Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

ମନର ଦେଶରେ ପ୍ରେମର ସହର

ମନର ଦେଶରେ ପ୍ରେମର ସହର

1 min
117



ମନର ଦେଶରେ ପ୍ରେମର ସହର

ଭାବର ମୂଲ ଅମୂଲ

ମହକେ ସୁମନ ସୁରମ୍ୟ ଉଦ୍ୟାନ

ଝଲସେ ସ୍ବପ୍ନ ମହଲ ।

ରୂପେଲି ଜୋଛନା କରଇ କିମିଆ 

ପାଗଳ ଭ୍ରମର ମନ

ଫୁଲର ବାସ୍ନାରେ ଅଧୀର ବିଭୋର

ମଧୁ କରେ ଅନ୍ବେଷଣ ।

ଲାଗେ ଆପଣାର ସୁନ୍ଦର ସଂସାର 

ଆନନ୍ଦ ଉଲ୍ଲାସ ଚିତ୍ତ

ଚାହେଁ ଉଡିବାକୁ ମୁକ୍ତ ଆକାଶରେ

ମେଲି ବିହଙ୍ଗମ ପକ୍ଷ ।

ଗୁଞ୍ଜେ ମୃଦୁ ସ୍ବନ ବନ ଉପବନେ

ହୃଦକୁଞ୍ଜେ ଉଚ୍ଚାଟନ

ପୁକାରେ ଯୌବନ ଆଶା ଅଭିସାରେ

ପଞ୍ଚମରେ ବଂଶୀସ୍ଵନ ।

ଚହଟେ ସୁବାସ ରଙ୍ଗ ରୂପ ରସ

ଇନ୍ଦ୍ରଧନୁ ସପ୍ତରଙ୍ଗୀ

ଖୋଜେ ଅନୁକ୍ଷଣ ଜୀବନ ସାଥୀକୁ

ପ୍ରାଣପକ୍ଷୀ ଅନୁରାଗୀ ।

   



Rate this content
Log in

Similar oriya poem from Romance