STORYMIRROR

Pratima Das

Romance

4  

Pratima Das

Romance

ଗଞ୍ଜି କାନ୍ଧରେ

ଗଞ୍ଜି କାନ୍ଧରେ

3 mins
331

ଆରେ ସିପ୍ରା! କେତେଥର କହିବି ସେଲ୍ଫରେ ମୋ ଜିନିଷ

ଯେଉଁଠି ଯେମିତି ରୁହେ ସେମିତି ରଖିବ । ଯଦି କେବେ ସେଲ୍ଫ ସଜାଡିଛ ନିହାତି ଜଣାଇଦେବ ଯେ, ଗଞ୍ଜି ବାମପଟେ ଥିଲା ଡାହାଣ ପଟକୁ ......... ଚଡି ଛୋଟ ଛୋଟ ଦେଖାଯିବନି ତେଣୁ ଟିକେ ଆଗରେ,ହ୍ୟାଙ୍କି ବକ୍ସଟି ଜଷ୍ଟ ଡାହାଣ ସାଇଡରେ ......ଏସବୁ ବଦଳାଇ ଦେଇଛି । ଏତିକି କହୁ କହୁ ସିପ୍ରା ପହଞ୍ଚି ଯାଇଥିଲେ ସିଦ୍ଧାର୍ଥଙ୍କ ପାଖରେ ।


ଓହୋ!! ସିଦ୍ଧାର୍ଥ ସେପଟେ କେତେ କାମ ,କୁକ ଚାଚାର ଦେହଟା ଭଲ ଲାଗୁନି ,ମା ତାଙ୍କୁ ରେଷ୍ଟ ନେବାକୁ ପଠେଇଦେଲେ ତାଙ୍କୁ, ତାଙ୍କ ରୁମକୁ । ମୁଁଟିକେ ଅଦା-ପିପର କାଡା ତାଙ୍କ ପାଇଁ କରି ଚୈତନ ଚାଚାଙ୍କହାତରେ ପଠାଇଲି । ଆଜି ନରିଭାଇ ତେଣୁ ରୋଷେଇ କରିବେ । ତୁମେ ପୁଣି ନରି ଭାଇଙ୍କ ହାତରନ୍ଧା ଭଲପାଅନି,ତେଣୁ ତାଙ୍କୁ ଟିକେ ଗାଇଡ କରୁଥିଲି । ମାଳିକାକା ଲନର ଆଉଟଲାଇନ ନେଇ confused.ବାବାମା'ଙ୍କ ଯୋଗପ୍ରାଣାୟମ ପରେ ଯୁସ ପିଇବା ପାଇଁ ଫଳ ଚପିଙ୍ଗ କରୁଥିଲି । ବାବା ମୋ ହାତତିଆରି ଯୁସ ପିଇବା ପରଠୁ ,ମା କହୁଥିଲେ ଫଳଯୁସ ଯେ ଦିନେ ଛୁଅନ୍ତିନି,, ତୁ ଦେବାପରଠୁ ଖୁସିରେ ପି'ଦେଉଛନ୍ତି ।

ଏତେ ଟାଣଟୁଣା ନିଅଣ୍ଟିଆ ସକାଳ ଭିତରେ ,ଟିକେ ଗଞ୍ଜିଟା ଖୋଜିପାରୁନ ? ମୁଁ ତ ଏହି ସାଇଡ ସୋଫାରେ ଗଞ୍ଜି , ଟାଏ, ଚଡି,କୋଟ,ସାର୍ଟ ,ପର୍ସ,ସେଲଫୋନ ସବୁ ରଖିଦେଇ ଯାଇଥିଲି । କୁଆଡେ ଗଲା!!!!


ମୁଁ ତାକୁ କିପରି ସଜାଡେ ସେ ସବୁ ଘୋଷି ହୋଇ ଯାଇଛି ଜଜ୍-ସାହେବଙ୍କର ଅଥଚ ଗଞ୍ଜିଟି ପାଅନି କିପରି? କେମିତି ଏତେବଡ ପ୍ରେସ୍ଟିଜିୟସ ଦାୟିତ୍ଵବାନ ପୋଷ୍ଟକୁ ସମ୍ଭାଳୁଛ?ଗୋଟିଏ ବି ଦାଗୀ ଖସି ପାରୁନି ତୁମ ହାବୁଡ଼ରୁ ।  ହେଲେ ଗଞ୍ଜିଟିଏ ଖୋଜିବାର ସାମର୍ଥ୍ୟ ନାହିଁ । ଭୋଳା !!!! ଆରେ ! ସମସ୍ତଙ୍କ ପାଇଁ ସମୟ ଅଛି ତୁମର ,ହେଲେ ମୋ ପାଇଁ ସମୟ ନାହିଁ । ଠିକ ଅଛି ମୁଁ ବିନା ଗଞ୍ଜିରେ ଆଜି ଚଳାଇ ଦେଉଛି....ଯାଅ ଯାଅ ସମସ୍ତଙ୍କ ପ୍ରିୟ ବୋହୁଟିକୁ ଘରସାରା ମେମ୍ବର,ଗଛପତ୍ର ବି ଖୋଜିବେଣି । ମୋର କିଛି ଦରକାର ନାହିଁ ।


ଓଃ!! ତୁମେ ପୁଅଟେ ନା କ'ଣ?କଥା କଥାରେ ଅଭିମାନ । ଦେଉଛି ଦେଉଛି ଥାକରୁ କାଢି । ଚଡି ମିଳିଛିନା? ହଁ ଚଡିପାଇ ଯାଇ ପିନ୍ଧି ଦେଇଛି । ଗଞ୍ଜିଟି ବଢାଇ ଦେଉ ଦେଉ ଠିକ ସିପ୍ରାଙ୍କ ସାମ୍ନାରେ ହାଉସକୋଟ ଖୋଲନ୍ତି ସିଦ୍ଧାର୍ଥ , ଖୋଲା ଦେହ ସହ ଏକ ଆକର୍ଷକ ଚାହାଁଣୀରେ । ଷଠତା ଭରିଥାଏ ସେ ଆକ୍ଷିରେ । ଆଉକିଛି ପାଇବାର ଲୋଭ ସିପ୍ରାଙ୍କ ପାଖରୁ । ସବୁଦିନ ଦେଖିଲେ ବି ସିଦ୍ଧାର୍ଥ ସେ ବକ୍ଷକୁ, କାହିଁକି କେଜାଣି ସିପ୍ରା ପୁଣି ଅପ୍ରତିଭ ହୋଇ ପଡନ୍ତି , ହଠାତ୍ । ଗାଲ ରକ୍ତିମ ହୋଇଉଠେ । ଗଞ୍ଜିଟି କାନ୍ଧରୁ ଖସି ପଡେ.......... ସିଦ୍ଧାର୍ଥଙ୍କର । ହାଉସକୋଟ ଭିତରେ , ବାହାରେ କି ପକେଟରେ ଗଞ୍ଜି ଲୁଚି ଲୁଚି ମଜା ଦେଖୁଥାଏ । ସିପ୍ରା ପାଟି କରି ସୂଚାଇ ଦିଅନ୍ତି ହେଇତ *ଗଞ୍ଜି କାନ୍ଧରେ*


ସକାଳର ଟଣାଟଣି ନିଅଣ୍ଟିଆ ସମୟଭିତରୁ ମୋର କେତେ

ସମୟ ନଷ୍ଟ କଲ୍ । ଏକ ମିଛ ଶାସନ ଜାରି କରନ୍ତି । ଧେତ୍!ତୁମେ ସୁଧୁରିବନି ଜମା!!!ବଡ଼ ଭୋଳା ତୁମେ ।

କେମିତି ସୁଧିରିଯିବି ଯେ!!!!ମନେ ମନେ କହୁଥିଲେ............ ସିଦ୍ଧାର୍ଥ । ସୁଧୁରିଯିବା ପାଇଁ କଣ ତୁମପରି ସୁନ୍ଦରୀ ପ୍ରେମମୟୀ ଆଉ ଟିକେ ବୋକି ସାଥିକୁ ସ୍ତ୍ରୀ ରୂପେ ପାଇଛି । ତୁମ ଆଗରେ ଭୋଳାଟିଏ ହୋଇ ତୁମର ମୃଦୁ ଗାଳି ଖାଇବାର କି ଆନନ୍ଦ । ବାଃ । ସତେକି ମସାଜ ନେଉଛି କେଉଁ "ସ୍ପାରେ "ବସି,exotic ବାସ୍ନାର ପରିବେଶରେ । ହେଲେ ତୁମେ କଣ କମ୍ ଜାଣିସିଆଣୀ ବୋକି । ତୁମେ ଜାଣ ମୋ କାନ୍ଧରେ ନିଶ୍ଚୟ ଗଞ୍ଜି ପଡିଥିବ ,ପାଟିକରି କହିଦେଲେ ଚଳନ୍ତା । ହେଲେ ଦୌଡ଼ି ଆସ କାହିଁକି?? ଉଁ.....ଗେହ୍ଲି ।


ସାରାଦିନର ମାନସିକ ପରିସ୍ଥିତିକୁ balance କରିବାକୁ ତୁମର ଏତିକି ପ୍ରେମ ଯଥେଷ୍ଟ boost ଯୋଗାଏ ମୋତେ ,ଯାହା କୋର୍ଟ କାମ ସରୁ ସରୁ ଆତୁରିଆ କରେ ତୁମ ପାଖକୁ ଫେରିବା ପାଇଁ । ସିପ୍ରା ବି ମନେ ମନେ ଭାବନ୍ତି କିପରି କହିବି,ତୁମ ସବୁ ପ୍ରେମର ନିବେଦନ ସତ୍ବେ ,ଖାସ ଏହି ସକାଳର ପ୍ରେମ ନିବେଦନଟି ହିଁ ମୋ ମନର ଦୁର୍ବଳତା,କାମ୍ୟ । ଏ ଅର୍ଘ୍ୟ ଟିକକ ପରସ୍ପରକୁ ଦରକାର । ଆମ ଜୀବନଯାତ୍ରାକୁ ଶୁଷ୍କ ନକରି ତୈଳାକ୍ତ କରି ରଖିବାକୁ । ଗଞ୍ଜିଟି ବଢାଇ ଦେଉ ଦେଉ ,ତୁମେ ତୁମ ବକ୍ଷକୁ ଟାଣିନେବା, ତୁମ ଚଉଡା ଲୋମଶ ଛାତିରେ ଭିଡିଧରିବା,ତୁମଠୁ ନିଜକୁ ଛଡାଇବାର ମୋ ପାଉନଥିବା ବଳକୁ ଲାଗିପଡି ମୁଁ ଟାଣଟୁଣି କରି ବଢ଼ାଇବାରେ କି ଅଦ୍ଭୁତ ଆନନ୍ଦ!!!ତୁମ ଛାତିରେ ଆଉଜି ପଡ଼ିବାର ଶିହରଣ,ମହମହ ବ୍ରୂଟର ବାସ୍ନା ଅନୁଭବ କରିବାରେ ମୋତେ କି ନୈସର୍ଗିକ ଆନନ୍ଦ ମିଳିଥାଏ,ତାହା ବର୍ଣନାତୀତ ।


ଯାହାମୋତେ ଅନେକ ବ୍ୟସ୍ତତା ଭିତରେ ମଧ୍ୟ ,କିଛି ଶୃଙ୍ଗାର ନେବାକୁବାଧ୍ୟ କରିଥାଏ,ତୁମ ଫେରିବା ସମୟ ପୂର୍ବରୁ । ସିଦ୍ଧାର୍ଥଙ୍କ ପ୍ରିୟ ବ୍ରୁଟ (Brut)ଡିଓ ଆଉ ପରଫ୍ୟୁମ  ହନିମୁନ ଦିନ ସିପ୍ରା ଗିଫ୍ଟ କରିଥିଲେ ସିଦ୍ଧାର୍ଥଙ୍କୁ । ସିପ୍ରା ଗିଫ୍ଟ ଦେଲାପରେ ତାହା ସିଦ୍ଧାର୍ଥଙ୍କ ପ୍ରଥମ ପସନ୍ଦ ହୋଇଯାଇଛି । ତାହାରି ବାସ୍ନାରେ ବିଭୋର ହୋଇ ଉଠନ୍ତି ସିପ୍ରା, ସିଦ୍ଧାର୍ଥଙ୍କ ବାହୁବନ୍ଧନରେ । ଆଉ ବକ୍ଷରେ କିଛି ସମୟ ପାଇଁ ଶୋଇ ଆଖି ବନ୍ଦ କରି ନିଅନ୍ତି । ତୁମପାଖେ ଏତିକି ବୋକି ହୋଇଯିବାକୁ ମୋତେ କେତେ ଯେ ଆନନ୍ଦ ମିଳେ ସିଦ୍ଧାର୍ଥ!!!ତୁମେ କଳି ପାରିବନି ।


ସିଦ୍ଧାର୍ଥଙ୍କ କଟକ କ୍ୟାଣ୍ଟନମେଣ୍ଟର ଜଷ୍ଟିସ ବଂଗଲୋରେ ଏ ସବୁଦିନିଆ କାହାଣୀ । କାହାଣୀର ଭାବ ପ୍ରାୟ ସମାନ ଥାଏ ଖାଲି ସ୍କ୍ରିପ୍ଟ ବଦଳୁଥାଏ ଗଞ୍ଜି କାନ୍ଧରେ ଲୁଚାଇ ।

ସିଦ୍ଧାର୍ଥଙ୍କ ମା ସେପଟେ ପୁଅ ବୋହୁଙ୍କ ସ୍ନେହସମ୍ବନ୍ଧ ଶୁଣି କାଠ ଛୁଇଁ କହୁଥାନ୍ତି,ହେ କାହ୍ନୁ ମୋ ପୁଅ ଗଞ୍ଜି କେବେ ନମିଳୁ ,ସେପରି କାନ୍ଧରେ ଥାଇ ସେ ଖୋଜୁଥାଉ । ସିପ୍ରା ଦୌଡିକି ଯାଉ ତା'ପାଖକୁ ।

                           


Rate this content
Log in

Similar oriya story from Romance