STORYMIRROR

Pratima Das

Drama Tragedy

2  

Pratima Das

Drama Tragedy

କିମ୍ ଆଶ୍ଚର୍ଯ୍ୟମ, ଭଡା ଜରାୟୁ

କିମ୍ ଆଶ୍ଚର୍ଯ୍ୟମ, ଭଡା ଜରାୟୁ

1 min
496


ପଂଚାବନ ବର୍ଷୀୟ କୋଟିପତି ମାନବବାବୁ।ନିଜ ଆଧି, ପଇସା,ପ୍ରାଚୁର୍ଯ୍ୟତାକୁ ନେଇ ଅନ୍ଧଗର୍ବ ଆକାଶ ଛୁଆଁ।ପୁଅ ତତୋଧିକ। ପ୍ରତିଭୁଲ ପୁଅର ଘୋଡାନ୍ତି ।ଏପରିକି ପୁଅର ଚରିତ୍ରହୀନତା ଦେଖି ମଧ୍ୟ ଅଣଦେଖା କରନ୍ତି । ସ୍ତ୍ରୀ ଏକ ଛାରଜୀବ, ପାଦର ଜୋତା,ସମସ୍ତଙ୍କ ଆଗେ କହିବାକୁ କୁଣ୍ଠାବୋଧ କରନ୍ତିନି।

ପୁଅର, ଘରର,ନିଜର ସମସ୍ତ ଉନ୍ନତିର ସୁଖ୍ୟାତିତକ ସ୍ବୟଂକୁ ଦିଅନ୍ତି ।

ବାକି ନିଜ ଜୀବନର ସବୁ ବିଫଳତାର ଶ୍ରେୟ ସ୍ତ୍ରୀକୁ ଅଯାଚିତ ଭାବେ ଧିକ୍କାର କରି ଦେଇଥାନ୍ତି,ମୂଲ୍ୟହୀନ ପ୍ରାଣୀ କହି। କହିବା ବାହୁଲ୍ୟ ବିଫଳତାର ମାତ୍ରା ଅଧିକ, ମାନବ ବାବୁଙ୍କର। ଗୃହିଣୀଟିର ଅବସ୍ଥା ଯାହାହେଉଥିବ ଅନୁମାନ କରି ପାରୁଥିବେ।

ଏକମାତ୍ର ପୁତ୍ରର ଦୁର୍ଘଟଣା ଜନିତ ଆକସ୍ମିକ ମୃତ୍ୟୁ ପରେ,

ପୁଅର ଚିତାରେ ଅଗ୍ନି ସଂଯୋଗ କରି ଘରକୁ ଫେରିଆସି ଭାବୁଥିଲେ ଏବେ ମୁଁ ଅପୁତ୍ରିକ ହୋଇଗଲି ମୋତେ ମୁଖାଗ୍ନି ଦେବ କିଏ??

ପୁଅର ମୃତ୍ୟୁ ପରେ ମୃତ୍ୟୁ କେତେ ଆକସ୍ମିକ ଭାବେ ଆସିପାରେ, ଏହା ଅତି ପାଖରୁ ଦେଖିଲା ପରେ ମଧ୍ୟ, ଉପର ମହଲାରେ ସରୋଗେଟ ମଦରର ଦଲାଲକୁ ଡାକି କଥାବାର୍ତ୍ତା

କରୁଥିଲେ,ଏକ ପୁତ୍ର କାମନା କରି ।ଏହିକାମ ଖୁବଶୀଘ୍ର ହେବା ଦରକାର ବୋଲି କହୁଥିଲେ ଦଲାଲକୁ । ସ୍ତ୍ରୀଙ୍କ ମେନୋପଜ୍ ହୋଇଯାଇଥିଲା ପାଂଚବର୍ଷ ଆଗରୁ ଯେହେତୁ।

ତଳ ପ୍ରାଂଗଣରେ ପ୍ରବଚନ ଚାଲିଥିଲା ପୁଅର ଦଶାହଦିନ। ପଥର ଦେହରେ ପାଣି ପଶି ପାରେନା, ସୁଖି ଦୁଃଖିର ଦୁଃଖ ବୁଝିପାରେନା,ଛେନାଖାଇ ଦୁଧରେ କୁଳି କରୁଥିବା ଝିଅଟି କହିପାରେ ପିତାଜୀ ଏ ଦରିଦ୍ର ବ୍ୟକ୍ତି ଭାତ ନପାଇ ଭୋକରେ ଆଉଟପାଉଟ ହେଉଛି ଯଦି ପୌଲୋଉ ଖାଉନି କାହିଁକି??ସଂସାରରେ ମୃତ୍ୟୁ ଧ୍ରୁବ ସତ୍ୟ ଏବଂ ଅପ୍ରତ୍ୟାଶିତ ଜାଣି ମଧ୍ୟ ମଣିଷ ନିଜେ ଅମର ବୋଲି ଭାବୁଥାଏ।

                        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama