ସ୍ବପ୍ନ
ସ୍ବପ୍ନ
ତମସାର ଚାଦରରେ ଲୁଚି ରହିଥିବା
ସେ ପରିଚିତ ସ୍ବପ୍ନ ଗୁଡାକ,
ଯାହାକୁ ମୁଁ ଜାଣି ଜାଣି ଅଣଦେଖା କରୁଥିଲି ।
ତମେ କେମିତି ପଢିଦେଲ, ମୁଁ ଜାଣେନା
ତୁମର କେହି ପଦ କଥାରେ,
ମଉଳା ଫୁଲ ସମ ସ୍ବପ୍ନ ଗୁଡିକ
ସଜ ସଜ ବାସ୍ନାର ମହକ ଦେଲାଣି ।
ସମୟର ପାହାରରେ ହଜି ଯାଇଥିବା ଆତ୍ମବିଶ୍ବାସଟା
ଜାଗି ଉଠିବାକୁ ଲାଗିଲାଣି ।
ବୋଧହୁଏ ବହୁତ ଆଗରୁ ମୁଁ,
ଏହା ହଁ କରିବାକୁ ଚାହୁଁଥିଲି ।
ପରିସ୍ଥିତିର ବାହାନା କରି ଦୂରେଇ ଯାଉଥିଲି ।
ନା ଆଉ ପଚ୍ଥକୁ ପାଦ ଟାଣିବି ନାହିଁ !!
ସେ ନିଧାରିତ ଲକ୍ଷ୍ଯରେ ପହଞ୍ଚିବା ପାଇଁ ଅହରହ ଚେଷ୍ଟା କରିବି ..
ଜିତିବି କି ହାରିବି ସେ ମନରେ ପ୍ରଶ୍ନ ଆଣିବି ନାହିଁ !
ହାରିଲେ ବି ପ୍ରଶ୍ନର ଉତ୍ତର ରହିବ ।
ପିଠି ନ ଦେଖାଇ, ମୁହଁ ଆଗରେ ଲଡେଇ କରି ପରାସ୍ତ ହେଲି ।
