ସ୍ମୃତି
ସ୍ମୃତି


ଜୀବନ ମାଧୁର୍ଯ୍ୟ ବିଶ୍ୱାସ ପାଖୁଡା
ସ୍ମୃତି ସ୍ୱପ୍ନ ନିଷ୍ଠା ଜ୍ଞାନ
ଦିବ୍ୟ ଉଦ୍ୟାନେ ସୂକ୍ଷ୍ମ ଆଙ୍କାକ୍ଷା ମୋର
ମଜ୍ଜି ଯାଉ ଏ ଜୀବନ ।
ଅତିଥ ସ୍ମୃତିରେ ନିର୍ମାଲ୍ୟ କଣିକା
ହଜାଇ ମନରେ ବ୍ୟଥା
ଜୀବନ ଯେଉଁଠି ଶ୍ୱାସରୁଦ୍ଧ ହୁଏ
ଝୁରଇ ପ୍ରଭୁଙ୍କ କଥା ।
ଦୁଃଖ ସାଥିରେ ମୁହିଁ ବନ୍ଧୁ ବାନ୍ଧିଲି
ଲୁହ ଥିଲାତ ନିଜର
ପ୍ରାରବ୍ଧ ଖାତାଟି ଏତେଯେ କୁତ୍ସିତ
ସ୍ମୃତି ସାଥେ ବଞ୍ଚିବାର ।
ଯୁପକାଠି ସମ ନାରୀଟି ଜୀଅଇଁ
ତ୍ୟାଗ ଭରା ପୂର୍ଣ୍ଣାହୁତି
ସଂସାର ପଶାର ଗୋଟି ଚାଳନାରେ
ସ୍ମୃତିଯଜ୍ଞ ଆତ୍ମାହୁତି ।
ସୂକ୍ଷ୍ମ ଚେତନାରେ ଦିବ୍ୟ ମନ୍ଦିର ରେ
ହୃଦବୀଣା ବାଜୁଥାଇ
ଭାବଭକ୍ତି ପ୍ରୀତି ଦେଉଥିବି ନିତି
ସ୍ମୃତି ଶୀଳା ହେବା ପାଇଁ ।
ଛଳନା ଇଲାକେ ସ୍ମୃତିର ସମାଧି
ଜୀଇଁବା ଅସ୍ଵାଦୁ ହୀନ
ବିଶ୍ୱାସ କାହିଁକି ଶ୍ୱାସରୁଦ୍ଧ ହୁଏ
ପ୍ରାଣରେ ନାହିଁ ଜୀବନ ।
ବିଷାକ୍ତ ବଳୟେ ଧ୍ୱଂସ ହୋଇଯାଏ
ଅଂହର ମୁଁ କାର ଶବ୍ଦ
ବିଶ୍ୱରେ ଘାରିଛି ମହାମାରୀ ବ୍ୟାଧି
ସ୍ମୃତି ଚିର ଅବସାଦ ।