STORYMIRROR

CHINMAYEE PRADHAN

Abstract Inspirational

4  

CHINMAYEE PRADHAN

Abstract Inspirational

ଶେଷ ସ୍ପର୍ଶ

ଶେଷ ସ୍ପର୍ଶ

1 min
242


ଶେଷସ୍ପର୍ଶ କେବେ ହୁଏନାହିଁଭୁଲି

   ଅଟେ ଚିର ସ୍ମରଣୀୟ,

କେବେ ଅଟେ ସିଏ ଦୁଃଖ ଦାୟକ ତ

   କେବେ ସେ ଆନନ୍ଦମୟ। 


ଶେଷସ୍ପର୍ଶ କେବେ ସ୍ରୁଷ୍ଟିକରେଜୀବ

   କେବେ କରେ ପ୍ରାଣ ଶେଷ, 

ଦୁନିଆ ଟା ଅଟେ ଦୁଇଟି ନିଆଁରେ 

  ଜନ୍ମାରମ୍ଭ ମୃତ୍ୟୁ ଶେଷ। 


ଜଠରାଗ୍ନି ଶେଷସ୍ପର୍ଶେ ସ୍ରୁଷ୍ଟି ଜୀବ 

    ମୁଖାଗ୍ନିରେ ହୁଏ ଶେଷ, 

ଯଜ୍ଞଅଗ୍ନି ହୋମ ପବିତ୍ର ଅଟଇ

    ପୁଣ୍ଯମୟ ଶେଷ ସ୍ପର୍ଶ। 


ଭ୍ରମରର ଶେଷ ସ୍ପର୍ଶ କରେ ସ୍ରୁଷ୍ଟି 

  ପୁଷ୍ପ ମଧ୍ୟେ ନବ ବୀଜ, 

ସମ୍ଭାବନାମୟ କରେ ଧରିତ୍ରୀକୁ 

  ଆଣିଥାଏ ନୂଆ ତେଜ। 


ବିଭାବରୀ ଶେଷ ସ୍ପର୍ଶ ଆଣିଦିଏ

  ନୂତନ ସୂର୍ଯ୍ୟର ଆଭା, 

ସଂସାରଟା ଦିଶେ ଆଲୋକିତମୟ 

   ସତେଜ ସକାଳ ଶୋଭା। 


ଦିବସର ଶେଷ ସ୍ପର୍ଶ କରେ ମୁକ୍ତ 

  କର୍ମ ଜଂଜାଳରୁ ଯେତେ, 

ନିଦ୍ରା ଗଲେ ସର୍ବେ ରାତ୍ରିର କୋଳରେ 

   ଶାନ୍ତି ବିରାଜିତ ମର୍ତ୍ତ୍ୟେ। 


ଋତୁ ପରେ ଋତୁ ବଦଳୁଥାଏ ତ

   ଜଣେ ଗଲେ ଆସେ ଆନ, 

ଗ୍ରୀଷ୍ମ ଶେଷସ୍ପର୍ଶେ କରେ ଧରାପରେ

  ବର୍ଷାଋତୁ ଆଗମନ। 


ଫୁଲ ଫଳ ଭରା ହୁଏ ପୃଥିବୀଟା 

   ସ୍ରୁଷ୍ଟି ପାଏ ନୂଆ ରୂପ, 

ସତେକି ବିନ୍ଧାଣୀ ଆଙ୍କିଛି ଚିତ୍ରଟେ

   ଦେଇ ସବୁଜର ଲେପ। 


ଶୀତ ଶେଷସ୍ପର୍ଶେ ଆସଇ ବସନ୍ତ

   ରଙ୍ଗର ପସରା ନେଇ, 

ଭରିଯାଏ ରଙ୍ଗ ଚତୁର୍ଦ୍ଦିଗେ ପୁଣି 

   ଆନନ୍ଦିତ ହୁଏ ମହୀ। 


ପାଇବାକୁ ଟିକେ ତୁମ ଶେଷସ୍ପର୍ଶ

   କରେ ପ୍ରଭୁ ନିବେଦନ, 

ଗୁହାରି ଶୁଣ ମୋ ଦିଅ ସ୍ପର୍ଶ କରି 

   ହେବ ଏ ଜୀବନ ଧନ୍ୟ।


Rate this content
Log in

Similar oriya poem from Abstract