Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Inspirational Children

4  

Kshitish Jena

Abstract Inspirational Children

ନେତାଜୀଙ୍କ ପରି ହେବାରେ

ନେତାଜୀଙ୍କ ପରି ହେବାରେ

1 min
7



ହେବାରେ ହେବାରେ ହେବାରେ

ଚାଲ ନେତାଜୀଙ୍କ ପରି ହେବାରେ

ଜୀବନଟା ସାରା ଦେଶର ସେବାରେ

ମନ ପ୍ରାଣ ଢାଳି ଦେବାରେ

ହେବାରେ ହେବାରେ ହେବାରେ

ଚାଲ ନେତାଜୀଙ୍କ ପରି ହେବାରେ ।


କଟକ ଓଡ଼ିଆ ବଜାରେ ଘର

ଦିଲ୍ଲୀ ଚଲ୍ଲେ। ସ୍ଳୋଗାନ୍‌ ତାଙ୍କର

ଆଜାଦ ହିନ୍ଦ୍ ଫଉଜ ଗଢି

କହିଲେ ଆଗକୁ ଚାଲରେ ମାଡ଼ି

ତାଙ୍କରି ଭାଷାରେ ରକତ ଜବାବ

ରକତରେ ଚାଲ ଦେବାରେ 

ହେବାରେ ହେବାରେ ହେବାରେ

ଚାଲ ନେତାଜୀଙ୍କ ପରି ହେବାରେ ।


ଶରୀର ଯେପରି ଅତି ସୁନ୍ଦର

ଭାଷା ବ୍ୟବହାର ତାଙ୍କ ମଧୁର

ସିଏ ଜଣେ ଭଲ ସୈନିକ ଥିଲେ

ସ୍ଵାଧୀନତା ପାଇଁ ସେ ଲଢ଼ିଥିଲେ

କହୁଥିଲେ ସଦା ଆମେ ଥାଉ ଥାଉ

ଦେଶକୁ କିଏ ସେ ନେବରେ

ହେବାରେ ହେବାରେ ହେବାରେ

ପିଲେ ନେତାଜୀଙ୍କ ପରି ହେବାରେ ।


ଜନମ ହୋଇଲୁ ଛୁଇଁଲୁ ଭୂଇଁ

ମାଟି ମାଆ କୋଳ ଦେଲା ବଢ଼ାଇ

ମାଟି ମାଆ ଲୁହ

ଦେଖି କୋଉ ପୁଅ

ଶାନ୍ତିରେ ଶୋଇ ଯିବରେ

ହେବାରେ ହେବାରେ ହେବାରେ

ଚାଲ ନେତାଜୀଙ୍କ ପରି ହେବାରେ ।


ନେତାଜୀ ତୁମର ତୁଳନା ନାହିଁ

ତୁମେ ପାଦେ ମଥା ଯାଏରେ ନଇଁ

ଆଦର୍ଶ ମଣିଷ ସଭିଙ୍କ ପାଇଁ

ତୁମ ଗାଥା କେବେ ସରିବ ନାହିଁ

କୋଟି ଓଡ଼ିଆଙ୍କ ହୃଦୟରେ ତୁମେ

ସଦାବେଳେ ରହିଥିବରେ

ହେବାରେ ହେବାରେ ହେବାରେ

ପିଲେ ନେତାଜୀଙ୍କ ପରି ହେବାରେ ।।


Rate this content
Log in

Similar oriya poem from Abstract