ତିକର ଥିଲା,ଚାଲି ଯାଇଛି । ସବୁକଥାକୁ ସହିବାର ସୀମା ଥାଏ । ମଣିଷର ମାନସିକ ଆଉ ଶାରୀରିକ ସକ୍ଷମତା ଭିତରେ କଥା ବଳେଇ ଗଲେ କଥା ସରିଲା । କଥା ସୀମା ପାରହେଲେ ମସ୍ତିଷ୍କ ସହେସିନା ,ସେ ଅସହ୍ୟ ଚାପରେ ଅସନ୍ତୁଷ୍ଟ ପ୍ରକଟ କରେ । ଚିଡିଚିଡି ହୁଏ,ମାନସିକ ଅବସାଦ ବଢିଯାଏ । ସେ ପାଗ ହେଉ କି ପରିବେଶ ବା କାମ ।


ବର୍ଷାଛାଡିଯିବାରୁ, ଶୁଖିଲା ଶୁଖିଲା ଘରଦ୍ବାର, ରାସ୍ତାଘାଟ, ଲୁଗାପଟା ମନକୁ ହାଲକା କରୁଛି । ତା'ସହିତ ହେମନ୍ତର ଆଗମନ ,କାର୍ତ୍ତିକ ଆଉ ମାର୍ଗଶୀର କୁ ନେଇ । ଚଉରା ମୂଳ ଲିପାପୋଛା ହୋଇ ସଜ ହେଲାଣି । ମୁରୁଜ ପଡିବ, ଆକାଶଦୀପ ଟଂଗାହେବ । କ'ଣ ପାଏ ନାରୀଜାତି ?? ସେ ହୁଏତ ନିଜର ବାଂଛିତ ମାନସିକ କେବେ ପାଏନି ଏତେ ବିଶ୍ୱାସ ଆଉ ନିଷ୍ଠାପର ଭାବେ ବାରବ୍ରତ ତେର ଓପାସ କରିଲେବି । ସେ ନିଜେ ବୋଧେ ଅସ୍ପଷ୍ଟ ତା କଷ୍ଟକୁ ନେଇ ତା ବ୍ରତକୁ ନେଇ । ତଥାପି ଏ ନିଷ୍ଠା ମୂଳେ ନିଜ ବିଶ୍ବାସର ମଂଜିଟି ପୋତିଥାଏ ନିଜ ଇପ୍ସିତ ଆକାଂକ୍ଷାକୁ ଚରିତାର୍ଥ କରିବାକୁ । ହ... ଏ ସବେ କରୁଛନ୍ତି ,ମୁଁ କେମିତି କରିବିନି କହି, ଭାବିଭାବି ।  ତାକୁ କେହି ମାନସିକ ସ୍ତରରେ ତିଆରନ୍ତିନି, ତୁବି ଏକଲା ତୋ ନିଜ ନିଷ୍ପତ୍ତିରେ ବଂଚି ପାରିବୁ । କରିକି ଦେଖ ।


ଏମିତି କେତେଦିନ? ସବୁଠୁ ବଡ ଇପ୍ସିତ ଆକାଂକ୍ଷା ନାରୀଜାତିର, ସର୍ବୋପରି ଓଡିଆ ରମଣୀର ମୁଁ ଅହିସୁଲକ୍ଷଣୀ ହୋଇ ମରିବି । ଶୀଲା ଦୌଡି ଦୌଡି ଆସିଲା ବାପା ଦେଖ ଏଥିରେ ବୋଉ କେତେ କଥା ଲେଖିଛି । ଠାକୁରଙ୍କ ପାଖେ ବସି ବୋଉ ଏଗୁଡିକ ଲେଖିଲାବେଳକୁ ଖାଲି କାନ୍ଦୁଥିଲା । ମୁଁ ବି ବୋଉକୁ ଲୁଚି ଲୁଚି ଦେଖି କାନ୍ଦୁଥିଲି । ବୋଉ କେଉଁ କାମରେ ବ୍ୟସ୍ତ ଅଛି । ମୁଁ ଠାକୁର ଘରୁ ସେ ଡାଏରି ନେଇ ଆସିଛି ।

ଜୀବନ ବାବୁ ଶୋଇ ରହିଥିଲେ, କିଛି ସ୍ବାସ୍ଥ୍ୟ ସମସ୍ୟାକୁ ନେଇ, ଉଠି ପଢିଲେ । ବାପା କ'ଣ ଲେଖା ହୋଇଛି ଏଥିରେ? ଜୀବନ ବାବୁ ଡାଏରି ଟି ପଢିଲେ ।

ହେ ଈଶ୍ୱର !!!! ସ୍ତ୍ରୀ ଲୋକଙ୍କ ଜୀବନ କଣ ଏତେ ଅଲୋଡା ?ପ୍ରାୟ ପୁରୁଷଙ୍କୁ ଆଗ ଉଠାଇ ନିଅ କାହିଁକି ତୁମପାଖକୁ? ବାପଘରେ ବୋଉ, ଦେଠେଇ, ମାଉସୀ, ମାଇଁକୁ ଦେଖିଲି ଯାହା ଶାଶୁଘରେ ଶାଶୁ, ଖୁଡିଶାଶୁ, ବଡଶାଶୁ,ସାହି ପଡିଶାରେ ଦେଖୁଛିଶସେୟା । ସେହି ବୈଧବ୍ୟ ବେଶ ମୋତେ ଟିକି ଟିକି କରି ଭିତରୁ ଅସହାୟ କରୁଛି ।


କମ ବୟସର ବିଧବାଟି ଶରୀର ଆଉ ମନର ତାତି ମାରିବାକୁ ଯାଇ କି ନରଖର ନ ହେଉଛି । କି ପାପ ସେ କରିଥିଲା ?ଖାଇବାଠୁ ପିନ୍ଧିବା,କଥାହେବାଠୁ ଶୋଇବା ପର୍ଯ୍ୟନ୍ତ ସବୁଠି କଡା ନିୟମ ତା'ପାଇଁ ।

ଆମିଷ ଛାଡିବ, ବାର ବାର ଚବିଶି ନିର୍ଜଳା ଏକାଦଶୀ କରିବ, ଧଳାଶାଢୀ ପିନ୍ଧିବ,ଚଟେଇରେ ଶୋଇବ କି ମାଘ କି ପୁଷ ହାଡଭଂଗା ଜାଡରେ । ହବିଷ କରିବ । ଆକାଶଦୀପ ଜାଳିବ । ତା'ସଂଗେ ସଂସାର ଡଙ୍ଗା ବାହିବ । ବକତେ ଆହାରରେ ତା' ବାକିତକ ଜୀବନ ଗଡୁଥାଏ, ଶୀଘ୍ର ଆସୁନଥିବା ମୃତ୍ୟୁର ଅପେକ୍ଷାରେ । ତା'ସହିତ ଅନେକ ଟାହି ଟାପରା । କୁଲକ୍ଷଣୀ, ଅମୁଂଗୁଳିଆଣୀ, ମୁହଁ ଦେଖିଲେ ଅଶୁଭ ଇତ୍ୟାଦି ।


ସମାଜର ଠିକାଦାର ଯିଏ ସେହି ନିୟମ ଗୁଡିକ ଲାଗୁ କରିଛନ୍ତି, ଏକ ଶୃଖଂଳିତ ସମାଜ ଆଶାରେ ସେ ବିଧବା ପାଇଁ, ସେମାନଙ୍କ ଭିତରୁ ଅନେକ ସେହି କଅଁଳ ବିଧବାର ପ୍ରଣୟ ପାର୍ଥୀ, ରାତ୍ରିର ଅନ୍ଧକାରରେ ।

ତେଣୁ ହେ ପ୍ରଭୁ!! ମୋ ସ୍ବାମୀଙ୍କ ଦେହ ଭଲ କରିଦିଅ ନଚେତ୍ ମୋତେ ଆଗ ନେଇଯାଅ । ଏତିକି ମାଗୁଣି ।

ଜୀବନ ବାବୁଙ୍କ ଆଖି କୋଣରେ ଲୁହ । ବିଷର୍ଣ

ଦେଖାଗଲେ । ଝିଅ ଶୀଲା ମାତ୍ର ଏଗାର ବର୍ଷର । ତାକୁ

ଆଉଁସି ଦେଇ କହିଲେ ବୋଉକୁ ମୁଁ ବୁଝାଇଦେବି । ଏଥିରେ କିଛି ଖରାପ ଲେଖିନାହିଁ ବୋଉ । ତୁ କିପରି ତୋ ଯୁଦ୍ଧ ଲଢିପାରିବୁ ,ଆଗକୁ ବଢିବୁ ଏକା ଥାଆକି ,ଆମେ ସବୁ ଥାଉ ତୋ ସହ ,ଏହା ଲେଖା ହୋଇଛି । ସେ ବିଷୟରେ ବୋଉ ଠାକୁରଙ୍କ ପାଖରେ ତୋ ପାଇଁ ଶକ୍ତି ମାଗୁଥିଲା । ଆଉକିଛି ନୁହେଁ । ଚାଲଯିବା । ଜୀବନ ବାବୁ କହିଲେ ।


ଏହି ସମୟରେ ଜୀବନବାବୁଙ୍କ ମା ଡାକିଲେ ସଂଜୁ

ଜଲଦି ଯୋଗାଡ କରେ, ମୋ ଆକାଶଦୀପ ଚଉରାମୂଳେ ଟାଂଗିବାର ବେଳ ହେଲା । ଜୀବନ ବାବୁ ବୋଉପାଖକୁ ଯାଇ କହିଲେ ବୋଉଲୋ ତୋର ଯଦି ଖୁସି ଏହି ହବିଷ ଇତ୍ୟାଦି କରିବାରେ ବା ଅଭ୍ୟାସରେ ପଡିଗଲାଣି ବୋଲି କରୁଛୁ କରେ । ନହେଲେ ଦେହକୁ କଷ୍ଟଦେଇ ଜମା କରେନା । ଆଉ, ଆଜି ମୋତେ କଥା ଦେ , ଶପଥ କରେ ମୋର ତ କିଛି ହେବନି  । ଯଦି ମୋର କିଛି ହୋଇଯାଏ ସଂଜୁ ଯେପରି ଖୁସିରହିବ ତାକୁ ସେପରି ରଖିବୁ । ଅନ୍ଧବିଶ୍ବାସର ସହ ଗୁଳାପଡିଥିବା ରାସ୍ତାରେ ସମସ୍ତେ ଯାଉଛନ୍ତି ବୋଲି ଚାଲିବୁନି କି ସଂଜୁକୁ ବୈଧବ୍ୟ ଯନ୍ତ୍ରଣା ଦେବୁନି । ପ୍ରଥମେ ଏପରି ଏକ

ଭୟାତୁର ଅବସ୍ଥାରୁ ଯେପରି ସେ ମୁକୁଳିବ ସେ ବ୍ୟବସ୍ଥା ମୁଁ କରିବି । ଆର୍ଥିକ ଆଉ ସାମାଜିକ ସ୍ଥିତି ମଞ୍ଜୁର ଦୃଢ଼ ହେବା ନିହାତି ଦରକାର ।


ଆଜିଠୁ ତୁବି ଖୁସିରେ ରହ । ସ୍ତ୍ରୀ ବିନା ପୁରୁଷ ଯେପରି ସାଧାରଣ ଜୀବନଯାପନ କରେ, ସ୍ତ୍ରୀ ବି ସେପରି ନିହାତି ଜୀବନଯାପନ କରିବା ଉଚିତ୍ । ମୋ ଶିଲାକୁ ଏକେଲା ସଂଗ୍ରାମ କିପରି କରିବାକୁ ହୁଏ ଆଜିଠୁ ଶିଖେଇବା । ଠିକ ନା ବୋଉ । ବୋଉ ମୁଣ୍ଡ ଆଉଁସି ଦେଇ କହୁଥିଲେ ସମ୍ପୂର୍ଣ୍ଣ ଠିକ ଲୋ ବାପା ।

                        


Rate this content
Log in