STORYMIRROR

Chinmayee Kanta

Abstract Fantasy Others

3  

Chinmayee Kanta

Abstract Fantasy Others

ଏଇ ମୋ ଗୋପାଳ

ଏଇ ମୋ ଗୋପାଳ

1 min
202

କାହ୍ନୁରେ.. କାଇଁ ତୋ ସାଥିରେ ମୁଁ ଦେଖା କରିଲି..

ସତରେ.. କାଇଁ ତୋ ପ୍ରେମରେ ମୁଁ ବାଇଆ ହେଲି..

 ମନ ଖୋଜୁଛି ଖାଲି ବେଳେ, ଆରେ.. ମାନୁନି କାହିଁ ସତେ

 ଥରେ ଦେଖିବାକୁ ତାକୁ, ଆଖି କରେ ମୋର ଟଳମଳ. ଟଳମଳ

 ଏଇ ମୋ ଗୋପାଳ..

 ଯଶୋଦା ମାଆଙ୍କ ସାଥିରେ ସିଏ କରୁଛି ଗେଲ...


ଏଥୁ ଆନନ୍ତରେ ଶୁଣ ଦେଇ ମନ କର୍ଣ୍ଣ

କୃଷ୍ଣ ପ୍ରେମ କଥା ଆଜି କରୁଛି ବ୍ୟାଖାନ


ଏ... ଗାଧୁଆ ତଠରେ ଲୁଚି ଲୁଚି ରହି, ଗୋଡି ମାରୁଥିଲା ଦିନେ 

ଏ.. ଯଶୋଦା ନନ୍ଦନ ବୋଲି ଭାବି ସଭେଁ, ରାଗ ନ ରଖିକି ମନେ


ଦହି ପ୍ରେମିକ ସିଏ, ଚୋରି.. ସଭିଙ୍କୁ ଶିଖାଇ ଦିଏ

ଚୋରି କରୁ କରୁ ମନ ହରି ନିଏ, ହୋଇ ସଦା ଗେଲ ମେଲ...

ଏଇ ମୋ ଗୋପାଳ... ସଭିଏଁ ଜାଣିଛୁ ତାଙ୍କରି ସେଇ ପ୍ରେମର ଖେଲ


କାଳିଆ ରେ.. ଆରେ ମୋର କାଳିଆରେ

ସଭି ନାରୀଙ୍କୁ ତୁହି ମାୟାରେ ପକାନାରେ...


ଏ.. ମୁରୁକି ମୁରୁକି ହସରେ ତୋହର, ଝରି ପଡୁଥାଏ ମହୂ.. 

ଏ.. ଭକତ ପ୍ରେମରେ ତୁହି ଏକା କାହ୍ନୁ, ଆନନ୍ଦରେ ରହିଥାଉ


ଦୁନିଆରେ ନାରୀ ଯେତେ, ତୋହରି ପ୍ରେମରେ ସତେ..

ନିଜକୁ ନିଜେ ସଜେଇ ହୋଇ, ହେଉଥାନ୍ତି ଝଲମଳ...


ଏଇ ମୋ ଗୋପାଳ...

ତୋହରି ପ୍ରେମରେ ପାଗଳ ହୋଇ ଭାବନ୍ତି ନିର୍ମଳ..

ଯଶୋଦା ମାଆଙ୍କ ପାଖରେ ସିଏ କରୁଛି ଗେଲ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract