STORYMIRROR

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

ସଂଗ୍ରାମୀ ଓଡ଼ିଆ

ସଂଗ୍ରାମୀ ଓଡ଼ିଆ

3 mins
31

  

ତତ୍କାଳୀନ ଭାରତର ସ୍ଵାଧୀନତା ସଂଗ୍ରାମରେ

ବିଭିନ୍ନ ପ୍ରାନ୍ତରୁ ସଂଗ୍ରାମୀ ଭାଗ ନେଲେ ସ୍ୱେଚ୍ଛାରେ

ତନ୍ମଧ୍ୟରେ ଓଡ଼ିଆ ପୁଅଙ୍କ ଥିଲା ଯୋଗଦାନ

ନେତୃତ୍ୱ ସହିତ କେତେ ବୀର ହରାଇଲେ ପ୍ରାଣ

ଗୋପବନ୍ଧୁ ଦାସ,ଗୋପବନ୍ଧୁ ଚୌଧୁରୀ ସହିତ

ସୁବାସ ବୋଷ,ଆଚାର୍ଯ୍ୟ ହରିହର ଙ୍କ ନେତୃତ୍ୱ

ଇଂରେଜ ଗୁଳି ଚୋଟରେ ଅନେକଙ୍କ ମୃତାହତ

ଦେଶ ପାଇଁ ବଳିଦାନ ବାଳକ ବାଜି ରାଉତ

ସଂଗ୍ରାମରେ ଅଗଣିତ ଜନତାଙ୍କ ଯୋଗଦାନ 

ମୁଷ୍ଟିମେୟ ଶହୀଦଙ୍କ ନାମ ହେଉଛି ସ୍ମରଣ

ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନେତୃତ୍ୱ ସହିତ 

କାରା ବରଣ ସହିତ ଆନ୍ଦୋଳନ ଘନୀଭୂତ

ଅନେକ ସଂଗ୍ରାମୀ ଓ ସହିଦ ମାନଙ୍କ ମଧ୍ୟରୁ

ବିର୍ସା ମୁଣ୍ଡା, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ

ଲକ୍ଷ୍ମଣ ନାୟକ, ଚକରା ବିଷୋୟୀ ଅନ୍ୟତମ

ସେହି ପରି ମଧୁସୂଦନ ଦାସ ଓ ରାଓ ନାମ

ମହାତ୍ମା ଗାନ୍ଧୀଙ୍କ ବିଭିନ୍ନ ଆହ୍ଵାନ ସହିତରେ

ଅନେକ ଓଡ଼ିଆ ପୁଅ ଯୋଗ ଦେଲେ ଆଗଭରେ 


ଆନ୍ଦୋଳନ,ସତ୍ୟାଗ୍ରହ ଓ ଅସହଯୋଗ ପରେ

ସ୍ବାଧିନତାର ସୁର୍ଯ୍ୟ ଉଦୟ ହେଲା ଭାରତରେ

ଉଣେଇଶ ଶତ ଚାଳିଶି ଅଗଷ୍ଟ ପନ୍ଦର ରେ

ସ୍ବାଧିନତାର ପତାକା ଉଡି ଥିଲା ଗଗନ ରେ

ସ୍ବାଧୀନତାର କାହାଣୀ ନୁହେଁ ମନ ଗଢା ଗପ

ଅଜର ଅମର କଥା ସହ ଗୌରବର ଛାପ

ବୀର ଶହୀଦଙ୍କ ବଳିଦାନ କଥା ଆଉ ଚିତ୍ର

ସ୍ମୃତି ରୂପେ ସ୍ଵାଧୀନତା ଦିବସରେ ଉଜ୍ଜୀବିତ


ଅହିଂସାର ମନ୍ତ୍ର ସହ ଗାନ୍ଧିଜୀ ନିଜେ ଲଢ଼ିଲେ 

ନେହୁରୁ,ପଟେଲ,ତିଳକ ଓ ଲାଲା ଯୋଗ ଦେଲେ

ଜାଲିଆନୱାଲାବାଗ ଗଣ ହତ୍ୟାର କାହାଣୀ

ତୀବ୍ରତର ହେଲା ସ୍ବାଧିନତା ସଂଘର୍ଷର ଧ୍ଵନୀ

ଜଣେ ନୁହଁ ,ଅନେକ ଶହୀଦଙ୍କର ବଳିଦାନ

ସ୍ବାଧିନତାର ପଥେ ଆଗେଇ ସମର୍ପିଲେ ପ୍ରାଣ

ସେଇ ପ୍ରାଣ ବାୟୁ ପ୍ରଭାବରେ ଭାରତ ସ୍ବାଧିନ

ମୁକ୍ତ ଆକାଶରେ ସେହି ବାୟୁ କରୁଛୁ ଗ୍ରହଣ


ମୋଗଲ ପରେ ଇଂରେଜ ମାନଙ୍କର ଆକ୍ରମଣ

ପାହାଡ ପରି ବି ଶତ୍ରୁ ଠିଆ ଥିଲେ ସେହି ଦିନ

ଶତ୍ରୁ ସହ ଲଢି କେତେ ବୀର ହାରିଲେ ଜୀବନ

ସେ ବୀରଙ୍କ କାହାଣୀ ତ୍ରିରଙ୍ଗା କରିଛି ବହନ

ସଂକ୍ଷେପରେ ବଳିଦାନ-କାରୀ ବୀରଙ୍କ ବର୍ଣ୍ଣନା

ସ୍ମୃତି-ଚାରଣ ସହ ବୀରତ୍ୱର ହିଁ ବନ୍ଦାପନା 

ରାଣୀ ଲକ୍ଷ୍ମୀ ବାଇ,ମହାରଣା ପ୍ରତାପ ସହିତ

ଶିବାଜୀ ଓ ମଙ୍ଗଲପାଣ୍ଡେଙ୍କ ଅପୂର୍ବ ବୀରତ୍ୱ


ଦେଶ ପାଇଁ ଲିଭି ଯାଇଅଛି ଜୀବନର ଦୀପ

ଇତିହାସରେ ଲିପିବଦ୍ଧ ସେ ବୀରତ୍ୱର ରୂପ

ଭଗତ ସିଂ,ରାଜଗୁରୁ,ଚନ୍ଦ୍ରଶେଖର ଆଜାଦ

ଦେଶ ପାଇଁ ପ୍ରାଣ ବଳି ଦେଇ ହୋଇଲେ ଶହୀଦ

ଆହୁରି ଅନେକ ଏ ଦେଶର କୋଣ ଅନୁକୋଣେ

ସ୍ବାଧିନତା ପାଇଁ ଲଢ଼ିଥିଲେ ଯୁଦ୍ଧ ପ୍ରାଣପଣେ।

ନେତାଜୀ ସୁବାସ ବୋଷ ଓ ବୀର ସାବରକର 

ମନରେ ସ୍ବାଧିନତା ର ସ୍ୱର ସହ ଅଗ୍ରସର 


ରକ୍ତ ଦିଅ,ସ୍ଵାଧୀନତା ପାଇଁ, ସୁବାଷଙ୍କ ଡାକ

ଆଜାଦ୍ ହିନ୍ଦ୍ ଦଳ ଗଢିବାରେ ହେଲା ସାର୍ଥକ

ସ୍ବାଧିନ ଭାରତର ସମ୍ବିଧାନ ବି ପ୍ରଣୟନ

ଭୀମ ରାଓ ଆମ୍ବେଦକରଙ୍କ ମୁଖ୍ୟ ଅବଦାନ 

ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ ଆମର

କହୁଅଛି ବଳିଦାନ କଥା ସେ' ଶହୀଦଙ୍କର 

ସ୍ବାଧିନତା ଆଢ଼ୁଆଳେ ବଳିଦାନ ର କାହାଣୀ

ଅବଦାନ ର କାହାଣୀ ମଧ୍ୟ ରହିଅଛି ପୁଣି


ଅନେକ ବୀର ଶହୀଦ ହେଲେ ସ୍ବାଧିନତା ପାଇଁ

ପୁତ୍ର ସ୍ବାମୀ ପିତା ହରେଇବା କଥା ଅଛି ରହି

ସେଇ ବୀର ସନ୍ତାନଙ୍କ ଆତ୍ମବଳୀ ର କାହାଣୀ

ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ଅଛି କେବେ ଲିଭିବନି।

ତ୍ରିରଙ୍ଗା ହିଁ ବହନ କରିଛି ଗୌରବର ଗାଥା

ତ୍ରିରଙ୍ଗା ସହିତ ପ୍ରତି ଭାରତୀୟଙ୍କ ମିତ୍ରତା

ଦେଶର ପ୍ରଗତି ବିକାଶ ଅଥବା ଦୁର୍ବଳତା

ତ୍ରିରଙ୍ଗା ହିଁ ମୂକ ସାକ୍ଷୀ ପ୍ରାୟତଃ ଜାଣେ ସତ୍ୟତା


ଭାରତର ମୁକ୍ତ ଆକାଶରେ ଉଡୁଛି ତ୍ରିରଙ୍ଗା

ଜାତୀୟ ପତାକା ପୁଣି ପ୍ରତୀକ ସେଇ ତ୍ରିରଙ୍ଗା 

ସ୍ବାଧିନ ଭାରତର ଜାତୀୟ ପତାକା ତ୍ରିରଙ୍ଗା

ଦେଶର ପ୍ରତୀକ ଆଉ ଗର୍ବ ଗୌରବ ତ୍ରିରଙ୍ଗା 

ମୁକ୍ତ ଆକାଶରେ ହଲି ହଲି ଉଡୁଛି ତ୍ରିରଙ୍ଗା

ତ୍ରିରଙ୍ଗା ,ତ୍ରିରଙ୍ଗା ଚତୁର୍ଦିଗେ ଉଡୁଛି ତ୍ରିରଙ୍ଗା

ପ୍ରତି ଭାରତୀୟଙ୍କର ଅତି ପ୍ରିୟ ସେ' ତ୍ରିରଙ୍ଗା

ଦେଶର ଜୟ ଗାଥା ବହନ କରୁଛି ତ୍ରିରଙ୍ଗା


ଶକ୍ତି ,ସାହସ, ସାମର୍ଥ୍ୟ ବି ଦର୍ଶାଏ ତ୍ରିରଙ୍ଗା

ସ୍ବାଧିନତା ଓ ସ୍ୱତନ୍ତ୍ରତା ର ସଂଜ୍ଞା ବି ତ୍ରିରଙ୍ଗା

ତିନୋଟି ରଙ୍ଗରେ ରଙ୍ଗାୟିତ ହୋଇଛି ତ୍ରିରଙ୍ଗା

କମଳା, ଧଳା ଓ ସବୁଜ ରଙ୍ଗ ସହ ତ୍ରିରଙ୍ଗା

ପ୍ରତି ଭାରତୀୟଙ୍କ ଜୀବନ ଓ ଆତ୍ମା, ତ୍ରିରଙ୍ଗା

ଗର୍ବ ଅନୁଭବ ହୁଏ,ହାତେ ଧରିଲେ ତ୍ରିରଙ୍ଗା

ଶହୀଦଙ୍କ ବଳିଦାନ କଥା କହୁଛି ତ୍ରିରଙ୍ଗା

ଭାରତ ମାତାର ସଙ୍ଗୀତ ଧାରେ ସଦା ତ୍ରିରଙ୍ଗା


ପ୍ରଗତି ଓ ଗତିଶୀଳତା ଅଗ୍ର ଭାଗରେ ତ୍ରିରଙ୍ଗା

ଦେଶପ୍ରେମ ର ଅନ୍ୟ ପ୍ରିୟ ନାମ ପ୍ରାୟ ତ୍ରିରଙ୍ଗା

ଦେଶର ସମ୍ମାନ ଆଉ ପରିଚୟ ବି ତ୍ରିରଙ୍ଗା

ଦେଶ ପାଇଁ ସଦା ପ୍ରତିନିଧିତ୍ଵ କରେ ତ୍ରିରଙ୍ଗା

ସ୍ବାଧିନ ଭାରତର ଧ୍ଵଜା , ଉଡୁଛି ଫରଫର

କେତେ ସଂଘର୍ଷ ଓ ବଳିଦାନେ ଖୁସିର ଖବର

ପରାଧିନତା ଫାଶରୁ ମୁକ୍ତି ଲଭିଛି ସ୍ୱାଧୀନ

ବିକାଶ ଓ ପ୍ରଗତି ଯୋଜନା କ୍ରମେ ପ୍ରଣୟନ


ତ୍ରିରଙ୍ଗା ଆମର ,ଭାରତୀୟ ଆମ ପରିଚୟ

ରକ୍ଷାର୍ଥେ ସୈନ୍ୟ-ବାହିନୀ ସଦାସର୍ବଦା ସହାୟ

ଭାରତ ମାତାର ସୁରକ୍ଷା ପ୍ରାୟତଃ ଚିନ୍ତା ମୁକ୍ତ

ଜଳ ସ୍ଥଳ ଆକାଶ ବାହିନୀ ସର୍ବଦା ପ୍ରସ୍ତୁତ

ଆମ ଦେଶର ଶାସନ ଆଜି ଆମରି ହାତରେ 

ସ୍ବାଧିନ ଦେଶରେ ରହି ଗର୍ବ ଭାବ ବି ମନରେ

ଗର୍ବରେ କହୁଛୁ ଆମ ଭାରତ ମାତା କି' ଜୟ

ଖୁସି ମୁହୂର୍ତ୍ତରେ କହୁ,ଭାରତ ମାତା କି ଜୟ


ସ୍ବାଧିନତା ଓ ସ୍ୱତନ୍ତ୍ରତା ର ଦିବସ ପାଳନ

ଦେଶର ପ୍ରତି ପୁର ପଲ୍ଲୀରେ ହୁଏ ଆୟୋଜନ

ବିଧିବଦ୍ଧ ଭାବେ ପାଳନ୍ତି ପ୍ରତି ଶିକ୍ଷାନୁଷ୍ଠାନ

ବିଭିନ୍ନ ପ୍ରତିଯୋଗିତା ପୁଣି ହୁଏ ଆୟୋଜନ

ରାଷ୍ଟ୍ରୀୟ ଧ୍ଵଜା ତ୍ରିରଙ୍ଗା କରାଯାଏ ଉତ୍ତୋଳନ

ରାଷ୍ଟ୍ରୀୟ ସଙ୍ଗୀତ ମାଧ୍ୟମେ ହୁଏ ଅଭିବାଦନ

ପତାକା ଉତ୍ତୋଳନ ପରେ ହିଁ ନେତାଙ୍କ ଭାଷଣ

ଦେଶର ଉନ୍ନତି ଓ ବିକାଶର ଗାଥା ଗାୟନ

ତ୍ରିରଙ୍ଗା ଉଡୁଛି ପ୍ରତି ସରକାରୀ କାର୍ଯ୍ୟାଳୟେ

ତ୍ରିରଙ୍ଗା ଉଡୁଛି ପ୍ରତି ଅଫିସ୍ ଓ ନ୍ୟାୟାଳୟେ

ତ୍ରିରଙ୍ଗା ପତାକା ତଳର ଶପଥ ଲୁଚି ଯାଇଅଛି

ଦୁର୍ନୀତି ଦେଖି ଭାରତ ମାତା ଗୁମୁରି କାନ୍ଦୁଛି


ଆସ,ରାଷ୍ଟ୍ରୀୟ ଧ୍ଵଜା ତଳେ ହେବା ଏକତ୍ରିତ

ଆସ କରିବା ଶପଥ,ଦେଶ ରହୁ ସୁରକ୍ଷିତ  

ଏକ ଆହ୍ବାନ,ଘରେ ଘରେ ଲଗାଅ ତ୍ରିରଙ୍ଗା

ଦେଶ ପ୍ରେମ ରେ ଉଦବୁଦ୍ଧ ହେବାକୁ ତ୍ରିରଙ୍ଗା

ଆଉ ନ କାନ୍ଦୁ ଭାରତମାତା,ହେଉ ଜୟ ,ଜୟ

ଏକ ସ୍ଵରରେ କହିବା ଆସ,ଭାରତର ଜୟ


ହେ,ଭାରତବାସୀ,ତ୍ରିରଙ୍ଗା ଦେଶର ସମ୍ମାନ

ପ୍ରତି ଘରେ ଘରେ ହେଉ ତ୍ରିରଙ୍ଗା ଉତ୍ତୋଳନ

ଅସମ୍ମାନ ବା ଧୃଷ୍ଟତା ନ ହେଉ ତ୍ରିରଙ୍ଗା ପ୍ରତି

ସହିଦଙ୍କ ପ୍ରତି ସମ୍ମାନ ପୂର୍ବକ ହେଉ ପ୍ରଣତି


      


Rate this content
Log in

Similar oriya poem from Drama