Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ସ୍ୱାମୀ ବିବେକାନନ୍ଦ

ସ୍ୱାମୀ ବିବେକାନନ୍ଦ

1 min
6



ସ୍ୱାମୀ ବିବେକାନନ୍ଦ ଅତି ଗୁଣୀ ବ୍ୟକ୍ତି

ବିଶ୍ଵବିଜୟୀ ସେ ଥିଲେ 

ବାପା ବୋଉ ଅତି ଶରଧାରେ ତାଙ୍କୁ

ଡାକୁଥିଲେ ପରା ବିଲେ ।

ପିଲାବେଳୁ ସିଏ ଅତ୍ୟନ୍ତ କର୍ମଠ

ଥିଲେ ଈଶ୍ବର ବିଶ୍ୱାସୀ

କୁସ୍ତି କସରତ ସନ୍ତରଣେ ତାଙ୍କୁ

ମିଳୁଥିଲା ଭାରି ଖୁସି ।

ତାଙ୍କରି ମଧ୍ୟରେ ଲୁକ୍କାୟିତ ଗୁଣ

ଜାଣି ଗୁରୁ ରାମକୃଷ୍ଣ

ଛାତ୍ର ରୂପେ ତାଙ୍କୁ କରିଲେ ଗ୍ରହଣ

ହୃଦୟରେ ଦେଲେ ସ୍ଥାନ ।

ସାରା ବିଶ୍ୱବାସୀ ନିଜର କୁଟୁମ୍ବ

ଭାବୁ ଥିଲେ ସିଏ ମନେ

ଜୀବେ ଦୟା ଭାବ ତାଙ୍କର ସ୍ଵଭାବ

ମିଷ୍ଟଭାଷୀ ଥିଲେ ଜଣେ ।

ଚିକାଗୋ ସହରେ ହେଉଥିଲା ଦିନେ

ବିଶ୍ଵ ଧର୍ମ ସମ୍ମିଳନୀ

ଆସି ସେ ଶେଷରେ ତାଙ୍କରି ଭାଷାରେ

ସାରା ମନ ଗଲେ ଜିଣି ।

ଚେହେରା ଯେପରି ତାଙ୍କର ସୁନ୍ଦର

ସ୍ମରଣ ଶକ୍ତି ପ୍ରଖର

ସ୍ୱଳ୍ପ କାଳ ଜୀଇଁ ଜୟ କଲେ ମହୀ

ତାଙ୍କୁ କୋଟି ନମସ୍କାର ।।


Rate this content
Log in

Similar oriya poem from Abstract