STORYMIRROR

Sunanda Mohanty

Abstract

4  

Sunanda Mohanty

Abstract

ବଇଁଶୀବାଲା

ବଇଁଶୀବାଲା

1 min
407

କୃଷ୍ଣ ପ୍ରେମ ବଡ ମିଠା

ରାଧା ମାଇଁ ସାଥେ ସହଚରୀ ଯେତେ

କୃଷ୍ଣ ପାଇଁ ହାଇଁ ପାଇଁ

କୃଷ୍ଣ ଲଗାଇଲେ ଅଠା

ଯମୁନା କୂଳରେ ବଇଁଶୀ ସ୍ଵରରେ

ଆନମନା ରାଧା ଗୋପବାଳା ସାଥେ

ଛାଡେନା ପଣସ ଅଠା

ଗୋପପୁର ଯାଇ ରହିଲେ କହ୍ନେଇ

ଭୁଲିଗଲେ କଥା ଦେଇ

ଦୌପଦୀ ଲଗାନ୍ତି ସିଠା

କାହାର ହେବେ କାହ୍ନୁ ଭୁଲିଗଲେ ମନୁ

ସତ୍ୟଭାମା ଓ ରୁକ୍ମିଣୀ ଙ୍କ ମୁଠା

କୁରୁ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ,

କୃଷ୍ଣ ହେଲେ ମଧ୍ୟସ୍ଥି ଶୁଦ୍ଧ

ତଥାପି ତାଙ୍କ ମୁଣ୍ଡେ ଅଠା

ପାଞ୍ଚାଳୀ ସଖା ସୁଦାମାଙ୍କ ବନ୍ଧୁ

ଭୁଲିଗଲେ ଅତୀତ ଅଧା 

ଭାଗ୍ୟବତୀ ନାରୀ ହେଲେ ହତଶିରି

ଛଟପଟ ନବବସନ୍ତ ଟା 

କପାଳ ହୋଇଲା ଫଟା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract