ଶୂନ୍ୟ ଭଜନ
ଶୂନ୍ୟ ଭଜନ
ଜୀବନ ଟା ଗୋଟେ ଏମିତି ନାଟକ
ତାକୁ; ଲେଖି ପଢି ବୁଝିପାରିଲେ ହେଲା
ଜୀବ ପରମର ଏଗୁଢ ରହସ୍ୟ
ତାକୁ; ପାଇବା ସହଜ ନୁହଇଁ ଭଲା ।
ନିଗମ ମନ୍ଦିରେ ଶୂନ୍ୟ ଦେବତା ସେ
ରୂପ ରେଖ ନାହିଁ ତାର, ପ୍ରଣବ ମନ୍ତ୍ର ଓଁ କାର
ତାର; ଶୂନ୍ୟେ ମକରନ୍ଦ ଆନନ୍ଦ ଲୀଳା ।
ଲେଖି ପଢି ତାକୁ ବୁଝି ପାରିଲେ ରେ
ମୋକ୍ଷ ହୋଇଯିବ ତୋର, ଭବ ବନ୍ଧୁ ହେବୁ ପାର
ଏବେ; ଦେଖିବାକୁ ଯାହା ବାକି ରହିଲା
ଜୀବନଟା ଗୋଟେ ଏମିତି ନାଟକ ।
ନିତି ଚାଲିଅଛି ନିତ୍ୟ ରାହାସ ରେ
ହଂସ ଖେଳେ ସରୋବରେ, ମୃଣାଳ ଭକ୍ଷଣ କରେ
ମନ; ନିଗମ ତତ୍ଵ କୁ ବୁଝି ଲେ ହେଲା ।
କଳ୍ପ କଳ୍ପ ଜପ ତପ ଆଚରି ରେ
ଜୀବନ ଯାଇଛି ସରି, ସେ ତତ୍ଵ କୁ ବୁଝି ନପାରି
ସେତ; ଅନନ୍ତ ଜୀବନ ତାତ୍ଵିକ ଭେଳା
ଜୀବନଟା ଗୋଟେ ଏମିତି ନାଟକ ।
