ସ୍ଵାଧୀନତା ଦିବସ ସର୍ଭେ
ସ୍ଵାଧୀନତା ଦିବସ ସର୍ଭେ
କବିତା - ସ୍ଵାଧୀନତା ଦିବସ ସର୍ଭେ
ରଚନା - ପଞ୍ଚାନନ ଜେନା
ତାରିଖ -୨୦-୦୮-୨୦୨୫
++++++++++++++++++++
ସଦ୍ୟ ସମାପ୍ତ
ଭାରତର ୭୯ ତମ ସ୍ୱାଧୀନତା ଦିବସ
ପତାକା ଉତ୍ତୋଳନ ଉତ୍ସବ ଅବକାଶ
ଲାଲକିଲ୍ଲାରୁ ଦଶପଲ୍ଲା ହୋ ହଲ୍ଲା
ଗାନ୍ଧୀମାର୍ଗରୁ ରାଜମାର୍ଗ ମାର୍ଚ୍ଚପାଷ୍ଟ ଚାଲିଲା
ରାଜପଥରୁ ଜନପଥ ସବୁଆଡ଼େ ପତାକା ଉଡିଲା
ସ୍କୁଲ କଲେଜ ଅବା ହେଉ ସହର
ନଗର କଚେରୀ କିମ୍ବା ଦପ୍ତର
ଛକ କ୍ଲବ ଅବା ବାଣିଜ୍ୟ ପରିସର
ଭାରତମାତାର ଜୟରେ
କଂପୁଥିଲା ରାସ୍ତା ଘାଟ ପ୍ରାଙ୍ଗଣ ପରିସର
ଝଣ୍ଡା ଉଂଚା ରହେ ଆମର
କହି
ବୁଲୁଥିଲେ ପ୍ରଭାତ ଫେରି ପିଲାଗଣ ଆଗୁସାର
ମନରେ ସର୍ଭେ କରିବାକୁ
ଜାଗିଲା କୌତୁହଳ
ରାସ୍ତା ଉପରେ ଛିଡ଼ାହୋଇ
କିଛି ପ୍ରଶ୍ନ ପଚାରିବାକୁ ହେଲି ସଅଳ
ହାତରେ ସେଓ-ବୁନ୍ଦି ଦୋନା ଧରି
ମୁଣ୍ଡରେ ମେରା ଭାରତ ମହାନ କନା ବନ୍ଧେଇ କରି
ଛାତି ପକେଟ ଉପରେ ଛୋଟ ତ୍ରିରଙ୍ଗା ପତାକା
ସେଷ୍ଟପିନରେ ଲଗେଇ କରି
ବିଦ୍ୟାଳୟରୁ ଫେରୁଥିବା
କୁନି କୁନି ପିଲା ମାନଙ୍କୁ ପଚାରନ୍ତେ
କିଛି ନିମ୍ନ ପ୍ରଶ୍ନ କେତୋଟି ଜଳ ଜଳ
ଭାରତବର୍ଷ କ'ଣ କି ?
ଆମ ଦେଶ ମାନେ କ'ଣ ବୁଝ କି ?
କିଏ କହୁଥିଲା
ଆମ ଦେଶ ଆମ ଜାତୀୟ ପତାକା
ଉଡେ ଫର ଫର
ପବନ ସହିତ କହୁଛି
ଭାରତମାତାର ଜୟ ଜୟକାର
କିଏ କହୁଥିଲା
ଆମ ଦେଶ ଜନଗଣମନ ଜାତୀୟ ସଂଗୀତ
ଦେଶମାତୃକାର ବନ୍ଦନ ପାଇଁ
ବାଉନ ସେକେଣ୍ଡରେ ସୀମିତ
ଆଉ କେହି କହିଲେ
ଆମ ଦେଶର ରାଜନୈତିକ ମାନଚିତ୍ର
ହେଉଛି ଆମ ଇଣ୍ଡିଆର ବିଚିତ୍ର ଚରିତ୍ର
ବିଭିନ୍ନ ରଙ୍ଗରେ ରଙ୍ଗାୟିତ
ପର୍ବତ ନଈ ସମୁଦ୍ର କେଦାର
କ୍ଷେତ ଜଙ୍ଗଲ ମାଳଭୂମୀ ପଠାର
ଆଉ ଦଳେ କହିଲେ
ଦେଶମାନେ ସଂବିଧାନ
ନାଗରିକର ଅଧିକାର କର୍ତ୍ତବ୍ୟ ଭିତରେ
ନିର୍ବାଚିତ ସରକାର ଲକ୍ଷଣରେଖା
ମଧ୍ୟରେ
ସଂକୁଚିତ ନ୍ୟାୟପ୍ରୀୟ ସମାଧାନ
କିଛି ଝିଅପିଲା କହିଲେ
ଦେଶ ପରା ଆମ ମାଆ ପରି
ଭାରତମାତା
ସର୍ବସଂହା
ସ୍ନେହ କରୁଣାର
ବସୁଧାମାତା ସରି
କଷ୍ଟ ଲାଗୁଥିଲା ମନରେ ମତିରେ
ଅନ୍ଧ ଦେଶେ ଗଲି ଦର୍ପଣ ବିକି
୭୯ ବର୍ଷ ପରେ ବି ଆମେ ସବୁ
ଦେଶଭକ୍ତି କରୁଛେ
ନ ଜାଣି ନ ଶୁଣି
ଦେଶ ପଛରେ ରହିଛି ଅଜ୍ଞାତ ତଥ୍ୟ ଲୁଚିକି
ଦେଶ ମାନେ ଅଦୃଶ୍ୟ ସ୍ୱାଭିମାନ
ବ୍ୟକ୍ତିର ମାନସ ପଟଳେ ଗଜୁରେ
ଛାତିତଳେ ପିଞ୍ଜରାରେ ବଢ଼େ ଦୌଡ଼େ
ଜାତୀୟତାର ବହ୍ନି ଜଳେ ରକ୍ତରେ
ଗୀତ ସଂଗୀତ ମାଧ୍ୟମରେ ହେଉ
ନାଚ ନାଟକ ସାହାଯ୍ୟରେ ବି ହେଉ
ପୌରାଣୀକ ଉପାଖ୍ୟାନ ଶ୍ରବଣରେ ବି ହେଉ
କବିତା ଦୋହା ସନେଟ ଅକ୍ଷରେ ବି ହେଉ
ଭୌଗଳିକ ଚାରିକାନ୍ଥରେ ଘେରା ଅବୟବକୁ
ଆମ ଦେଶମାତୃକା ଭାରତବର୍ଷ
ରକ୍ତ ମାଂସରେ ଗଢ଼ା ନୁହେଁ ସତ
ଭକ୍ତି ଆସନ୍ତି ବଳିଦାନ ମୂନରେ
ବ୍ୟକ୍ତିସଭାର ପ୍ରାଣକେନ୍ଦ୍ର
ଆମ ଦେଶ ଭାରତ
ସାଜେ କଳ୍ପ ଲୋକରେ ସ୍ଥିତ
ସତରେ କହିଲେ
ଦେଶର ଭୌତିକ ସତ୍ତା ନାହିଁ
ମାତ୍ର ଭାବନାତ୍ମକ ଜାତୀୟତାବାଦ ଛତ୍ରେ ଛତ୍ରେ
ଭାରତମାତାର ସାକ୍ଷାତ ଦର୍ଶନ
ମିଳେ
ଭାରତର ମାଟି ଧୂଳି ସରଣୀ
ପଥର ପାହାଡ଼ ପର୍ବତ ଗଛ ଲତା ଧରଣୀ
