ସତ ପଥେ
ସତ ପଥେ


ସତ କହିବାକୁ ସାହାସ ଦିଅ ପ୍ରଭୁ
ସଦା କୁହେ ସତ କଥା ।
ସତ ଶୁଣିବାକୁ ଶକ୍ତି ଦିଅ ପ୍ରଭୁ
ମନୁ ଟାଳିଦେଇ ବ୍ୟଥା।।
ସତ ଲେଖିବାକୁ ପ୍ରେରଣା ଦିଅ ହେ
ଲେଖୁଥାଏ ସତ କଥା ।
ସତ ପଢିବାକୁ ମନେ ଦିଅ ଶକ୍ତି
ସ୍ଥିର ରହୁ ସଦା ମଥା।।
ସତ ଦେଖିବାକୁ ଖୋଲା ରଖ ଆଖି
ଦେଖୁଥାଏ ସତ ଘଟଣା।
ସତ ପଥେ ସଦା ଚଲାଉଥାଅ ହେ
ନ ହୁଏ କେବେ ବାଟବଣା ।।