Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Inspirational Children

4  

Kshitish Jena

Abstract Inspirational Children

ସଖୀ କଣ୍ଢେଇ

ସଖୀ କଣ୍ଢେଇ

1 min
10



ସଖୀ କଣ୍ଢେଇ ମୁଁ ସଖୀ କଣ୍ଢେଇ

ଦେଖେ ଯିଏ ମୋତେ ନିଏ କୋଳେଇ

ହାତ ଗୋଡ଼ ମୋର ଚଳ ଚଞ୍ଚଳ

ଅସ୍ଥିର ସ୍ଵଭାବ ନଥାଏ ସ୍ଥିର ।


ସୁନ୍ଦର ଧରାକୁ ନୂଆ ଆସିଛି

ଯାହାବି ଦେଖୁଛି ନୂଆ ଲାଗୁଛି

ଭଲ ଲାଗେ ଯାହା ଧରି ଖେଳଇ

ବାଧା ଦେଲେ ମୋତେ ମୁଁ ଚିଡ଼ଇ ।

 

ବାପା ବୋଉଙ୍କର ମୁଁ ଅଲିଅଳୀ

ଜେଜେ ମାଆଙ୍କର ସୁନା ଶଙ୍ଖାଳୀ

ମୋ ପାଖେ ଖାଇଲେ ମୁଁ ଥାଏ ଚାହିଁ

ନିଜେ ଖାଏନି କି ଖୋଇ ଦିଏନି


ତେଲ ମାରି ବୋଉ ଦିଏ ଗାଧୋଇ

ସଖୀ ଭଳି ଜାମା ଦିଏ ପିନ୍ଧେଇ

ମଥା ଓ ଗାଲରେ କଜଳ ମାରି

ସଜ କରେ ବୋଉ କଣ୍ଢେଇ ପରି ।।


Rate this content
Log in

Similar oriya poem from Abstract