STORYMIRROR

CHINMAYEE PRADHAN

Abstract Inspirational

4  

CHINMAYEE PRADHAN

Abstract Inspirational

ମା ପାଖ ଆ ଫେରି

ମା ପାଖ ଆ ଫେରି

1 min
256


ଝୁରୁଛି ଏମାଟି ଝୁରୁଛିରେ ମାଆ

   ସୁନାପୁଅ ଫେରି ଆ,

ମାଆ କୋଳ ଖାଲିକରି ଯାଆନାରେ

   ହାତ ଠାରି ଡାକେ ମାଆ।


ଏଇ ଗାଆଁ ପାଣିପବନରେ ପରା

    ପରିପୁଷ୍ଟ ତୋର ଦେହ,

ଆତ୍ମୀୟ ସ୍ବଜନେ ପର କରିଦେଇ

   ପାଶୋରିଲୁ ତାଙ୍କ ସ୍ନେହ।


କୁଆଁ କୁଆଁ ଯେବେ ପଡି କାନ୍ଦୁଥିଲୁ

   ମାଆ ହେଇଥିଲା ସାହା,

ସେଇ ମାଆ ଆଜି ହତାଦର ହୁଏ

   ପାଏନାହିଁ ଟିକେ ରାହା।


ପାହାଡ଼ ଜଙ୍ଗଲ ବୁଲୁଥିଲୁ ତୁହି

   ଖାଉଥିଲୁ ଫଳ ତୋଳି,

ଝରଣା ପାଣିକୁ ପିଇଦେଇ ଖେଳୁ

   ବର ଓହଳରେ ଦୋଳି।


ନଦୀ ପୋଖରୀରେ ସାଂଗ ସାଥି ମେଳେ

    ପହଁରି ହେଉ ତୁ ଖୁସି,

ଦେହଦୁଖ ହେଲେ ମୋ ଚେରମୂଳିକୁ

    ଦେଉଥିଲୁ ଦେହେ ଘସି।


ଭାଇ ଭାଇ ବୋଲି ଡାକୁଥିଲୁ ଯେବେ

   ସର୍ବେ ହେଉଥିଲେ ଠିଆ,

ମାଆ ମାଆ ବୋଲି କହି ବୁଲୁଥିଲୁ

   ସବୁଠୁ ସୁନ୍ଦର ଗାଆଁ।


ଏଇ ଗାଆଁ ସ୍ନେହ ପ୍ରେମ ଭୁଲିଗଲୁ

   ବିଦେଶେ କଟାଉ ଦିନ,

ତା ଭଲପାଇବା ରକତ ଦେହେ ତୋ

   ସୁଝି ପାରିବୁନି ଋଣ।


ଜନ୍ମଭୂମି ପ୍ରତି ଅବହେଳା ଅଟେ

   ସତେ ବଡ ମହାପାପ,

ସ୍ଵୟଂ କୃଷ୍ଣ ପରା ଭୋଗିଥିଲେ ତାହା

   ବଂଶ ହେଲା ତାଙ୍କ ଲୋପ।


ଧର୍ମ ଅଧର୍ମର ନ୍ୟାୟ ଅନ୍ୟାୟର

   ବିଚାର ଆଜି ତୁ କରି,

ବେଳ ଥାଉ ଥାଉ ସଜାଗ ହୋଇ ରେ

   ମାଆ ପାଖୁ ଆ ଫେରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract