ଶଙ୍କିତ ମୃତ୍ଯୁ
ଶଙ୍କିତ ମୃତ୍ଯୁ
ତୁମେ ଆସ
କିଛି ବି ସଙ୍କେତ ନ ଦେଇ
ବିନା ଅନୁମତିରେ ପ୍ରବେଶ କର
ତୁମ ପ୍ରତି ଭୟ ସମସ୍ତଙ୍କର
ଯେହେତୁ ଅନାହୁତ ଝଡ ପରି ଆସିବା ହୁଏ ତୁମର ।
କିନ୍ତୁ ମୁଁ ଜାଣେ
ମୋର ଭୟ ନାହିଁ ତୁମକୁ
ଅପ୍ରିୟ ସତ୍ଯ କହିପାରେ ମୁଁ
ଏବେ ବି କହିବି
ବାସ୍ତବ ରେ ଭୟ ତୁମର ହିଁ ସବୁଠୁ ବେଶି ।
ଚଲା ପଥେ ତୁମ ଏକା ଏକା
ଚାଲିବାକୁ ତୁମର ହିଁ ଭୟ
ସବୁବେଳେ ଚାହିଁ ଥାଅ ସାଥୀ ଟିଏ
ପ୍ରତି ଟି କ୍ଷଣ ରେ ପ୍ରତି ଟି ମୁହୁର୍ତ୍ତ ରେ
ତେଣୁ ଜୋର କରି ଝିଙ୍କି ନିଅ ସାଥୀ ଟିଏ ।
ବୁଝିଛି ମୁଁ
ଭୟାତୁର ମନ ତୁମ ବଡ ସ୍ବାର୍ଥପର
ହେ ମୃତ୍ଯୁ
ସେ ପାଇଁ କି କାହାରି ଭାବନା କୁ ଦିଅନା ନଜର ?
ସଂଗୀତ ଟିଏ ନେଇ ଯାଅ ଜୋର କରି
ନିଃସଙ୍ଗ କରି ହୃଦୟ ଆଉ କାହାର ।
