ସାଥୀ ତୁମେ ସ୍ମୃତି ରୁପା ଜହ୍ନ
ସାଥୀ ତୁମେ ସ୍ମୃତି ରୁପା ଜହ୍ନ
ପ୍ରେମ ପରଶରେ ମନ ମୋ'ର ଭାସେ
ସ୍ମୃତି ରୂପାଜହ୍ନ ଦେଖି ,
ମହମହ ବାସ୍ନା ନିଆରା ଜୋଛନା
ଜିଣିଛି ସପନ ଆଖି ।
ସୁନେଲି ସପନ ହୋଇଛି ପୁରଣ
ନାହିଁ କିଛି ଅବଶୋଷ ,
ହୃଦୟର ରାଣୀ ସାଜିଛି ଘରଣୀ
ଓଠଧାରେ ପ୍ରୀତିହସ ।
ସ୍ମୃ୍ତି ଅନୁସୟା ଥିଲା ମୋ' ପ୍ରେମିକା
ଝୁରି ହେଉଥିଲି ନିତି
ପ୍ରେମର ବନ୍ଧନ ଥିଲା ଚିରନ୍ତନ
ଅଜାଡୁ ଥିଲି ମୁଁ ପ୍ରୀତି ।
ପ୍ରେମର ସନ୍ତକ ଅନୁସୟା ମିତ
ହୃଦୟା ବିଭବା ପତ୍ନୀ ,
ମୁଁ'ମନୋରଞ୍ଜନ ପ୍ରେମର ଅଞ୍ଜନ
ସାଇତି ରଖିଛି ସ୍ମୃ୍ତି ।
ବେଦୀ ମୂଳେ ସ୍ଵପ୍ନ ଉଦ୍ଭାସିତ ମନ
ଫୁଲ ଫଗୁ ବାସ୍ନା ଧାରା ,
ଦୁଇଟି ଆତ୍ମାର ପବିତ୍ର ମିଳନ
ମହକୁଛି ଧରା ସାରା ।
ଜନ୍ମ ଜନ୍ମାନ୍ତର ତୁମେ ସାଥୀ ମୋର
ପ୍ରାଣସଙ୍ଗୀ ଅନୁସୟା ,
ସିନ୍ଥିରେ ତୁମର ସୁହାଗ ସିନ୍ଦୂର
ତବପ୍ରେମ ମନଛୁଆଁ ।
ପ୍ରୀତିର ଚୁମ୍ବନ କିଣି ନିଏ ମନ
ତୁମେ ମୋ'ର ସୁନା ଭାର୍ଯ୍ୟା ,
ମୋ' ଟିକି ବସା ହସୁଛି ସର୍ଵଦା
ମୁଁ 'ତୁମ ହୃଦୟ ରାଜା ।
ସରଗର ଶଶୀ ଆସିଛ'ତ ହସି
ପିତା ମାତା ସର୍ବେ ଖୁସି ,
ତବ ସ୍ନେହେଁ ପ୍ରେମେ ହଜିଛୁତ ଆମେ
ଅବିରତେ ଦିବା ନିଶି ।
ପ୍ରେମ ମଥାମଣି ମହଲର ରାଣୀ
କରିବିନି କେବେ ରୋଷ ,
ସ୍ମୃ୍ତି ରୂପାଜହ୍ନ ଅଜାଡିବ ସ୍ଵପ୍ନ
ପାନକରି ପ୍ରେମରସ ।
ହେ'ମାଆ ସାରଳା ଅଧିଷ୍ଠାତ୍ରୀ ମାତା
ତୋହରି ଆଶ୍ରିତ ଆମ୍ଭେ ,
ମନୁଆଁ ଅନୁକୁ ସଦୟ ହୋଇବୁ
ଗଢ଼ିବେ ସଂସାର ଦମ୍ଭେ ।
ଶତ ପ୍ରଣିପାତ କରୁଛୁ ହେ' ମାତ
ତୋହରି ସ୍ଵୀକୃତ ଧନ ,
ଛତ୍ର ଛାୟାତଳେ ରଖିବୁ ସରାଗେ
ବଢିବ ତୋହରି ମାନ ।
ସଦାନନ୍ଦ ସାହୁ ,
କାରା କର୍ମଚାରୀ
କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର