STORYMIRROR

Mamatamanjari Das

Tragedy

3  

Mamatamanjari Das

Tragedy

ସ୍ମୃତି ଝରକା

ସ୍ମୃତି ଝରକା

1 min
251

ତୋ ' ସ୍ମୃତିର ଝଲକାଏ ପବନ ଯେବେ

ମୋ ଝରକା ଛୁଏଁ

ମୋ ମନର ଆକୁହା କଥା ଯେତେ

କବିତାର ରୂପ ନିଏ

କଲମ ମୋ ସାଜେ ନବଯୌବନ

ମନମୋର ହୁଏ ଆନମନା ,

ଭାବନାର ପଣତ ତଳେ

ହୃଦୟ ମୋ କବିତାର ମାୟାଜାଲ ବୁଣେ ।


ଶବ୍ଦର ଚିରୁଣୀରେ ,

ତୋ' ସ୍ମୃତିକୁ କେଶବିନ୍ୟାସ କରି

ମୁଁ ମଜ୍ଜି ଯାଏ ନୂଆ ନୂଆ କବିତା ଲେଖାରେ

କାଲି ଯାହା ଲାଗୁଥିଲା ସତ

ଆଜିଲାଗେ ମିଛ ,

ଆଜି ବୋଧେ କବିତା ଟି ମୋର ହେବ

ନବ ଯ୍ରୌବନ ପ୍ରାପ୍ତ

ମନ ମୋର ବୁଝେନାହିଁ ହୃଦୟ ର ଭାଷା

ଷୋଡଶ ଶୃଙ୍ଗାରରେ ସଜାଇ ଶବ୍ବକୁ

ଲେଖଇ ନୂତନ କବିତା


ଅନ୍ତହୀନ ଅପେକ୍ଷା ମୋର ହୁଅଇ

କାଳରେ ବିଲୀନ

ତୁ'ଫେରିଯାଉ ନିଃଶବ୍ଦ ଇଲାକାକୁ

ଲେଖା ମୋର ରହିଯାଏ ଅଧା

ଗାଢ଼ ରାତିର ଲୁହ ପରି କାକର ଟୋପାରେ

ବତୁରି ଯାଏ ମୋ କବିତା ର ପଙ୍କ୍ତି

ତତେ ଚାହିଁଥିବା ଆଖି ହଳକରୁ

ଝରିଚାଲେ ବାକିଥିବା ଅଶ୍ରୁ ଅଶରନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy