STORYMIRROR

Niranjan Sahu

Tragedy

3  

Niranjan Sahu

Tragedy

ଶ୍ରଦ୍ଧାଞ୍ଜଳି

ଶ୍ରଦ୍ଧାଞ୍ଜଳି

1 min
428


ଯିଏ ଥିଲେ ଦିନେ ଆମ ଗହଣରେ

ହସର ପସରା ମେଲି

ସିଏ ଚାଲିଗଲେ ଅଫେରା ବାଟରେ

ଦୁଃଖ ର ପସରା ଖୋଲି....।


ପ୍ରଣବ ବୋଲି ନାମ ପାଇଥିଲେ

ଭାରତ ର ପ୍ରାଣ ଥିଲେ

ପ୍ରଥମ ନାଗରିକ ପଦ ପାଇଥିଲେ

ଦେଶପ୍ରେମୀ ଟିଏ ଥିଲେ ।


ହସ ହସ ମୁହଁ ମିଠା ମିଠା କଥା

ସଭିଙ୍କ ଆଦର ଥିଲେ

ଦେଶର ହିତରେ ମନପ୍ରାଣ ଦେଇ

ହୃଦୟ କୁ ଜିତିଥିଲେ ।


ଦେଶପାଇଁ କେତେ ପଦବୀରେ ଥାଇ

ପଦକୁ ଲିଭାଇ ଥିଲେ

ଚଉରାଶି ବୟଷେ ଈହଧାମ ଛାଡି

ଆରପୁରେ ଚାଲିଗଲେ....।


ଶ୍ରଦ୍ଧାଞ୍ଜଳି ଘେନହେ ମହା ମାନବ

ହୃଦୟରୁ ତୋଳି ଦେଉଛୁ

ତୁମରି ଆତ୍ମା ବୈକୁଣ୍ଠ ପ୍ରାପ୍ତି ହେଉ

ଏତିକି କାମନା କରୁଛୁ......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy