STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

ଶ୍ରମିକ

ଶ୍ରମିକ

1 min
177


କାହାକୁ କହିବ ଶ୍ରମିକ, 

ଶ୍ରମ ଦାନ ଆଉ କରୁନାହିଁ କେହି

ମାଗଣା ଖାଇବା ଅଭ୍ୟାସ,

ପଙ୍ଗୁ କରିଲାଣି ମାନବ ଜାତିକୁ, 

ଜୀବନଟା ଖାଲି ହା ହୁତାଶ ।।


ଦଳଦଳ ଭେଣ୍ଡା ଦେଖ ଗଣ୍ଡାଗଣ୍ଡା

ପାଶ୍ଚାତ୍ୟ ପୋଷାକ ବେଶରେ ବୁଲନ୍ତି

ଯେତେ ନିଶା ପାଣି ଅଭ୍ୟାସ

ବେଳୁବେଳ ବଢେ ଅପକର୍ମ ଯେତେ

ଦେଖି ସମାଜ ହୁଏ ହତାଶ ।।


ଆଠଘଣ୍ଟା କାମ ଶ୍ରମିକ କାମରେ

କୋଇଲା ପାଉଁଶ ପଙ୍କ କାଦୁଅରେ

ନାହିଁ ଖରା ନାହିଁ ବରଷା

ଶୀତ କାକରକୁ ଖାତର ନକରି

ଖଟୁଥାଏ ନାହିଁକେ ଭରଷା ।।


ରକତକୁ ଝାଳ କରି ସାହୁକାର

ଅଧିନେ ଖଟଇ ସହି ଗାଳି ମାଡ

ଛାଡି ପାରେ ନାହିଁ ବେଉସା

କୁଟୁମ୍ଵ ପୋଷିବା ପାଇଁକି ଶ୍ରମିକ

ପାଇଲେ ଯାଇ ଦୁଇ ପଇସା ।।


ଦାଦନ ଶ୍ରମିକ ଝାଟିମାଟି ଘର

ଯେଉଁଠି ରାଜତ୍ଵ ମଶା ଡାଉଁଶର

ସେଇଠି କରି ରହେ ବଷା,

ହୀନିମାନ ପୋଡା କପାଳ ଭାଗ୍ୟକୁ

ମୁଖରୁ ନଷ୍ଫୁରଇ ତା ଭାଷା ।।


କିଏସେ ବୁଝିବ ଶ୍ରମିକର ଦୁଃଖ

ଶ୍ରମିକ ଜୀବନ ସତେ କି ନିରେଖ

କାହିଁକି କରିବ ବେଉସା

ମାଗଣା ଖାଇବା ଅଭ୍ୟାସ ହେଲାଣି

ମାଡ ଗଞ୍ଜେଇ ମଦର ନିଶା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller