STORYMIRROR

Pratima Das

Abstract

3  

Pratima Das

Abstract

ପୟା ଶ୍ରାଦ୍ଧ

ପୟା ଶ୍ରାଦ୍ଧ

2 mins
480

ଇନ୍ଦୁ ଦେବୀ ତରବର ହୋଇ ଆଉଥରେ ସବୁ ଜିନିଷ ଦେଖିନେଲେ। ଅରୁଆ ଚାଉଳ, ଉଷୁନାଚାଉଳ, କଦଳୀ,ବାଇଗଣ,ଖୁମ୍ବ ଆଳୁ,ସାରୁ,ଠୁଙ୍ଗା ପାଇଁ ପଣସ ପତ୍ର ଆଉ ନୁଆ ଖଡିକା,ପାଚିଲା କଦଳୀ,ପିଣ୍ଡ ବାଢିବା ପାଇଁଦେଶୀ ଗାଁ କୁଟା ଚାଉଳ,ରାଶି, ମହୁ, କ୍ଷୀର, ଗୁଡ, ଛେନା ପଞ୍ଚ ମୂରୁଜ,ଦୀପ,ଧୂପ,ଧବଳ ବସ୍ତ୍ର,ଧଳା ଫୁଲ,ବିଡିଆ ପାନ,ଧଳାଗୋଲି ସୂତା,ପିତଳ ଚଡୁଆ,ହାତଧୁଆ କଂସା ଇତ୍ୟାଦି ଇତ୍ୟାଦି।ଯଦି କିଛି ଛାଡିଯାଇଥିବେ ପିଣ୍ଡ ଚାଉଳ ଧୋଇ ସ୍ବାମୀଙ୍କ ହାତକୁ ବାଟୁଳା କରିବାକୁ ବଢାଇ ଦେଇ ,ବାକି ଜିନିଷ ଦେଇ ପାରିବେ।


ପିଲାମାନେ ତାଙ୍କ ପାଠପଢା ସାଙ୍ଗସାଥି ଛଡ଼ା ଏସବୁରେ ଆଗ୍ରହ ଦେଖାଉ ନାହାନ୍ତି। କେବଳ ପଚାରି ଦିଅନ୍ତି ମେନୁ କଣ ମା? ପନୀର,ଓଉଖଟା,ପାଏସ,ଗୋଟାପୋଟଳ, କରୁଛତ? ଘାଣ୍ଟ ତରକାରୀ ନ କରି ଛୋଙ୍କା ତରକାରୀ କର ମା। ବିଗିଡି ଯାନ୍ତି ଇନ୍ଦୁ ଦେବୀ କୁହନ୍ତି ଆରେ ପିଲେ ! ଟିକେ ତ ମୋଠୁ କିଛି ଦେଖ। ଆମର ଏସବୁ ପ୍ରଥା,ପର୍ବ,ଶ୍ରାଦ୍ଧମଉଳା ବିଷୟରେ କିଛି ଜାଣ। ସ୍ବାମୀ କୁହନ୍ତି ଇଛା ହେଲେ ଦେଖନ୍ତୁ ନହେଲେ ନାହିଁ ସେମାନଙ୍କୁ ପଢିବାକୁ ଦିଅ। ସମୟ ଆସିଲେ କରିବେ। ଖାଲି ପଢା ପଢା ପଢା କହି ସବୁ ସରିଲା। ଇନ୍ଦୁ ମୁହଁ ମୋଡନ୍ତି  ଏମାନେ ଶିଖିବେ ! କାଇଁ ଲାଗୁନି।


ସ୍ବାମୀ ସେପଟେ ମଠାଧୋତି ଖଣ୍ଡକ କୁଞ୍ଚ ଖୋସି ନ ମାରି ଇନ୍ଦୁ ଇନ୍ଦୁ ଚିଲୋଉଥିବେ। କାହା କଥା କରିବେ।ତଥାପି ଦୌଡ଼ି ଦୌଡ଼ି ସବୁ ବୁଝନ୍ତି ବାପାକୁ ମଉସା କହି ,କାରଣ ଗୋଟିଏ ବୋହୂ ସିଏ। ବହୁତ ଥକି ଯାଇଥାନ୍ତି ରୋଷେଇ ବାସ କାକଳି ବଢା,ପିଣ୍ଡ ପତ୍ର ଦିଆ, ଅତିଥି ମାନଙ୍କ ଚର୍ଚ୍ଚାରେ । ଏତେ ଥକି ଯାଇଥାନ୍ତି ଯେ ଦେଇ ପିଣ୍ଡି ଅରୁଆଅନ୍ନ ମୁଗକଦଳୀ ଡାଲମା ଟିକକ ମହମହ ବାସୁଥିଲେ ବି ଖାଇ ପାରନ୍ତିନି ଭଲକି ଦିଗୁଣ୍ଡା ସଞ୍ଜକୁ ପୁଣି କାଉଁରିଆରେ ସୁଆଁମ ନଈ, ବାଳୁଙ୍ଗା ଧାନ,କଁଈ ଫୁଲ ବନ୍ଧା ହୋଇ ବଡବଡୁଆ ଡକା।ପିଠାପଣା ,ଦୀପ ସଜଡା,ମୂରୁଜ ଦିଆ ଅଛି। କାହିଁକି ଏ ପାଲା। ମୁଁ ଆଉ ପାରୁନି। ଏପରି କହୁଥାନ୍ତି ପୁଣି କରୁଥାନ୍ତି।


ଶାଶୁ ଧରାଇଛନ୍ତି ପରା ଯୋଗ୍ୟା ବୋହୂକୁ।ଭଲ ଶୁଣିଛନ୍ତି ଆଉ ଆଗକୁ ଶୁଣିବେ ବୋଲି ନିଷ୍ଠାରେ କରନ୍ତି। ନନା ପୟାଶ୍ରାଦ୍ଧ ମନ୍ତ୍ର ଉଚ୍ଚାରଣ ସମୟରେ ପିତା,ପିତାମହ,ପ୍ରପିତାମହ,ମାତା,ମାତାମହୀ,ପ୍ରପିତାମହୀ, ମାମୁଁ ଘର ଅଜା ଆଇ ସପ୍ତପୁରୁଷ ,ପୁଣି ଚଉଦପୁରୁଷଙ୍କୁ ସ୍ମରଣ କରି ଶ୍ରାଦ୍ଧ ପିଣ୍ଡ ବାଟୁଳା ବାଣ୍ଟିବାକୁ କୁହନ୍ତି।


ସବୁବର୍ଷ ପରି ଆଜି ମଧ୍ୟ ଏସବୁ ମନ୍ତ୍ର ଇନ୍ଦୁଙ୍କ କାନରେ ବାଜୁଛି। ଇନ୍ଦୁଙ୍କର ଆଜି ଏକି ଭାବାନ୍ତର?? ତାଙ୍କର ତ ପୁଅ ନାହିଁ।ତାଙ୍କୁ କିଏ ପିଣ୍ଡ ପାଣି ଦେବ? ମାମୁଁ ଘର ଅଜାଙ୍କ ନାମ ଓ ଆଇଙ୍କ ନାମ କହିବଟି, ଏତିକି ଶୁଣି ମନକୁ ମନ କହୁଥିଲେ ,ଯାହାହେଉ ତାଙ୍କ ଝିଅର ପୁଅଯଦି ପିଣ୍ଡପାଣି ବାଢିଲା ବେଳେ ନନା ପଚାରିବେ ତୁମ ମାମୁଁ ଘର ଅଜା ଆଇ ନାମ କହିବଟି ,ତାହେଲେ ଆମ ସ୍ବାମୀ ସ୍ତ୍ରୀ ଙ୍କ ନାମରେ ପିଣ୍ଡପତ୍ରଟିଏ ପଡ଼ିବ, ନହେଲେ ନାଇଁ।


ବଞ୍ଚିଲା ବେଳେ ସେବା ଦେଲେ ଯଥେଷ୍ଟ,ଏ ମାୟାରେ ପଡ଼ିବା ଏତେ ଜରୁରୀ ନୁହେଁ କହି ଅଣ୍ଟା ସଳଖ କରୁଥିଲେ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract