STORYMIRROR

Sambit Srikumar

Abstract Inspirational

4  

Sambit Srikumar

Abstract Inspirational

ସ୍ମାର୍ଟ୍ ସିଟି ଭୁବନେଶ୍ବର

ସ୍ମାର୍ଟ୍ ସିଟି ଭୁବନେଶ୍ବର

1 min
286

ଅସରାଏ ବର୍ଷାରେ ରାସ୍ତାଘାଟରେ ଉଠଇ ଉତ୍ତାଳ ଲହରୀ

କଳିଙ୍ଗ ସାଗର ପରାୟ ଦିଶଇ ଭୁବନେଶ୍ବର ମହାନଗରୀ

ନର୍ଦ୍ଦମାରୁ ପଙ୍କ ଉଛୁଳି ପଶଇ ଘରେ ଘରେ ସାହି ବସ୍ତିରେ

ନମ୍ବର ୱାନ୍ ସ୍ମାର୍ଟ୍ ସିଟି ବୋଲି ପଡିଛି ହୁରି ସାରା ଦେଶରେ!

ମୁକୁଳା ନାଳରେ ପଡଇ ବଳି ଅକାଳେ କେତେ ବାଳୁତ ମୁଣ୍ଡ

ସତ କଥା ପଦୁଟିଏ କହିବାକୁ ଏଠି ନ ଓଲଟେ କାହାରି ତୁଣ୍ଡ

ଖୋଲି ଦେବେ ଯଦି ଏଇ ଅପାରଗ ସରକାରର ଦୁର୍ନୀତି ଭାଣ୍ଡ

ପଦପଦବୀ ହଟିବ ପୁଣି ନିହାତି ମିଳିବ ତାହାଙ୍କୁ କଠୋର ଦଣ୍ଡ!

ଶାନ୍ତି ପ୍ରିୟ ବୋଲି ଏଠିକା ଲୋକ ସବୁ ସହୁଛନ୍ତି ଭାଗ୍ୟ ଆଦରି

ଭାବେ ବିମୋହିତ ହୁଅନ୍ତି ସଭିଏଁ ଯେବେ ଦିଅ ତୁମେ ହାତକୁ ଠାରି

ବାରେ ଉଠ ହେ ଛାମୁ ଜନତାର ଅଧିନାୟକ ତନ୍ଦ୍ରାଳସ ପରିହାରି

ଅଗଣିତ ଜନତାର ହିତେ ଶୁଣ ଥରେ ମାତ୍ର ଆମରି ଆକୁଳ ଗୁହାରି!

ସବୁ କିଛି ଥାଇ ବି ଯଦି ହେଉନି ଜନତାର ସର୍ବବିଧ ମଙ୍ଗଳ ବିଧାନ

ଧିକ ତୁମେ ଛାମୁ ଧିକ ତୁମ ଇଛାଶକ୍ତି ବିହିନ ଉଦାସୀନ ନିରଙ୍କୁଶ ଶାସନ

କେବେ ସତେ ଦୂର ହେବ ଏଇ ଆମ ରାଇଜ ବାସୀଙ୍କ ଦୁଃଖ କଷଣ

ଆଉ କେତେ ଦିନ ଏମିତି ରହିଥିବ ତୁଛାରେ ତୁମେ ହୋଇ ଗାଦିସୀନ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract