Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

3  

Bijay Prusty

Fantasy

ସ୍ମୃତି ଏକ ଫୁଲବନ

ସ୍ମୃତି ଏକ ଫୁଲବନ

1 min
232



ଶ୍ରାବଣେ ଶ୍ରାବଣୀ ସାଜିଥିଲା ବର୍ଷା

ଜୀବନ କଳସୀ ଧରି

ପୋଛି ନେଇଥିଲା ଆଖିରୁ କଜ୍ଜଳ

ପୋଛିଥିଲା ଅଶ୍ରୁବାରି I


ଶୀତଳ ମରୁରେ ମରୁଝର ହୋଇ

ଦେଲା ସୁଶୀତଳ ଜଳ

ବିସ୍ମୃତି ଗର୍ଭରୁ ବରଷାର ସ୍ମୃତି

ଆଖି କରେ ଛଳ ଛଳ I


ହଜିଛି ଶ୍ରାବଣ ଲୁଚିଛି ଶ୍ରାବଣୀ

ଶରତର କୋଳାହଳେ

ଅଥୟ ହେଉଛି ଭିଜାଭିଜା ମନ

ଛାଇ ଲେଉଟାଣି ବେଳେ I


ମୁରୁକି ହସୁଛି କାଶତଣ୍ଡୀ ବଣ

ହଲୁଛି ଅଳସୀ ନଈ

ପ୍ରୀତି ଫୁଲବନ ଝାଉଁଳି ଯାଇନି

ସରୋବରେ ହସେ କଇଁ I

       


Rate this content
Log in

Similar oriya poem from Fantasy