ବସୁଧା
ବସୁଧା
ବସୁଧା ଖୋଳି ନଅର ତୋଳି
ଖୁସିରେ ରହେ ନର
ତାହାର କୋଳେ ଫସଲ ଫଳେ
ଭୋକକୁ କରେ ଦୂର ।
ବିଶ୍ଵ ସକଳ ଅସନା ଜଳ
ଶୋଷଇ ହସି ହସି
ସ୍ୱଚ୍ଛ ନିର୍ମଳ ମଧୁର ଜଳ
ଦିଅଇ ଦିବା ନିଶି ।
କେତେ ଯେ ବଡ଼ ବଣ ପାହାଡ଼
ରଖିଛି ସିଏ ଧରି
କେତେ ଯେ ହ୍ରଦ ହୋଇ ଆହ୍ଲାଦ
ଯାଏ ତା'ଦେହେ ଝରି ।
ଜନମ ନେଇ ଛଇଁଲୁ ଭୂଇଁ
ନେଲା କୋଳେଇ ସିଏ
ଦିବସ ଅନ୍ତେ ଶୋଉରେ କ୍ଲାନ୍ତେ
ସେ ସୁନ୍ଦର ଶେଯଟିଏ ।