STORYMIRROR

Kishore Nayak

Abstract Inspirational

3  

Kishore Nayak

Abstract Inspirational

ପ୍ରକୃତି ଆମର ମିତ

ପ୍ରକୃତି ଆମର ମିତ

1 min
160


ଏ ମାଟି ଆମର ଆଶ୍ରୟ ସ୍ଥଳ 

ପ୍ରକୃତି ଆମର ମିତ 

ସବୁଜ ବନ ପାହାଡ଼ କୋଳେ 

ଝରଣା ଗାଏ ଗୀତ ll

ଗହଳ ତରୁ ଫସଲ କ୍ଷେତ 

କୋଇଲି ଡାଳେ ଗାଏଟି ଗୀତ 

ଆକାଶେ ଯାଏ ଉଡି 

କଜଳପାତି ତରକା ଅତି 

ଡେଣାକୁ ଦିଏ ଝାଡି ll

ସଂଜ ନଇଁଲେ ଗଛ ଡାଳରେ 

ବିହଙ୍ଗ କରେ ବାସ 

ଲୁଚି ଲୁଚିକା ବୁଦା ଉହାଡ଼େ 

ଠେକୁଆ ଖାଏ ଘାସ ll

ନୀଳ ଆକାଶ ନୀଳିମା ତଳେ 

ସାଗର ବହେ ଉତ୍ତାଳ ସ୍ଵରେ 

ପ୍ରାଣକୁ ଯାଏ ଛୁଇଁ 

ଜୁଆର ଉଠେ ପୁନେଇଁ ଚାନ୍ଦ 

ଆକାଶେ ଗଲେ ଉଇଁ ll

ସୂରୁଜଙ୍କର ବିମଳ କର 

ଜାଗ୍ରତ କରେ ସାରା ସଂସାର 

ଆଲୋକ ଦିଏ ଭରି 

ତାରକା ମେଳେ ଆକାଶେ ଚାନ୍ଦ 

ବଢାଏ ଶୋଭା ଶିରୀ ll

ପ୍ରକୃତି ଆମ ଜୀବନ ରେଖା 

ପ୍ରକୃତି ଆମ ବନ୍ଧୁ ଓ ସଖା 

ପୃଥିବୀ ଆମ ଘର 

ତା'ର ସୁରକ୍ଷା ଆମ ସୁରକ୍ଷା 

ଏ ଜୀବ ଜଗତର ll

ମାନବ ଜାତି ଉଠରେ ଚେଇଁ 

ଉଠାଅ ସ୍ୱର ପ୍ରକୃତି ପାଇଁ 

କରନି ତାକୁ ନଷ୍ଟ 

ପ୍ରକୃତି ଯେବେ ବିକୃତ ହେବ 

ପାଇବା ଆମେ କଷ୍ଟ ll


Rate this content
Log in

Similar oriya poem from Abstract