STORYMIRROR

Tilottama Prusty

Abstract

4  

Tilottama Prusty

Abstract

ଖରାଦିନ ଛୁଟି

ଖରାଦିନ ଛୁଟି

1 min
283

ଖରାଦିନ ଛୁଟି ଆସିଗଲେ ପରା

     ମାମୁଁ ଘର ମନେପଡେ

ବୁଲିଯିବା ପାଇଁ ସଭିଙ୍କର ମନ

     ଗଗନ ମାର୍ଗରେ ଉଡ଼େ।


ପରୀକ୍ଷା ସରିଲେ ମା'ଆଙ୍କର ସଙ୍ଗେ

      ମାମୁଁ ଘର ସବୁ ଯାଉ

 ପଖାଳ ସାଙ୍ଗରେ ବାରି ଗାଡିଆର

      ଦେଶି ମାଛ ଶାଗ ଖାଉ। 


ଭାରି ଭଲ ଲାଗେ ମା'ଆ ପରିଚୟେ

      ସଭିଏଁ ଆମକୁ ଚିହ୍ନନ୍ତି

ଘରଘର ବୁଲି ଅଜାଯେ ଆମର

       ସଭିଙ୍କ ପାଖକୁ ନିଅନ୍ତି।


ଭାରି ଭଲ ଲାଗେ ଗାଁ ପରିଚୟ

      ସମସ୍ତଙ୍କୁ ଲାଗେ ନିଜର

କିଏ ମାମୁଁ ମାଇଁ, କିଏ ଅଜା ଆଈ

     କିଏ ବା ମାଉସୀ ଆମର।


ପ୍ରାତଃ କାଳରେ ସୂର୍ଯ୍ୟଙ୍କ କିରଣ

     ଅତି ମନଲୋଭା ଅଟେ

ସନ୍ଧ୍ୟା ସମୟରେ ଗୋଧୂଳି ସାଙ୍ଗରେ

      ମଲି ଫୁଲ ବାସ୍ନା ଛୁଟେ।


ଭାରି ଭଲ ଲାଗେ ବଣ ଓ ପାହାଡ

       ଝରଣାର କୂଳୁତାନ

ବୁଲି ବୁଲି ଆମେ ଦିନ ଯେ ବିତାଉ

       ଖାଉ କେତେ ମୋଡା କାନ ।


ରାତି ଆସିଗଲେ ଗପର ପସରା

       ମେଲେଇ ଦିଅନ୍ତି ଆଈ

ତାକୁ ଶୁଣୁଶୁଣୁ ନିଦ ଆସିଯାଏ

        ନ ଖାଇ ପଡୁ ଯେ ଶୋଇ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract