ତୁମ ବଡ ଦାଣ୍ଡ
ତୁମ ବଡ ଦାଣ୍ଡ
ତୁମ ବଡ ଦାଣ୍ଡ ଭାବ ସମୁଦ୍ରରେ
ପାଦ ଥାପିଲା ମାତ୍ରକେ
ସଂସାରର ଯେତେ କୁତ୍ସିତ ଭାବନା
ଦୂର ହୁଅଇ ପଲକେ।
ମନ ଖୋଜୁଥାଏ ଦେଖିବା ପାଇଁକିଁ
ରଥ କେଉଁଠି ରହିଛି
ଭିଡ଼ରେ ଭିଡ଼ରେ ଭୁଲି ଯାଇ ସବୁ
ଠେଲା ପେଲା ରେ ଯାଇଛି।
ରଥ ଦଉଡିରେ ହାତ ପଡ଼ିଗଲେ
ସ୍ଵର୍ଗ ସୁଖ ପରି ଲାଗେ
ଚକା ନୟନ କୁ ଥରେ ଚାହିଁ ଦେଲେ
ତୁମେ ଥାଅ ସବୁ ଦିଗେ।
ବଡ ଦାଣ୍ଡ ଭିଡ ଭିଡ଼ି ନେଇ ଥାଏ
ତୁମ ସିଂହାସନ ଯାଏ
ନବ ଦିନ ଯାତ୍ରା ସରିବ ସେଇଠି
ମିଳନ ବିଦାୟ ପ୍ରାଏ।
ନୀଳାଦ୍ରି ବିଜୟ ପରେ ମହାବାହୁ
ଫେରିବି ମୁଁ ନିଜ ଘରେ
ହାତେ ଥିବ ଖଣ୍ଡେ ମୟୂର ଚନ୍ଦ୍ରିକା
ରଥ ଯାତ୍ରା ସ୍ମୃତି ଘାରେ।।
