Pratima Das

Others

1.5  

Pratima Das

Others

##ଅ, ପାଖେ ବାଡି ଆ।

##ଅ, ପାଖେ ବାଡି ଆ।

2 mins
440


ଦେଖ ସାରିକା!! ପିଠାପଣା କରି ଦେହକୁ କଷ୍ଟ ଦେଇ, ଦେହ ଖରାପ କରନି।ବି ପ୍ରାକ୍ଟିକାଲ। ପିଲାମାନେତ ପାଖରେ ନାହାନ୍ତି। ପୋଢୁଆଁ ଆଉ କିଏ ହେବ ଯେ ,ଏତେ କଷ୍ଟ କରିବ।ଯଦିଓ ଆମେ ଦୁହେଁ ପୋଢୁଆଁ,,ଆମେ ଦୁହେଁ ତ ଜୀବନର ଚତୁର୍ଥ ପ୍ରହରରେ।ତୁମ ଦେହ ଫେହ ଖରାପ ହେଲେ ମୋ ମୁଣ୍ଡ କାମକରୁନି ,ତୁମେ ଠିକ୍ ନ ହେବା ଯାଏଁ। କଣ ସେ ପିଠା ଖାଇନେ।ପିଲାମାନଙ୍କୁ ଟଙ୍କା ପଠାହୋଇଯାଇଛି, ତାଙ୍କ ଇଛା ହେଲେ କଣ ସେଠି କରି ନୁଆ ପିନ୍ଧି ଦେବେ।ହେଲା ମୋ କଥା ମାନିବ। ରେଷ୍ଟ ନିଅ, ମନପସନ୍ଦର ଗଜଲ୍ ଶୁଣ। ସତରେ କହୁଛ।ସାରିକା ଏକ ହାଲକା ଜିଜ୍ଞାସା ରଖିଲେ।

ହଁ ହଁ। ମୁଁ ଆସିଲାବେଳେ ତୁମ କହିବା ମୁତାବକ ବିଭିନ୍ନ ଫଳ,ମିଠା ନେଇ ଆସିବି। ଏତିକି କହି ଶିବବାବୁ ସନ୍ଧ୍ୟା ଖଟିକୁ ତାଙ୍କର ଚାଲିଗଲେ। ମାର୍ଗଶୀରର ସକାଳ। ସୁନେଲି କିରଣ ବିଞ୍ଚି ହୋଇ ପଡ଼ିଛି ଧରା ସାରା।ହଳଦୀ ପତ୍ର ଏଣ୍ଡୁରିପିଠାର ବାସ୍ନା ପବନରେ ଖେଳିବୁଲୁଛି। କାହିଁକି କେଜାଣି , ଶିବ ବାବୁଙ୍କୁ ଏତେ ମନମତଣିଆ ଏ ମାସଟି ଲାଗେ।ଏହି ମାସରେ ଶିବ ବାବୁ ନିଜେ ଜନ୍ମ,ଏହି ମାସରେ ସାରିକା ପରି ଅର୍ଦ୍ଧାଙ୍ଗିନିକୁ ପାଇଥିଲେ ଜୀବନସାଥି ରୂପେ ।ଏହି ମାସରେ ତାଙ୍କ ପ୍ରଥମ ପୁଅ ସାଗରର ଜନ୍ମ,ଯେ ଏବେ ସୁଦୂର ଆମେରିକାରେ ।

ଶିବବାବୁ ,ପେପରରେ ଏଣ୍ଡୁରି ପିଠାର ଚିତ୍ର,ବାୟୁମଣ୍ଡଳରେ ତାହାର ବାସ୍ନା ପାଇ ଲନର କଅଁଳିଆ ଖରାରେ ବସି ଭାବୁଥିଲେ। ହେ! ଭୁବନେଶ୍ଵର ସହର।ଏଠି ନୁହେଁ କେହି କାହାର । ହାଏ ମୁଁ ବା କେଉଁ କାହାର ଯେ??ସେଇ ହାଏ..ହାଲୋ ଭିତରେ ତ ରହୁଛି ।,ଦି'ଚାରୋଟି ଅଫିସ ବନ୍ଧୁ ଛାଡିଦେଲେ, ଗାଁରୁ କିଏ କେଉଁଦିନ ଯଦି ଆସିଲେ ,ଯାହା ଖୁସିବାସି ଟିକେ ହେବା କଥା। ଗାଁ ହୋଇଥିଲେ ଅଇଖା ଆମର ପିଠା ହୋଇନି ମାନେ ଘରେ ପିଠା ଗଦା ହୁଅନ୍ତାଣି,ସାଇପଡିଶାଘରୁ ଆସି। ଛାଡ ସେ କଥା।ସାରିକା"ତ ଆଉପାରୁ ନାହାଁନ୍ତି। ଦିଲ୍ଲୀ ପରି ବୟସ୍କଙ୍କ.....ସ୍ବତନ୍ତ୍ର ଆପ ହେଲେ ଥାନ୍ତା,ବୟସ ହେଲା ବେଳକୁ ପାଟି ସୁଆଦିଆ ଖାଇବା, ଚାହିଁଲେ ଅର୍ଡର କରି ହୁଅନ୍ତା।ଆମର ଅଇଖା ଭୁବନେଶ୍ୱର ପରିସ୍ଥିତିଟି ମଝିମଝିଆ ଅବସ୍ଥାରେ ଅଛି।ଚାଲ ସେ ରୁଟି ସନ୍ତୁଳା ଖାଇବା,ଯାହା ନିତି ଦିନିଆ ଖାନା କହି ଘର ଭିତରକୁ ଉଠିଲେ। ଘରକୁ ପଶି ଆସି କହିଲେ। କଣ ସାରିକା!!ଆମ ଘରକୁ ବି ସେ ପଡିଶା ଘର ହଳଦୀପତ୍ର ପିଠା ବାସ୍ନା ପଶି ଆସିଛିକି? କାହିଁକି?ତୁମକୁ କ'ଣ ବାସିଲା?? ଖଣ୍ଡେ ତ ପଠାଇବେନି ,ଏ ବାସ୍ନା କାହିଁକି ଛାଡୁଛନ୍ତି କେଜାଣି। ମୁହଁ ଆମ୍ବିଳା କରି ଶିବବାବୁ କହିଲେ। କଣ ଖାଇବାକୁ ମନ ହେଉଛିକି?? ମନ ହେଲେ କଣ ହେବ କହିଲ ।କହି ,ଗାଧୁଆଘରେ ପଶିଗଲେ

ସତୁରୀ ବର୍ଷୀୟ ଶିବବାବୁ।

ଠାକରଘରୁ ମୁଣ୍ଡିଆଟିଏ ମାରିବାକୁ ଗଲାବେଳକୁ ଦେଖିଲେ କାଲି ବଜାରରୁ ଆଣିଥିବା ସବୁ ଫଳମୂଳ ମିଠା ସହ ମହମହ ବାସୁଥିବା ହଳଦୀ ପତ୍ର ପିଠା ଆଠୋଟି ଗେଣ୍ଡୁ ଫୁଲପଡି ପୂଜା ହୋଇ, ଚଣ୍ଡ ବଢାହୋଇ ଯାଇଛି। ଭୋଗଥାଳିରେ ଶୋଭା ପାଉଛି।

ଆରେ ସାରିକା! ଏ ପିଠା କେଉଁଠୁ କିଣିଲ?ଆଜିକାଲି ଏଣ୍ଡୁରି ବି ମିଳିଲାଣି ବୋଧେ ବଜାରରେ ଅନ୍ୟ ଜଳଖିଆ ଭଳି? ନା...ମ। ମୁଁ ଜାଣିଛି,ବୟସ ସିନା ତୁମର ହେଲାଣି।ହେଲେ ଟକରା ଗୁଣ ଯାଇନି।

ପର୍ବପର୍ବାଣୀରେ ବିଭିନ୍ନ ଖାଦ୍ୟର ବାସ୍ନାକୁ ,ସ୍ୱାଦକୁ ମନେ ମନେ ଝୁରୁଥାଅ। ସେଥିପାଇଁ ଭାରତ ଛାଡ଼ି ଆମେରିକା ଯାଇ ପୁଅପାଖରେ ରହିବାକୁ ଅରାଜି। ମୁଁ ବିରି ବାଟି ଫେଣେଇ ରଖିଥିଲି ,ତୁମକୁ ନ ଜଣାଇ। ଅରୁଆ ଚୂନାତ ପୂଜା ଫ୍ରିଜରେ ସାଇତା ମୋର।ଛାତକୁଣ୍ଡରେ ଧାନ ଗଣ୍ଡିଏ, ସୋରିଷଫୁଲ, ଗେଣ୍ଡୁ ଆଉ ହଳଦୀକୁଆନ ଲଗାଇଥାଏ। ପତ୍ର ପଳାଏ କାଟିଆଣିଥିଲି। ତୁମେ ପେପର ପଢିଲା ବେଳେ ଗୁଡ, ଅଦା,ମରିଚ,କର୍ପୁର, ଛେନା ଦେଇ ନଡ଼ିଆ ଦିଓଟି ପୂର କରି ବସାଇ ଦେଲି ଭାରିଏ ପିଠା।ତୁମେ ଗାଧୋଇ ଆସିଲା ବେଳକୁ ମୋ ପିଠା ଭୋଗଲାଗି ସାରିଲାଣି ଠାକୁରଙ୍କ ପାଖରେ,ମା ମହାଲକ୍ଷ୍ମୀ ପୋଢୁଆଁ ହେଲେ। ଅ .....ପାଖେ ବାଡିଟାଏ ଥୋଇ .....ଆ କରିବାକୁ କେତେ ସମୟ.... ମ... ଆମମାନଙ୍କ ପରି ସ୍ତ୍ରୀଲୋକଙ୍କୁ,।. ଆସ ଖାଇବ।



Rate this content
Log in