ଯୋଗୀ ପ୍ରେମିକ
ଯୋଗୀ ପ୍ରେମିକ
ତୁମ ପାଖରୁ ମୌଳିକ ଖୁସି ହଜିଗଲେ
ଖୋଜିବାର ଦାୟିତ୍ବ ମୁଣ୍ଡେଇ ନେବି
ବିଶ୍ବ ବିଖ୍ୟାତ ନକ୍ଷତ୍ର ବିଜ୍ଞାନୀ ପରି
ଗଣିଯିବି ତୁମ ବେଦନାର ତାରାମଣ୍ଡଳକୁ ।
ପୂର୍ଣିମା,ଅମାବାସ୍ୟା ଚନ୍ଦ୍ରର ଲୁଚକାଳି
ମୋ କବିତା ପଞ୍ଜିକାର ତୀଥିରେ
ଅଳ୍ପଦିନେ ହୋଇଯିବି ପ୍ରେତାତ୍ମା ବିଦାରକ
ଆତ୍ମତୃପ୍ତି ଛଦ୍ମବେଶୀ ଗାରେଡ଼ିଟାଏ ହୋଇ,
ଜୋରରେ ଝିଙ୍କିବି ମାୟାଚେର ଦୁଃଖସବୁକୁ ।
ତୁମେ ଦେଖିବ ପ୍ରେମ ଯଜ୍ଞ ହେବ
ଯୋଡିବ ଦୁଇ ମନ, ଅଗ୍ନିର ସାକ୍ଷୀରେ
ତୁମ ବିରହ ସବୁ ଅଗ୍ନି ଶିଖାରେ ଭସ୍ମ ହେଉଥିବେ ।
ଜଲିଯିବେ ଅହଂକାରୀ ଶନି,ରାହୁ,କେତୁ
ପ୍ରଖର ମନ୍ତ୍ର ତନ୍ତ୍ରର ଫାଙ୍କାଫୁଙ୍କିରେ
ଶେଷରେ...ସ୍ବାର୍ଥହୀନ ଜୀବନ ବଞ୍ଚିଥିବ
ମୁଁ ପାଲଟି ଯାଉଥିବି ଯୋଗୀ ପ୍ରେମିକଟିଏ ।