ଜୀବନର ମୂଲ୍ୟ
ଜୀବନର ମୂଲ୍ୟ
ମୂଲ୍ୟଟି ନାହିଁ ଜୀବନେ କିଛି
ଏହୁ ଚାଲି ଯିବ କେବେ ପାରିବା କି ଜାଣି କିଛି,
ଭ୍ରମାତ୍ମକ ଦୁନିଆରେ ଏହୁ ଭ୍ରମୁ ଅଛି,
କେହୁ ଅବା ପାପ କେହୁ ଧର୍ମ କରୁଅଛି ।
ବ୍ରହ୍ମାଣ୍ଡ ସୃଷ୍ଟି ପ୍ରଭୁଙ୍କ ହସ୍ତେ
ସବୁ ନିୟନ୍ତ୍ରଣ ରହିଛି ସୃଷ୍ଟିକର୍ତ୍ତାଙ୍କର ହସ୍ତେ,
ଜନ୍ମ ମୃତ୍ୟୁ ମଧ୍ୟ ସେହୁ ରଖିଛନ୍ତି ହସ୍ତେ,
ରଖି ଛନ୍ତିଟି ନିରାକାର ଅଦୁର୍ଶର ହସ୍ତେ ।
ପୁନ୍ୟ କର୍ମରେ ମନୁଷ୍ୟ ଜନ୍ମ
କହିଛନ୍ତି ରହସ୍ୟଟି ପରା ଶ୍ରୀ ମଧୁସୂଦନ,
ଗୀତା ଜ୍ଞାନ ଦିଏ ଜ୍ଞାନଟି ମନୁଷ୍ୟ ଜନ୍ମ
ସୃଷ୍ଟିର ନିର୍ମାଣ ପାଇଁ ଜୀବଙ୍କ ଜୀବନ ।
ରାଷ୍ଟ୍ରର କାର୍ଯ୍ୟେ ଜୀବନ ଦେବା
ସଦା ଭଲକର୍ମେ ଜୀବନେ କର୍ମକୁ ହିଁ କରିବା
ନିତ୍ୟେ ରାଷ୍ଟ୍ର କାର୍ଯ୍ୟେ ତହିଁ କାର୍ଯ୍ୟ କରୁଥିବା
ସଦା ଜନକଲ୍ୟାଣରେ ଲାଗି ରହି ଥିବା ।
ଠାକୁର ଠାରେ ରଖିବା ଭକ୍ତି
ବ୍ରହ୍ମାଣ୍ଡ ଠାକୁରେ ରହୁ ଶ୍ରଦ୍ଧା ଆରାଧନା ଭକ୍ତି,
ମନୁଷ୍ୟ କର୍ତ୍ତବ୍ୟେ ରହୁ ନିତ୍ୟେ ଜୀବ ଭକ୍ତି,
ରହୁ ସମଭାବ ତହିଁ ତ୍ୟାଗ ଧର୍ମ ଶକ୍ତି ।
ଜନଙ୍କ ପ୍ରେମେ ରହୁ ଆଦର
ଜୀବନ ଏହୁ ପରା ଟି ସେବାରେ ଉଦେଶ୍ୟ ତାର,
କ୍ଷଣିକ ଜୀବନେ ନାହିଁ କିଛି ମୂଲ୍ୟ ତାର,
ଡୋର ଧରିଛନ୍ତି ସେହୁ ପ୍ରଭୁ ନିରାକାର ।
ସତ୍ୟଟି ଏହୁ କଟୁ ବଚନ
ଜନ୍ମ ମୃତ୍ୟୁ ପରା ଅଟେ ଏହୁ ଠାକୁର ସୃଜନ,
ଜନ୍ମ ହେବ କେବେ ନାହିଁଟି ଗଳନ,
ମୃତ୍ୟୁ ହେବ କେବେ ନ ହୁଏ କଳନ ।
ମୃତ୍ୟୁ ଭି ସତ୍ୟ ଜନ୍ମ ଭି ସତ୍ୟ
ନାହିଁ ସମୟ ନାହିଁ ସମାଚାର ଅଟେ ଏହୁ ସତ୍ୟ
ନାହିଁ ଜ୍ଞାନ ବଳ ଅଟେ ଜନ୍ମ ମୃତ୍ୟୁ ସତ୍ୟ
ଜାଣି ନ ପାରନ୍ତି ଯୁଗେ ଯୁଗେ ଏହୁ ସତ୍ୟ ।
ହେ ନିରାକର ହେ କୃପାସିନ୍ଧୁ
ଜୀବନ ଦେଇଛ ପରା କୃପା କର କୃପାସିନ୍ଧୁ,
କର ପ୍ରଭୁ ଦୟାନିଧି ଭକ୍ତଙ୍କର ବନ୍ଧୁ,
ଚରଣରେ ଭକ୍ତି ରହୁ ପ୍ରଭୁ ଦୀନବନ୍ଧୁ ।
