STORYMIRROR

SUJATA DAS

Fantasy Others

4  

SUJATA DAS

Fantasy Others

ସାଧବ ବୋହୁ

ସାଧବ ବୋହୁ

1 min
7


ଝିପ ଝିପ ମେଘ 

  ଟିପ ଟିପ ବର୍ଷା 

    ଶିହରଣ ଯାଏ ଖେଳି 

ସବୁଜ ବନାନୀ 

  ମନ ନିଏ କିଣି 

    ମେଘର ମହ୍ଲାର ତୋଳି l

ଦୂର ପରବତେ 

   କେକୀ ରାବ ଦିଏ 

     ଗାଏ ମିଳନ ସଙ୍ଗୀତ 

ଜିମୂତ ବିରହେ 

   ଦୀର୍ଘ ଅଷ୍ଟମାସ 

    ପ୍ରାଣ ଲାଗେ ଅଭିଶପ୍ତ l

ଆସିଛି ଶ୍ରାବଣ 

  ବରଷି ଘନ ଘନ 

     ଦେବାକୁ ଶୀତଳ ସ୍ପର୍ଶ 

ପଶୁପକ୍ଷୀ କୀଟ 

   ପତଙ୍ଗ ପାଦପ 

     ମୁଖେ ଭରିଦେଇ ହର୍ଷ l

ଦୃମେ ଦୃମେ ହସେ 

   ନବ କିଶଳୟ 

      ପବନରେ ଖେଳେ ଦୋଳି 

ଜୁଇ ଜାଇ ହେନା 

   କଦମ୍ବ କୁସୁମେ 

     ଭ୍ରମରଙ୍କ ମହାମେଳି l

ମଧୁ ମାଳତୀର 

  ନହୁଲି ମହକ 

    ମନ କରେ ଆନମନା 

ଭାବୁକ ପରାଣ 

   ଭାବରେ ବିଲୀନ 

     ରଚିଯାଏ ଅନାବନା l

 ଟୁପୁରୁ ଟୁପୁରୁ 

  ମେଘ ବରଷାରେ 

    ଥିରି ଥିରି ଯାଏ ଚାଲି 

ଲାଲ ଟୁକ ଟୁକ 

   ସାଧବ ବୋହୁ ସେ 

    ପିନ୍ଧି ପାଟଶାଢ଼ୀ ନାଲି l

କୋଉଠି ରହେ ସେ 

  ଠିକଣା ଅଜଣା 

     ଦେଖା ଦେଇ ଲୁଚିଯାଏ 

ବରଷା ଫେରିଲେ 

  ଗୋପନେ ଫେରେ ସେ 

    ସ୍ମୃତି ହୋଇ ରହିଯାଏ l

ଛୁଇଁ ଦେଲେ ଲାଜେ 

  ଝାଉଁଳି ଯାଏ ସେ 

    ଲାଜବତୀ ଅପରୂପା 

ବର୍ଷାଭିଜା ମିଠା 

   ଘାସ ଗାଲିଚାରେ 

     ମିଳିଯାଏ ତାର ଦେଖା l

ପ୍ରକୃତି ବର୍ଣ୍ଣନା 

  ଈଶ୍ୱର ରଚନା 

    କିଏ ଵା ପାରିବ କଳି 

ଗ୍ରୀଷ୍ମ ବର୍ଷା ଶୀତ 

   ଶରତ ହେମନ୍ତ 

      ବସନ୍ତ କୁହୁ କାକଳି l

ରୂପେ ଅନୁପମା 

  ଛଅଟି ଭଉଣୀ 

    ହୋଇ ହାତ ଧରାଧରି 

ପ୍ରକୁତି ନିୟମ 

  ଏକ ପରେ ଆନ 

    ଧରା ପରେ ଅବତରି l

ଆସିଛି ମୌସୁମୀ 

  ସାଥେ ବର୍ଷାରାଣୀ 

     ମେଘ ଦୁନ୍ଦୁଭି ବଜାଇ 

ନଦନଦୀ ସାଥେ 

   ଜଳାଶ୍ରୟ ଯେତେ 

    ଯିବେ ପୂର୍ଣ୍ଣଗର୍ଭା ହୋଇ l

ବିହୀ ତ ରଚିଛି

  ସକଳ ଭିଆଣ 

    ଭାବିଚିନ୍ତି ସବୁ କିଛି 

ସୁଖ ପରେ ଦୁଃଖ 

  ଲୁହ ପରେ ହସ 

     ଜୀବନେ ରଖିଛି ବାଛି l


Rate this content
Log in

Similar oriya poem from Fantasy