ମାନପତ୍ର
ମାନପତ୍ର
ମାନପତ୍ର ଉତ୍ତରୀୟ ଉପଢୌକନ ପୁଷ୍ପଗୁଚ୍ଛ
ପ୍ରାପ୍ତି କି ସାଧକ ଜୀବନର ଏକମାତ୍ର ଲକ୍ଷ୍ୟ
ମାନପତ୍ର ବିହୁନେ ସାଧକର ନାହିଁ କି ମହତ୍ତ୍ବ
ମାନବ ସମାଜେ ତା'ର ନାହିଁ କି କିଞ୍ଚିତ ଗୁରୁତ୍ୱ??
ବିସ୍ମୟୀ ଦୁନିଆରେ ବିଧାତାର ଚରମ ରସିକତା
କ୍ଷଣ ଭଙ୍ଗୁର ସଂସାରରେ ମଣିଷର ମନସ୍ତତ୍ତ୍ୱ
ଇପ୍ସିତ ପ୍ରାପ୍ତିରେ ଏଇ ଦୁନିଆ ଲାଗଇ ମଧୁମୟ
ଅନ୍ଯଥା ସୁନ୍ଦର ଦୁନିଆ ପୁଣି ଲାଗେ ବିଷମୟ l
ଭକ୍ତ କି ମାଗେ ଭଗବାନଙ୍କୁ ତାହାଙ୍କ ପରିଚୟ?
କେବଳ ପ୍ରଭୁଙ୍କ ସେବା ପୂଜାରେ ତା ସୁଖ ସଞ୍ଚୟ
ସାଧକ ମାଗେ ନାହିଁ କେବେ ତା'ର ସାଧନାର ମୂଲ୍ୟ
ସୃଷ୍ଟି ତାହାର ସିଦ୍ଧି, କୋଟିନିଧି ଯାହା ଜଗତେ ଅତୁଲ୍ୟ l
ମାନପତ୍ର ଯଦି ସାଧକର ଏକମାତ୍ର ମାନ ନିର୍ଦ୍ଧାରକ
ମାନପତ୍ର ପ୍ରାପ୍ତି ଅନ୍ତେ ଯେ କେହି ବି ହୋଇବ ସାଧକ ll
