Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Action

4  

Kshitish Jena

Abstract Action

ଉତ୍କଳ ଦିବସ

ଉତ୍କଳ ଦିବସ

1 min
6



   

କଳିଙ୍ଗ,ଉଡ୍ର ଅବା ଉତ୍କଳ

ନାମ ଓଡ଼ିଶାର କଳାର ସ୍ଥଳ ।

ବନ୍ଦେ ଉତ୍କଳ ଜନନୀ ଗାଇ

ନଦୀନାଳ ଏଠି ଯାଏରେ ବହି ।

ମୋ ଭାଷା ଓଡ଼ିଆ,ଓଡ଼ିଶୀ ନୃତ୍ୟ

ଅଟଇ ବଢ଼ିଆ ବିଶ୍ଵ ବିଖ୍ୟାତ ।

ଡଙ୍ଗା ଭସା,ରଜ,ପବିତ୍ର ହୋଲି

ପାଳୁ ଏକ ହୋଇ ବିଭେଦ ଭୁଲି ।

ପୁରୀ କୋଣାରକ ଗର୍ବ ଆମରି

କାଳିଆ ଠାକୁର ପ୍ରତ୍ୟେକ୍ଷ ଭାରି ।

କାରିଗରଙ୍କର ନିହଣ ମୁନ

ପଥରକୁ ଏଠି ଦିଏ ଜୀବନ ।

ଖଣ୍ଡଗିରି ଅବା ଧଉଳି ସ୍ତୁପ

ସାଧନା ଶାନ୍ତିର ପବିତ୍ର ପୀଠ ।

ଫକୀରମୋହନ,ମଧୁସୂଦନ

ଅଭୁଲା ତାଙ୍କର ସାହିତ୍ୟ ଦାନ ।

ଓଡ଼ିଆ ଭାଷାର କାବ୍ୟ କବିତା

ସବୁଠୁ ନିଆରା ଲାଗଇ ମିଠା ।

ମାତୃଭାଷା ମୋର ଓଡ଼ିଆ କହେ

ପାଇକ ରକତ ଆମଠି ବହେ ।

ଜୟୀ ରାଜଗୁରୁ,ବାଜି ରାଉତ

ତାଙ୍କ ପାଇଁ ମାତୃଭୂମି ଗର୍ବିତ ।

ବୀର ନେତାଜୀଙ୍କ ନିର୍ଭୀକ ବାଣୀ

ଶତୃ ଆଗେ ଶକ୍ତି ଯୋଗାଏ ପୁଣି ।

ଜୀବେ ଦୟା ଭାବ ମାନବ ସେବା

ଉତ୍କଳମଣିଙ୍କ ଠାରୁ ଶିଖିବା ।

ଘଣ୍ଟଘଣ୍ଟି ଶୁଭେ ମଠ ମନ୍ଦିରୁ

ଗୀତା ଭାଗବତ ପୁରାଣ ପଢୁ ।

ସଙ୍କୀର୍ତ୍ତନ,ପାଲା,ଦାସକାଠିଆ

କେନ୍ଦେରା,ଭଜନ ଅତିବଢ଼ିଆ ।

ବଣ,ପାହାଡ଼ ଓ ସବୁଜ ବିଲ

ଘୋଡ଼ା ନାଚଗୀତ ଲାଗଇ ଭଲ ।

ଉତ୍କଳ ଦିବସ ଦିଅଇ ବାର୍ତ୍ତା

ମାଟି,ଭାଷା ପ୍ରତି ରଖ ମମତା ।


    


Rate this content
Log in

Similar oriya poem from Abstract